September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

*Lets talk with young poetess Rina Parida ,hails from Khordha, Odisha for SLF Literary Youth Icon Award contest-. 2022*

*Lets talk with young poetess Rina Parida ,hails from Khordha, Odisha for SLF Literary Youth Icon Award contest-. 2022*

ନାମ -ରିନା ପରିଡା
ପିତାଙ୍କ ନାମ –ଦୁର୍ଯୋଧନ ପରିଡା
ମାତାଙ୍କ ନାମ –ଦମୟନ୍ତୀ ପରିଡା
ଜନ୍ମ ତାରିଖ -2/12/2002
ଘର ଠିକଣାଗ୍ରାମ -ଛକଡିପୁର, ପୋଷ୍ଟ -ବିରିବାଡି, ଜିଲ୍ଲା – ଖୋର୍ଦ୍ଧା
ଶିକ୍ଷାଗତ ଯୋଗ୍ୟତା – +3(କଳା ) ଦ୍ଵିତୀୟ ବର୍ଷ, ଶିକ୍ଷା ସମ୍ମାନରେ ଅଧ୍ୟୟନରତ |
ଇ -ମେଲ୍ ଠିକଣା – Paridarina828@gmail.com
ମୁଖପୁସ୍ତିକା/ Facebook- :

https://www.facebook.com/profile.php?id=100078367868327

1- ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ଦେବେ ।

ଉ – ମୋର ଲେଖା ପିଲାଟି ଦିନରୁ ଆରମ୍ଭ ହୋଇଛି କିନ୍ତୁ କିଛି କିଛି ଢଗ ଆକାରରେ ପ୍ରକାଶ କରିଦିଏ | ସମୟକ୍ରମେ ସେହି ଢଗରୁ କିଛି ଶବ୍ଦ ସାଉଁଟି ଜୀବନର ବାସ୍ତବ ରୂପ, ସଂଘର୍ଷମୟ ଜୀବନ ଏବଂ ବୟସର ପାହାଚ ଦେଇ ଆଗକୁ ଆଗକୁ ଗତି କରୁଥିବା ସମୟରେ ଜୀବନ କଣ ବୋଲି ଗଭୀର ଚିନ୍ତନ ଏବଂ ସାମ୍ପ୍ରତିକ ସମାଜକୁ ହୃଦବୋଧ କରି ଏବଂ ସଂଘର୍ଷମୟ ଜୀବନର ମର୍ମକୁ ଭିତ୍ତି କରି ମୋ ଲେଖନୀ ଆରମ୍ଭ ହୋଇଛି |

2- ଆପଣ କିପରି ଭାବେ ଲେଖା ସହ ପାଠପଢା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି?

ଉ – ଭିନ୍ନ ଭିନ୍ନ ପରିସ୍ଥିତିରେ ଭିନ୍ନ ଭାବନା ସୃଷ୍ଟି ହୋଇ ଥାଏ କିନ୍ତୁ ସେହି ଭାବନାକୁ ଉପଯୁକ୍ତ ତଥ୍ୟ ସହିତ ବର୍ଣ୍ଣନା କରିବାକୁ କିଛି ସମୟ ଆବଶ୍ୟକ ହୋଇଥାଏ , ଯାହା ପାଠ ପଢା ସରିବା ପରେ ମୁଁ ଲେଖା ଲେଖି କରିଥାଏ |

3- ଲେଖିବା ନିମନ୍ତେ କେହି ଆପଣଂକୁ ସାହାଯ୍ୟ କରିଛନ୍ତି କି /ପଥ ପ୍ରଦର୍ଶନ କରନ୍ତି କି /ଭୁଲ, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି? ଯଦି ହଁ, ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ |

ଉ – ମୁଁ ପ୍ରତିଲିପି ମଞ୍ଚରେ ଲେଖା ପ୍ରକାଶନ କରିବା ଭିତରେ କିଶୋର ଗିରି ସାରଙ୍କ ସହିତ ପରିଚିତ ହୋଇଥିଲା | ସାର୍ ମତେ ଲେଖାରେ ଭୁଲ୍ ଠିକ୍ ଦର୍ଶାଇବା ସହିତ ଆଗକୁ ଲେଖିବା ପାଇଁ ବହୁତ ଉତ୍ସାହିତ କରିଛନ୍ତି ଏବଂ ଆଗକୁ ଲେଖିବା ପାଇଁ ପ୍ରେରଣା ଯୋଗାଇଛନ୍ତି |

4- ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି?

ଉ – କୌଣସି କବିତା ଲେଖିବା ବେଳେ ସରଳ ଶବ୍ଦ ପ୍ରତି ଧ୍ୟାନ ଦିଏ | କାରଣ ସରଳ ଶବ୍ଦ ସମସ୍ତଙ୍କ ଦ୍ୱାରା ବୋଧଗମ୍ୟ ହୋଇ ପାରିବ ଏବଂ କାହାଣୀରେ ଉପସ୍ଥାପନ ଶୈଳୀ ଓ ଶେଷକଥାରେ ସମାଜ ପ୍ରତି ଶିକ୍ଷଣୀୟ ବାର୍ତ୍ତା ପ୍ରତି ବିଶେଷ ଧ୍ୟାନ ଦିଏ | ଲେଖାଟିକୁ ଲେଖି ସାରିବା ପରେ କେବଳ ଗୋଟିଏ ଆଶା ଯେ, ମୋ ଲେଖାକୁ ପାଠକ ମାନେ ହୃଦୟଙ୍ଗମ କରି ସମାଜରେ କିଛି ପରିବର୍ତ୍ତନ ଆଣନ୍ତୁ ବୋଲି ଆଶା କରେ |

5- ଜଣେ ଯୁବ ଲେଖକ /ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କଣ ରହିଛି?

ଉ – ଅନୁଭୂତି ତ ଅନେକ କିଛି କିନ୍ତୁ ଜୀବନର ସବୁଠାରୁ ବଡ଼ ଅନୁଭୂତି ହେଉଛି ମାଙ୍କ ବାତ୍ସଲ୍ୟ ମମତା ଓ ପାରିବାରିକ ଆବେଗ ଏବଂ ପାରିପାର୍ଶ୍ଵିକ ସମାଜ ଅନୁଯାୟୀ ଅନୁଭବ |

6- “ ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ, ଅନୁଭୂତି, ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ |” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କଣ ଠିକ….! ଯଦି ହଁ, ତେବେ କାହିଁକି? ତାହାର ଉତ୍ତର ରଖିବାକୁ ଅନୁରୋଧ |

ଉ – ମୋ ମତରେ ଏହି ମନ୍ତବ୍ୟ ଟି ଠିକ୍ କାରଣ ଲେଖା ଭିନ୍ନ ଭିନ୍ନ ଧରଣର ହୋଇଥାଏ ଯେପରିକି ଯୌବନ ସମୟରେ ପ୍ରେମ ଚପଳାମୀ ଏବଂ ବାର୍ଦ୍ଧକ୍ୟ ସମୟରେ ଭକ୍ତି ରସ କିନ୍ତୁ ଲେଖିବା ପାଇଁ ଉତ୍ତମ ଚିନ୍ତନ ଓ ମନନର ଆବଶ୍ୟକତା ରହିଛି | ଯଦ୍ୱାରା କବିତାଟି ହୃଦୟସ୍ପର୍ଶୀ ହେବା ସହିତ ସାବଲୀଳ ହୋଇ ପାରିବ |

7- ତୁମର ପ୍ରିୟ କବି /ଲେଖିକା /ଗାଳ୍ପିକ କିଏ ? ସେ କଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି…?

ଉ – ମୋର ପ୍ରିୟ କବି ସ୍ଵଭାଵ କବି ଗଙ୍ଗାଧର ମେହେର | ସେ ଇହଲୀଳା ସମ୍ବରଣ କରି ସାରିଛନ୍ତି |

8 – ତୁମ ପ୍ରିୟ କବି /ଲେଖକ /ଗାଳ୍ପିକମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିବାକୁ ଅନୁରୋଧ |

ଉ – ମୋର ପ୍ରିୟ କବି ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ “ତପସ୍ୱିନୀ ” କାବ୍ୟ ମତେ ବହୁତ ଭଲ ଲାଗେ! ସେଥିରେ ସତୀ ସୀତା ପତୀ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ଝୁରି ତପସ୍ୱିନୀ ଭାବରେ ପ୍ରେମର ଅନାବିଳ ଅନୁରାଗ ଏବଂ ଆବେଗକୁ କବି ମେହେରଙ୍କ ଲିଖନୀରେ ଜୀବନ୍ତ କରି ପାରିଛନ୍ତି |

9 – ଆପଣଙ୍କ ବାପା /ମାଆ, ବନ୍ଧୁ /ପରିବାରବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି…? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି…? ଉତ୍ତର ରଖିବେ ବୋଲି ଆଶା |

ଉ – ମୁଁ ହାଇସ୍କୁଲ ରେ ପଢ଼ୁଥିବା ସମୟରେ ମୋର ଗୁରୁ ଶ୍ରୀ ଅଶୋକ କୁମାର ବେହେରା ଏବଂ ଲୋକନାଥ ପାଇକରାୟ ମତେ ଲେଖିବା ପାଇଁ ବହୁତ ପ୍ରୋତ୍ସାହିତ କରିଥିଲେ | ବର୍ତମାନ ମା ଲେଖିବା ପାଇଁ ପ୍ରୋତ୍ସାହିତ କରିବା ସହିତ ସମାଜର ବର୍ତମାନ ସ୍ଥିତି ଉପରେ ଲେଖିବା ପାଇଁ ପ୍ରେରଣା ଦିଅନ୍ତି |

10 – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କଣ ହୋଇଥାଏ..?

ଉ – ମୋ ମତରେ ଲେଖିବା ରେ କାହାଣୀ ଭିତରେ ଭିନ୍ନ ଭିନ୍ନ ଚରିତ୍ର ସହିତ ଭିନ୍ନ ଭିନ୍ନ ଦିଗ ଦର୍ଶାଇ କାହାଣୀକୁ ଏକ ନୂଆ ମୋଡରେ ନେବା କଷ୍ଟକର ହୋଇଥାଏ |

11- ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି….?

ଉ – ମୁଁ ମୁଖ୍ୟତଃ ସାହିତ୍ୟର କବିତା ରେ ପ୍ରକୃତି, ଭକ୍ତି ବିଭାଗରେ ଏବଂ କାହାଣୀର ଶିକ୍ଷଣୀୟ ଓ ସାମାଜିକ ବିଭାଗରେ ଲେଖାଲେଖି କରେ |

12- ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି…? ଯଦି ହଁ…, ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକ ଆଦୃତି ଲାଭ କରିବ ବୋଲି ଇଛା ବାଢୁଛନ୍ତି ତାହା ନିଶ୍ଚିତ ଜଣାଇବେ |

କିମ୍ବା

ଆପଣଙ୍କର ପୁସ୍ତକ ଅବା ସଂକଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ, ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ |

ଉ – ଯଦି ଭବିଷ୍ୟତରେ ମୋ ଦ୍ୱାରା କିଛି ସଂକଳନ ପ୍ରକାଶିତ ହୁଏ, ତେବେ ସେଥିରେ ଉଚ୍ଚ ନୀଚ ଭେଦଭାବ ଏବଂ ଜାତୀଆଣ ମନୋଭାବ ବିରୋଧରେ ଉପସ୍ଥାପନା ସହିତ ମଣିଷ ହିସାବରେ ସମସ୍ତ ମନୁଷ୍ୟ ପ୍ରତି ସମ୍ମାନ ଏବଂ ଭଦ୍ରତା ପୋଷଣ କରିବା କଥା ଉପସ୍ଥାପନା କରିବି ଯାହାଦ୍ୱାରା ପାଠକ ମାନଙ୍କ ମଧ୍ୟରେ ନିଶ୍ଚିତ ଭାବରେ କିଛି ପରିବର୍ତ୍ତନ ସୃଷ୍ଟି ହୋଇ ପାରିବ ବୋଲି ଆଶା |

13 – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି…?

ଉ – ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ରେ ପ୍ରତିଭାକୁ ବହୁତ ଗୁରୁତ୍ୱ ଦିଆ ଯାଉଛି ଶୁଣି ବହୁତ ଖୁସି ଲାଗିଲା ଏବଂ ବଳିଷ୍ଠ ଲେଖକ, ଲେଖିକା ମାନଙ୍କର ଭଲ ପାଇବା ପାଇଁ ମୁଁ ଆଗକୁ ବଢିବା ପାଇଁ ଖୁବ୍ ପ୍ରଭାବିତ ହୋଇଛି |

14- ବିଶ୍ୱକବି ସଂଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଂଗଠନ, କାଯାକ୍ଷୀସ୍ଥାନ ଦ୍ୱାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ…? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି….!

ଉ – ଆଜ୍ଞା ମୁଁ ଏହି ବିଷୟରେ ଜାଣିଛି ଏବଂ ସୁର୍ଯୋଦୟ ସାହିତ୍ୟ ପ୍ରତିଷ୍ଠାନ ଭଳି ଉଚ୍ଚ କୋଟୀର ପ୍ରତିଷ୍ଠାନରେ ମତେ ଲିଖିତ ସାକ୍ଷାତକାର ଦେବା ପାଇଁ ସୁଯୋଗ ମିଳି ଥିବାରୁ ବହୁତ ଖୁସି |

15 – ସୁର୍ଯୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି….! ଅବା କିଛି ପରାମର୍ଶ ଦେବେ କି…..?

ଉ – ସୁର୍ଯୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ କୌଣସି ଅଭିଯୋଗ ନାହିଁ କିନ୍ତୁ ଏକ ପରାମର୍ଶ ଏହିକି ଯେ, ସର୍ବଦା ଲେଖନୀ ର ମୂଲ୍ୟ ବୁଝି ଲେଖାକୁ ପ୍ରୋତ୍ସାହିତ କରିବା ସହିତ ସମସ୍ତ ଲେଖକ ଏବଂ ଲେଖିକା ମାନଙ୍କୁ ସର୍ବଦା ସମ୍ମାନ ପ୍ରଦର୍ଶନ କରିବା ବଜାୟ ରଖିବା ହେବେ |

16 – ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ? ଛୋଟ କବିତା ଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ |

ଉ – ମୋ ମତରେ ସାହିତ୍ୟ….

ଅନ୍ଧାର ପଥର ଉନ୍ମୁକ୍ତ ଦ୍ୱାର
ଭାବ ଆଦାନ ପ୍ରଦାନର ଦର୍ପଣ
ଶବ୍ଦ ସର୍ଜନାର ସୃଷ୍ଟି ସମ୍ଭାର
କାବ୍ୟ ଉପନ୍ୟାସ ରୂପେ କରେ ଧରାବତରଣ |
ପ୍ରଦୀପ ସମ କରେ ଦୂରୀଭୂତ
ଅନ୍ଧକାର ଅଜ୍ଞାନର
କବି ଲେଖନୀରେ ଅଳଙ୍କାରେ ବିମଣ୍ଡିତ
କରେ ହିତ ଜନ ସମାଜର |

17- ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ…?

ଉ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ସମାଜରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ଲେଖା ମାଧ୍ୟମରେ ସ୍ୱର ଉତ୍ତୋଳନ କରିବା ସହିତ ସମାଜ ପାଇଁ କିଛି ଶିକ୍ଷଣୀୟ ବାର୍ତ୍ତା ପହଂଚାଇବା ମୋର ଲକ୍ଷ୍ୟ |

18 – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକ ମନେ ହୁଏ କି…..?

ଉ – ମୋ ମତରେ ଲେଖକ କିମ୍ବା ଲେଖିକା ପାଇଁ କୌଣସି ପୁରସ୍କାରର ଆବଶ୍ୟକତା ନାହିଁ କେବଳ ପାଠକୀୟ ଆଦୃତି ସହିତ ଲେଖାକୁ ହୃଦୟଙ୍ଗମ କରି ସମାଜରେ ଯଦି କିଛି ପରିବର୍ତ୍ତନ ହୁଏ ତେବେ ଲେଖକକୁ ତାର ପୁରସ୍କାର ମିଳିଯାଏ |

19- ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରୁହେ, ତାହା ଦ୍ୱାରା ତାର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି….? ଆପଣଙ୍କ ନିଜସ୍ୱ ମତବ୍ୟକ୍ତ ପାଇଁ ଅନୁରୋଧ |

ଉ – ମୋ ମତରେ ଲେଖକ କିମ୍ବା ଲେଖିକା କେବେ ପୁରସ୍କାର ଏବଂ ଜିତାପଟକୁ ଗୁରୁତ୍ୱ ଦିଏ ନାହିଁ କେବଳ ନିଜ ଲେଖାର ପାଠକୀୟ ଆଦୃତି ସହିତ ସମାଜ ପାଇଁ କିଛି ପରିବର୍ତନର ଆଶା କରିଥାଏ | ଯଦି କୌଣସି ପାଠକୀୟ ଆଦୃତି ମିଳେନାହିଁ ତେବେ ସେ ଲେଖିବାକୁ କୁଣ୍ଠାବୋଧ କରେ,କାରଣ ପାଠକ ବିନା ଲେଖନୀର କୌଣସି ମୂଲ୍ୟ ନାହିଁ |

20 – ସୁର୍ଯୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଂକୁ ସ୍ୱତନ୍ତ୍ର ସୁଯୋଗ ମିଳିଛି | କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ |

ଉ – ସୁର୍ଯୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ମତେ ସୁଯୋଗ ମିଳି ଥିବାରୁ ମୁଁ ବହୁତ ଖୁସି ଏବଂ ବିଶିଷ୍ଟ ମେଣ୍ଟର୍ ମାନଙ୍କ ତତ୍ୱାବଧାନରେ ଆଗକୁ ବଢିବା ପାଇଁ ସୁଯୋଗ ମିଳି ଥିବାରୁ ମୁଁ ଲେଖିବା ପାଇଁ ଖୁବ୍ ପ୍ରଭାବିତ |

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
~~~°°°°°~~~~

Loading

5 thoughts on “*Lets talk with young poetess Rina Parida ,hails from Khordha, Odisha for SLF Literary Youth Icon Award contest-. 2022*

  1. ଖୁବ୍ ସୁନ୍ଦର ଉତ୍ତର ସବୁ ଦିଦି, ଅସୀମିତ ଶୁଭେଚ୍ଛା……

Leave a Reply

Your email address will not be published. Required fields are marked *