March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*Lets talk with young poetess Subhadra Pattayat ,hails from Byasbhumi Sand city Balasore, Odisha for SLF Literary Youth Icon Award contest-. 2022*

*Lets talk with young poetess  Subhadra Pattayat ,hails from Byasabhumi Sand city Balasore, Odisha for SLF Literary Youth Icon Award contest-. 2022*

ନାମ – ସୁଭଦ୍ରା ପଟ୍ଟାୟତ
ପିତାଙ୍କ ନାମ– ବାସୁଦେବ ପଟ୍ଟାୟତ
ମାତାଙ୍କ ନାମ– ପଦ୍ମିନୀ ପଟ୍ଟାୟତ
ଜନ୍ମ ତାରିଖ- ୦୩. ୦୫. ୧୯୯୮
ଘର ଠିକଣା- ଲଙ୍ଗଳେଶ୍ବର, ବାଲେଶ୍ବର ( ୭୫୬୦୨୪)
ଶିକ୍ଷାଗତ ଯୋଗ୍ୟତା- +୩ କଳା
ଇ-ମେଇଲ୍ ଠିକଣା[email protected]
ମୁଖପୁସ୍ତିକା-:: https://www.facebook.com/subhadra.pattayat

ହେ ଯଶଶ୍ୱିନୀ ସୁଭଦ୍ରା !

 

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉ- ୨୦୧୩ ର ଘଟଣା । ଦିନେ ସନ୍ଧ୍ୟାରେ ଆମେ ସ୍ବପରିବାରେ ଘର ବାରଣ୍ଡାରେ ବସିଥାଉ । ସମସ୍ତେ ପରସ୍ପର ସହିତ କଥାବାର୍ତ୍ତା କରୁଥିଲେ । ହେଲେ ମୁଁ ଏକଧ୍ୟାନ ହେଇ ଚାହିଁଥାଏ ଜହ୍ନକୁ । ସେତେବେଳେ କେମିତି କେଜାଣି ଜହ୍ନକୁ ନେଇ ବହୁତ ଶବ୍ଦ ମନରେ ଉଙ୍କି ମାରୁଥିଲା । ସେସବୁକୁ ମୁଁ ଯେତେ ଅଣଦେଖା କରିବାକୁ ଚାହିଁଲେ ମଧ୍ୟ ପୁଣି ଶବ୍ଦ ସବୁ ମନକୁ ଆସି ବିଚଳିତ କରୁଥିଲା । ପରେ ସେ ସବୁ ଶବ୍ଦ ମୁଁ ଖାତାରେ ଲେଖିଦେଲି ।
ପର ମୁହୂର୍ତ୍ତରେ ଶବ୍ଦକୁ ଶବ୍ଦ ଯୋଡ଼ି ଲେଖିଲି –
ଜହ୍ନ ଯେବେ ଦେଖେ ମୁଁ ପ୍ରିୟା
ତୋ କଥା ମନେ ପଡ଼ିଯାଏ…
ଘରେ ସମସ୍ତଙ୍କୁ ଦେଖେଇଲି ସମସ୍ତେ ହସିଲେ ମୁଁ ମଧ୍ୟ ହସି ସବୁକୁ ଅଣଦେଖା କରିଲି । ଆଉ କେବେ ଲେଖିବାକୁ ଚେଷ୍ଟା କରିନଥିଲି ।
ପର ମୁହୂର୍ତ୍ତରେ ୨୦୧୩ ଡିସେମ୍ବରରେ Durga Prasanna Jr. College, Langaleswar ରେ +୨ (କଳା) ପ୍ରଥମ ବର୍ଷ ପଢ଼ିବା ସମୟରେ ଆମ କଲେଜର ସମସ୍ତ ପିଲାଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମିଶି ପୁରୀ ଓ ଅନ୍ୟାନ୍ୟ ଦାର୍ଶନିକ ସ୍ଥାନ ଭ୍ରମଣରେ ବାହାରିଲୁ । ଆମର କଲେଜର ପ୍ରିନ୍ସିପାଲ୍ ତଥା ସାହିତ୍ୟ ପ୍ରଫେସର ( ଶ୍ରୀଯୁକ୍ତ ସୁବ୍ରତ କୁମାର ନନ୍ଦି ) ସାର୍ ଆମକୁ କହିଲେ, ଆମେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଛୁ । ତେଣୁ ତାଙ୍କ ବିଷୟରେ କିଛି ଲେଖିଲେ ଭଲ ହୁଅନ୍ତା । ସେତେବେଳେ ମୁଁ କବିତାଟିଏ ଲେଖି ସାରଙ୍କୁ ଦେଇଥିଲି ଯାହାର ଶୀର୍ଷକ ଥିଲା –
” କାଳିଆରେ ମୋତେ ତୋ ଶ୍ରୀକ୍ଷେତ୍ରକୁ ନେବୁ ”
ମୋର ଏହି କବିତାଟିକୁ ସମସ୍ତେ ବହୁତ ଭଲ ପାଇବା ଦେବାର ଦେଖି ମୋତେ ବହୁତ ଖୁସି ଲାଗିଥିଲା । ପରେ ସାର୍ କହିଥିଲେ ( ସୁଭଦ୍ରା ଆମ କଲେଜର କବି, ଆମ କଲେଜର ଗର୍ବ , ଆମ କଲେଜର ନାଁ ରଖିବେ ଦିନେ ) ବାସ୍ ସେହିଦିନ ଠାରୁ କେବେ ପଛକୁ ଫେରି ଚାହିଁନାହିଁ ।

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ- ପଢ଼ିବା ପାଇଁ ମୁଁ ସେମିତି ବିଶେଷ ସମୟ ଧାର୍ଯ୍ୟ କରିନଥାଏ । କେତେବେଳେ ବି ପଢ଼ିବା ପାଇଁ ବସିଯାଏ । ହେଲେ ଲେଖିବା କଥା କହିବି ତ ମୁଁ ପ୍ରତ୍ୟେକ ମୂହୁର୍ତ୍ତରେ କିଛି ନା କିଛି ଭାବୁଥାଏ ।
ଏବଂ ଯେତେବେଳେ ଯାହା ବି ଶବ୍ଦ ମନକୁ ଆସେ ସେସବୁକୁ ଲେଖିରଖେ । ବିଶେଷ ଭାବରେ ଯେତେବେଳେ ମୁଁ ଶାନ୍ତ ପରିବେଶରେ ଥାଏ ସେତେବେଳେ ଅଧିକ ଶବ୍ଦ ସଂଗ୍ରହ କରିବାରେ ସଫଳ ହୋଇଥାଏ ।

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

ଉ- ହଁ ନିଶ୍ଚୟ, ସର୍ବ ପ୍ରଥମେ ମୋତେ ଲେଖିବାରେ ସାହାଯ୍ୟ କରେ ଏ ସୁନ୍ଦର ପ୍ରକୃତି । ପ୍ରକୃତିର ସୌନ୍ଦର୍ଯ୍ୟରୁ ମୁଁ ଶବ୍ଦ ଖୋଜି ଚାଲେ । ପରେ ଫେସବୁକରେ ମୁଁ ମୋର ଯେଉଁ କବିତା ପୋଷ୍ଟ୍ କରେ ସେ ସବୁ ପଢ଼ିବା ପରେ ସେଥିରେ କିଛି ନା କିଛି ମତାମତ ଦେଇଥାନ୍ତି ପାଠକ ମାନେ । ଯାହାକି ମୋତେ ଆଗକୁ ଲେଖିବା ପାଇଁ ଉତ୍ସାହିତ କରିଥାଏ ।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉ- ମୁଁ କୌଣସି ଲେଖା ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ଶୀର୍ଷକ ପ୍ରତି ବିଶେଷ ଧ୍ୟାନ ଦେଇଥାଏ । ଲେଖାଟି ଲେଖିସାରିବା ପରେ ଇଛା କରେ କି ସମସ୍ତେ ମୋ ଲେଖାଟି ପଢ଼ନ୍ତୁ ଏବଂ ନିଜର ମତ ପ୍ରକାଶ କରିବା ସହିତ ଲେଖାରେ ଥିବା ତୃଟି ମୋତେ ଜଣାଇ ଦିଅନ୍ତୁ । ଯାହା ଫଳରେ ମୁଁ ମୋର ତୃଟିକୁ ଠିକ୍ କରି ପାରିବି ।

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଉ- ଅନୁଭୂତି ବିନା ଆମେ ଗୋଟିଏ ମଧ୍ୟ ଶବ୍ଦ ଲେଖି ନପାରୁ । କେବେ କିଛି ଅନୁଭୂତି ଧୀରେ ଆସି ଓଠରେ ହସ ବୋଳିଦେଇ ଯାଏ ତ ପୁଣି କେବେ ଆଖିରେ ଲୁହ ଦେଇଯାଏ । ଅନୁଭୂତି ନିଜର ହେଉ କିମ୍ବା ଅନ୍ୟ କାହାର ଅନୁଭୂତି କୁ ଆମେ ଅନୁଭବ କରି ଯଦି କିଛି ଲେଖି ପାରୁଛେ ତେବେ ଆମେ ନିଜକୁ ଲେଖକ ବା ଲେଖିକା ବୋଲି ଭାବିବୁ । ମୋର ଅନୁଭୂତି ତ ଅନେକ ଅଛି ମାତ୍ର ମୁଁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଲେଖିବାକୁ ପସନ୍ଦ କରେ ।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ- ସାହିତ୍ୟ ପ୍ରତ୍ୟେକ କ୍ଷେତ୍ରରେ ଆମର ହିତ ହିଁ କରିଥାଏ ।
ବିଭିନ୍ନ ପୁସ୍ତକ ପଢ଼ିବା ଦ୍ବାରା ଆମେ ବହୁତ ଶବ୍ଦ ଏବଂ ତାର ବିଭିନ୍ନ ଅର୍ଥ ଜାଣିବାକୁ ପାଇଥାଉ ଯାହା କବିତା ଇତ୍ୟାଦି ଲେଖିବାରେ ଆମକୁ ସାହାଯ୍ୟ କରିଥାଏ ।

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?

ଉ- ମୋର ପ୍ରିୟ ଗାଳ୍ପିକ ତଥା ଔପନ୍ୟାସିକ ହେଉଛନ୍ତି ବାଲେଶ୍ବର ମାଟିର ଗର୍ବ ଓ ଗୌରବ ବ୍ୟାସକବି ଫକୀର ମୋହନ ସେନାପତି । ସେ ଇହଧାମ ତ୍ୟାଗ କରି ସାରିଛନ୍ତି ।

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।

ଉ- ବ୍ୟାସକବି ଫକୀର ମୋହନ ସେନାପତିଙ୍କ ମାମୁଁ , ଲଛମା,
ପ୍ରାୟଶ୍ଚିତ, ଛଅ ମାଣ ଆଠ ଗୁଣ୍ଠ ଇତ୍ୟାଦିରେ ସେ ସମାଜର ପ୍ରତିଛବିକୁ ବହୁତ ସୁନ୍ଦର ଭାବରେ ଆଙ୍କିଦେଇଛନ୍ତି ।

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

ଉ- ହଁ ଲେଖିବା ପାଇଁ ବହୁତ ଜଣ ମୋତେ ପ୍ରୋତ୍ସାହିତ କରନ୍ତି ବିଶେଷ କରି ମୋ ମାଆ , ଭାଇ ଏବଂ ମୋର ଦୁଇ ବନ୍ଧୁ ଯାହାଙ୍କ ସହିତ ଏହି ଲେଖା ହିଁ ମୋତେ ପରିଚିତ କରେଇଛି, ବର୍ତ୍ତମାନ ସମୟରେ ସେମାନେ ମୋ ଜୀବନର ଅଂଶ ସାଜିଛନ୍ତି । ସେମାନେ ମୋତେ ଲେଖିବା ପାଇଁ ଅଧିକ ପ୍ରୋତ୍ସାହିତ କରିଥାନ୍ତି । ବିଶେଷ କରି ପରିବାର ଏବଂ ସମାଜର ଚାଲିଚଳଣୀକୁ ସାମ୍ନାରେ ରଖି ଲେଖିବାକୁ ପ୍ରେରଣା ଦେଇଥାନ୍ତି ।

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?

ଉ- ଲେଖିବାରେ ସେମିତି କିଛି କଷ୍ଟ ନାହିଁ । ମାତ୍ର ଯେତେବେଳେ ଲାଗେ କି ଲେଖିବା ପାଇଁ ଯଥେଷ୍ଟ ସମୟ ଉପଯୋଗ କରିପାରୁନାହିଁ କି କୌଣସି ଶବ୍ଦର ପ୍ରତିଶବ୍ଦ ପାଏନାହିଁ ସେତେବେଳେ କଷ୍ଟ ହେଇଥାଏ ।

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?

ଉ: କବିତା ବିଭାଗ ।

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

ଉ- ହଁ, ମୁଁ ଗୋଟିଏ ପୁସ୍ତକ ରଚନା କରିବାକୁ ଇଚ୍ଛା ରଖିଛି ।
ଯେଉଁଥିରେ କି ମୁଁ ସମାଜରେ ଚାଲି ଆସୁଥିବା ଅନ୍ୟାୟ ଅତ୍ୟାଚାର ଉପରେ ସ୍ବରତୋଳନ କରିବ ।

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଉ- ଉ- ବହୁତ ମୂଲ୍ୟବାନ ପ୍ରଶ୍ନଟିଏ ଆଜ୍ଞା । ଆମେ ବିଭିନ୍ନ ଅନୁଷ୍ଠାନରେ ସାମିଲ ରହୁଛେ ଏବଂ ନିଜର କବିତା ଇତ୍ୟାଦି ଦେଉଛେ । ଆମ କବିତା ପଢ଼ିବା ପରେ ସମସ୍ତେ ବହୁତ ଭଲ ଭଲ ମତାମତ ରଖୁଛନ୍ତି । କିନ୍ତୁ କୌଣସି ଅନୁଷ୍ଠାନରେ ଆମ କବିତାରେ ରହୁଥିବା ତୃଟି ଆମକୁ ଦର୍ଶାଉନାହାନ୍ତି । ଯାହା ଦ୍ବାରା ଆମେ ବାରମ୍ବାର ସେହି ଭୁଲ୍ କରିଚାଲୁଛେ । ମାତ୍ର ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପରିବାରର କର୍ମକର୍ତ୍ତା ଆମକୁ ଆମର ତୃଟି ଦର୍ଶାଉଛନ୍ତି । ଯାହା ଫଳରେ ଆମେ ନିଜର ଭୁଲ୍ ସୁଧାରିବା ସହ ଆଗକୁ ବଢ଼ିବାରେ ସମର୍ଥ ହେଉଛୁ ।

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!

ଉ- ନୀତି ନିୟମ ବିନା କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥାଏ ।
ଅନୁଷ୍ଠାନର ନୀତି ନିୟମ ପାଖରେ ମୁଁ ମସ୍ତକ ନୂଆଉଁଅଛି 🙏

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?

ଉ- ନା,କୋୖଣସି ଅଭିଯୋଗ ନାହିଁ ।

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ

ଉ-

ଥିଲି ମୁଁ ଅଚିହ୍ନା ଦୂନିଆ ଆଗରେ
ଦେଇଦେଲୁ ମୋତେ ତୁ ନୂଆ ପରିଚୟ ,
ବିଶ୍ବ ଦରବାରରେ ତୋ ମାନ ପାଇଁ
ଗଲେ ପଛେ ଯାଉ ଜୀବନ ମୋର,
କବି ନୁହେଁ କି ମୁଁ ନୁହେଁ ଲେଖିକା
ଶବ୍ଦ ଓ ସାହିତ୍ୟର ମୁଁ ପ୍ରେମିକା । ।

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?

ଉ- ସାହିତ୍ୟ ହେଉଛି ସମାଜର ଦର୍ପଣ । ଯେମିତି ଦର୍ପଣ କେବେ ମିଛ କହେନାହିଁ ଠିକ୍ ସେମିତି ସାହିତ୍ୟ କେବେ ମଧ୍ୟ ଆମକୁ ଭୁଲ୍ ଶିକ୍ଷା ଦିଏ ନାହିଁ । ଆଜିର ଆଧୁନିକ ସମାଜରେ ଘଟୁଥିବା କାର୍ଯ୍ୟକଳାପ ଅନ୍ୟାୟ ଅନୀତି ସମ୍ପର୍କରେ ଓ ତାର ପ୍ରତିକାର ସମ୍ପର୍କରେ ଉପସ୍ଥାପନ କରି ସମାଜର ମଙ୍ଗଳ କରିବାକୁ ଚେଷ୍ଟା କରିବି ।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?

ଉ- ଜଣେ ସାହିତ୍ୟ ସାଧକ/ ସାଧିକା କେବେ ମଧ୍ୟ ପୁରସ୍କାର ପାଇବା ଆଶାରେ ନଥାନ୍ତି । ମାତ୍ର କୌଣସି କାର୍ଯ୍ୟ ପାଇଁ ଯଦି ପୁରସ୍କାର ବା ପ୍ରୋତ୍ସାହନ ମିଳେ ତେବେ ଆମର ଖୁସି ଦ୍ବିଗୁଣିତ ହୋଇଥାଏ ଏବଂ ଆଗକୁ ବଢ଼ିବାରେ ଆଗ୍ରହ ବୃଦ୍ଧି ପାଇଥାଏ । ତେଣୁ ସାହିତ୍ୟ ସର୍ଜନା ଦିଗରେ ପୁରସ୍କାର ଓ ପ୍ରୋତ୍ସାହନ ଆବଶ୍ୟକ ବୋଲି ମୋର ମତ ।

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

ଉ- ନା, ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ , ତାହା ଦ୍ୱାରା ତାର ପ୍ରତିଭା ପ୍ରଭାବିତ ହୁଏ ନାହିଁ । ବରଂ ସେ ନିଜର ତୃଟି ବୁଝିପାରେ । ସବୁଠାରୁ ବଡ଼ କଥା ହେଉଛି ପାଠକ ଯେତେବେଳେ ଆମର ତୃଟି ବାହାର କରୁଛନ୍ତି ଏବଂ ନିଜର ମତାମତ ଦେଉଛନ୍ତି ତାହା ହିଁ ଲେଖକ ଲେଖିକାଙ୍କ ପାଇଁ ଦାମୀ ପୁରସ୍କାର ହେଇଥାଏ ।

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ- ସମୟ ଆମକୁ ବାରମ୍ବାର ସୁଯୋଗ ଦେଇନଥାଏ କି ସମସ୍ତଙ୍କୁ ସୁଯୋଗ ମିଳିନଥାଏ । ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ମୋତେ ଏତେ ବଡ଼ ସୁଯୋଗ ଦେଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ।

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

8 thoughts on “*Lets talk with young poetess Subhadra Pattayat ,hails from Byasbhumi Sand city Balasore, Odisha for SLF Literary Youth Icon Award contest-. 2022*

  1. ମର୍ମସ୍ପର୍ଶୀ ଉତ୍ତର ସବୁ, ଅସୀମିତ ଶୁଭେଚ୍ଛା ଦିଦି

    1. ଅଜସ୍ର ସ୍ନେହ ଶ୍ରଦ୍ଧା ଓ ଭଲପାଇବା ତୁମକୁ

  2. Subhadra Pattayat is a very sensitive creative innovative young beautiful writer cum poetess. Congrats beti, keep up the good work

Leave a Reply

Your email address will not be published. Required fields are marked *