*Lets talk with young poet and writer Trahimam Singh Rout Ray, hails from Nuapada , Odisha for SLF Literary Youth Icon Award contest-. 2022*
ନାମ – ତ୍ରାହିମମ୍ ସିଂ ରାଉତ ରାୟ
ପିତାଙ୍କ ନାମ- ୰ଶାନ୍ତନୁ କୁମାର ରାଉତ ରାୟ
ମାତାଙ୍କ ନାମ-ପରିପ୍ରିୟା ସିଂ ରାଉତ ରାୟ
ଜନ୍ମ ତାରିଖ-26/7/2001
ଘର ଠିକଣା-ଗ୍ରାମ -ଚଳାନ ପଡା
ପୋଷ୍ଟ -ଗୋଇମୁଣ୍ଡି
ଭାୟା -ଖଡିଆଳ
ଜିଲ୍ଲା -ନୂଆପଡ଼ା
ପିନ୍ ନମ୍ବର –766107
(ଓଡିଶା)
ଶିକ୍ଷାଗତ ଯୋଗ୍ୟତା- ପ୍ରାଣୀବିଜ୍ଞାନ ତୃତୀୟ ବର୍ଷ ଛାତ୍ର
ଇ-ମେଇଲ୍ ଠିକଣା-
trahimamsinghroutray2020@gmail.com
ମୁଖପୁସ୍ତିକା /Facebook-::
https://www.facebook.com/trahimamsingh.routray
ଶ୍ରଦ୍ଧେୟ ତ୍ରାହିମମ୍ !
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ:-ଜେଜେମା ଜେଜେବାପାଙ୍କର ଆଧ୍ୟାତ୍ମିକ ବାତାବରଣ ଦ୍ୱାରା ପ୍ରଭାବିତ ହୋଇ ଆଧ୍ୟାତ୍ମିକ ଦିଗରେ ଲେଖାଲେଖି କରିବା ପାଇଁ ଆଗ୍ରହୀ ହେଲି ଏଵଂ ମୋ ଭିତରେ ଥିବା ଓଡ଼ିଆ ଭାଷା ପ୍ରୀତି ମଧ୍ୟ ମୋତେ ଲେଖିବା ପାଇଁ ପ୍ରେରଣା ଯୋଗାଇଲା ।
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ:- ସାମାଜିକ ସୁବ୍ୟବସ୍ଥା ତଥା ସୁନ୍ଦର ପରିବେଶର ମେଳ ଦ୍ୱାରା ମୁଁ ସାମାଜିକ ଜୀବନ ର ସର୍ବସମ୍ମତା ରକ୍ଷା କରେ ।
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ:-କବିପଦ୍ମ ଲବଣେଶ୍ୱର ବାରିକ ପାଇଁ ମୋତେ ଆଗକୁ ଲେଖାଲେଖି କରିବା ଦିଗରେ ପ୍ରେରଣା ଯୋଗାଇଛନ୍ତି ।
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ:- ଲେଖାର ଆଧ୍ୟାତ୍ମିକ, ସାମାଜିକ ମହତ୍ଵ ପ୍ରତିପାଦନ ତଥା ଠିକ୍ ପଦ ଯୋଡିଵା ବିଷୟ ତଥା ଜଣେ ପଢିବା ମାତ୍ରକେ ହିଁ ତା ଜୀବନ ରେ ଉଚିତ୍ ଦିଗଦର୍ଶନର ସ୍ୱରୂପ କିପରି ହେବ ସେ ଭଲି କଵିତା ଵିଷୟ ପ୍ରତି ଧ୍ୟାନ ଦିଏ ।
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉ:- ମୋ ଜୀବନରେ ଯୁଵକଵି ହିସାବରେ କ୍ୟୈଶଲ୍ୟା ସାହିତ୍ୟ ସଂକୃତି ପରିଷଦ କଟକ ତଥା ଉତ୍କଳମଣି ସେବା ସଂଗଠନ ଯାଜପୁର ର ମିଳିତ ଆନୁକୂଲ୍ୟରେ ଆୟୋଜିତ ବାର୍ଷିକ ଉତ୍ସବ ରେ ମୋ ଜୀବନର ସାହିତ୍ୟ ଦିଗରେ ପ୍ରଥମ ସମ୍ବର୍ଦ୍ଧନା ବୋଉ-ସମ୍ମାନ ପାଇଛି ସେଇଟା ମୋର ପ୍ରଥମ ଅନୁଭୂତି ।
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ:- କାରଣ, ସାହିତ୍ୟ ହେଉଛି ଜୀବନର ର ଉଚିତ୍ ମାର୍ଗଦର୍ଶନ ର ପ୍ରତିବିମ୍ବ ସ୍ୱରୂପ ।
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉ:- ମୋର ପ୍ରିୟ କଵି ସନ୍ଥକବି ଭୀମ ଭୋଇ, ସେ ଇହଧାମ ତ୍ୟାଗ କରି ସାରିଛନ୍ତି ।
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ:- ସନ୍ଥକବି ଭୀମ ଭୋଇ ଙ୍କ- ସ୍ତୁତି ଚିନ୍ତାମଣି, ଶୂନ୍ୟ ବ୍ରହ୍ମ ଗୀତା ।
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ:- ଆଧ୍ୟାତ୍ମିକ ଦିଗରେ କବିତା ରଚନା ତଥା ସମାଜକୁ ଭଲ ଦିଗରେ ପରିବର୍ତ୍ତନ କରିପାରିଵାର ଲେଖାଲେଖି କରିବାର ପ୍ରେରଣା ଦିଅନ୍ତି ।
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ:- ନୂତନ ଶବ୍ଦ, ତଥା ପଦ ଯୋଡିଵା ।
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ:- ଆଧ୍ୟାତ୍ମିକ ତଥା ଦେଶାତ୍ମବୋଧକ, ସୁ ସାମାଜିକ ମହତ୍ଵ ।
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ:- ସ୍ତୁତି କଳ୍ପ ବୋଲି ଆଧ୍ୟାତ୍ମିକ ସ୍ତୁତି ସମ୍ଭାର ୬୦ ଛାନ୍ଦରେ ଲେଖିଛି କିନ୍ତୁ ପ୍ରକାଶିତ ହୋଇନାହିଁ ।
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ:- ଯୁଵ ପ୍ରତିଭା ମାନଙ୍କୁ ଅନ୍ୱେଷଣ କରିବା ।
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ:- ବିଶ୍ୱ କବି ସଂଗଠନ ରେ ସୂର୍ଯ୍ୟୋଦୟ ଅନୁଷ୍ଠାନ ବାଲେଶ୍ୱର ଦ୍ୱାରା ଯୋଡ଼ି ହୋଇ ନିଜର ପ୍ରତିଭା କୁ ପ୍ରତିପାଦନ କରିପାରିଛି ତେଣୁ ବହୁତ ଖୁସି ।
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ:- ଯୁବ ପ୍ରତିଭା ମାନଙ୍କ କଳା କୁ କିପରି ଆଗକୁ ଆଣିପାରିବା ତାହା ପରାମର୍ଶ ଦେଵି ।
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ:- ସାହିତ୍ୟ ର ଗନ୍ତାଘରେ ଅପରୂପ ସୀମା ।
ସୂର୍ଯୋଦୟ ପୁଲକରେ ନବରୂପ ଜେମା ।।
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ:- ସମାଜରେ ସୁ ସଂସ୍କାର ତଥା ଆଧ୍ୟାତ୍ମିକ ଚେତନା ଆଣିବା ଦିଗରେ ।
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ:- ହୁଏ, କାରଣ ସମ୍ମାନ ହିଁ ଜୀବନରେ କଳା ସଂସ୍କୃତି କୁ ଵଢାଇବାରେ ସାହାଯ୍ୟ କରିଥାଏ ।
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ:- କିଛି ନା କିଛି ପ୍ରଭାବିତ ହୁଏ କିନ୍ତୁ ତାହା ସେହି ଲେଖକ ଉପରେ ନିର୍ଭର କରେ । ଏମିତି ହେଲେ ଆଗକୁ କିପରି ଦକ୍ଷତା ନିଜର ପ୍ରତିପାଦନ କରିଵି ତାହା ଭାବିବା ଉଚିତ୍ ।
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ:- ନିଜର କଳା ସଂସ୍କୃତି ପ୍ରତିଭା କୁ ଵିଶ୍ୱ ଦରବାର ରେ ପ୍ରତିପାଦନ କରି ବହୁତ ଖୁସି ପାଇ ପାରିଛି ।
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
Keep Writing Dear Trahimam….
All the best for Bright Future..
ଆପଣଙ୍କ ଉତ୍ତର ସବୁରୁ ଖୁବ୍ ପ୍ରେରିତ ହେଲି, ଶୁଭେଚ୍ଛା ଭାଇ…
ଖୁବ୍ ସୁନ୍ଦର
Keep Writing Bhai…. may god bless you and all the best for your bring future
Tuma jemiti juba kabi o lekhak ama pai gote udharan