October 02, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*Lets talk with young dynamic leader of Literature and a multilingual writer Mr. Pabitra Behera ,hails from Sambalpur, Odisha for SLF Literary Youth Icon Award contest-. 2022*

*Lets talk with young dynamic leader of Literature and a multilingual writer Mr. Pabitra Behera ,hails from Sambalpur, Odisha for SLF Literary Youth Icon Award contest-. 2022*

 

ନାମ – ଶ୍ରୀ ପବିତ୍ର ବେହେରା
ପିତାଙ୍କ ନାମ- ଶ୍ରୀଯୁକ୍ତ କ୍ଷମାନିଧି ବେହେରା
ମାତାଙ୍କ ନାମ- ଶ୍ରୀମତୀ ଜୁଲୀ ବେହେରା
ଜନ୍ମ ତାରିଖ- ୨୯/୧୧/୨୦୦୨
ଘର ଠିକଣା- ବକ୍ସି ବଜାର, ବାଟଗାଁ, ନାକଟିଦେଉଳ, ରେଢ଼ାଖୋଲ, ସମ୍ବଲପୁର, ଓଡ଼ିଶା ପିନ୍ – ୭୬୮୧୦୬
ଶିକ୍ଷାଗତ ଯୋଗ୍ୟତା- +୩ ବିଜ୍ଞାନ ଦ୍ଵିତୀୟ ବର୍ଷ ଉଦ୍ଭିଦ ବିଜ୍ଞାନ ଛାତ୍ର
ସିଦ୍ଧି ବିନାୟକ ବିଜ୍ଞାନ କଲେଜ, ଅନୁଗୁଳ
ଇ-ମେଲ୍ ଠିକଣା- wrpabitra.in@gmail.com

ଫେସବୁକ୍ :

https://www.facebook.com/pabitra.behera.338

Instagram link : http://bit.ly/Insta_Pabitra

ଶ୍ରଦ୍ଧେୟ ପବିତ୍ର !

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉ:
ଛୋଟ ବେଳୁ ଶିଶୁ ପ୍ରତିଭା, ମୀନା ବଜାର, ଜହ୍ନମାମୁଁ ମାସିକ ପତ୍ରିକା ଗୁଡିକ ପଢେ । ଓଡ଼ିଆ ସାହିତ୍ୟ ବହିରେ ବିଷୟ ଶେଷରେ ଲେଖା ଥିବା ମନରୁ କିଛି କବିତା ଲେଖ, ସେତେବେଳେ ଶବ୍ଦ ସଂଖ୍ୟା ଓ ଶେଷ ଶବ୍ଦକୁ ଧ୍ୟାନ ଦେଇ କବିତା ଲେଖି ଦିଏ । ଧିରେ ଧିରେ ଗଳ୍ପ ଲେଖିବା ଆରମ୍ଭ କଲି । ବାପା ବିଭିନ୍ନ ସାହିତ୍ୟ ସଭାକୁ ଡାକନ୍ତି କିନ୍ତୁ ମୁଁ ଛୋଟ ଛୁଆ ଟେ ସେଇଠି କ’ଣ କବିତା ପଢିବି ବୋଲି କେବେ ଯାଏ ନାହିଁ । +୩ ରେ ଯାଇକି କାର୍ଯ୍ୟକ୍ରମ ଗୁଡିକରେ ଯୋଗ ଦେଲି ।

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ:
ସାହିତ୍ୟ ନିଶା ସବୁ ନିଶା ଠାରୁ ଅଧିକ ମାରାତ୍ମକ, ସମୟ ସହିତ ଆମକୁ ଚାଲିବାକୁ ହୁଏ, ସମୟକୁ ଠିକ ଉପଯୋଗ କରିଲେ ସବୁ କିଛି ଆପେ ଆପେ ଠିକ ହିଁ ହେବ । ।

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

ଉ :
ଯାହା ମନକୁ ଆସେ ଲେଖି ପକାଏ, ଲେଖି‌ ସାରିଲା ପରେ ପଢ଼ି ଠିକ ଭୁଲ ଦେଖେ । ବାପା ମଧ୍ୟ ସବୁବେଳେ ଲେଖିବାକୁ ପ୍ରୋତ୍ସାହିତ କରନ୍ତି । ବିଭିନ୍ନ ପୁସ୍ତକ ପଢିବାକୁ ଦିଅନ୍ତି ।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉ:
କ’ଣ ଲେଖିବି ପ୍ରଥମେ ଭାବନାର ଆବଶ୍ୟକ ହୁଏ । କ’ଣ ସବୁ ଶବ୍ଦ ରହିବ ସେ ଉପରେ ଧ୍ୟାନ ଦେବାକୁ ହୁଏ । ଲେଖାଟି ଯେପରି ସମାଜରେ ଏକ ମଙ୍ଗଳ ସାଧନା କରିବ ଏବଂ କିଛି ପରିବର୍ତ୍ତନ ଆଣିବ ସେ ନିମନ୍ତେ ଧ୍ୟାନ ଦିଏ ।

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଉ: ସେମିତି କିଛି ଏବେ ମନେ ନାହିଁ ।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ: ବୟସ ଗୁରୁତ୍ୱପୂର୍ଣ୍ଣ ଭୂମିକା କହିଲେ ବୟସ ଭାବନା କୁ ଆହୁରି ଦୃଢ଼ କରେ କିନ୍ତୁ ଅନୁଭବ, ଅନୁଭୂତି, ପୁସ୍ତକ ପଠନ, ଗଭୀର ମନନ ଏସବୁ ପାଇଁ ବୟସ କେବେ ଭାବନାକୁ ଆଘାତ କରେନାହିଁ ।

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?

ଉ:
ସମସ୍ତଙ୍କୁ ମୁଁ ପଢିବାରୁ ବଞ୍ଚିତ ଅଛି, ସମସ୍ତଙ୍କ ଠାରୁ କିଛି ନା କିଛି ଶିଖି ଥାଏ, କିଛି ଲେଖକଙ୍କୁ ଅନୁସରଣ କରିପାରିଛି ।
ବ୍ୟାସକବି ଫକୀରମୋହନ ସେନାପତି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସନ୍ଥକବି ଭୀମଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, ଡଃ ପ୍ରତିଭା ରାୟ ପ୍ରଭୃତି ।।

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।

ଉ:
ଫକୀରମୋହନ ସେନାପତି ଙ୍କ ପ୍ରମୁଖ ଉପନ୍ୟାସ ଛ’ମାଣ ଆଠଗୁଣ୍ଠ ଏବଂ ଡଃ ପ୍ରତିଭା ରାୟ ଙ୍କ ଯାଜ୍ଞସେନୀ ପୁସ୍ତକ , ସନ୍ଥକବି ଭୀମଭୋଇ ଙ୍କ ସୃତି ଚିନ୍ତାମଣି ପ୍ରଭୃତି ।

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

ଉ:
ପରିବାରରେ ଲେଖାଲେଖି ପାଇଁ ପାରିବାରିକ ପ୍ରୋତ୍ସାହନ ମିଳିଥାଏ, ବିଦ୍ୟାଳୟ ରେ ଶିକ୍ଷକ, ଶିକ୍ଷୟିତ୍ରୀ, ବନ୍ଧୁ, ବାନ୍ଧବୀ ମାନେ ମଧ୍ୟ ଲେଖା ପଢି ଅଧିକ ଲେଖିବାକୁ ଉତ୍ସାହିତ କରନ୍ତି । ସଚେତନତା ଧର୍ମୀ ଏବଂ ପୌରାଣିକ ତଥା ଭଗବାନଙ୍କ ଉପରେ ତଥା ପାରିବାରିକ ଲେଖା ଲେଖିବାକୁ ଅଧିକ ପ୍ରେରଣା ଯୋଗାନ୍ତି ।

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?

ଉ :
ଏପର୍ଯ୍ୟନ୍ତ ତ ମୁଁ ସବୁ ଦିଗରେ ଲେଖିବା ଆରମ୍ଭ କରିନାହିଁ, ମନୋବଳ ଦୃଢ଼ ଥିଲେ କିଛି ବି କଷ୍ଟ ନୁହେଁ ।

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ:
ମୁଖ୍ୟତଃ ଶିଶୁ କବିତା, ବ୍ୟଙ୍ଗ କବିତା, ପ୍ରଣୟ କବିତା, ଦେଶାତ୍ମବୋଧକ କବିତା ଏବଂ ଶିଶୁ ଗଳ୍ପ, ସାମାଜିକ ଗଳ୍ପ ବର୍ତ୍ତମାନ ଲେଖାଲେଖି କରୁଅଛି ।

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

ଉ:
ଏପର୍ଯ୍ୟନ୍ତ କିଛି ପୁସ୍ତକ ପ୍ରକାଶିତ ହୋଇନାହିଁ, ଯଦି ବି ଭବିଷ୍ୟତରେ ହୁଏ ତେବେ ସମସ୍ତଙ୍କୁ ଛୁଇଁ ପାରୁଥିବା ଭଳି ସୃଷ୍ଟି ରହିବ । ସମାଜରେ ଏକ ସ୍ବତନ୍ତ୍ର ପ୍ରଭାବିତ କରିପାରୁଥିବ ବୋଲି ଭାବୁଛି ।

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଉ:
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ମୁଁ ଦୁଇ ବର୍ଷ ହେବ ଯୋଡ଼ିତ ଅଛି, ଯୁବ ପ୍ରତିଭାକୁ ସମ୍ମାନ ଜଣାଇବା ସହ ଯୁବ ପ୍ରତିଭାକୁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ସମସ୍ତଙ୍କୁ ସମାନ ସମ୍ମାନ ପ୍ରଦାନ କରିଥାଏ । ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନର ପାକ୍ଷିକ ପ୍ରତିଯୋଗିତା ମଧ୍ୟ ସ୍ୱାଗତଯୋଗ୍ୟ ।

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!

ଉ:
ଏହା ନିଶ୍ଚିତ ଭାବରେ ଜାଣିଛି । ଆମ ପରିବାରର ଏହିପରି ଏକ ସୁନ୍ଦର କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜକୁ ଖୁବ ଧନ୍ୟ ମନେ କରୁଛି । ମୋତେ ଏହି ସୁଯୋଗ ପ୍ରଦାନ କରିଥିବା ମୋର ପୂଜ୍ୟ ମନୋଜ ଭାଇଙ୍କ ନିକଟରେ ଢେର୍ ସାରା କୃତଜ୍ଞତା ଜ୍ଞାପନ କରୁଛି ।

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?

ଉ: ମୋର କିଛି ପରାମର୍ଶ ଦେବାର ଏବେ ସମୟ ହୋଇନାହିଁ, କିଛିବି ଆବଶ୍ୟକ ହୁଏ ମୁଁ ନିଶ୍ଚିତ ଭାବରେ ଅନୁଷ୍ଠାନ କୁ ଜଣାଇବି । ସବୁବେଳେ ଏମିତି ସମସ୍ତଙ୍କୁ ସମ୍ମାନ ଜଣାଇ ଆଗକୁ ବଢନ୍ତୁ ।

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ:
ସାମାଜରେ କିଛି ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରୁଥିବା ହେଉଛି ସାହିତ୍ୟ ମୁଁ ଆଉ ଅଧିକ କହିବା ଠିକ ହେବ ନାହିଁ ।

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ:
ସେମିତି କିଛି ଆଗରୁ ଭାବିନାହିଁ ଯେତେବେଳେ ବି କିଛି ଦରକାର ହୁଏ ଆପେଆପେ ନିଜ ମନକୁ କିଛି ନା କିଛି ଉପାୟ ସମାଜର ହିତ ସାଧନ ନିମନ୍ତେ ଆସିଯିବ ।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ :
କେବଳ ନିଜ କର୍ମ ଉପରେ ଧ୍ୟାନ ଦେବାର ଅଛି ଆଉ ସବୁ ଆପେ ଆସିବ । ନିହାତି ଜଣେ ଲେଖକକୁ ପାଠକୀୟ ଆଦୃତି ଲାଭ କରିବା ଶ୍ରେଷ୍ଠ ପୁରସ୍କାର । ଆଜିର ଲେଖକଙ୍କୁ ମାନପତ୍ର କିମ୍ବା ଅର୍ଥରାଶି ପ୍ରୋତ୍ସାହନ ପାଇଁ ମଧ୍ୟ ଦେବା କିଞ୍ଚିତ ଆବଶ୍ୟକ ବୋଲି ମନେ ହୁଏ ।

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

ଉ : ତାହା କେବଳ ସେଇ ଲେଖକଙ୍କ ଉପରେ ନିର୍ଭର କରେ, ସେ ଯଦି ରଚନା କରୁଛନ୍ତି କିନ୍ତୁ ତାହା ପାଠକୀୟ ଆଦୃତି ଲାଭ କରୁନାହିଁ କିମ୍ଵା କିଛି ପୁରସ୍କାର ମଧ୍ୟ ଲାଭ ହେଉନାହିଁ । ସେ ନିଜ ଲେଖାକୁ ଆହୁରି ମାର୍ଜିତ କରିବା ଆବଶ୍ୟକ ।

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ:
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ସ୍ୱତନ୍ତ୍ର ସୁଯୋଗ ମିଳିଛି ଏହା ଏକ ବହୁତ ବଡ଼ କଥା । ସମସ୍ତ ଙ୍କ ଭଲପାଇବା ସହିତ ଅନୁଷ୍ଠାନ ଆହୁରି ଆଗକୁ ସମସ୍ତଙ୍କୁ ନେଇକି ଯିବ ।

 

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା,ବାଲେଶ୍ଵର

Loading

7 thoughts on “*Lets talk with young dynamic leader of Literature and a multilingual writer Mr. Pabitra Behera ,hails from Sambalpur, Odisha for SLF Literary Youth Icon Award contest-. 2022*

  1. ବହୁତ ସୁନ୍ଦର ଭାବରେ ଉତ୍ତର ଉପସ୍ଥାପନା କରିଛନ୍ତି , ଆପଣଙ୍କ କଲମ ଏମିତି ଚାଲୁଥାଉ , ମନ ନୂଆ ନୂଆ ଭାବନାରେ ହଜୁଥାଉ, ନୂଆ ନୂଆ ରଚନା କରୁଥାଉ ଜୟ ଜଗନ୍ନାଥ

  2. ଲେଖନୀ ର ମୁନ ଆହୁରି ସୁଦୃଢ଼ ହେଉ। ମହାଦେବ ଙ୍କ କୃପାରୁ ବହୁତ ଆଗକୁ ଯାଓ ମୋ ସ୍ନେହ ପ୍ରେମ ଓ ଭଲପାଇବା ସହ ଆଶୀର୍ବାଦ ସବୁବେଳେ ତୁମ ସହ ରହିଛି ❤️❤️❤️

Leave a Reply

Your email address will not be published. Required fields are marked *