*Lets talk with most talented ink slinger and Our Web- Coordinator Sanghamitra Nayak ,hails from Tulasikshetra Kendrapada for SLF Literary Youth Icon Award contest-. 2022*
ନାମ – ସଙ୍ଘମିତ୍ରା ନାୟକ
ପିତାଙ୍କ ନାମ- ଅକ୍ଷୟ କୁମାର ନାୟକ
ମାତାଙ୍କ ନାମ– ତୁଳସୀ ନାୟକ
ଜନ୍ମ ତାରିଖ- ୦୪/୦୬/୧୯୯୯
ଘର ଠିକଣା– ଗ୍ରାମ-ଅଳତାଙ୍ଗ ଡାକ-ତେରୋହି , ଭାୟା-ଅଳଭା ଥାନା-ପଟ୍ଟାମୁଣ୍ଡାଇ ଜିଲ୍ଲା-କେନ୍ଦ୍ରାପଡ଼ା, ପିନ୍-୭୫୪୨୧୭
ଶିକ୍ଷାଗତ ଯୋଗ୍ୟତା– ସ୍ନାତକ
ଇ-ମେଇଲ୍ ଠିକଣା-sanghamitranayak905@gmail.com
Facebook/ମୁଖପୁସ୍ତିକା-:
https://www.facebook.com/sanghamitra.nayak.543908
ହେ ଯଶଶ୍ୱିନୀ ସଙ୍ଘମିତ୍ରା !
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉତ୍ତର – ମୋର ଛୋଟରୁ ଲେଖାଲେଖି ପ୍ରତି ବହୁତ ଆଗ୍ରହ ରହିଥିଲା, ଗଳ୍ପ/ ଉପନ୍ୟାସ ପଢିବାକୁ ମୁଁ ଭଲ ପାଏ ” ସ୍କୁଲ କଲେଜରେ କବିତା/ଗଳ୍ପ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କୃତ ମଧ୍ୟ ହେଇଛି ” କୈାଣସି ଘଟଣା ଦୁର୍ଘଟଣାରୁ କି କୈାଣସି ଅନୂଭୁତିରୁ ଲେଖାଲେଖି ଆରମ୍ଭ କରିନାହିଁ . ଛୋଟରୁ ମୁଁ ଲେଖାଲେଖି କରେ ସେଇଟା ମୁଁ ଭଗବାନଙ୍କ ଆଶ୍ରିବାଦ ବୋଲି ଭାବେ ,
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
.ଉତ୍ତର– ପାଠପଢା ସହିତ କିଛି ସମୟ ମିଳିଲେ ଲେଖିବାକୁ ଇଚ୍ଛା ପ୍ରକାଶ କରେ ,ଏମିତି ସମୟ ବ୍ୟବଧାନରେ ସବୁକୁ ଗୁରୁତ୍ଵ ଦେଇ ସର୍ବସମତା ରକ୍ଷା କରେ।
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
.ଉତ୍ତର–
ଲେଖିବା ନିମନ୍ତେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କୁ ମୁଁ ମନରେ ଭାବେ’ ସେ ହିଁ ମୋର ପଥ ପ୍ରଦର୍ଶକ . ଲେଖିବା ପରେ ମୋ ବାବା ଠିକ୍ ଭୁଲ୍ ର ସୂଚନା ଦିଅନ୍ତି , ଶବ୍ଦ ମାର୍ଜିତ କରିବାକୁ ଉପଦେଶ ଦିଅନ୍ତି .
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉତ୍ତର– ଲେଖିବାକୁ ଇଚ୍ଛା ହେଲେ ପ୍ରଥମେ ମୁଁ ପରିବେଶ ଓ ପ୍ରକୃତି/ଗ୍ରାମ୍ୟ ଦୃଶ୍ୟ/ ଉପରେ ଦୃଷ୍ଟି ଆକର୍ଷଣ କରେ ।
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉତ୍ତର– କଲେଜରେ ପଢ଼ୁଥୁବା ସମୟରେ ଜଣେ ବୃଦ୍ଧଲୋକ ଗୁପ୍ ଚୁପ୍ ବିକ୍ରି କରନ୍ତି ତାଙ୍କ ମୁହଁରୁ ତାଙ୍କର ସଙ୍ଘର୍ଷମୟ ଜୀବନୀ ଶୁଣି ଗୋଟେ ରାତି ମୁଁ ଶୋଇନି ,ଛଟପଟ ହେଇଛି ସେ କଥା ଭାବିକି, ସେ ଘଟଣା ଉପରେ କିଛି ଲେଖିବା ପରେ ମୋତେ ଆତ୍ମ ତୃପ୍ତି ହୋଇଥିଲା ,, ମୋ ଜୀବନର ବଡ଼ ଅନୂଭୁତି ଟିଏ
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉତ୍ତର–ମୋ ଭାବୁଛି ଏହି ମନ୍ତବ୍ୟଟି ସମ୍ପୁର୍ଣ୍ଣ ଭାବେ ଠିକ୍ । କାହିଁକି ନା ଏଥିରେ ବୟସର କୋୖଣସି ଆବଶ୍ୟକତା
ନାହିଁ।ନୂତନ ସୃଷ୍ଟି ପାଇଁ ଅତ୍ୟନ୍ତ ଭାବେ ସହୃଦୟତାର ସହିତ ଓଡ଼ିଆ ପୁସ୍ତକ ପଠନ ଏବଂ ଗଭୀର ମନନ, ଅନୁଭୂତି,ଅନୁଭବ ନିହାତି ଭାବେ
ରହିବା ଦରକାର।
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉତ୍ତର– ମୋର ପ୍ରିୟ ଲେଖିକା . ଡଃ.ପ୍ରତିଭା ରାୟ ,ବର୍ତ୍ତମାନ ସେ ଜୀବିତ ଅଛନ୍ତି.
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
.ଉତ୍ତର–
ମୋର ପ୍ରିୟ ଗାଳ୍ପିକା “ଡଃ. ପ୍ରତିଭା ରାୟ” ତାଙ୍କର କୃତି(ପାଦୁକା ପୂଜା, ଯାଜ୍ଞସେନୀ, ପୁଣ୍ୟତୋୟା, ମୋତେ ବହୁତି ଭଲ ଲାଗେ).
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉତ୍ତର — ମୋ ପରିବାରର ସମସ୍ତେ ପ୍ରୋତ୍ସାହନ ଦିଅନ୍ତି . ସମାଜ କୁ କିଛି ଶିକ୍ଷା ଦେବାଭଳି ଏବଂ ଗରିବ ଓ ସାଧାରଣ ଲୋକଙ୍କ ଜୀବନ ଯାପନ କିପରି ଲେଖିବାକୁ ବାବା ପ୍ରେରଣା ଦିଅନ୍ତି.
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉତ୍ତର — ମୋ ମତରେ ଶାନ୍ତ ପରିବେଶ ଓ ମନ ସ୍ଥିର ରଖିଲେ ଲେଖିବା ଏତେ କଷ୍ଟ ହୁଏନାହିଁ ।
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
.ଉତ୍ତର– ସାହିତ୍ୟରେ ଗଳ୍ପ / କବିତା /ଅନୁଭୂତି ବିଭାଗରେ ଲେଖିଛି।
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
. ଉତ୍ତର — ମୋର ତ’ ଏଯାଏ କିଛି ପୁସ୍ତକ ପ୍ରକାଶିତ ହୋଇନାହିଁ , ଭବିଷ୍ୟତରେ ଯଦି କିଛି ପୁସ୍ତକ ପ୍ରସ୍ତୁତ ପାଇଁ ଲେଖିବି .ତା ହେଲେ ପ୍ରଥମେ ମୁଁ ପରିବେଶ ଓ ଗ୍ରାମ୍ୟ ଜୀବନୀ, ଛାତ୍ର ଛାତ୍ରୀ ତଥା ସାଧାରଣ ଲୋକର ଚାଲିଚଳଣୀ ଉପରେ ଲେଖିବି,ଆଶା କରିବି ନିଶ୍ଚୟ ପାଠକ ମାନଙ୍କୁ ପ୍ରଭାବିତ କରିବ।
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
.ଉତ୍ତର — ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମସ୍ତ ପ୍ରତିଷ୍ଠାନ ଠୁ ଖୁବ୍ ନିଆରା , ବଣ ମଲ୍ଲୀ ବଣରେ ଫୁଟି ମଉଳି ଯାଏ ତାର ବାସ୍ନା କିପରି କେହି ଜାଣନ୍ତି ନାହିଁ .. ହେଲେ ସେହି ବଣମଲ୍ଲୀ ସଦୃଶ୍ୟ ପ୍ରତିଭାକୁ ଏକକ ସୂତ୍ରରେ ବାନ୍ଧି ବିଶ୍ୱ ଦରବାରରେ ମହକିତ କରାଇବାରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ନୂତନ ପ୍ରୟାସ ମୋତେ ବହୁ ମାତ୍ରାରେ ପ୍ରଭାବିତ କରିଛି l
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
.ଉତ୍ତର – ଆଜ୍ଞା , ନିଜକୁ ଧନ୍ୟ ମଣୁଛି ,ନବ ପ୍ରତିଭା ଅନେଶ୍ଵଣରେ ମୋତେ ସାମିଲ କରିଥିବାରୁ . ବହୁତ ବହୁତ ଧନ୍ୟବାଦ ଜଣାଉଛି ମନୋଜ ଭାଇ ଓ ଜିତେନ୍ଦ୍ର ଭାଇଙ୍କୁ।
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
.ଉତ୍ତର— ନାଇଁ ଆଜ୍ଞା ମୋ ପାଖରେ ସୂର୍ଯ୍ୟୋଦୟ ପ୍ରତିଷ୍ଠାନ ପାଖରେ କିଛି ଅଭିଯୋଗ ନାହିଁ , ପରାମର୍ଶ ଦେବାକୁ ମୁଁ ନିଜକୁ ଯୋଗ୍ୟ ମଣୁନାହି , ବାର୍ଷିକ ବିଶେଷାଙ୍କ (ପତ୍ରିକା) ଆସିଲେ ଭଲ ହୁଅନ୍ତା।
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
.ଉତ୍ତର–
ସାହିତ୍ୟ:ସଦା ପୂଜନୀୟା
ଦେବୀ ସମ ସେହି ।
ସ୍ୱଚ୍ଛ ତାର ମନ
ସୁସଜ୍ଜିତ ତାର ଶବ୍ଦ
ଭାବୁକର ଭାବନା ସେ
ସଦା ହୁଏ ପ୍ରକଟିତ।
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉତ୍ତର– ମୁଁ ନାରୀ ଶକ୍ତି ଜାଗ୍ରତ ତଥା ସାମାଜିକ ଦୁର୍ନିତି କୁ ରୋକିବାର ଲକ୍ଷ୍ୟ ଓ ସମାଜକୁ ଦିଗ୍ ଦର୍ଶନ ଦେବା ଉଦ୍ଦେଶ୍ୟରେ ସଦା ଚେଷ୍ଟିତ ରହିବି।
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
.ଉତ୍ତର — ମୁଁ ଭାବେ ଜଣେ ଲେଖିକା କିମ୍ଵା କବି ପାଇଁ ତାଙ୍କ ପାଠକ ମାନଙ୍କ ମତାମତ ତଥା ଭଲ ପାଇବା ହିଁ ଜଣେ ଲେଖକ ଙ୍କ ପାଇଁ ପ୍ରକୃତ ପୁରସ୍କାର ଅଟେ।
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
. ଉତ୍ତର– ମୋ ମତ୍ତରେ ପୁରସ୍କାର ନ ପାଇବା ଦ୍ୱାରା ବି ଅନେକ ସ୍ରଷ୍ଟା ଭଲ ଆଉ ଉନ୍ନତ ସୃଷ୍ଟି କରିବାରେ ସକ୍ଷମ ହୁଅନ୍ତି l
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
.ଉତ୍ତର– ମୁଁ ବହୁତ ଖୁସି, ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଜଣେ ସଦସ୍ୟା ଭାବେ ମୁଁ.ପ୍ରଭୁ ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା କରିବି .ଏ ସୂର୍ଯ୍ୟର କେବେ ଅସ୍ଥ ନହେଉ .ଉଦୟ ହେଇ ସାରା ବିଶ୍ବକୁ ଉଜ୍ଜ୍ୱଳ କରୁଥାଉ।
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
Your writing style is very impressive..best wishes sis♥️ keep continue…
ଖୁବ୍ ସୁନ୍ଦର ଉପସ୍ଥାପନା