*Lets talk with young offspring of Odia Literature Mr. Chunil Kumar Gangdev ,hails from Kalahandi, Odisha for SLF Literary Youth Icon Award contest-. 2022*
ନାମ – ଚୁନିଲ କୁମାର ଗଙ୍ଗ ଦେବ
ପିତାଙ୍କ ନାମ– ଶ୍ରୀ ସୁବାସ ଚନ୍ଦ୍ର ଗଙ୍ଗ ଦେବ
ମାତାଙ୍କ ନାମ- ଶ୍ରୀମତୀ ଭୂମିସୂତା ଗଙ୍ଗ ଦେବ
ଜନ୍ମ ତାରିଖ– ୧୫.୦୬.୧୯୯୩
ଘର ଠିକଣା– ଗ୍ରାମ– ଯୁଯୁରାଙ୍ଗ, ପୋ-ଗୋକୁଳେଶ୍ୱର,
ପିନ-୭୬୬୦୧୧ କେସିଙ୍ଗା, କଳାହାଣ୍ଡି
ଶିକ୍ଷାଗତ ଯୋଗ୍ୟତା– +୩ କଳା
ଇ-ମେଇଲ୍ ଠିକଣା– chunilkumargangdev@gmail.com
ମୁଖପୁସ୍ତିକା/ Facebook-::
https://www.facebook.com/chunilkumar.gangdev
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ- ପିଲାବେଲେ ଜହ୍ନମାମୁଁ ବହିଟି ପଢିବାକୁ ବହୁତ ଭଲ ଲାଗୁଥିଲା । କାଲିଜାଇରେ ସନ୍ଧ୍ୟା କବିତାଟି ମୋତେ ଆଜି ମଧ୍ୟ ଭଲ ଲାଗେ । କେତେକ ବନ୍ଧୁଙ୍କ ଉତ୍ସାହ କ୍ରମେ ଲେଖିବା ଆରମ୍ଭ କରିଛି ।
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ.- ସାମାଜରେ ଘଟୁ ଥିବା କଥାବସ୍ତୁ ଉପରେ ହିଁ ମୋର କବିତା ଗାରେଇ ହୋଇଯାଏ । ଯେତେବେଳେ ମନକୁ ଆସେ ଲେଖି ଦିଏ । ଏହା ମୋ ପାଇଁ ଗୋଟାଏ ନିଶା ।
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ.- ଯାହା ଦେଖେ ଲେଖି ପକାଏ । ଠିକ ଅଛି ନା ଭୂଲ ବନ୍ଧୁମାନଙ୍କୁ ଶୁଣାଏ । ବାପା, ମା ମଧ୍ୟ ସେଥିରେ ଉତ୍ସାହର ଘିଅ ଡାଲନ୍ତି ।
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ.- ଲେଖିବା ସମୟରେ ଲେଖାର ସତ୍ୟତା, ଶବ୍ଦ ସଂଯୋଜନା ଓ କେମିତି ଶ୍ରୁତି ମଧୁର ହେବ ସେଥିପ୍ରତି ଦୃଷ୍ଟି ଦିଏ । କବିତାଟି ପଢିବା ଦ୍ୱାରା ଅନ୍ୟକୁ କିପରି ପ୍ରେରଣା ମିଳିବ ତାହା ଉପରେ ଗୁରୁତ୍ୱ ଦିଏ ।
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉ.- ସାହିତ୍ୟର ମହାରଥୀ ମାନଙ୍କ ମୁଖରୁ କିପରି ଶୁଣି ଖୁସି ଲାଗେ ସେମାନଙ୍କ ମାର୍ଗଦର୍ଶନ ଲେଖିବାକୁ ପ୍ରେରଣା ଯୋଗାଏ ।
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ.- କିଛି ଲେଖିବା ପାଇଁ ବୟସ ତ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଅନୁଭବ, ଅନୁଭୂତି, ପୁସ୍ତକ ପଠନ , ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ନିଶ୍ଚୟ ରହିଛି ।
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉ.- ବର୍ତ୍ତମାନ ପର୍ଯ୍ୟନ୍ତ ତ ମୁଁ ସମସ୍ତଙ୍କ ଲେଖା ପଢିବାରୁ ବଞ୍ଚିତ ଅଛି । ଫକୀରମୋହନ ସେନାପତି,ରାଧାନାଥ ରାୟଙ୍କ ଲେଖା ପ୍ରାୟ ପଢେ ।
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ.-ଫକୀରମୋହନଙ୍କ “ଛ ମାଣ ଆଠ ଗୁଣ୍ଠ” , ରାଧାନାଥ ରାୟଙ୍କ ଚିଲିକା ଇତ୍ୟାଦି ।
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ.-ପରିବାରର ସମସ୍ତଙ୍କ ଉତ୍ସାହ ତଥା ବନ୍ଧୁ ମାନଙ୍କ ପ୍ରେରଣା ମୋ କଲମମୁନକୁ ଶକ୍ତି ଯୋଗାଇ ଥାଏ । ବାସ୍ତବ ଓ ସମାଜଧର୍ମୀ ଲେଖା ପାଇଁ ଅଧିକ ପ୍ରେରଣା ମିଳିଥାଏ ।
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ.- ମୁଁ ସବୁ ଦିଗରେ ତ ଏ ଯାଏଁ ଲେଖିନାହିଁ କିନ୍ତୁ ଭାବୁଛି ଚେଷ୍ଟା କଲେ ସବୁ ସମ୍ଭବ ହୋଇ ପାରିବ ।
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ- ସମାଜଧର୍ମୀ କବିତା,ବିପ୍ଳବାତ୍ମକ କବିତା,ଦେଶାତ୍ମବୋଧକ କବିତା,ପ୍ରେମ କବିତା ତଥା କ୍ଷୁଦ୍ର ଗଳ୍ପ ।
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ.- ଏ ପର୍ଯ୍ୟନ୍ତ ତ କିଛି ପୁସ୍ତକ ପ୍ରକାଶିତ ହୋଇନାହିଁ । କିନ୍ତୁ ଯେବେ ହେବ ସମସ୍ତଙ୍କ ପାଖରେ ଆଦୃତ ହେବ ବୋଲି ମୋର ଆଶା ଓ ବିଶ୍ୱାସ ।
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ.- ବଣରେ ଫୁଟି ବଣରେ ମଉଳି ପଡୁଥିବା ସେହି ନୂତନ ଯୁବ ପ୍ରତଭାମାନଙ୍କୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ତଥା ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ପାକ୍ଷିକ ପ୍ରତିଯୋଗିତା ସବୁଠାରୁ ସ୍ୱାଗତଯୋଗ୍ୟ ପଦକ୍ଷେପ ।
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ.- ହଁ ନିଶ୍ଚୟ ଜାଣିଛି । ଏହି ଅନୁଷ୍ଠାନର ଏକ ସଦସ୍ୟ ହୋଇ ମୁଁ ନିଜକୁ ଧନ୍ୟ ମନେ କରୁଛି । ମୋତେ ଏହି ସୁଯୋଗ ଦେଇଥିବାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ।
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ.- ଆଜି ପର୍ଯ୍ୟନ୍ତ ସେମିତି କିଛି ଅଭିଯୋଗ ଆଣିବା ଭଳି ବିଷୟ ଦୃଷ୍ଟି ଗୋଚର ହୋଇ ନାହିଁ ଆଉ ରହିଲା ପରାମର୍ଶ କଥା ତାହା ସେମିତି ସମୟ ଉପୁଜିଲେ ଅନୁଷ୍ଠାନକୁ ନିଶ୍ଚୟ ଜଣେଇବି ।
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ.- ସାହିତ୍ୟ ସମାଜକୁ ପରିବର୍ତ୍ତନ କରିବାରେ ସାମର୍ଥ୍ୟ ।
ସମାଜର ଯିଏ ହିତ କରୁଥାଏ
ନାଁଆ ଟି ତାହାର ସାହିତ୍ୟ
ଶବ୍ଦ, ଅଲଙ୍କାରେ ଜଗତକୁ ସିଏ
କରି ଦେଇ ଥାଏ ମୋହିତ ।
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ.-ସାହିତ୍ୟ ସାଧନା ଦ୍ୱାରା ସମାଜର ଉନ୍ନତି କରିବା ପାଇଁ ସର୍ବଦା ମୋର ପ୍ରୟାସ ଜାରି ରହିବ ।
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ.- ଜଣେ ଲେଖକ ତା ଲେଖା ମାଧ୍ୟମରେ ଅନ୍ୟକୁ ପରିବର୍ତ୍ତନ ତଥା ସମସ୍ତଙ୍କ ହୃଦୟରେ ସ୍ଥାନ ପାଇବା ଠାରୁ ବଡ଼ ପୁରସ୍କାର ଆଉ କିଛି ନାହିଁ ।
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ.- ହଁ ନିଶ୍ଚୟ ପ୍ରଭାବିତ ହୁଏ । ସେ ନିଜର ଲେଖାକୁ ଅଧିକ ପରିମାର୍ଜିତ କରିବା ଆବଶ୍ୟକ ।
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ.- ମୁଁ କେବେ ଭାବି ନଥିଲି ଯେ ଏହି ଅନୁଷ୍ଠାନ ମାଧ୍ୟମରେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ସତରେ ମୁଁ ଆଜି ବହୁତ ଖୁସି ହେବା ସହ ଅନୁଷ୍ଠାନର ଉତ୍ତୋରତ୍ତର କାମନା କରୁଛି ।
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
ଚମତ୍କାର ଉତ୍ତର ଭାଇ, ଅଭିନନ୍ଦନ
ବୋହୁତ୍ ସୁନ୍ଦର ଉପସ୍ଥାପନା