September 29, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*Lets talk with most youngest writer and poet of Odia Literature Chandan Sahu ,hails from Kalahandi for SLF Literary Youth Icon Award contest-. 2022*

*Lets talk with most youngest writer and poet of Odia Literature Chandan Sahu ,hails from Kalahandi for SLF Literary Youth Icon Award contest-. 2022*

 

 

ନାମ – ଚନ୍ଦନ ସାହୁ
ପିତାଙ୍କ ନାମ- ରାଜେନ୍ଦ୍ର ସାହୁ
ମାତାଙ୍କ ନାମ– ମଞ୍ଜୁରି ସାହୁ
ଜନ୍ମ ତାରିଖ– ୧୩/୦୨/୨୦୦୨
ଘର ଠିକଣାଗ୍ରାମ – ବେଲସା ପଡ଼ା, ପୋଷ୍ଟ – ହାତିଖୋଜ
ବ୍ଲକ୍ – କେସିଙ୍ଗା , ଜିଲ୍ଲା – କଳାହାଣ୍ଡି ,
ପିନ୍ – ୭୬୬୦୧୨
ଶିକ୍ଷାଗତ ଯୋଗ୍ୟତା– ଯୁକ୍ତ ତିନି ତୃତୀୟ ବର୍ଷ କଳା ( ଅଧ୍ୟୟନରତ )
ଇ-ମେଇଲ୍ ଠିକଣା- chandansahu993862@gmail.com

ମୁଖପୁସ୍ତିକା/ Facebook-:

https://www.facebook.com/profile.php?id=100030963743339

ଶ୍ରଦ୍ଧେୟ ଚନ୍ଦନ !

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉ – ମୁଁ ଛୋଟ ଦିନରୁ ସାହିତ୍ୟ କୁ ଭଲ ପାଏ । ମୋ ବାପା ହେଉଛନ୍ତି ଜଣେ ଈଶ୍ୱର ବିଶ୍ବାସୀ । ମୁଁ ଛୋଟ ଥିଲା ବେଳେ ମୋ ବାପା ମୋତେ ଶିକ୍ଷା ଦେବାକୁ ଯାଇ ଅନେକ ପୌରାଣିକ ଗଳ୍ପ କହୁଥିଲେ ଓ ପୁରାଣ ତଥା ଗୀତା ର କିଛି ପଙ୍କ୍ତି ମଧ୍ୟ ଗାଇ ଶୁଣାଉଥିଲେ । ଏହା ଦ୍ବାରା ସାହିତ୍ୟ ପ୍ରତି ମୁଁ ଆକର୍ଷିତ ହୋଇଥିଲି । ମୋ ବାପା ଜଣେ ଭଲ ଗାୟକ ମଧ୍ୟ । ତାଙ୍କୁ ଅନୁସରଣ ମୁଁ ବିଭିନ୍ନ ଭଜନ ଗାଇବା ଶିଖୁଥିଲି ।
ଏହା ପରେ ସମୟକ୍ରମେ ହାତିଖୋଜ ଉଚ୍ଚ ବିଦ୍ୟାଳୟରେ ମୁଁ ନବମ ପଢିଲି ସେହି ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ଙ୍କ ପଢ଼ାଇବା ଶୈଳୀ ମୋତେ ଖୁବ୍ ଆକୃଷ୍ଟ କରିଥିଲା । ସେ ଏପରି ଭାବରେ ପଢ଼ାଉଥିଲେ ଯେ ମୁଁ ତାହା ମୋ କଳ୍ପନା ରାଇଜରେ ସ୍ପଷ୍ଟ ଭାବରେ ଦେଖିପାରୁଥିଲି ।
ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ମୋର କଲେଜ ଜୀବନରେ । ଏଇଠି ମୁଁ ଓଡ଼ିଆ ଇଚ୍ଛାଧୀନ ବିଷୟ ନେଇ ଛନ୍ଦ ଓ ଅଳଙ୍କାର ଶିଖିଲି । ବିଭିନ୍ନ କବିତା ,ଗଳ୍ପ ,ଉପନ୍ୟାସ , ପ୍ରବନ୍ଧ ଅଧ୍ୟୟନ ପରେ ସାହିତ୍ୟ ପ୍ରତି ମୋର ଭଲପାଇବା ଦ୍ଵିଗୁଣିତ ହୋଇଥିଲା । ଏହି କଲେଜ ରେ ହିଁ ପାଇଥିଲି ମୋ ପ୍ରିୟ ବନ୍ଧୁ ବାଲକୁମାର ଙ୍କୁ । ସେ ହିଁ ମୋତେ କବିତା ଲେଖିବା ପାଇଁ ଉତ୍ସାହିତ କରିଥିଲେ ।

 

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ – ମୁଁ ଜଣେ ଛାତ୍ର ,ଯୁକ୍ତ ତିନି ତୃତୀୟ କଳା ଓଡ଼ିଆ ବିଭାଗରେ ଅଧ୍ୟୟନ କରେ । ପାଠ ପଢ଼ା ସାରି ସମୟ ବଞ୍ଚାଇ କବିତା ଲେଖେ ।

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

ଉ – ଲତାଟିଏ ଯେମିତି ବିନା ସାହାଯ୍ୟ ଉପରକୁ ଉଠି ପାରେ ନାହିଁ ଠିକ୍ ସେହି ପରି ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ ନ କଲେ ମଧ୍ୟ ଈଶ୍ୱର ତାଙ୍କ ଆଶିଷ ଦେଇ ପରୋକ୍ଷ ଭାବରେ ମୋତେ ସାହାଯ୍ୟ କରନ୍ତି । ସେଥିପାଇଁ ମୁଁ କିଛି ଲେଖିବା ପୂର୍ବରୁ ମାଁ ବୀଣାପାଣି ଓ ଗଣେଶ ଙ୍କୁ ସ୍ମରଣ କରେ ।
କବି ତପନ ଦାଦା ଓ କାହ୍ନୁ ଦାଦା ମୋର ଭୂଲ୍ ଠିକ୍ ର ସୂଚନା ଦିଅନ୍ତି । ସେମାନେ ଆମ କଲେଜ ରେ ଅ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ନବ ପ୍ରତିଭା ଅନ୍ଵେଷଣ ପାଇଁ ଆସିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲି । ଏହା ପରେ ତାଙ୍କ ସହ ମୋର ପରିଚୟ ହୋଇଥିଲା ।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉ – ମୁଁ ଲେଖିବା ପୂର୍ବରୁ ଶୀର୍ଷକ ତଥା ନାମକରଣ କୁ ଧ୍ୟାନ ଦିଏ ଏହା କିପରି ଭାବରେ ବିଷୟବସ୍ତୁ ଉପରେ ଆଧାରିତ ହେବ । ଏହା ବ୍ୟତୀତ ବ୍ୟାକରଣ ଗତ ତୃଟି ଓ ଆଳଙ୍କାରିକତା ସହ ସୁନ୍ଦର୍ ଶବ୍ଦ ସଂଯୋଜନା କରିବାକୁ ଚେଷ୍ଟା କରେ । ଲେଖାଟି କିପରି ପାଠକ ମନକୁ ପୁଳକିତ କରିବା ସହ ସମାଜର ହିତ ସାଧନା ଦିଗରେ ସହାୟକ ହେବ ମୁଁ ଏହି ଇଚ୍ଛା ରଖେ ।

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଉ – ଅତୀତ ଓ ବର୍ତମାନ ଭିତରେ ମୁଁ ନିଜକୁ ତୁଳନା କରେ । ଏହାରି ଭିତରେ ମୁଁ ଯେ ଆଉ ମୁଁ ନୁହେଁ ସମୟର ସ୍ରୋତରେ ଭାସି ଭାସି ଆରପାରିରିରେ ପହଞ୍ଚିଯାଇଛି । ଏହା ହିଁ ମୋର ଅନୁଭୂତି ।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ – ମୋ ମତରେ ଏହି ମତଟି ସଠିକ୍ , ବୟସ ବଢିଲେ ଚିନ୍ତନ ଶକ୍ତି / ଜ୍ଞାନର ବିକାଶ ଘଟେ ନାହିଁ । ଏହା ପୁସ୍ତକ ପଠନ ତଥା ଅନୁଭବ, ଅନୁଭୂତି ଓ ଅଭ୍ୟାସ ଦ୍ଵାରା ବିକାଶ ହୁଏ ।

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?

ଉ – ମୋର ପ୍ରିୟ କବି/ଲେଖକ ମାନେ ହେଉଛନ୍ତି ଗଙ୍ଗାଧର ମେହେର , ରାଧାନାଥ ରାୟ , ଫତୁରାନନ୍ଦ ,କୃଷ୍ଣଚନ୍ଦ୍ର ପାଣିଗ୍ରାହୀ , ।ଏମାନଙ୍କର ମଧ୍ୟରୁ କେହି ମଧ୍ୟ ଇହଧାମ ରେ ନାହାନ୍ତି ।

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।

ଉ – ଗଙ୍ଗାଧର ମେହେର – ତପସ୍ଵିନୀ
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସୁଖ୍ୟାତି ଅର୍ଜିତ କାବ୍ୟ ହେଉଛି ‘ ତପସ୍ଵିନୀ ‘ । ଏହି କାବ୍ୟରେ କବି ସତୀ ସୀତାଙ୍କ ଦୁଃଖ ଓ ପ୍ରକୃତି ର ସୌନ୍ଦର୍ଯ୍ୟ କୁ ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ।

– ରାଧାନାଥ ରାୟ – ଦରବାର
ଦରବାର କାବ୍ୟ ର କବି ହେଉଛନ୍ତି , କବି ବର ରାଧାନାଥ ରାୟ
ଉକ୍ତ କାବ୍ୟରେ କବି ବାରବାଟି ଦୁର୍ଗ ରେ ଅନୁଷ୍ଠିତ ସଭା ର କଥା ଉପସ୍ଥାପନା କରିଛନ୍ତି ଓ ପ୍ରକୃତ ବଡପଣ ର ସଂଜ୍ଞା ନିରୂପଣ କରିଛନ୍ତି ।

– ଗାଳ୍ପିକ – ଫତୁରାନନ୍ଦ – ମେଡିକାଲ କଲେଜରେ ମେହେର
ଜୟନ୍ତୀ
ମେଡିକାଲ କଲେଜରେ ମେହେର ଜୟନ୍ତୀ ହେଉଛି ଗାଳ୍ପିକଙ୍କର ଏକ ବ୍ୟଙ୍ଗାତ୍ମକ ରଚନା ।

-ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣଗ୍ରାହୀ – ଜନ୍ମଭୂମି (ପ୍ରବନ୍ଧ )
ଜନ୍ମଭୂମି ପ୍ରବନ୍ଧ ରେ ଡଃ.କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନିଜର ଜନ୍ମଭୂମି ପ୍ରତି ସ୍ନେହ ଓ ମମତା ଉଲ୍ଲେଖ କରିଛନ୍ତି ।

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

ଉ – ମୋ ମାଁ,ବାପା ତଥା ପ୍ରିୟଜନ ମୋତେ ଲେଖା ଲେଖି କୁ ବହୁତ୍ ପ୍ରୋତ୍ସାହିତ କରନ୍ତି । ସେମାନେ ଶିକ୍ଷାମୂଳକ , ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ ଲେଖା କୁ ଅଧିକ ଭଲ ପାଇଥାନ୍ତି।

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?

ଉ – ମୋ ମତରେ ଲେଖିବା ପାଇଁ କଷ୍ଟକର ତ କିଛି ନୁହେଁ କିନ୍ତୁ ପଦ କୁ ପଦ ପଡ଼ିବା ପାଇଁ ଶବ୍ଦ ସଂଯୋଜନା ପାଇଁ ଟିକିଏ ସମୟ ଲାଗେ ।

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ – ସାଧାରଣତଃ ମୁଁ ଛନ୍ଦ କବିତା ଲେଖିବାକୁ ଭଲ ପାଏ, ଏହା ବ୍ୟତିତ ଛନ୍ଦ ମୁକ୍ତ କବିତା ଓ ଅନୁଚିନ୍ତା ଲେଖେ । ପ୍ରବନ୍ଧ ଓ ଗଳ୍ପ ଲେଖିବା ପାଇଁ ଇଚ୍ଛା କରେ କିନ୍ତୁ ଏଥି ପାଇଁ ସମୟ ର ସାଥେ ଅଧିକ ଅନୁଭୂତି ଆବଶ୍ୟକ ଆଗାମୀ ଦିନରେ ନିଶ୍ଚୟ ଲେଖିବି ।

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

ଉ – ଏ ପର୍ଯ୍ୟନ୍ତ ମୋର କୌଣସି ନିଜସ୍ଵ ସଙ୍କଳନ ପ୍ରକାଶିତ ହୋଇନାହିଁ , କିନ୍ତୁ ହଳଦୀ ପୁସ୍ତକରେ ମୋର ଗୋଟେ କବିତା ‘ ଜନ୍ମଭୂମି ‘ ପ୍ରକାଶ ପାଇଛି । ଯଦି ମୋର ପୁସ୍ତକ ଭବିଷ୍ୟତରେ ପ୍ରକାଶିତ ହୁଏ ତେବେ ମୁଁ ସେଥିରେ ସମାଜର ବାସ୍ତବିକ ଘଟଣା , ଶିକ୍ଷାତ୍ମକ ଉପଦେଶ , ପ୍ରକୃତିର ଅପରୂପ
ପ୍ରେମ ପୁଲକ ଓ ବୀରହର ଯନ୍ତ୍ରଣା ଉପସ୍ଥାପନା କରିବି ।

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଉ – ଏହି ପ୍ରତିଷ୍ଠାନ ମାତୃଭାଷା ର ଉନ୍ନତି ଦିଗରେ ଅନେକ ନୂତନ କବି / କବୟିତ୍ରୀ ମାନଙ୍କ ପ୍ରତିଭା କୁ ବିଶ୍ୱ ଦରବାରରେ ପ୍ରକାଶ କରୁଛି ।

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…?

ଉ – ହଁ ମୁଁ ଏ ବିଷୟରେ ଅବଗତ । ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ମୁଁ ଧନ୍ୟ ମନେ କରୁଛି ।

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?

ଉ – ନା କୌଣସି ଅଭିଯୋଗ ନାହିଁ ।

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।

ଉ – ସାହିତ୍ୟ ସମାଜର ହିତ ସାଧନା କରେ । ସାହିତ୍ୟ ମୋ ପାଇଁ ପଥପ୍ରଦର୍ଶକ ଓ ଜଣେ ଭଲ ବନ୍ଧୁ ।

” ସାହିତ୍ୟ ଝରରୁ ଝରେ ଏକା ସିନା
ଭାଷାର ପୀୟୂଷ ରସ ,
ପାଠକ ମନକୁ ପୁଲକିତ କରେ
ମୁଖେ ଫୁଟିଯାଏ ହସ ।

ସାହିତ୍ୟ ଅଟଇ ସମାଜ ଦର୍ପଣ
ଦେଖାଏ ସମାଜ ଛବି ,
ସେ ଛବି କୁ ଦେଖି ଅଜ୍ଞାନ ବି ଦିନେ
ସାଜିଥାଏ ଅନୁଭବୀ । “

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?

ଉ – ସାହିତ୍ୟ ସାଧନା କରି ମାତୃଭାଷା ର ଉନ୍ନତି ସହ ଜନ୍ମଭୂମି ର ଜୟଗାନ ଓ ଶିକ୍ଷା ମୂଳକ ଉପଦେଶ ଦେଇ ମୁଁ ସମାଜର ମଙ୍ଗଳ କାମନା କରିବି ବୋଲି ଆଶା କରୁଛି ।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?

ଉ – ଜଣେ ଭଲ ସ୍ରଷ୍ଟା ପୁରସ୍କାର ଆଶାରେ କେବେହେଲେ ସାହିତ୍ୟ ସର୍ଜନା କରେନାହିଁ । କିନ୍ତୁ ସେ ଯଦି ପୁରସ୍କୃତ ହୁଏ ତେବେ ଲେଖାବା ପ୍ରତି ସେ ଆହୁରି ଉତ୍ସାହିତ ହୁଏ ଓ ଖୁସି ଅନୁଭବ କରେ ।

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

ଉ – ଯଦି ଜଣେ ସ୍ରଷ୍ଟା ପୁରସ୍କାର ପାଇବାରୁ ବଞ୍ଚିତ ହୁଏ , ତେବେ ତାର ପ୍ରତିଭା ଉପରେ ପ୍ରଭାବ ପଡ଼ିବ କି ନାହିଁ ତାହା ତା ନିଜ ଉପରେ ନିର୍ଭର କରେ ଯଦି ସେ ସକାରାତ୍ମକ ଭାବନା ପ୍ରକାଶ କରନ୍ତି ତା ହେଲେ ସେ ନିଜର ତ୍ରୁଟି କୁ ଠିକ୍ କରିବାକୁ ଚେଷ୍ଟା କରିବେ ଓ ଉଚ୍ଚକୋଟୀର ଲେଖା ଲେଖିବା ପାଇଁ ପ୍ରୟାସ କରିବେ ।
ଯଦି ସେ ନକରାତ୍ମକ ଭାବନା ପ୍ରକାଶ କରନ୍ତି ତା ହେଲେ ସେ
ଲେଖା ଲେଖି କୁ ସେଇଠି ବନ୍ଦ କରିଦେଇପାରନ୍ତି ।

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ – ଏହି ପ୍ରତିଷ୍ଠାନ ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଅନୁଭୂତି କୁ ପ୍ରକାଶ କରିପାରୁଥିବାରୁ ମୁଁ ବହୁତ୍ ଖୁସି ଅନୁଭବ କରୁଛି ଓ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଜଣାଉଛି ।

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

13 thoughts on “*Lets talk with most youngest writer and poet of Odia Literature Chandan Sahu ,hails from Kalahandi for SLF Literary Youth Icon Award contest-. 2022*

  1. କବି ଜୀବନର ଆତ୍ମ କଥା ଜାଣି ଖୁସି ହେଲି ଭାଇ ।
    ଆଗକୁ ଆଗକୁ ଉନ୍ନତ କର।

  2. ଅଜସ୍ର ଶୁଭେଚ୍ଛା ପ୍ରିୟ ❤️❤️ ତମ ଉତ୍ତର ଖୁବ୍ ଉତ୍ତମ ।

    ତମ କବିତା ଉଭୟ କୋଶଲି ଓ ଓଡ଼ିଆ ଖୁବ୍ ହୃଦୟସ୍ପର୍ଶୀ ଅଟେ । ପ୍ରାୟ କବିତାରେ ପ୍ରକୃତି ଓ ବାସ୍ତବିକ ଘଟଣାବଳୀର ଆଭାସ ମିଳେ । ଏମିତି ଆଗେଇ ଚାଲ ସାହିତ୍ୟକୁ ଆପଣାର କରି, ଗୁନ୍ଥିଦିଅ ମାଳ ଶବ୍ଦକୁ ଫୁଲକରି ।

    ଶୁଭେଚ୍ଛା ପୁଣିଥରେ ତମକୁ

  3. ଖୁବ୍ ସୁନ୍ଦର ଉତ୍ତର ଦେଇଛନ୍ତି ବଡ ଭାଇ, ଅସୀମିତ ଶୁଭେଚ୍ଛା ।

Leave a Reply

Your email address will not be published. Required fields are marked *