September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

*Lets talk with young fiction slinger and a soft swordsmith of Odia Literature Sasmita Sahoo ,hails from JagannathDham, Puri for SLF Literary Youth Icon Award contest-. 2022*

*Lets talk with young fiction slinger and a soft swordsmith of Odia Literature Sasmita Sahoo ,hails from JagannathDham, Puri for SLF Literary Youth Icon Award contest-. 2022*

ନାମ – ସସ୍ମିତା ସାହୁ
ପିତାଙ୍କ ନାମ – ଗଣେଶ୍ଵର ସାହୁ
ମାତାଙ୍କ ନାମ – କନକ ଲତା ସାହୁ
ଜନ୍ମ ତାରିଖ – ୨୫|୩|୧୯୯୩
ଘର ଠିକଣା – ଥେଣ୍ଟପୁର, ବୀରନରସିଂହ ପୁର, ପୁରୀ
ଶିକ୍ଷାଗତ ଯୋଗ୍ୟତା – B. TECH
ଇ-ମେଲ – mssasmitasahoo93@gmail.com

Facebook/ମୁଖପୁସ୍ତିକା-:
https://www.facebook.com/profile.php?id=100015591903187

ହେ ଯଶଶ୍ୱିନୀ ସସ୍ମିତା !

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉ- ପିଲା ଦିନରୁ ଗପବହି ପଢିବା ପାଇଁ ବେଶ୍ ଭଲ ଲାଗୁଥିଲେ ମଧ୍ୟ ମୁଁ ନିଜେ ଲେଖି ପାରିବି ବୋଲି କେବେ ଭାବି ନଥିଲି । ଦୃଷ୍ଟି ଶକ୍ତି ହରାଇବା ପରେ ପାଠପଢା ସହିତ ଗପ ବହି ପଢିବା ମଧ୍ୟ ବନ୍ଦ ହୋଇଗଲା । ସେତେବେଳେ ମୋର ଏକ ମାତ୍ର ବନ୍ଧୁ ରେଡିଓ ରେ ଦିନ ଦଶଟା ରେ ପ୍ରସାରିତ ନାଟକ, ସନ୍ଧ୍ୟାରେ ପ୍ରସାରିତ ଯୁବବାଣୀ ତଥା ବିଭିନ୍ନ FM ରେ ପ୍ରସାରିତ କାହାଣୀ ଭିତ୍ତିକ କାର୍ଯ୍ୟକ୍ରମ ଶୁଣେ । ମୋବାଇଲ ବ୍ୟବହାର ପୁଣି ଥରେ ଶିଖିବା ପରେ ‘ନିଲେଶ ମିଶ୍ର’ ଙ୍କର କାର୍ଯ୍ୟକ୍ରମ ‘ୟାଦୋ କା ଇଡିଏଟ ବକ୍ସ’ କୁ ୟୁ ଟ୍ୟୁବ ରେ ଶୁଣେ । ଏଇ ଭିତରେ ମୋ ଭିତରେ ଥିବା ଲେଖିକାଟି କେତେବେଳେ ଜନ୍ମ ନେଲା ଜାଣିନି । ଏମିତି କାଗଜରେ ମୋ ମନ କଥା ଲେଖେ କିନ୍ତୁ ଦୁର୍ବଳ ଦୃଷ୍ଟିଶକ୍ତି ପାଇଁ କଦର୍ଯ୍ୟ ଅକ୍ଷର ଓ ଅଙ୍କା ବଙ୍କା ଧାଡି ଯୋଗୁଁ କାହାରିକୁ ଦେଖାଏ ନାହିଁ।
ମୋ ସାନ ଭାଇ ଭଲ ଚିତ୍ରାଙ୍କନ କରେ । ତା’ର ଚିତ୍ରକୁ ଖବର କାଗଜ କୁ ପଠାଇବା ପାଇଁ ‘ସମ୍ବାଦ’ ର ‘ଫୁଲଝରୀ’ ପୃଷ୍ଠାରେ ଠିକଣା ଖୋଜୁଥିବା ବେଳେ, ହଳଦିଆ ଅକ୍ଷରରେ ଲେଖାଥିବା ‘ଆପଣ ବି ଗପ ପଠାନ୍ତୁ ।‘ ଉପରେ ନଜର ପଡିଲା । ମୋବାଇଲ ରେ ଫଟୋ ଉଠେଇ zoom କରି ଦେଖୁଥିଲି । ପାଖରେ ବସିଥିବା ସାନ ଦାଦାଙ୍କୁ କହିବାରୁ ସେ ଭଲ ଭାବରେ ପଢିଦେଲେ ଏବଂ ମତେ କହିଲେ ‘ତୁ ଗୋଟେ ଗପ ଲେଖୁନୁ ।‘ ଲେଖିବା ଏବଂ ସଂଶୋଧନ କରିବାରେ ଅସୁବିଧା ସମ୍ପର୍କରେ ଜଣାଇବା ପରେ, ସାନ ଦାଦାଙ୍କର ଆଗ୍ରହ କ୍ରମେ, ରେଡିଓରୁ ଶୁଣିଥିବା ଏକ ନୀତିବାଣୀ କୁ କେନ୍ଦ୍ର କରି ‘ସମାଧାନ’ ଶୀର୍ଷକରେ ଏକ ଶିଶୁ ଗଳ୍ପ ଲେଖିଲି । ସାନ ଦାଦା ବଡ ପାଟିରେ ପଢି ସଂଶୋଧନ କରିଦେଲେ । ଏବଂ ସାନ ଖୁଡି ଛୋଟ ଛୋଟ ସୁନ୍ଦର ଅକ୍ଷରରେ ଲେଖିଦେଲେ ଏବଂ ସାନ ଦାଦା ପୋଷ୍ଟ କରିଦେଲେ । ପ୍ରାୟ ଦୁଇ ମାସ ପରେ ବଡ ଦାଦା ଖବର କାଗଜ ପଢିଲା ବେଳେ କହିଲେ “ ଝିଅ ତୁ ଫୁଲଝରୀ କୁ ଗପ ପଠେଇଥିଲୁ କି ?” ଲେଖା ପଠାଇବାର ବହୁତ ଦିନ ବିତିଯାଇଥିଲା ଏବଂ ମୁଁ ଭୁଲିଯାଇଥିଲି । ବଡ ଦାଦା ଗପ ଟିକୁ ବଡ ପାଟିରେ ପଢିଲେ । ଗପ ସହିତ ନାମ ଓ ଠିକଣା ପଢି ଘରେ ସମସ୍ତେ ବହୁତ ଖୁସି ହେଲେ ଏବଂ ମତେ ଆହୁରି ଲେଖିବା ପାଇଁ ଉତ୍ସାହିତ କଲେ । ଏହା ୨୦୧୯ ର ଘଟଣା । ସେହିଦିନ ଠାରୁ ମୁଁ ଲେଖୁଛି ।

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ- ମୋ ପାଇଁ ଲେଖା ହେଉଛି ମନର ଭାବନା ବାଣ୍ଟିବାର ମାଧ୍ୟମ । ଏଇ ଜନ୍ମରେ ମୋ ଭାଗରେ ସାମାଜିକ ଦାୟିତ୍ଵ ର ଭାର ହାଲୁକା ଥିବାରୁ ସମାନତା ରକ୍ଷା କରିବା ସହଜ ହୋଇ ଯାଇଛି ।

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ- ହଁ, ବହୁତ ସାହାଯ୍ୟ କରନ୍ତି ବଡ ବଡ ଅକ୍ଷରରେ ଲେଖିବା ସତ୍ୱେ ନିଜ ଲେଖାକୁ ଆଉ ଥରେ ପଢିବାକୁ ଅସୁବିଧା ହୁଏ । ମୋ ସାନ ଦାଦା ଲେଖାଗୁଡିକୁ ପଢି ଶୁଣାନ୍ତି ଏବଂ ଆଲୋଚନା କରି ଆବଶ୍ୟକୀୟ ସଂଶୋଧନ କରିଦିଅନ୍ତି । ସାନ ଖୁଡୀ ବ୍ୟାକରଣ ଗତ ତ୍ରୁଟି କୁ ସୁଧାରି ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖିଦିଅନ୍ତି । ଯାହାକୁ କି ମୁଁ ପତ୍ରପତ୍ରିକା କୁ ପଠାଇପାରେ । ଏହା ସହିତ ସାନ ଖୁଡୀ, ସାନଭାଇ ଓ ସାନ ଭଉଣୀ ଲେଖା ଗୁଡିକୁ ଟାଇପ ମଧ୍ୟ କରିଦିଅନ୍ତି । ପରିବାର ର ଅନ୍ୟମାନେ ଲେଖିବା ପାଇଁ ଉତ୍ସାହିତ କରନ୍ତି । ଏଣୁ ମୋ ଲେଖାର ଅଧେ ଶ୍ରେୟ ମୋ ପରିବାରକୁ ହିଁ ଦିଏ । ଏତଦ ବ୍ୟତୀତ ବରିଷ୍ଠ ଲେଖକ ଲଲାଟେନ୍ଦୁ କବି ସାର ଏବଂ କୈଳାସ ଚନ୍ଦ୍ର ବେହେରା ସାରଙ୍କୁ ଶବ୍ଦାର୍ଥ ଏବଂ ବ୍ୟାକରଣ ବିଷୟରେ ପଚାରିଲେ ଉଚିତ ଉପଦେଶ ଦିଅନ୍ତି ।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉ- କାହାଣୀ ଲେଖିବା ଆଗରୁ ମତେ ମନ ଭିତରେ ସମ୍ପୂର୍ଣ୍ଣ କାହାଣୀ ଲେଖିବାକୁ ପଡେ । ଚେଷ୍ଟା କରେ କାହାଣୀ ର ଶବ୍ଦକୁ ସରଳ ରଖିବା ପାଇଁ ଏବଂ ସକରାତ୍ମକ ମୂଲ୍ୟବୋଧ ରଖିବା ପାଇଁ । କବିତା ଲେଖିବା ଆଗରୁ ଟିକିଏ ଡର ଲାଗେ । ଅଳ୍ପ ଧାଡିରେ ଉଚିତ ଶବ୍ଦ ବିନ୍ୟାସ ଏବଂ ମନର ଭାବନାକୁ ବ୍ୟକ୍ତ କରିବାକୁ ନେଇ ।

ଲେଖିସାରିବା ପରେ ଭାବେ “ପ୍ରଭୁ , ଦାଦାଙ୍କର ଏଡିଟୋରିଆଲ ଡେସ୍କରେ ପାଶ କରେଇଦିଅ ।“

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ବହୁତ ଅନୁଭୂତି ରହିଛି । ପ୍ରଥମେ ଯେଉଁଦିନ ‘ସମାଧାନ’ ଗପ ବାହାରିଥିଲା । ଯେବେ ପୋଷ୍ଟାଲରେ ‘ଗୀତାମୃତ’ ପତ୍ରିକା ସହ ସାର୍ଟିଫିକେଟ୍ ଆସିଥିଲା ଯେବେ କୁନିକଥାର ଅଏଲ ପେପର ରେ ମୋ ଗପ ବାହାରିଥିବାର ଦେଖିଥିଲି । ଯେବେ ମୋ ବହି ‘ଆନମନା’ କୁ ହାତ ରେ ଧରିଥିଲି । ଏମିତି ଅନେକ .…..।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ- – ହଁ ଏକଦମ ସହମତ । ମତେ ଲାଗେ ସାହିତ୍ୟ ସୃଜନ ର ମାପକାଠି ବୟସ ନୁହେଁ । ଭାବନା ପରିପ୍ରକାଶ ଶୈଳୀରେ ପାଠକର ହୃଦୟକୁ ସ୍ପର୍ଶ କରିବା ।

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?

ଉତ୍ତର- ମୋର ପ୍ରିୟ ଲେଖକ ହେଉଛନ୍ତି ଫକୀର ମୋହନ ସେନାପତି(ମୃତ),ମନୋଜ ଦାଶ(ମୃତ),ପ୍ରତିଭା ରାୟ(ଜୀବିତ),ପ୍ରେମ ଚାନ୍ଦ(ମୃତ), ଅମୃତା ପ୍ରୀତମ(ମୃତ),ମାଳତୀ ଯୋଶୀ(ଜୀବିତ)

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।

ଉ- ଓଡିଆରେ ଫକୀର ମୋହନ ସେନାପତି, ପ୍ରତିଭା ରାୟ, ମନୋଜ ଦାସ ଏବଂ ହିନ୍ଦୀରେ ପ୍ରେମ ଚାନ୍ଦ, ମାଳତୀ ଯୋଗୀ, ଅମ୍ରିତା ପ୍ରିତମ ଇତ୍ୟାଦି । ଆଗରୁ ଓଡିଆ ଲେଖକ ମାନଙ୍କର ବହି ପଢିଥିଲି । ଏବେ ହିନ୍ଦୀ ଲେଖକ ମାନଙ୍କ ଅଡିଓ ବହି ଶୁଣୁଛି ।

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

 

ଉ- ମୋ ପରିବାର ର ସମସ୍ତେ ଲେଖିବା ପାଇଁ ପ୍ରେରଣା ଦିଅନ୍ତି ଏବଂ ସକରାତ୍ମକଶିକ୍ଷା ଥିବା ଲେଖା ଲେଖିବା ପାଇଁ ପ୍ରେରଣା ଦିଅନ୍ତି ।

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ- କାହାଣୀର ପରିସମାପ୍ତି ଏବଂ ଲେଖିସାରିବା ପରେ ଶୀର୍ଷକ ଦେବାପାଇଁ ବହୁତ ଭାବିବାକୁ ପଡେ ।

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ- କାହାଣୀ, କବିତା ପ୍ରବନ୍ଧ ଏବଂ ଶିଶୁଗପ । ଗୋଟିଏ ଉପନ୍ୟାସ ଲେଖିବାକୁ ସାହସ କରିଛି ।

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

ଉ- ହଁ, ‘ଆନମନା’ ନାମକ ଏକ ଗଳ୍ପ ସଂକଳନ ୨୦୨୧ ମସିହାରେ ପ୍ରକାଶିତ ହୋଇଛି । ସେଥିରେ ପାରିବାରିକ, ପ୍ରେମ, ସାମାଜିକ ବିଷୟବସ୍ତୁ ଉପରେ ୨୦ ଟି କାହାଣୀ ଅଛି । ଗୋଟିଏ ନାରୀଧର୍ମୀ ଉପନ୍ୟାସ ଲେଖିଛି ଭଲ ବିଶ୍ଵାସ ଯୋଗ୍ୟ ପ୍ରକାଶକଙ୍କ ଅପେକ୍ଷାରେ ଅଛି । ଶିଶୁ ମାନଙ୍କର ଗପ ବହି ପାଇଁ ଇଛା ଅଛି । ଆଉ ସମୟ କହିବ।

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ବିଭିନ୍ନ ଭାଷାର ସୃଜନକାର ମାନଙ୍କୁ ଶୁଣିବାକୁ ମିଳୁଛି ।

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ- ହଁ କିଛି ମାତ୍ରାରେ ଅବଗତ ଅଛି କିନ୍ତୁ ସଂପୂର୍ଣ୍ଣ ଜାଣିନି ।

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ- ଭବିଷ୍ୟତରେ ମଧ୍ୟ ଏପରି ସୁନ୍ଦର ସୁନ୍ଦର ସୁଯୋଗ ସୃଷ୍ଟି କରି ଯୁବ ଲେଖକ/ ଲେଖିକା ମାନଙ୍କୁ ପ୍ରେରଣା ଦେବାପାଇଁ ଆଶା ରଖିବି ।

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ-
ସମାଜର ହିତ ପାଇଁ
ଜନ୍ମ ନିଏ ଭାବନାଟେ
ଭାବନାକୁ ବାନ୍ଧିଦେଇ
ସୂକ୍ଷ୍ମ ଶବ୍ଦ ଚଉପାଶେ,
ଧାଡ଼ିବାନ୍ଧି ରୋପିଦେଇ
ଭାବ ମୁନ୍ଦେ ସିଞ୍ଚିଦେଲେ
ସୃଷ୍ଟି ହୁଏ ଯେଉଁ କୃତି
ସାହିତ୍ୟ ନାମରେ ବାସେ ।।

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ- ସାମାଜିକ ନୈତିକତା । ସକାରାତ୍ମକ ଦୃଷ୍ଟିକୋଣ, ଅତ୍ୟାଚାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଚେଷ୍ଟା କରିବି ।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?

ଉ- ହଁ ନିହାତି ଆବଶ୍ୟକ । ଲେଖାକୁ ପାଠକୀୟ ଆଦୃତି ମିଳିବା ପ୍ରୋତ୍ସାହନ ଏବଂ ସୁଚିନ୍ତିତ ମତାମତ ମିଳବା ବଡ ପୁରସ୍କାର । ଏହା ସମସ୍ତ ଲେଖକଙ୍କର ମନର କଥା ବୋଲି ମତେ ଲାଗେ, ଏବଂ ଏହା ହିଁ ଆହୁରି ଲେଖିବାକୁ ପ୍ରେରଣା ଯୋଗାଏ । ପାଠକ ନଥିଲେ ଲେଖକର ସ୍ଥିତି କ’ଣ ସମ୍ଭବ କି ?

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

ଉ- ବହୁତ ପ୍ରଭାବ ପକାଏ ଏହି ପ୍ରଭାବ ର ମାତ୍ରା ନିର୍ଭର କରେ ଲେଖକର ମାନସିକତା ଉପରେ । ଯଦି ସେ ଏହାକୁ ସକରାତ୍ମକରେ ନେଇ ନିଜ ଲେଖା ପ୍ରତି ଯତ୍ନବାନ ହୁଏ ତେବେ ସେ ଆହୁରି ଉନ୍ନତି ସୃଷ୍ଟି କରିପାରେ । ଏବଂ ବହୁତ ଆଗକୁ ଯାଇପାରେ ।

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ- ବହୁତ ଖୁସି । ଏତେ ସୁନ୍ଦର ସୁଯୋଗଟିଏ ଦେଇଥିବାରୁ ସୂର୍ଯ୍ଯୋଦୟର ପ୍ରତିଷ୍ଠାତା ଏବଂ ଅନ୍ୟ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଆଗକୁ ଏହିପରି ସୁଯୋଗ ମାନ ସୃଷ୍ଟି କରି ନବ ପ୍ରତିଭା ମାନଙ୍କୁ ବିଶ୍ଵ ଦରବାରରେ ପରିଚିତ କରିବାକୁ ଅନୁରୋଧ କରିବି । ପ୍ରଭୁ ଜଗନ୍ନାଥ ସୁର୍ଯ୍ଯୋଦୟ ଭାଷା ସାହିତ୍ୟ ଅନୁଷ୍ଠାନକୁ ଆଶୀର୍ବାଦ କରନ୍ତୁ । ସାହିତ୍ୟ କ୍ଷେତ୍ରରେ ଏହା ଏକ ବିଶାଳ ମହାଦୃମ ରେ ପରିଣତ ହେଉ । ଏହା ହୃଦୟ ରୁ ପ୍ରାର୍ଥନା କରୁଛି ।

ସୌଜନ୍ୟ -:: ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା,ବାଲେଶ୍ଵର

Loading

3 thoughts on “*Lets talk with young fiction slinger and a soft swordsmith of Odia Literature Sasmita Sahoo ,hails from JagannathDham, Puri for SLF Literary Youth Icon Award contest-. 2022*

  1. ଦିଦି ଆପଣଙ୍କର ସମସ୍ତ ପ୍ରଶ୍ନର ଉତ୍ତର ମୋ ହୃଦୟକୁ ଛୁଇଁଗଲା। ଉତ୍ତର ସବୁ ଖୁବ ଉଚ୍ଚ କୋଟିର। ଆପଣଙ୍କ ଜୀବନରେ ସବୁ ଖୁସି ଭରିଯାଉ। ଧନ୍ୟବାଦ ଦିଦି ଏତେ ସୁନ୍ଦର ଉକ୍ତି ବାଢିଥିବାରୁ।

  2. ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ସର୍ବ ମଙ୍ଗଳ କାମନା କରୁଛି।ସାରସ୍ବତ ସାଧନାରେ ଆପଣ ଆହୁରି ଆଗକୁ ଚାଲନ୍ତୁ।ଅନ୍ଯମାନଙ୍କପାଇ୍ଁ ପ୍ରେରଣାର ଉତ୍ସହୋଇ ରୁହନ୍ତୁ।ଜୟ ଜଗନ୍ନାଥ।

  3. ଆଖିରେ ଲୁହ ଆସିଗଲା ଦିଦି,
    ଈଶ୍ୱରଙ୍କୁ ପ୍ରାର୍ଥନା, ତୁମ ଆଖିରେ କେବେ ଲୁହ ନ ଆସୁ, ତୁମ ଆଖି ସର୍ବଦା ସ୍ୱପ୍ନରେ ସଜ୍ଜିତ ହୋଇ ରହୁ ।
    ଖୁବ୍ ଆଗକୁ ଯାଅ, ଶୁଭେଚ୍ଛା ମୋ ଦିଦି ।

Leave a Reply

Your email address will not be published. Required fields are marked *