*Lets talk with young and dynamic ink slinger Pabitra Behera ,hails from Bhanjabhumi Ganjam for SLF Literary Youth Icon Award contest-. 2022*
ନାମ – ପବିତ୍ର ବେହେରା
ପିତାଙ୍କ ନାମ- ବିନୋଦ ବେହେରା
ମାତାଙ୍କ ନାମ- ପୁଷ୍ପାଞ୍ଜଳି ବେହେରା
ଜନ୍ମ ତାରିଖ– ୧୪-୦୨-୨୦୦୦
ଘର ଠିକଣା-ବଡକେଳାଝୁରି,ଗଞ୍ଜାମ,୭୬୧୦୧୧
ଶିକ୍ଷାଗତ ଯୋଗ୍ୟତା- +୩ ବିଜ୍ଞାନ(ଗଣିତ ସମ୍ମାନ), ଡି. ଇଏଲ୍. ଇଡ୍ ୨ୟ ବର୍ଷ ଅଧ୍ୟୟନ ରତ
ଇ-ମେଇଲ୍ ଠିକଣା- pabitrabehera829@gmail.com
Facebook/ ମୁଖପୁସ୍ତିକା–::
https://www.facebook.com/pabitra.kumar.583671
ଶ୍ରଦ୍ଧେୟ ପବିତ୍ର !
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ-ପ୍ରଥମତଃ ପିଲାବେଳ ରୁ ହିଁ ଲେଖା ଲେଖା ପ୍ରତି ଆଗ୍ରହ ଥିଲା । ଯେତେବେଳେ ମୁଁ ନବମ ଶ୍ରେଣୀରେ ପଡ଼ୁଥିଲି ସେତେବେଳେ ଗୋଜିଟିଏ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲି କିନ୍ତୁ ମତେ ଆଶ୍ଚର୍ଯ୍ୟ ଲାଗିଲା ଯେ ମୋ ଛଡ଼ା ଆଊ କେହି ପ୍ରତିଯୋଗୀ ହିଁ ନଥିଲେ ସେହି ଦିନ ଠାରୁ ମୋ ଆଶା ଜନ୍ମ ନେଲା ଯେ ଓଡିଆ ସାହିତ୍ୟ କୁ ସରସ ସୁନ୍ଦର କରିବା ପାଇଁ ସେବେଠାରୁ ଲେଖାଲେଖି କରୁଛି।
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ- ପ୍ରଥମତଃ ଲେଖା ଲେଖି କରିବା ପାଇଁ ସମୟ ଦରକାର ନୁହେଁ କାରଣ ଯେତେବେଳେ ଲେଖିବାକୁ ଇଚ୍ଛା ହୁଏ ଯେତେ କାମ ଥିଲେ ବି ସମୟ ଆପେ ଆପେ ବାହାରି ଆସେ । ଏପରିକି କୌଣସି ବିଷୟରେ ଲେଖିବାର ଇଚ୍ଛା ହେଲେ ରାତି ର ନିଦ କୁ ରଖି ବି ଲେଖା ଲେଖି କରେ
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ- ଲେଖା ଲେଖି କରିବାର ପ୍ରେରଣା ତ ସମସ୍ତଙ୍କ ଠାରୁ ପାଏ କିନ୍ତୁ ମୁଁ ପ୍ରେରଣା ଅପେକ୍ଷା ରେ ନ ରହି ଅନୁସରଣ କୁ ଗୁରୁତ୍ଵ ଦିଏ ।
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ -ଲେଖା ଲେଖିବା ପୂର୍ବରୁ ମୁଁ ଲେଖାର ଶୀର୍ଷକ ଭାବେ ଏବଂ ଏହି ଶୀର୍ଷକ ର ବିଷୟ ସହ ଯୋଡ଼ିତ ସମସ୍ତ ଶବ୍ଦ ସମୂହ କୁ ଏକତ୍ରିତ କରେ ।ଏହାପରେ ଲେଖା ଟି କିପରି ଧାରା ରେ ରହିଲେ ପାଠକ ଙ୍କୁ ଆନନ୍ଦ ଓ ବିଷୟଟି ର ସାରମର୍ମ ରହିବା ଦରକାର।
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉ-ଜଣେ ଯୁବ କବି ହିସାବରେ ମୋର ଅନୁଭୂତି ହେଲା ଯେ କେବେ ବି ଲେଖିଲା ବେଳେ ନିଜକୁ ଲେଖକ ନ ଭାବି ଜଣେ ପାଠକ ଭାବି ଲେଖିବେ ଯେପରିକି ପାଠକ ବିଷୟ ଟିକୁ ପଢିଲା ପରେ ସେ ଯେଉଁ ପ୍ରତିକ୍ରିୟା ପ୍ରକାଶ କରିବ ତାହା ଜାଣି ହେବ । ଏବଂ ଅନୁକରଣ ହେଲେ ସାହିତ୍ୟ ପଥଟିରେ ସୁରୁଖୁର ରେ ଚାଲି ପାରିବ।
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ-ଅନୁଭୂତି ,ଗଭୀର ଚିନ୍ତନ ଦ୍ଵାରା ଲେଖା କୁ ସରସ ସୁନ୍ଦର କରିବାରେ ସାହାଯ୍ୟ କରେ। ଏବଂ ପୁସ୍ତକ ପଠନ ଦ୍ଵାରା ବହୁତ ଗୁଡ଼ାଏ ଶବ୍ଦ ଓ ଏହାର ଅର୍ଥ ଜାଣିହୁଏ ଯାହାକି ଲେଖିଲା ବେଳେ ସହଜ ହୁଏ।
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉ-ମୋର ପ୍ରିୟ ଗାଳ୍ପିକ ତଥା ଔପନାସିକ ଫକିର ମୋହନ ସେନାପତି। ସେ ଇହଧାମ ତ୍ୟାଗ କରିସାରିଛନ୍ତି।
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ-ଫକୀର ମୋହନ ସେନାପତି ଙ୍କ ମାମୁଁ, ଲଛମା, ଛଅ ମାଣ ଆଠଗୁଣ୍ଠ ଇତ୍ୟାଦିରେ ବାରି ହୋଇଯାଏ ତାଙ୍କ ଲେଖାର ଉତ୍ସାହିତ କରନ୍ତି ।
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ-ଲେଖିବାରେ ତ ବହୁତ ଲୋକ ମତେ ପ୍ରତ୍ସାହିତ କରନ୍ତି ବିଶେଷ କରି ମାଆ କୃଷ୍ଣ ଙ୍କ ବିଷୟରେ ଲେଖିବାକୁ କୁହନ୍ତି ।
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ- ଲେଖିବାରେ କଷ୍ଟ ତ କିଛି ନୁହଁ ଏତିକି କଷ୍ଟ ଲାଗେ କି ଯେତେବେଳେ ଲେଖାରୁ ମନ ଅନ୍ୟତ୍ର ବାରମ୍ବାର ଚାଲି ଗଲେ
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ-ମୁଁ ମୁଖ୍ୟତଃ କବିତା ଲେଖେ ।
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ-ମୁଁ ଭବିଷ୍ୟତରେ ଗୋଟିଏ ପୁସ୍ତକ ଲେଖିବାକୁ ଚାହେଁ ଯାହାକି ମଧ୍ୟବିତ୍ତ ପରିବାରରେ ଥିବା ପିଲାର ଚରିତ୍ର ଉପରେ ଆଧାରିତ ହୋଇଥିବ ଏବଂ ତାର ସଫଳତା କାହାଣୀ ଉପରେ ପର୍ଯ୍ୟବେସିତ ହୋଇ ଥିବ ।
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ-ସୂର୍ଯ୍ୟ ଉଦୟ ପରିବାର ର ସଦସ୍ୟ ହୋଇଥିବାରୁ ମୁଁ ପ୍ରଥମେ ଗର୍ବ ମନେ କରୁଛି।ବିଶେଷ କରି ସୂର୍ଯ୍ୟ ଉଦୟ ପରିବାର ମଧ୍ୟରେ ଥିବା ବନ୍ଧନ ଟି ବହୁତ ଦୃଢ଼। ଯାହାକି ପରିବାର ର ସଦସ୍ୟ ପରି ପ୍ରତିଟି କ୍ଷେତ୍ରରେ ଆକର୍ଷିତ କରିଥାଏ।।ଯାହା କି ପାଠକ ଙ୍କ ମନ ରେ କିଛି କରିବାର ଭାଵନା ସୃଷ୍ଟି କରିବ ।
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ-ନୀତି ନିୟମ ବିନା କୌଣସି କାର୍ଯ୍ୟ ସିଦ୍ଧ ହୁଏନି । ହଁ ମୁଁ ଜଣେ ଗୁରୁ ଛାତ୍ର ହୋଇଥିବା ଯୋଗୁଁ ମୁଁ ଏହି ନୀତି ନିୟମ ସହ ବେଶ୍ ଭଲ ଭାବେ ଯୋଡ଼ିତ। ସୂର୍ଯ୍ୟ ଉଦୟ ର ନୀତି ନିୟମ କୁ ମୁଁ ନତମସ୍ତକ ହୋଇ ସମ୍ମାନ ଜଣାଉଛି।
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ-ନା
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ-ସାହିତ୍ୟ
କେତେ ଇତିହାସ କେତେଯେ ପୁରାଣ
ଆଙ୍କି ତୁ ଦେଇଛୁ କଲମ ମୁନରେ,
ଯେତେବେଳେ ଖଡ୍ଗ ହରାଇଛି ପ୍ରାଣ
ଧରିଛୁ ଜାବୁଡ଼ି ତୁ ଜାତି ଟେକ ରେ ।।
ହେଉ ସେ କବିତା ହେଉ ଅବା ଗଳ୍ପ
ହେଉ ପ୍ରବନ୍ଧ ଅବା ଉପନ୍ୟାସ ରେ,
ସାମାଜିକ ଛବି ପ୍ରାକୃତିକ ରବି
କୋକିଳ ର ନାଦ ବଖାଣି ଦେଉରେ ।।
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ-ଆମେ ଜାଣିଛନ୍ତି ଯେ ସେ ଆକବର ଙ୍କ ଦରବାର ହେଉ କି ସ୍ୱାଧୀନତା ସମ୍ମାନ ସବୁଥିରେ ସାହିତ୍ୟର ଅବଦାନ ଅତୁଳନୀୟ । ଯେତେବେଳେ ଖଡ଼ଗ ହାର ମାନି ଯାଇଥିଲା ସେହି ସମୟରେ ସାହିତ୍ୟ ହିଁ ଅନ୍ୟାୟ ର ବିରୋଧ କରି ଥିଲା । ଠିକ୍ ସେଇ ଭଳି କଲମ ମୁନରେ ସମାଜ କୁ ଦୁର୍ନୀତି ଓ ଅନ୍ୟାୟ ମୁକ୍ତ କରିବାକୁ ଚେଷ୍ଟା କରିବି ।
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ-ପୁରସ୍କାର ଜଣେ ଲେଖକର ଲେଖାକୁ ତ ବଦଳାଇ ପାରିବ ତାହା ନୁହେଁ ପୁରସ୍କାର ଦ୍ଵାରା ସେ ଉତ୍ସାହିତ ହୋଇ ଅଧିକ କିଛି ଲେଖିବାକୁ ଇଚ୍ଛା କରିଥାଏ ।
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ-ଜଣେ ସୁସାହିତିକ କେବେ ବି ପୁରସ୍କାର ପଛରେ ପଡେନାହିଁ । ମୋ ମତରେ କୌଣସି ପ୍ରଭାବ ଲେଖକ ଙ୍କ ଅନ୍ତର୍ନିହିତ ପ୍ରତିଭା ଉପରେ ପ୍ରଭାବ ପକାଇ ନଥାଏ ।
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ-ସୂର୍ଯ୍ୟ ଉଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜଣେ ଯୁବ ପ୍ରତିଭା ଭାବେ ଅଂଶ ଗ୍ରହଣ କରି ଥିବାରୁ ନିଜକୁ ଧନ୍ୟ ମନେ କରୁଛି।ଏଥିରେ ଯୋଗ ଦାନ କରିବା ଦ୍ୱାରା ମୁଁ ମୋ ସାହିତ୍ୟ ପ୍ରତି ଥିବା ଦୁର୍ବଳତା ଦେଖାଇ ପାରିଛି ଏବଂ ବହୁତ୍ କିଛି ଶିଖି ମଧ୍ୟ ପାରୁଛି
ଜୟ ସାହିତ୍ୟ ଜୟ ସୂର୍ଯ୍ୟ ଉଦୟ ଜୟ ଜଗନ୍ନାଥ।
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
ଖୁବ୍ ସୁନ୍ଦର ଉତ୍ତର ସବୁ ଭାଇ
ଅସୀମିତ ଶୁଭେଚ୍ଛା