*Lets talk with young and heroic Ink slinger Mr. Ankit Kumar Swain ,hails from Birajakshetra Jajpur, Odisha for SLF Literary Youth Icon Award contest-. 2022*
ନାମ – ଅଙ୍କିତ୍ କୁମାର ସ୍ୱାଇଁ
ପିତାଙ୍କ ନାମ- ଶ୍ରୀଯୁକ୍ତ ଅଶୋକ କୁମାର ସ୍ୱାଇଁ
ମାତାଙ୍କ ନାମ-ଶ୍ରୀମତୀ ସନ୍ଧ୍ୟାରାଣୀ ସ୍ୱାଇଁ
ଜନ୍ମ ତାରିଖ-12.01.2004
ଘର ଠିକଣା– ଶାସନ୍ଦା, ବିଂଝାରପୁର, ଯାଜପୁର
ଶିକ୍ଷାଗତ ଯୋଗ୍ୟତା- + ୨ ବିଜ୍ଞାନ ରେ ଦ୍ୱିତୀୟ ବର୍ଷ
ଇ-ମେଇଲ୍ ଠିକଣା-swainankit246@gmail.com
ମୁଖ ପୁସ୍ତିକା
1- https://www.facebook.com/ankitkumar.swain.980
2-https://www.facebook.com/profile.php?id=100073317609430
ଶ୍ରଦ୍ଧେୟ ଅଙ୍କିତ !
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
👉(ମୋର ଛୋଟ ବେଳୁ ସାହିତ୍ୟ ପ୍ରତି ଦୁର୍ବଳତା ଥିଲା ହେଲେ ସେମିତି କେବେ ସାହିତ୍ୟ ସହ ମୋର ସଂଯୋଗ ହୋଇନଥିଲା | କରୋନା ର ଛୁଟି ମତେ ଗୋଟେ ସୁବର୍ଣ୍ଣ ସୁଯୋଗ ଦେଲା ସାହିତ୍ୟ କୁ ଆସିବାକୁ |)
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
👉(ଆଜ୍ଞା ହଁ ମୁଁ ଜଣେ ଛାତ୍ର..+ ୨ ବିଜ୍ଞାନ ରେ ଅଧ୍ୟୟନରତ……. ସେମିତି ପ୍ରତ୍ୟେକ ଦିନ ପଢାପଢି କରେ କିନ୍ତୁ ସବୁଦିନ ଲେଖିପାରେନି | ଲେଖା ଠାରୁ ପଢ଼ାକୁ ଅଧିକ ଗୁରୁତ୍ୱ ଦେବାକୁ ପଡେ | ପ୍ରଥମେ ଜଣେ ପାଠକ ହିଁ ଲେଖକ ହୁଏ ତେଣୁ ବିଷୟଭିତ୍ତିକ ପାଠ ପରେ ଏହି wp / fb ରେ ଯେଉଁ ଲେଖା ଦେଖେ ପଢେ, ପରେ ଯାହା ମନକୁ ଆସେ ଗାରେଇ ଯାଏ,ଯାହା ପରବର୍ତ୍ତୀ ସମୟରେ ମାଆ ବୀଣାପାଣି ଓ ପ୍ରଭୁ ବଟମହାପୁରୁଷଙ୍କ କୃପାରୁ କବିତା / ଗଳ୍ପ /ପ୍ରବନ୍ଧ ର ରୂପ ନିଏ |)
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
👉(ଆଜ୍ଞା ହଁ ମୋ ଲେଖା ପାଇଁ ମତେ ଅନେକ ପ୍ରେରଣା ଅନେକ ସାହାଯ୍ୟ ମିଳିଛି ଯାହାକି ମୋତେ ମୋ ପାଠକପାଠିକା ବନ୍ଧୁବାନ୍ଧବୀ ମାନେ ଦେଇଛନ୍ତି |……. ସେମିତି କେହି ବ୍ୟକ୍ତି ବିଶେଷ କହିଲେ ସେ ହେଲେ ମୋ ପୂଜ୍ୟସ୍ପଦ ବଡବାପା ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ସ୍ୱାଇଁ ଯେ କି ଜଣେ ଗୋଟେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ |ସେ ବି ଜଣେ ସାହିତ୍ୟିକ | ସେ ମୋ ପ୍ରତ୍ୟେକ ଲେଖାକୁ ପଢି ଭୁଲ୍ ଠିକ୍ ବିଚାର କରି ସଂଶୋଧନ କରନ୍ତି ଓ ଅନେକ ପ୍ରେରଣା ମଧ୍ୟ ଯୋଗାନ୍ତି |)
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
👉(ଲେଖା ଆରମ୍ଭ ପୂର୍ବରୁ ମୁଁ ଆଗ ମୋ ଶୀର୍ଷକ କୁ ଗୁରୁତ୍ୱ ଦିଏ, ପରେ
ଭାବେ ଶୀର୍ଷକ କଣ ଚାହୁଁଛି? ଆଉ ତାକୁ ନେଇ ଅଲଗା କଣ ହୋଇପାରିବ ଓ ଏଥିରେ ଶୀର୍ଷକ ଭିନ୍ନ ଆଉ କାହାର ସାମଞ୍ଜସ୍ୟ ରହିଛି ଯାହା ଏ ଶୀର୍ଷକର ଉପଯୋଗୀ | ପୁଣି ଲେଖା ସରିଲାପରେ ସାବଲୀଳ ତଥା ଶ୍ରୁତିମଧୁରତା ପାଇଁ କିଛିଶବ୍ଦଙ୍କୁ ପରିବର୍ତ୍ତନକରେ ।)
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
👉(ମୋ ଲେଖା ଜୀବନ ଖୁବ୍ କମ୍ ଦିନର ଅର୍ଥାତ ୬ କି ୭ ମାସର | ତଥାପି ମୁଁ ଗୋଟେ ଆନ୍ତର୍ଜାତିକ ଅନୁଷ୍ଠାନ ର ନବପ୍ରତିଭା ଭାବେ ଯୋଗ ଦେବାରେ ସୁଯୋଗ ପାଇଛି | ଆ ଠାରୁ ବଡ ଅନୁଭୂତି ଆଉ କଣ ହୋଇପାରେ ମୋ ପାଇଁ |)
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ୍ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
👉(ଆଜ୍ଞା ହଁ ସବୁ କ୍ଷେତ୍ରରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହଁ କି ଅନୁଭବ,ଅନୁଭୂତି, ପୁସ୍ତକପଠନ ମଧ୍ୟ ନୁହେଁ ମାତ୍ର ଏହା ସ୍ୱତପ୍ରବୃତ୍ତ ଜାଗୃତି |)
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
👉(ସମସ୍ତ ଲେଖକ /କବି /ଗାଳ୍ପିକ ଯେଉଁମାନଙ୍କ ଲେଖାର ମୁଁ ପାଠକଟେ ହୋଇଛି ସେମାନେ ସମସ୍ତେ ମୋର ପ୍ରିୟ ଓ ଚିର ନମସ୍ୟ କାରଣ ଯେଉଁମାନେ ଧାଡ଼ିଏ ବି ଲେଖୁଛନ୍ତି ତାହା ଇଶ୍ୱର ଙ୍କ ବରଦାନ ଯାହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବପର ନୁହଁ |……… ସେମିତି ଦେଖିବାକୁ ଗଲେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବା ବିଷୟବସ୍ତୁ ର ଲେଖକ ଡ଼କ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓ ରାଧାନାଥ ରାୟ ଙ୍କ ଲେଖା ମତେ ବହୁତ ଗଭୀର ଭାବେ ପ୍ରଭାବ ପକାଏ,ସେଥିରେ କାବ୍ୟିକ ଶବ୍ଦ ସଂଯୋଜନା ସହ ସଂପ୍ରତି ସମାଜର ବାସ୍ତବିକ ଚିତ୍ରଣ ହୋଇଛି | ବିଶେଷ କରି ମୁଁ ସେମିତି କାହାର ପୁସ୍ତକ ପଢ଼ିବାର ସୁଯୋଗ ପାଇନି କି ମୋ ପକ୍ଷରୁ ମୁଁ କେବେ ଚେଷ୍ଟା ବି କରିନି | )
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
👉( ଉପରୋକ୍ତ ଉତ୍ତର ପ୍ରଯୋଜ୍ୟ ଏହି ପ୍ରଶ୍ନ ପାଇଁ |)
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
👉(ସମ୍ପୂର୍ଣ୍ଣ ଭାବେ ପ୍ରୋତ୍ସାହନ ଦିଅନ୍ତି | ସାଧାରଣତଃ ଯୁଗୋପଯୋଗୀ ଲେଖା ଲେଖିବାକୁ ଅଧିକା ପ୍ରେରଣା ଦିଅନ୍ତି | )
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
👉( କଲମ ଧରି ଲେଖା ଆରମ୍ଭ କରିବା ଠାରୁ ଆଉ କଣ ବା କଷ୍ଟକର ହୋଇପାରେ କାରଣ ଲେଖିବା ସବୁସମୟରେ ସବୁପରିସ୍ଥିତିରେ ସମସ୍ତଙ୍କ ପକ୍ଷେ ଲେଖିବା ସମ୍ଭବପର ନୁହେଁ |)
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
👉(ସାଧାରଣତଃ କବିତା ,ଗଳ୍ପ ଓ ପ୍ରବନ୍ଧ ବିଭାଗରେ ଲେଖୁଛି |)
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
👉(ନାଇଁ ଏପର୍ଯ୍ୟନ୍ତ କୌଣସି ପୁସ୍ତକ ମୋର ପ୍ରକାଶିତ ହୋଇନି କି ବର୍ତ୍ତମାନ ସମୟରେ ହେବାର ବି ଯୋଜନା ନାହିଁ | ଯଦି ଭବିଷ୍ୟତରେ ହୁଏ ସେଥିରେ ଅନେକ କିଛି ଉପାଦେୟ ମୂଳକ ବାର୍ତ୍ତା ରଖିବାର ଯୋଜନା ରହିଛି |)
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
👉ଏଠି ଅନେକ କାର୍ଯ୍ୟକ୍ରମ ମତେ ପ୍ରଭାବିତ କରିଛି
(1. ଓଡ଼ିଆ ଭାଷା ସହ ବିଶ୍ୱ ଭାଷାକୁ ଗୁରୁତ୍ବ ଦେବା |
2. ନୂତନ ଭାବେ ମୁଣ୍ଡ ଟେକିଥିବା ନବ ସାହିତ୍ୟିକ ମାନଙ୍କ ଦକ୍ଷତା ବଢାଇବା ସହ କ୍ଷମତା ବଢ଼ାଇ ସାରା ବିଶ୍ୱ ଆଗରେ ତାଙ୍କୁ ଗୋଟେ ସ୍ୱତନ୍ତ୍ର ପରିଚୟ ଦେବା |
3. ଲେଖା ଲେଖି ସହ ଲୋପ ପାଉଥିବା କଳା,ନୃତ୍ୟ ତଥା ଲୋକଗୀତ କୁ ପୁନଃରୁଦ୍ଧାର କରିବାର ପ୍ରଚେଷ୍ଟା |)
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
👉 (ଆଜ୍ଞା ହଁ ଜାଣିଛି |)
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
👉(ନାଇଁ ମୋର କୌଣସି ଅଭିଯୋଗ କରିବାର ଆବଶ୍ୟକ ନାହିଁ…….. କିନ୍ତୁ ଗୋଟେ ଛୋଟିଆ ଉପଦେଶ ସଠିକ୍ ସାହିତ୍ୟିକ ବାଛନ୍ତୁ, ମୁହଁଦେଖା ନୁହେଁ କି ପକ୍ଷପାତିତା ନୁହେଁ |)
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
👉
ସାହିତ୍ୟ ଦ୍ରୁମର ଛତ୍ରଛାୟା ତଳେ
ସାହିତ୍ୟିକ ସମାବେଶ ,
ସାଧକ ସାଧିକା ତାହାହିଁ ଲେଖନ୍ତି
ଯାହା ମୋ ମା’ର ଆଦେଶ |
ସାହିତ୍ୟ ସାଗରେ ଶାମୁକାଙ୍କ ମନେ
ଶବ୍ଦ କଲେ କୋଳାହଳ ,
ଶବ୍ଦର ବିନ୍ଧାଣୀ କବି ଶିରୋମଣି
ହୁଏ ଯେ କବିତା ବାଚାଳ |
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
👉(ସାହିତ୍ୟକୁ ମୋ ସାଧନା ଭାବେ ଗ୍ରହଣ କରିଛି ସତ କିନ୍ତୁ ସମାଜ ର ମଙ୍ଗଳ ମନାସିବାକୁ ମୁଁ ବା ଅଧମ ଟା କିଏ ? ସବୁ ସେଇ ବିଭୁଙ୍କ କୃପା ସେ ମୋ ମାଗଦର୍ଶକ ଭାବେ ଯଦି ଏ ଅକିଞ୍ଚନକୁ କୌଣସି ବି ସୁଯୋଗ ଦିଅନ୍ତି ମୁଁ ତାକୁ ସପ୍ରେମେ ଗ୍ରହଣ କରିନେବି |)
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
👉(ସମସ୍ତଙ୍କ ମତ ସମାନ ନଥାଏ ଆଜ୍ଞା… କିନ୍ତୁ ମୋ ମତରେ ସାହିତ୍ୟ ତ ନିଜେ, ଗୋଟେ ଜାତିର ହୃତପିଣ୍ଡ ଗୋଟେ ଜାତିର ପ୍ରାଣ ….. ତା ସର୍ଜନା ପାଇଁ କିବା ପୁରସ୍କାର ନାଁ କିବା ପ୍ରୋତ୍ସାହନ ଆବଶ୍ୟକ…ସେତ କେଉଁ ଅନାମଧେୟ କାଳରୁ ସୁ ସର୍ଜିତ | )
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
👉(ଆଜ୍ଞା ହଁ ଭଲ ପ୍ରଶ୍ନ ଟେ କହିଲେ, ଯଦି ଜଣେ ପୁରସ୍କାର ନ ପାଏ,ତାହାର ଦକ୍ଷତା ପ୍ରଭାବିତ ଯିଏ ପୁରସ୍କାର ନିଶାରେ ସାହିତ୍ୟକୁ ପେଶା କରିଥାଏ | ଆଉ ଯିଏ ନିଃସ୍ୱାର୍ଥପର ଭାବେ ଭଗବାନ ଦ୍ୱାରା ପାଇଥିବା ବରଦାନ କୁ ଗ୍ରହଣ କରିନିଏ ତାହାର କୌଣସି ପ୍ରତିଭା ପ୍ରଭାବିତ ହୁଏନାହିଁ, ବରଂ ପୁରସ୍କାର ଆପେ ଆପେ ତା ଅଜାଣତରେ ତାଙ୍କୁ ମିଳିଯାଏ |)
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
👉(ଖୁସି ତ ନିଶ୍ଚୟ କିନ୍ତୁ ସୂର୍ଯ୍ୟୋଦୟ ଭଳି ଏକ ବଡ଼ ଅନୁଷ୍ଠାନ ରେ ମୋ ପ୍ରତିଭା ର ପରିଚୟ ଦେବାପାଇଁ ନୁହେଁ ବରଂ ମୋ ମାତୃଭାଷା ର ଉନ୍ନତି ପାଇଁ ତାଲିମ ପାଇବାର ଗୋଟେ ସୈ।ଭାଗ୍ୟ ମିଳିଥିବାରୁ । )
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
ଖୁବ ସୁନ୍ଦର ଭାବରେ ଉତ୍ତର ସବୁ ଦେଇଛନ୍ତି।
ମର୍ମସ୍ପର୍ଶୀ ଉତ୍ତର ସବୁ । ସମୁଦ୍ରେ ଅଭିନନ୍ଦନ ଭାଇ…..
ବାଃ