September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

*Lets talk with young poetess MS Pragnya Paramita Purohit ,hails from Subarnapur, Odisha for SLF Literary Youth Icon Award contest-. 2022*

*Lets talk with young poetess MS Pragnya Paramita Purohit ,hails from Subarnapur, Odisha for SLF Literary Youth Icon Award contest-. 2022*

ନାମ– ପ୍ରଜ୍ଞା ପରମିତା ପୁରୋହିତ
ପିତା ଙ୍କ ନାମ- ଶ୍ରୀ ଶଶିଭୂଷଣ ପୁରୋହିତ
ମାତାଙ୍କ ନାମ- ଶ୍ରୀମତୀ ନିଳୀମା ପାଣିଗ୍ରାହୀ
ଜନ୍ମ ତାରିଖ-୦୬/୦୪/୨୦୦୨
ଘର ଠିକଣା- ଗ୍ରା/ପୋ – ଡୁଙ୍ଗୁରିପାଲି
ଥାନା– ଡୁଙ୍ଗୁରିପାଲି
ଜିଲ୍ଲା– ସୁବର୍ଣ୍ଣପୁର (ଓଡିଶା)
ପିନ୍-
ଶିକ୍ଷାଗତ ଯୋଗ୍ୟତା- ସ୍ନାତକୋତ୍ତର (ଜୀବ ବିଜ୍ଞାନ)
ଇ- ମେଲ୍ ଠିକଣା- pragnya134jpg@gmail.com

ମୁଖପୁସ୍ତିକା/ Facebook-;:

https://www.facebook.com/profile.php?id=100078246933249

ହେ ଯଶଶ୍ୱିନୀ ପ୍ରଜ୍ଞା !

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ:-
ମୋ ଜେଜେବାପା ଅନେକ ବହି ପଢନ୍ତି , ଥରେ ତାଙ୍କ ଠୁ ତାଙ୍କର ଗୋଟେ ଯାତ୍ରା ର ବର୍ଣ୍ଣନା କବିତା ଆକାର ରେ ଶୁଣିଥିଲି ଆଉ ପରବର୍ତ୍ତୀ ସମୟ ରେ ମୋର କିଛି ସାଙ୍ଗ ମତେ ପ୍ରେରିତ କରିଥିଲେ।

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ:-
ମୁଁ ଗୋଟେ ବିଦ୍ୟାର୍ଥୀ କିନ୍ତୁ କବିତା ଲେଖିବା ମୋ ରୁଚି, ସେଥି ପାଇଁ
ସମୟ ମିଳିଯାଏ।
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ:-
ମୋ ମାଁ ମତେ ଲେଖିବା ରେ ବହୁତ ସାହାଯ୍ୟ କରନ୍ତି,ସେ ପ୍ରାୟତଃ ମୋର ବ୍ୟାକରଣ ଗତ ତୃଟି କୁ ଠିକ୍ କରିବାରେ ମୋର ସାହାଯ୍ୟ କରନ୍ତି।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ:-
ମୁଁ ପ୍ରଥମେ ତାର ବିଷୟବସ୍ତୁ କୁ ଧ୍ୟାନ ଦିଏ ,ତା ଉପରେ ମୋର ଚିନ୍ତାଧାରା କୁ ପରେ କବିତା ର ଛନ୍ଦ ରେ ଛନ୍ଦି ଦିଏ।

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉ:-
ଅନୁଭୂତି ତ ବହୁତ ଅଛି କିନ୍ତୁ ଏହା ମତେ ମୋ ମନ କଥା କୁ ଅତି ସରଳ ଭାବରେ କହିବାକୁ ସୁଯୋଗ ଦିଏ, ଯତ୍ଦ୍ଵାରା ମୁଁ ଅନେକ ପରିସ୍ଥିତି ର ସହ ଲଢ଼ି ପାରିଛି।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ:-
ହଁ ନିଶ୍ଚୟ, ଅନୁଭବ ଅନୁଭୂତି ଲେଖା କୁ ଜୀବନ୍ତ କରିପାରେ , ପୁସ୍ତକ ପଠନ ଲେଖିବା ର କୌଶଳ ଶିକ୍ଷା ଦେଇଥାଏ ଏବଂ ଗଭୀର ମନନ ଚିନ୍ତନ ନୂତନ ଚିନ୍ତାଧାରାର ର ସୃଷ୍ଟି କରିଥାଏ।
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉ:-
ମୋର ପ୍ରିୟ କବି ହେଉଛନ୍ତି ଗଙ୍ଗାଧର ମେହେର । ସେ ଏହାଧାମ ତ୍ୟାଗ କରିସାରିଛନ୍ତି।

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ:-
ଗଙ୍ଗାଧର ମେହେର ଙ୍କ ରଚିତ ଭକ୍ତି କାବ୍ୟ ଟି ମୋର ଅତ୍ୟନ୍ତ ପ୍ରିୟ, ଏଥିରେ ସେ ଇଶ୍ୱରୀୟ ଅନୁଭୂତି କୁ ଏକ ନୂତନ ଚିନ୍ତାଧାରାର ପ୍ରଦାନ କରିଛନ୍ତି। ତାଙ୍କର ଅନ୍ୟାନ୍ୟ କୃତି ମଧ୍ୟରେ ଭାରତୀ ଭାବନା, ଅମୃତମୟ,ମହିମା ଆଦି ପ୍ରଧାନ।

ପ୍ରତିଭା ରାୟ ଙ୍କ ଯାଜ୍ଞସେନୀ ଉପନ୍ୟାସ ଟି ବେଶ ମନ ଛୁଆଁ

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ:-
ମୋର ପରିବାର ରେ ସମସ୍ତଙ୍କ ଲେଖା ରେ ବେଶ୍ ରୁଚି ଅଛି।ସେମାନେ ମୋ ଠୁ କିଛି ଆଶା କରି ନ ଥିଲେ ହେଁ ମୋର ଲିଖିତ ଭକ୍ତି କବିତା କୁ ବେଶ ପ୍ରୋତ୍ସାହନ କରନ୍ତି।

 

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ:-
ନିଜର ମନ ର ଭାବନା କୁ ସେହି ରୂପେ ଅନ୍ୟ ଆଗ ରେ କବିତା ଭାବରେ ବର୍ଣ୍ଣନା କରିବା ଟିକେ କଷ୍ଟକର ହୁଏ କିନ୍ତୁ ବାରମ୍ବାର ଅଭ୍ୟାସ ଦ୍ଵାରା ଏହାକୁ ଠିକ୍ କରାଯାଇ ପାରିବ ବୋଲି ମୋର ବିଶ୍ୱାସ।

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ:-
ମୁଁ ମୁଖ୍ୟତଃ କବିତା ଏବଂ ନିବନ୍ଧ ଲେଖେ,ଯେଉଁ ଥିରେ ଦ୍ବିଅର୍ଥବୋଧକ କବିତା ଲେଖିବା ରେ ମୋର ବେଶ୍ ରୁଚି।

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ:-
ନା ଏବେ ଯାଏ କିଛି ପୁସ୍ତକ ପ୍ରକାଶ ପାଇ ନି କିନ୍ତୁ ଯଦି କେବେ ପ୍ରକାଶ ପାଏ ତେବେ ମୁଁ ସେଥିରେ ନବଜାଗରଣ ସହ ଧର୍ମନିରପେକ୍ଷତା ର ଚିନ୍ତାଧାରା କୁ ପାଠକ ଙ୍କ ହୃଦୟ ଗୋଚର କରିବାର ଚେଷ୍ଟା କରିବି।

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ:-
ମୁଁ ଉକ୍ତ ପ୍ରତିଷ୍ଠାନ ରେ ନୂଆ, ବେଶ୍ କିଛି ଜାଣି ନି କିନ୍ତୁ ଏହା ଦ୍ଵାର ଅନେକ ପ୍ରତିଭା ପ୍ରସ୍ଫୁଟିତ ହେବେ ବୋଲି ମୋର ଆଶା।

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ:-
ହଁ ଜାଣିଛି। ଏହାର ନୀତି ଆଦର୍ଶ, ପ୍ରେରଣା ଦାୟକ। ବିଶ୍ଵ ର ଅନେକ ଲେଖକ/ଲେଖିକା ଙ୍କୁ ସେ ସ୍ଥାନ ଦେଇଛି।
ସମସ୍ତେ ସହଯୋଗ କଲେ ଏହା ଏକ ଉନ୍ନତ ସଭ୍ୟତା ନିର୍ମାଣ ରେ ଯୋଗଦାନ କରିବା।

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ:-
ନା କିଛି ଅଭିଯୋଗ ନାହିଁ।

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ:-
ଶବ୍ଦ ଶବ୍ଦ ହୋଇ ହୁଏ ସାହିତ୍ୟ
ଲେଖନୀ ମୁନ ରେ ସେ ପ୍ରକାଶିତ,
ମନ ର ଭାବନା ସ୍ୱୟଂଚାଳିତ
ସାହିତ୍ୟ ଭାବରେ ପ୍ରତିଫଳିତ।

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ:- ସାହିତ୍ୟ ସାଧନା ରେ ବ୍ରତୀ ରଖି ମୁଁ ସମାଜ ରେ ହେଉ ଥିବା କୁପ୍ରଥା କୁ ସମାପ୍ତ କରିବା ସହ ଧର୍ମନିରପେକ୍ଷତା ଓ ସମାନତା ର ବାର୍ତ୍ତା ଜନ ସମୁଦାୟ ରେ ପହଞ୍ଚାଇ ବାକୁ ଚେଷ୍ଟା। କରିବି।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ:-
ପୁରସ୍କାର ପ୍ରକୃତ ରେ ଅନ୍ୟ ମାନଙ୍କୁ ସେ ଦିଗ ରେ ଯୋଗଦାନ ଦେବା ପାଇଁ ଉତ୍ସାହିତ କରିବାର ମାଧ୍ୟମ।
ଏହା ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ।

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ:-
ଏହା ବ୍ୟକ୍ତିଗତ କିନ୍ତୁ ମୋ ମତ ରେ ନୁହେଁ,ପୁରସ୍କାର କେବଳ ଶ୍ରେଷ୍ଠ କୁ ମିଳେ ଏବଂ ଏହା ଅନ୍ୟ ମାନଙ୍କୁ ଶ୍ରେଷ୍ଠ ହେବାର ସୁଯୋଗ ଦେଇଥାଏ।

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ:-
ମୁଁ ବେଶ୍ ଖୁସି । ମୁଁ ମୋ ଲେଖା ମାଧ୍ୟମ ରେ ସମାଜ ରେ ଯୋଗଦାନ କରିବାର ଅବସର ଦେବା ପାଇଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ମୁଁ ଆଭାରି।

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା,ବାଲେଶ୍ଵର

Loading

3 thoughts on “*Lets talk with young poetess MS Pragnya Paramita Purohit ,hails from Subarnapur, Odisha for SLF Literary Youth Icon Award contest-. 2022*

  1. ଅତି ସୁନ୍ଦର ଭାବେ ସମସ୍ତ ଉତ୍ତର ରଖିଛନ୍ତି
    ଢ଼େର ସାରା ଶୁଭେଚ୍ଛା

Leave a Reply

Your email address will not be published. Required fields are marked *