September 30, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*Lets talk with young poetess Suhasini Pattanayak ,hails from Kendujhar , Odisha for SLF Literary Youth Icon Award contest-. 2022*

*Lets talk with young poetess Suhasini Pattanayak ,hails from Kendujhar , Odisha for SLF Literary Youth Icon Award contest-. 2022*

ନାମ – ସୁହାସିନୀ ପଟ୍ଟନାୟକ।
ପିତା ଙ୍କ ନାମ – ହେମନ୍ତ କୁମାର ପଟ୍ଟନାୟକ।
ମାତା ଙ୍କ ନାମ – ଶଶି ରେଖା ପଟ୍ଟନାୟକ।
ଜନ୍ମ ତାରିଖ – ୦୨/୧୦ /୨୦୦୦ 
ଘର ଠିକଣା -(ଜିଲ୍ଲା – କେନ୍ଦୁଝର, ବ୍ଲକ – ହାଟଡିହି, ଗ୍ରାମ – ବଡରମ୍ପାସ)
ଶିକ୍ଷାଗତ ଯୋଗ୍ୟତା – ସ୍ନାତକତ୍ତୋର ପ୍ରଥମ ବର୍ଷ, ସମାଜ ବିଜ୍ଞାନ ବିଭାଗ ରେ।
ଇ – ମେଲ ଠିକଣା-

suhasinipattanayak01@gmail.com

Facebook/ ମୁଖପୁସ୍ତିକା-::

https://www.facebook.com/suhasini.pattanayak.5

ହେ ସ୍ନେହର ସୁହାସିନୀ !

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉତ୍ତର – ଆଜ୍ଞା ମୁଁ ଲେଖିବା ଆରମ୍ଭ କରିଥିଲି ମୋର ସପ୍ତମ ଶ୍ରେଣୀରୁ ବିଦ୍ୟାଳୟ ରେ ହେଉଥିବା ପ୍ରତିଯୋଗିତା ମାଧ୍ୟମରେ ମୁଁ ମୋ ଲେଖା ଆରମ୍ଭ କରି ଥିଲି। ତା ପୂର୍ବରୁ ମୁଁ ମୋ ପଞ୍ଚମ ଶ୍ରେଣୀ ସମୟରେ, ମୋ ଟିଉସନ୍ ସାର୍ ଙ୍କ ଦ୍ଵାରା ତାଙ୍କ ବାପାଙ୍କର ଜନ୍ମ ଦିବସରେ ସେ ଏକ କବିତା ଆସର ପ୍ରତିବର୍ଷ କରିଥାନ୍ତି, ସେଥିରେ ଭାଗ ନେବାକୁ ସାର୍ କହିଥିଲେ ସେଠାରେ କବିତା ପାଠ କରିଥିଲି ସତ ହେଲେ ତାହା ମୋ ବୋଉ ଦ୍ଵାରା ଲିଖିତ ଥିଲା, ଧୀରେ ଧୀରେ ବଡ ହେବା ପରେ ଆଗ୍ରହ ବଢିଲା ଲେଖା ଲେଖି ପ୍ରତି।

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା  ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉତ୍ତର – ବାସ୍ତବ କଥା କହିଲେ ଆଜ୍ଞା ମୁଁ ମୋର ଅଧିକାଂଶ ଲେଖା ମଧ୍ଯ ରାତ୍ରି ପରେ ସବୁ ଶୋଇଯିବା ପରେ ଏକାକୀ ବସି ଲେଖେ, ପାଠ ପଢା ମଝିରେ କେବେ କେବେ କିଛି ଇଚ୍ଛା ହେଲେ ଖାତାରେ ଲେଖି ନିଏ, ବିଶେଷ ଅସୁବିଧା ହୁଏ ନାହିଁ।ବିଶେଷ କରି ଏକୁଟିଆ ଥିବା ସମୟରେ ଅନେକ ଭାବନା ମନକୁ ଆସିଥାଏ ।

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉତ୍ତର – ଆଜ୍ଞା ହଁ, ମୋ ଲେଖିବାରେ ମତେ ମୋର କିଛି ବନ୍ଧୁ, ମୋ ସାନ ଭଉଣୀ, ମୋ ପରିବାର ମତେ ବହୁତ ପ୍ରେରଣା ଦେଇଛନ୍ତି, ଧନ୍ୟବାଦ ଜଣାଇବି ନିଶ୍ଚିତ। ବିଶେଷ କରି ମୋ ବୋଉ ଆଉ ବାପା ମୋ ଲେଖାକୁ ପଡି ତାର ସମୀକ୍ଷା କରନ୍ତି, ଯାହା ମତେ ବିଶେଷଭାବେ ସାହାଯ୍ୟ କରେ । ଆଉ ମୋର କିଛି ପ୍ରିୟ ବନ୍ଧୁ, ସେମାନେ ମୋର ଲେଖା କୁ ପଢି ଭଲ ଖରାପ କୁହନ୍ତି, କେବେ କେବେ ନୂତନ ଘଟଣା, ଦୁର୍ଘଟଣା ବିଷୟରେ ବି କହିଥାନ୍ତି ଯାହା ମତେ ବିଶେଷଭାବେ ସାହାଯ୍ୟ କରେ ଆଉ ସେମାନଙ୍କ ମୂଲ୍ୟବାନ ସମୀକ୍ଷା ମତେ ପ୍ରେରଣା ଦିଏ। ଆଉ ଏହି କ୍ଷେତ୍ରରେ ଆଗକୁ ଯିବାକୁ ବେଶୀ ପ୍ରେରଣା ଯୋଗାଇଲା ଓଡ଼ିଆ ପ୍ରତିଲିପି, ସେଠାରେ ଥିବା ପୁରସ୍କାର ବିତରଣ ଓ ସମ୍ମାନ ଆଉ ସେଠାରେ ଥିବା ମୋର ପ୍ରିୟ ପାଠକବୃନ୍ଦ ଓ ମୋର ବଡ ସାନ ଭାଇ ଭଉଣୀଙ୍କର ସମୀକ୍ଷା ମାନ ମତେ ଅନେକ ସାହାଯ୍ୟ ଯୋଗାଇଛି ।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉତ୍ତର – ମୁଁ ମୋର ଲେଖା କୁ କିଛି ସରଳ ଶବ୍ଦରେ ଲେଖି ଥାଏ। ଇଚ୍ଛା ବିଶେଷ କିଛି ନଥାଏ। ମୁଁ ଏତିକି ଭାବେ ଯେ, ମୁଁ ଲେଖିଥିବା ଲେଖା ର ଭାବ ସହିତ ପାଠକ ତାଙ୍କ ଭାବ କୁ ସଂଯୋଗ କରିପାରନ୍ତୁ ।

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉତ୍ତର – ବାସ୍ତବରେ କହିବାକୁ ଗଲେ ଆଜ୍ଞା ମୋ ମତରେ ମୋର ପ୍ରତ୍ୟେକ ଟିପ୍ପଣୀ ଦାତା ଦେଇଥିବା ମୂଲ୍ୟବାନ ଟିପ୍ପଣୀ, ଏମିତି କିଛି ପ୍ରମାଣପତ୍ର ମତେ ଅନେକ ମାତ୍ରାରେ ପ୍ରଭାବିତ କରେ । ତଥାପି ମୁଁ କହିବି, ମୁଁ ଗୋଟିଏ ଗଳ୍ପ ଲେଖିଥିଲି “ଲକ୍ଷ୍ମୀ ପାଇଁ ଖୁସି” ସେହି ଗଳ୍ପ କୁ ପଢି ମୋର କିଛି ସାଙ୍ଗ ଓ ଭଉଣୀମାନେ ତାକୁ ସତଭାବି ଲକ୍ଷ୍ମୀ ବିଷୟରେ ପଚାରିଥିଲେ, ସେ ଏବେ କେମିତି ଅଛିବୋଲି, ସେମାନେ ସେହି ଗଳ୍ପ କୁ ସତ୍ୟ ଭାବି ଦେଉଥିଲେ, ସେହି ସମୟ ମତେ ବହୁତ ଖୁସି ଓ ପ୍ରେରଣା ଦେଇଥିଲା କି ସେମାନେ ମୋ ଗଳ୍ପ କୁ ଜୀବନ୍ତ ଭାବୁଥିଲେ ବୋଲି।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉତ୍ତର – ଆଜ୍ଞା ନିଶ୍ଚୟ, ମୋ ମତରେ ଏହି ମନ୍ତବ୍ଯ ଟି ଠିକ୍ କାରଣ ଅନୁଭବ ଓ ଅନୁଭୂତି ଆମ ସଂଜମତାରେ ନଥାଏ। ଆମେ ଆମ ବୟସ କୁ ମନେ ନ ପକାଇ ଅନେକ ଅନୁଭବ ଓ ଅନୁଭୂତି ଗ୍ରହଣ କରି ଦିଅନ୍ତି। ତାହାକୁ କାଗଜ କାଳୀରେ ବର୍ଣନା କରି ଦେଲେ ସେ ସତେ ଯେମିତି ଜୀବନ୍ତ ସାଜିଯାଏ। ତେଣୁ ଲେଖିବା ପାଇଁ କୌଣସି ବୟସ ଆବଶ୍ୟକ ନଥାଏ।

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉତ୍ତର – ଆଜ୍ଞା ମତେ ଏମିତି ଅନେକ କବି /ଲେଖକ/ଗାଳ୍ପିକ ଙ୍କ ରଚନା ପଢିବାକୁ ଭଲ ଲାଗେ ତନ୍ମଧ୍ୟରୁ କବି ଗଙ୍ଗାଧର ମେହେର ଓ ଫକିର ମୋହନ ସେନାପତି ଙ୍କ ଲେଖା ମତେ ଅଧିକ ଆକର୍ଷିତ କରେ ଓ ଜୀବନ୍ତ କରାଏ ଅନୁଭବ କୁ। କବି ଏବେ ଏହି ଧରା ପୃଷ୍ଠରେ ନାହାନ୍ତି।

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉତ୍ତର – ମତେ କବି ଗଙ୍ଗାଧର ମେହେରଙ୍କର ତପସ୍ଵିନୀ କାବ୍ୟ ଓ ଫକିର ମୋହନ ସେନାପତିଙ୍କର ଛ ମାଣ ଆଠ ଗୁଣ୍ଠ ଓ ରାଧା ମୋହନ ଗଡନାୟକ ଙ୍କର ପିଙ୍ଗଳା ର ଅଭିସାର ଭଲ ଲାଗେ।

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉତ୍ତର – ଆଜ୍ଞା ବାସ୍ତବରେ ମୋର ବାପା, ମା, ବନ୍ଧୁ, ପରିବାର ସମସ୍ତେ ନହେଲେ ବି କେହି କେହି ଅଛନ୍ତି, ସେମାନେ ଅନେକ ମାତ୍ରରେ ପ୍ରେରଣା ଯୋଗାଇଥାନ୍ତି। ଯେହେତୁ ମୋ ମା ବି ଲେଖିବାକୁ ଭଲ ପାଆନ୍ତି ଆଉ ଲେଖନ୍ତି ମଧ୍ୟ ତେଣୁ ମତେ ଖୁବ୍ ପ୍ରୋତ୍ସାହିତ କରିଥାନ୍ତି ଏବଂ ମୋ ବାପା ମୋର ସବୁ ଲେଖା କୁ ପଢିଥାନ୍ତି, ମୋର କିଛି ବନ୍ଧୁ ମଧ୍ଯ ମୋର ଲେଖାକୁ ବହୁତ ଭଲ ପାଆନ୍ତି। ମୋ ପରିବାରର ଲେଖାପ୍ରେମୀ ଯଥା ମୋ ମା ଓ ବଡ଼ ବାପା, ମୋ ସାନ ଭଉଣୀ ଏମାନଙ୍କ ଲେଖା ଲେଖି ପ୍ରତି ଥିବା ଭଲ ପାଇବା ମତେ ଖୁବ୍ ପ୍ରଭାବ ପକାଇଛି। ମୁଁ ଯେଉଁ ପ୍ରକାର ଲେଖା ଲେଖିଲେ ବି ମୋ ମା, ବାପା ତାକୁ ପଢି ଉଚିତ୍ ସମୀକ୍ଷା ଦିଅନ୍ତି ସତ ହେଲେ ମୋ ବନ୍ଧୁ ମାନେ ମତେ କିଛି କ୍ଷୁଦ୍ରଗଳ୍ପ ଲେଖିବାକୁ ପ୍ରେରଣା ଦିଅନ୍ତି।

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉତ୍ତର – ଆଜ୍ଞା ମୋ ମତରେ ଯେତେବେଳେ ଗୋଟେ ପାଠକର ମନକୁ ଆମ ଲେଖା ଛୁଇଁ ନଥାଏ, ସେ ଆଶା କରି ପଢିବା ପାଇଁ ଆସିଥିବା ଲେଖା ତାଙ୍କୁ ସେତିକି ମାତ୍ରାରେ ମନୋରଞ୍ଜନ ଯୋଗାଇ ପାରେନାହିଁ, ସେତେବେଳେ ଗୋଟେ ଲେଖକକୁ କଷ୍ଟ ହେଇଥାଏ।

୧୧- ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉତ୍ତର – ଆଜ୍ଞା ମୁଁ ସେମିତି କ୍ଷୁଦ୍ର କବିତା, ଗଳ୍ପ ଓ କିଛି ସାମାଜିକ ଓ ବାସ୍ତବ ଜୀବନର ନିଜସ୍ୱ ମନ୍ତବ୍ୟ କୁ ରଚନା ଭାବରେ ଲେଖି ଥାଏ।

୧୨- ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ  ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
                     କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉତ୍ତର – ଆଜ୍ଞା ନା ଆଜି ଯାଏ ମୋର କୌଣସି ପୁସ୍ତକ ପ୍ରକାଶିତ ହେଇ ନାହିଁ। ଆଗକୁ ଯଦି ହୁଏ ତେବେ, ମୁଁ ଚେଷ୍ଟା କରିବି ଏମିତି ଲେଖିବା ପାଇଁ ଯେମିତି ସେହି ଲେଖାକୁ ପଢି ପାଠକ ମନୋରଞ୍ଜନ ପାଇବେ ମୁଁ ମୋର ନିଜ କିଛି ଖଟା ମିଠା ଅନୁଭୂତି କୁ ବାଣ୍ଟିବି ଆଉ ପ୍ରକୃତ ସାମାଜିକ ଓ ବାସ୍ତବ ଘଟଣା ସହିତ ପରିଚିତ ଥିବା ଲେଖା ଦେବାକୁ ଚେଷ୍ଟା କରିବି।

୧୩- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ  କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉତ୍ତର – ଆଜ୍ଞା ପ୍ରକୃତରେ ନିଜକୁ ଧନ୍ୟ ମନେ କରୁଛି, ଏହି ପ୍ରତିଷ୍ଠାନ ରେ ଯୋଗଦେବା ପରେ ଅନେକ ଜ୍ଞାନୀ ଗୁଣୀ ଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଲୁଛି। ଏଥିରେ ମୁଁ ବେଶୀ ପ୍ରଭାବିତ ହେଇଚି।

୧୪- ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..?  ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉତ୍ତର – ଆଜ୍ଞା ଯୋଗ ଦେବା ବେଳେ ମୁଁ ଜାଣିନଥିଲି କି ଏତେ ବଡ଼ ଅନୁଷ୍ଠାନରେ ଯୋଗ ଦେଇଚି, ଏବେ ସବୁକିଛି ଏହି ଅନୁଷ୍ଠାନ ବିଷୟରେ ଭାଇଙ୍କ ପାଖରୁ ଜାଣିବାପରେ ନିଜକୁ ଗର୍ବିତ ଓ ଧନ୍ଯ ମନେ କରୁଛି।

୧୫- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉତ୍ତର – ଆଜ୍ଞା ମୁଁ ନିଶ୍ଚିତ ଭାବରେ ଏତିକି କହିବା ପାଇଁ ଚାହିଁବି, ମୁଁ ଏମିତି ମୋର ଭାବ ପ୍ରକାଶ କରିବାର ସୁଯୋଗ ପାଇଥିବାରୁ ବହୁତ ଖୁସି। ଏମିତି ଯୁବ ପ୍ରତିଭା ମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇବି। ଏହି ଅନୁଷ୍ଠାନ ଏମିତି ଅନେକ ଆଗକୁ ଯାଉ ନୂଆ ନୂଆ ପ୍ରତିଭା ଯୋଗ ଦେଉଥାନ୍ତୁ।

୧୬-  ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉତ୍ତର –

ମାଟିର ବାସନା ଜହିଁ ନାଚି ଉଠେ,
ସେହି ମୋ ସାହିତ୍ୟ ଭାଷା,
ଶବ୍ଦରେ ଶବ୍ଦ ଯେ ପ୍ରାଣ ଭରି ଦେଇ,
ଉନ୍ନତ ହେବାକୁ ଆଶା //
ବଡ ପାହାଡ ଟିଏ ନୁହେଁ,
ଧୂଳି କଣା ସାଜି ଏ ଭାଷା ର ରଖିବି ମାନ,
କାର୍ଯ୍ୟ ରେ ହେଇ ବୀର,
ସ୍ଵର ଉଠାଇବି ପଛେ ଯାଉ ମୋର ଏହି ଜୀବନ //

୧୭- ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉତ୍ତର – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ନିଜକୁ ଏକ ମଧୁର ଭାଷୀ, ସାମାଜ ସେବୀ ଓ ସାହାଯ୍ୟକାରୀ ଟିଏ ହେଇ ସମାଜ ର ମଙ୍ଗଳ କରି ପାରିବି।

୧୮- ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉତ୍ତର – ଆଜ୍ଞା ମୋ ମତ ରେ ସେମିତି ନିହାତି ଜରୁରୀ ହେଇ ନଥିଲେ ମଧ୍ୟ ଗୋଟେ ଲେଖକକୁ ପୁରସ୍କାର ଆହୁରି ଆଗକୁ ଉନ୍ନତମାନର ଲେଖା ବାଢ଼ି ଦେବାକୁ ପ୍ରେରଣା ଯୋଗାଇଥାଏ।

୧୯- ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉତ୍ତର – ଆଜ୍ଞା ମୋ ମତରେ ଯେଉଁଠି ପ୍ରତିଯୋଗିତା ଥାଏ ସେଇଠି କେହି ନା କେହି ଜଣେ ଜିତି ଥାଏ, ତେବେ ସମସ୍ତେ ପୁରସ୍କାର ଆଶା କରିଥାନ୍ତି, ମନ ଦୁଃଖ ତ ଟିକେ ହେଇଥାଏ ନିଶ୍ଚୟ କିନ୍ତୁ ସେତିକି ରେ ଭାଙ୍ଗି ପଡିବା ଠିକ୍ ନୂହେଁ, ନିଜ ଦକ୍ଷତା ର ଉପଯୋଗ କରିବା ଉଚିତ୍ ଓ ଆହୁରି ଉନ୍ନତ କରିବା ଉଚିତ୍। ମୋ ମତରେ ହଁ କିଛି ମାତ୍ରାରେ ପ୍ରଭାବିତ ହେଇଥାଏ।

୨୦-  ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉତ୍ତର – ଆଜ୍ଞା ବାସ୍ତବ ରେ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି, ଅଶେଷ ଧନ୍ୟବାଦ ଜଣାଇବାକୁ ଚାହୁଁଚି, ମୋ ପରି ବଣ ମଲ୍ଲି କୁ ଆଣି ଆପଣ ଙ୍କର ଏତେ ବଡ଼ ଦରବାର ରେ ସୁଯୋଗ ଦେଇଥିବାରୁ, ନିଜକୁ ଉପସ୍ଥାପନା କରି ମୁଁ ଧନ୍ଯ ମନେ କରୁଛି। ମୁଁ ବହୁ ମାତ୍ରା ରେ ଖୁସି ଓ ଏହା ମତେ ଖୁବ୍ ପ୍ରଭାବିତ କରିଛି ଆଗକୁ ଆହୁରି ସୁନ୍ଦର ଓ ମୋର ଅନୁଭୂତି କୁ ଭେଟି ଦେବାକୁ। ଧନ୍ୟବାଦ୍।

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

2 thoughts on “*Lets talk with young poetess Suhasini Pattanayak ,hails from Kendujhar , Odisha for SLF Literary Youth Icon Award contest-. 2022*

  1. ଉତ୍ତର ସବୁ ଖୁବ୍ ଛୁଇଁଲା ଦିଦି, ଅସୀମିତ ଶୁଭେଚ୍ଛା….

Leave a Reply

Your email address will not be published. Required fields are marked *