October 02, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*Lets talk with young and dynamic ink slinger Tapaswini Jena ,hails from Jagatsinghpur for SLF Literary Youth Icon Award contest-. 2022*

*Lets talk with young and dynamic ink slinger Tapaswini Jena ,hails from Jagatsinghpur for SLF Literary Youth Icon Award contest-. 2022*

 

ହେ ପ୍ରିୟ ଯୁବ ପ୍ରତିଭା ତପସ୍ୱିନୀ! ଆପଣଙ୍କୁ ଆମ ସୂର୍ଯ୍ୟୋଦୟ ପରିବାର ପକ୍ଷରୁ ଅଜସ୍ର ସ୍ନେହ ଶ୍ରଦ୍ଧା ଆଉ ସମ୍ମାନ ସହିତ ଅଭିନନ୍ଦନ।

 

ନାମ – ତପସ୍ୱିନୀ ଜେନା
ପିତାଙ୍କ ନାମ– ପ୍ରଶନ କୁମାର ଜେନା
ମାତାଙ୍କ ନାମ-ସୌଦାମିନୀ ଜେନା
ଜନ୍ମ ତାରିଖ-୦୬-୦୯-୧୯୯୯
ଘର ଠିକଣା-କୁଜଙ୍ଗ, ଜଗତସିଂହପୁର
ଶିକ୍ଷାଗତ ଯୋଗ୍ୟତା-+୩
ଇ-ମେଇଲ୍ ଠିକଣାtapaswinijena.ngf@gmail.com

ମୁଖପୁସ୍ତିକା/ Facebook– https://www.facebook.com/tapaswini.jena.752861

ନିମ୍ନଲିଖିତ ପ୍ରଶ୍ନ ସମୂହର ଉତ୍ତର ଦିଅନ୍ତୁ

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉ – ଯେକୌଣସି ପତ୍ରପତ୍ରିକାରେ ପ୍ରକାଶିତ ଗଳ୍ପ ଓ କବିତା ପଢିବା ଦ୍ୱାରା ମନରେ ନିଜେ ଲେଖିବା ପାଇଁ ଆଗ୍ରହ ସୃଷ୍ଟି ହେଲା।ପ୍ରକୃତିର ସୌନ୍ଦର୍ଯ୍ୟ ମତେ ବିଭୋର କରିଦିଏ ଯାହା ଫଳରେ ଅନେକ ଭାବନା ମନରେ ସୃଷ୍ଟି ହୋଇ ଭାବନାରୁ କିଛି ଶବ୍ଦ ବାହାରେ ସେହି ଶବ୍ଦକୁ ଲେଖୁ ଲେଖୁ ତାହା କବିତାର ରୂପ ନିଏ।

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ-ଇଚ୍ଛା ଥିଲେ ସୁଯୋଗ ଆପେ ଆପେ ଆସିଲା ପରି ପ୍ରତ୍ୟେକ ଜିନିଷକୁ ସଠିକ ଭାବରେ ପରିଚାଳନା କରିପାରିଲେ ସବୁ କଥା ସମ୍ଭବ ହୋଇପାରିବ।

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ-ଆଜ୍ଞା ନିହାତି ଭାବରେ ମୋ ମାଆ ହିଁ ମତେ କବିତା ଲେଖିବା ପାଇଁ ପ୍ରେରଣା ଯୋଗାଇଥାନ୍ତି।ମୋ କବିତାକୁ ମାଆ ହୃଦୟରୁ ପଢ଼ିଥାନ୍ତି। ଭୁଲ ଆଉ ଠିକ୍ ସମ୍ପର୍କରେ ଧାରଣା ଦେଇଥାନ୍ତି ଏବଂ ଆଗକୁ ଯିବା ପାଇଁ ପ୍ରୋତ୍ସାହନ ଦେଇଥାନ୍ତି। ମୋ ଜନ୍ମଠୁ ହିଁ ମାଆଙ୍କ ସହ ମୋର ପରିଚୟ।ସେ ହେଉଛନ୍ତି ମୋ ଜୀବନର ସବୁଠୁ ମୂଲ୍ୟବାନ ଉପହାର।ତାଙ୍କର ସ୍ନେହ,ଶ୍ରଦ୍ଧା,ଭଲପାଇବା ଓ ପ୍ରେରଣା ହିଁ ମତେ ଏତେ ବାଟ ଆଣି ପାରିଛି।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉ- ମୁଁ ଗୋଟେ ଲେଖାକୁ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ମୋର ଚାରିପାଖରେ ଘଟୁଥିବା ଘଟଣା ଉପରେ ବିଶେଷ ଧ୍ୟାନ ଦିଏ।ଯେମିତିକି ପ୍ରକୃତିର ଦୃଶ୍ୟ ହେଉ କିମ୍ବା ସମାଜରେ ଘଟୁଥିବା ବିଭିନ୍ନ ପ୍ରକାର ଘଟଣା ହେଉ।
ଲେଖା ଗୁଡିକୁ ଲେଖି ସାରିବା ପରେ ଆଉ କିଛି ନୂଆ ଲେଖିବାକୁ ଇଚ୍ଛା ହୁଏ। ଉଚ୍ଚ କୋଟିର ଶବ୍ଦ ସରଂଞ୍ଚନା ଦେଇ ଲେଖାକୁ ଆହୁରି ସୁନ୍ଦର କରିବାକୁ ଇଚ୍ଛା ହୁଏ।

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଉ – ୨୦୨୧ ମସିହା ଅଗଷ୍ଟ ମାସ ୧୪ ତାରିଖରେ ମୋର ଲେଖା ପଢି ଯେତେବେଳେ ମତେ ମୋର ଗୁରୁଜନ ମାନେ ଓଡ଼ିଆ କଲମ ପରିବାର ସହ ଯୋଡିଲେ ।ଲେଖିଥିବା ଭୁଲ ଓ ଠିକ୍ କୁ ପରିବାରର ପରିଚାଳକ ମାନେ ସଜାଡ଼ିଲେ। ସେଇମାନେ ହାତଧରି ମତେ ଚଲା ଶିଖେଇବାରୁ ମୁଁ ଆଗକୁ ଯିବା ପାଇଁ ପ୍ରେରଣା ପାଇପାରିଛି।ଯାହା ଫଳରେ ଅନ୍ୟ ଲେଖକ ଲେଖିକା ମାନଙ୍କ ସହ ଯୋଡି ହୋଇ ଅନେକ ଶିକ୍ଷା ପାଇପାରିଛି।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ- ମୋ ମତରେ ଏହି ମନ୍ତବ୍ୟଟି ସମ୍ପୂର୍ଣ୍ଣ ଭାବରେ ଠିକ୍। କାହିଁକି ନା
ସାହିତ୍ୟ ରଚନାରେ ବୟସର ପ୍ରଭାବ ପଡିନଥାଏ ଉପଯୁକ୍ତ ପଠନ ଓ ମନନ ଦ୍ୱାରା ହିଁ ନୂତନ ସୃଷ୍ଟି ସମ୍ଭବ ହୋଇଥାଏ।

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉ-ମୋର ପ୍ରିୟ ଲେଖିକା ହେଉଛନ୍ତି ପ୍ରତିଭା ରାୟ।
ସିଏ ଏବେବି ଏହି ଧରା ପୃଷ୍ଠାରେ ଜୀବିତ ଅଛନ୍ତି।

 

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ – ମୁର୍ତ୍ତୀ ଦେବୀ ପ୍ରତିଭା ରାୟ – ତାଙ୍କ ଦ୍ଵାରା ରଚିତ ପୁସ୍ତକ ଗୁଡିକ ହେଲା -ଯାଜ୍ଞସେନୀ,ଶିଳାପଦ୍ମ, ବର୍ଷା, ବସନ୍ତ ଓ ବୈଶାଖ।
ସେ ହେଉଛନ୍ତି ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା।
୧୯୭୪ ରେ ତାଙ୍କର ପ୍ରଥମ ଉପନ୍ୟାସ “ବର୍ଷା ବସନ୍ତ ଓ ବୈଶାଖ”
ପାଠକୀୟ ସ୍ୱୀକୃତି ଲାଭ କରିଥିଲା।
ତାଙ୍କଦ୍ୱାରା ରଚିତ “ଯାଜ୍ଞସେନୀ” ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୁର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ।

ସ୍ଵଭାଵକବି ଗଙ୍ଗାଧର ମେହେର -ତପସ୍ୱିନୀ, ପ୍ରଣୟବଲ୍ଲରୀ,କୀଚକ ବଦ୍ଧ,ଇନ୍ଦୁମତୀ ଆଦି କାବ୍ୟ ଏବଂ କୃଷକ ସଙ୍ଗୀତ,ଅର୍ଘ୍ୟଥାଳି,କବିତା କଲ୍ଲୋଳ ଆଦି କ୍ଷୁଦ୍ର କବିତା ସଂକଳନ ତାଙ୍କ କବିତ୍ୱର ପରିଚୟ ବହନ କରେ।

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ- ମୋ ପରିବାରରେ ସମସ୍ତେ ମୋ ଲେଖାକୁ ପଢ଼ି ପ୍ରୋତ୍ସାହନ ଦେଇଥାନ୍ତି।ବିଶେଷ କରି ମୋ ମାଆ ସେତ ଯେମିତି ମୋ କବିତାର ଗୋଟେ ଅଂଶ। ଯିଏକି ସବୁ ସମୟରେ ମୋ ଲେଖାକୁ ପଢିବାକୁ ପସନ୍ଦ କରନ୍ତି। ମୋ ଲେଖାକୁ ପଢି ସେଥିରେ ତ୍ରୁଟି ଥିଲେ ସେସବୁକୁ ସଂଶୋଧନ କରିଥାନ୍ତି। ମୋ ପରିବାରରେ ବିଶେଷକରି ଭକ୍ତି ଏବଂ ପ୍ରକୃତି ଉପରେ କବିତା ଲେଖିବାକୁ ଅଧିକ ପ୍ରେରଣା ଦିଅନ୍ତି।

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?

ଉ – ଯେତେବେଳେ କୌଣସି ଏକ ଭାବନା ମନ ଭିତରେ ସୃଷ୍ଟି ହୋଇଥାଏ। ସେଇ ଭାବନାକୁ ଲେଖିବା ପୂର୍ବରୁ ଯଦି କିଛି ପ୍ରତିବନ୍ଧକ ବାଧକ ସାଜି କବିତା ଲେଖିବାକୁ ବାଧା ଦେଇଥାଏ ତେବେ ସେହି ଭାବନା ପୂର୍ବ ପରି ମନକୁ ଆଉ ଆସିନଥାଏ।
ଯାହାକି ସବୁଠାରୁ କଷ୍ଟକର ହୋଇଥାଏ।

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ-ମୁଁ ମୁଖ୍ୟତଃ ସାହିତ୍ୟର ଛନ୍ଦବୋଧ କବିତା ,ଗଳ୍ପ ଏବଂ ଏକାଙ୍କିକା ଉପରେ ଲେଖାଲେଖି କରେ।

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ- ମୋ ପାଖରେ ଅନେକ ଗୁଡିଏ କବିତା ଥାଇ ମଧ୍ୟ ସେସବୁ ପ୍ରକାଶ କରିବାର ସୁଯୋଗ ମତେ ମିଳିନାହିଁ। ଯଦି ଭବିଷ୍ୟତ ରେ ପୁସ୍ତକ ପ୍ରକାଶ କରିବାର ସୁଯୋଗ ମିଳେ ମୁଁ ସେଇ ସଙ୍କଳନ ରେ ସମାଜରେ ପ୍ରଚଳିତ ଥିବା ପ୍ରଥା ପରମ୍ପରା ,ସମାଜର ରୀତିନୀତି,ମନୁଷ୍ୟର ଜୀବନରେ ଘଟୁଥିବା ଅନେକ ପରିସ୍ଥିତି, ଭଗବାନଙ୍କ ସତ୍ତା,ତାଙ୍କ ପ୍ରତି ଥିବା ଭକ୍ତି ଭାବ ପ୍ରେମ ଏବଂ ପ୍ରକୃତିର ଦୃଶ୍ୟ ସମ୍ପର୍କ ରେ କବିତା ପ୍ରକାଶ କରିବି।ଯାହାକି ପାଠକ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ।

 

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଉ- ୧.ଏହି ପ୍ରତିଷ୍ଠାନ ଯେପରି ଭାବେ ଦେଶ ବିଦେଶର ବିଶିଷ୍ଟ କବି ଓ କବୟିତ୍ରୀ ମାନଙ୍କୁ ଆମମାନଙ୍କ ସହ ଯୋଡି ପାରିଛନ୍ତି।
୨.ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ପ୍ରତିଭା ମାନଙ୍କୁ ନିଜ ପ୍ରତିଭାର ବିକାଶ ପାଇଁ ଏକ ବହୁତ ବଡ଼ ସୁଗୋଗ ଦେଇପାରିଛନ୍ତି।
୩. ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ , ସଂମ୍ମାନ, ସ୍ନେହ,ଶ୍ରଦ୍ଧା ଓ ଭଲପାଇବା କିପରି ଭାବରେ ମଜଭୁତ ହୋଇପାରିଛି।
୪ . ଅନ୍ୟ ଲେଖକ ଲେଖିକା ମାନଙ୍କର ଲେଖା ପଢି ମତେ ଅନେକ ଶିକ୍ଷା ମିଳିପାରିଛି।
ଏହି ସବୁ କଥା ମତେ ବହୁତ ପ୍ରଭାବିତ କରିପାରିଛି।

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ – ଆଜ୍ଞା ଏ ସମ୍ପର୍କରେ ଆମର ଗୁରୁଜନ ମାନେ ଆମକୁ ସମସ୍ତ ପ୍ରକାର ନୀତିନିୟମ ସହିତ ପରିଚୟ କରାଇଛନ୍ତି।ସମସ୍ତେ ମଧ୍ୟ ନୀତିନିୟମ ସବୁକୁ ବୁଝି ସେସବୁକୁ ସଠିକ ଭାବରେ ତୁଲାଉଛନ୍ତି ସେଥିପାଇଁ ଗୁରୁଜନ ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ।ଏହି ସଂଗଠନ ରେ ଯୋଡ଼ିହେବା ଦ୍ୱାରା ଭିନ୍ନ ଭିନ୍ନ ଅଞ୍ଚଳର ସାହିତ୍ୟିକ ଅନୁଭୂତି ଜାଣିବାକୁ ମିଳିବ।

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ମୋର କିଛି ବି ଅଭିଯୋଗ ନାହିଁ। ଆପଣମାନେ ଯାହାବି କରୁଛନ୍ତି ସେଥିରେ ଟିକେ ହେଲେ ତ୍ରୁଟି ନାହିଁ।ଆପଣମାନଙ୍କର ଏହି ପ୍ରୟାସ ଦେଶ ବିଦେଶରେ ଥିବା ଲେଖକ ଲେଖିକା ମାନଙ୍କୁ ଏକ ବନ୍ଧନ ରଜ୍ଜୁରେ ବାନ୍ଧି ରଖିଛି।
ସମସ୍ତଙ୍କ ସହ ଯୋଡି ହୋଇ ଅନେକ କିଛି ଶିକ୍ଷା ମତେ ଶିଖିବାକୁ ମିଳିପାରୁଛି।

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।

ଉ-

ସ ହିତ ସାଧନେ କରେ ପ୍ରୟାସ
ତହିଁ ନିହିତ ଇଚ୍ଛା ଅଭିଳାଷ।
ପ୍ରକୃତି ବର୍ଣ୍ଣନେ କରଇ ଆସ,
ପୁରାତନ ସୃଷ୍ଟି ଓ ଇତିହାସ।
ଗଳ୍ପ,ଏକାଙ୍କିକା, ରମ୍ୟ ରଚନା
ଉପନ୍ୟାସ ଓ ଜୀବନୀ ବର୍ଣ୍ଣନା।
ବ୍ୟାକରଣ ଶୁଦ୍ଧି ଶବ୍ଦ ରଚନା
ଆଳଙ୍କାରିକ ଶବ୍ଦ ସରଂଚନା।
ନାଟକ ଦ୍ୱାରା ସମାଜ ସଂସ୍କାର
ଦୂର କରଇ ମନୁ କୁସଂସ୍କାର।
ସାଧନା ଦ୍ୱାରା ଶିକ୍ଷା ସମାଜର
ସାହିତ୍ୟ ଅଟେ ମାର୍ଗ ପ୍ରଗତିର।

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?

ଉ- ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ମୁଁ ନିଜର କବିତା, ସମାଜ ସେବା ଓ ଜନ ସଚେତନତା ମାଧ୍ୟମରେ ସମାଜରେ ପରିବର୍ତ୍ତନର ସ୍ୱର ଉଠାଇପାରିବି।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ – ମୋ ମତରେ ପୁରସ୍କାର ଠାରୁ ପ୍ରୋତ୍ସାହନ ବିଶେଷ ଗୁରୁତ୍ତ୍ୱପୂର୍ଣ୍ଣ କାହିଁକି ନା ସାହିତ୍ୟ ସୃଷ୍ଟିରେ ପାଇବା ଓ ହରେଇବାର କିଛି ଫରକ ପଡେନା।

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରୁହନ୍ତି,ତା ଦ୍ୱାରା କେବେବି ତାଙ୍କର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୋଇନଥାଏ। କାହିଁକି ନା ଆମର କର୍ମ କରିବା ଉଚିତ ଫଳକୁ ଆଶା କରିବା ନାହିଁ। କର୍ମ କରିଚାଲିଲେ ଫଳ ଏବଂ ସମ୍ମାନ ଆପେ ଆପେ ଆସି ପହଞ୍ଚିଯିବ।

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ – ଏଥିପାଇଁ ମୁଁ ବହୁତ ଖୁସି ଅଛି। ଏହି ସାହିତ୍ୟ ପ୍ରତିଷ୍ଠାନ ମାଧ୍ୟମରେ ନିଜର ପ୍ରତିଭାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାର ସୁଯୋଗ ମତେ ମିଳିପାରିଛି ସେଥିପାଇଁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି।ଏହା ଫଳରେ ମତେ କିଛି ନୂଆ ଅନୁଭୂତି ସାଉଁଟି ଆଗକୁ ବଢିବାର ଅଛି।

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

25 thoughts on “*Lets talk with young and dynamic ink slinger Tapaswini Jena ,hails from Jagatsinghpur for SLF Literary Youth Icon Award contest-. 2022*

  1. ଆପଣଙ୍କ ଜୀବନୀ ଓ କବିତା ରଚନାର ଉତ୍ସାହ ହୃଦୟସ୍ପର୍ଶୀ । ଆପଣଙ୍କୁ ଅନୁସରଣ କରି ଅନ୍ୟମାନେ ଉତ୍ସାହିତ ହେବେ ବୋଲି ଆଶା କରୁଛି ।

  2. ଖୁବ୍ ସୁନ୍ଦର ଲାଗିଲା ଆପଣଙ୍କ ସମସ୍ତ ଉତ୍ତର ବନ୍ଧୁ .. ଏମିତି ଆଗକୁ ବଢ଼ିଚାଲ… ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା

  3. ବହୁତ ସୁନ୍ଦର ଲେଖା. ସବୁ ଦିନ ଏମିତି ଲେଖା ଲେଖୁ ଥାଅ.. ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ.

  4. ବହୁତ ସୁନ୍ଦର ଭାବରେ ଉତ୍ତର ଉପସ୍ଥାପନା କରିଛ ଦିଦି । ଶୁଭେଛା ଓ ଶୁଭକାମନା ଦିଦି l

  5. ଖୁବ୍ ସୁନ୍ଦର ଏବଂ ମନ ଛୁଆଁ ଉତ୍ତର ସବୁ ଦିଦି….।

    1. ଏମିତି ଭଲପାଇବା ମୋ ଉପରେ ରଖିଥାଅଧନ୍ୟବାଦ।

  6. ଖୁବ୍ ସୁନ୍ଦର୍ । ଉତ୍ତର ସବୁ ମନକୁ ଛୁଇଁଲା । ଆନ୍ତରିକ ଶୁଭେଚ୍ଛା ଦିଦି

  7. ଆପଣ ବହୁତ ସୁନ୍ଦର ଭାବରେ ସମସ୍ତ ପ୍ରଶ୍ନର ଉତ୍ତର ଉପସ୍ଥାପନା କରିଛନ୍ତି, ଆପଣ ବିଶ୍ୱ ଦରବାରରେ ନିଜକୁ ପରିଚିତ କରାନ୍ତୁ. ଆଉ ଆମ ସାହିତ୍ୟ ଭାଷାକୁ ଆଗକୁ ନିଅନ୍ତୁ । ହୃଦୟରୁ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ । ଭଗବାନ ତୁମ ଚଲାପଥରେ ସାହାଯ୍ୟ କରନ୍ତୁ ମୋର ଏତି ପ୍ରାର୍ଥନା ଭଗବାନଙ୍କ ପାଖରେ ।ଜୟ ଜଗନ୍ନାଥ

    1. ଧନ୍ୟବାଦ ।ନିହାତି ଭାବରେ ସାହିତ୍ୟ କ୍ଷେତ୍ରରେ ଉନ୍ନତି କରିବାର ଚେଷ୍ଟା ଜାରି ରଖିବି।

    1. ଆପଣମାନଙ୍କର ଆଶୀର୍ବାଦ ଏମିତି ମୋ ଉପରେ ରହିଥାଉ।ଧନ୍ୟବାଦ ଆଜ୍ଞା

  8. ଅତି ଉଚ୍ଚକୋଟୀର ସନ୍ତୋଷଜନକ ଉତ୍ତର ବାଢ଼ିଛନ୍ତି ଆପଣ ସତରେ ଆପଣଙ୍କ ଏହି ଉତ୍ତର ରୁ ଅନେକ କିଛି ଶିକ୍ଷଣୀୟ ବିଷୟ ବସ୍ତୁ ଭରି ରହିଛି।ଖୁବ ଆଗକୁ ବଢ଼ନ୍ତୁ ଏତିକି ପ୍ରାର୍ଥନା ପ୍ରଭୁ ପାଦ ତଳେ।

    1. ଧନ୍ୟବାଦ ଆଜ୍ଞା ।ଆପଣଙ୍କର ପ୍ରେରଣା ମତେ ଆଜି ଏହି ସ୍ଥାନରେ ପହଞ୍ଚାଇ ପାରିଛି

    2. ଆପଣମାନଙ୍କର ଆଶୀର୍ବାଦ ଏମିତି ମୋ ଉପରେ ରହିଥାଉ।ଧନ୍ୟବାଦ ଆଜ୍ଞା

Leave a Reply

Your email address will not be published. Required fields are marked *