September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

*Lets talk with young and dynamic ink and paint slinger Mr. Tapan Kumar Swain ,hails from Bhanjabhumi Ganjam Odisha for SLF Literary Youth Icon Award contest-. 2022*

*Lets talk with young and dynamic ink and paint slinger Mr. Tapan Kumar Swain ,hails from Bhanjabhumi Ganjam Odisha for SLF Literary Youth Icon Award contest-. 2022*

ନାମ – ତପନ କୁମାର ସ୍ୱାଇଁ
ପିତାଙ୍କ ନାମ – କବି ରାଜ୍ ସ୍ବାଇଁ
ମାତାଙ୍କ ନାମ – ରେଣୁଙ୍କା କୁମାରୀ ସ୍ବାଇଁ
ଜନ୍ମ ତାରିଖ – ୧୦ – ୦୬ – ୧୯୯୩
ଘର ଠିକଣା – ବୁଗୁଡ଼ା, ଗଞ୍ଜାମ
ଶିକ୍ଷାଗତ ଯୋଗ୍ୟତା– ୧୦ମ ପରେ ଅନ୍ୟାନ୍ୟ ତାଲିମ୍ ।
ଇ – ମେଇଲ୍
ଠିକଣା- ts3676549@gmail.com

Facebook

https://www.facebook.com/profile.php?id=100071640212557

 

ଶ୍ରଦ୍ଧେୟ ତପନ !

୧ – ଲେଖାଲେଖି କରିବା ପାଇଁ ଆପଣ କିପରି
ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା
ଦୂର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା
ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ
କିଛି ମତାମତ ରଖିବାକୁ ଅନୁରୋଧ।

ଉ – ଆମରି ଓଡ଼ିଆ ମାଟିରେ କେତେକ କବି
ଓ କବୟତ୍ରୀ ମାନଙ୍କ ଲେଖା କବିତା ଓ ଗଳ୍ପକୁ
ପଢିଲା ପରେ ମୋ ହୃଦୟରେ ନିଜେ କିଛି
ଲେଖିବି ବା ନିଜ ଭାବନାରୁ କିଛି ନୂତନ ଲେଖା ସୃଷ୍ଟି କରିବାକୁ ଦୃଢ ମନୋଭାବ ଜାଗି ଉଠିଲା ଏବଂ ଏ ପ୍ରାକୃତିକ ସୋୖନ୍ଦର୍ଯ୍ୟ ଅତ୍ୟନ୍ତ ମନଛୁଆଁ ପାଗଳ ପରାୟ କରିସାରିଛି ଏବଂ କେତେ ଭଙ୍ଗା,ଗଢା ସ୍ବପ୍ନ ମୋତେ ଅଧର୍ଯ୍ୟ କରିବା ହେତୁ ହାତରେ କଲମ ଧରି କିଛି ଲେଖିବାକୁ ପ୍ରେରଣା ଯୋଗାଇଛି।
ଏବଂ ଭାବନା ରାଜ୍ୟରେ ହଜିବା ପରେ କିଛି
ଶବ୍ଦ ମନରେ ଉଙ୍କି ମାରିବା ପରେ ସାଧା କାଗଜରେ କଲମ ସାହାଯ୍ୟରେ ଲେଖିବାକୁ ମନ ବଳାଇଛି।

୨ – ଆପଣ କିପରି ଭାବେ ଲେଖା
ପାଠପଢା ତଥା ସାମାଜିକ ଜୀବନର
ସର୍ବ ସମତା ରକ୍ଷା କରନ୍ତି ?

ଉ- ମିଠା ବଚନେ ସର୍ବେ ବସିଭୁତ।ଏହି ମିଠା ବଚନ ସହିତ ହୃଦୟରୁ ନିଜ ପ୍ରଚେଷ୍ଟା ଫଳରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ ରେ ପରିଣତ କରିହେବ ଏବଂ ଦୃଢ଼ ଇଛାଶକ୍ତି ବଳରେ ସର୍ବ କାର୍ଯ୍ୟ କରିବାର ସୁଯୋଗ ଓ
ଉପଯୁକ୍ତ ପନ୍ଥା ମିଳିଥାଏ।

୩- ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ
କରନ୍ତି କି/ପଥ ପ୍ରଦର୍ଶନ କରନ୍ତି କି/ଭୁଲ
ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି
ପ୍ରେରଣା ଦେଇଛନ୍ତି କି..?ଯଦି ହଁ ଆପଣ ତାଙ୍କ
ସହ କିପରି ପରିଚିତ ହେଲେ ଅବା ତାଙ୍କର
କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ
ମତାମତ ରଖନ୍ତୁ।

ଉ- ଆଜ୍ଞା ହଁ ନିଶ୍ଚିତ ଭାବରେ ମୋତେ ମୋ
ନିଜର ନହେଲେ ମଧ୍ୟ ଅତି ନିଜର ତପସ୍ୱିନୀ ଦିଦି,ବର୍ଷା ଲକ୍ଷ୍ମୀ ଦିଦିଙ୍କ ଲେଖା ପଢି ମୁଁ କିଛି ଲେଖି ତାଙ୍କରି ପାଖକୁ ପ୍ରେରଣ କରିଥିବାରୁ ସେମାନେ ଉଭୟ ମୋର ଠିକ୍, ଭୁଲକୁ ଚୟନ କରି କିଛି ଉପଯୁକ୍ତ ଶବ୍ଦ ଏବଂ ଲେଖିବାର ଶୈଳୀ,ସୂତ୍ର ମୋତେ ଶିକ୍ଷା ଦେଇଛନ୍ତି।
ଏବଂ ଫେସ୍-ବୁକ୍ ରେ ପରିଚିତ ହୋଇ ଦୂରରୁ ଶିକ୍ଷା ଦେଇ ଆଗକୁ ବଢ଼ିବାର ମାର୍ଗ ଦର୍ଶାଇଛନ୍ତି।ଫଳରେ ମୋର ପ୍ରଚେଷ୍ଟା ଜାରି ରଖି ମୁଁ ଆଗକୁ ବଢିବା ପାଇଁ ସେମାନଙ୍କୁ ମୋର ଗୁରୁ ମାନି ଆଗକୁ ବଢ଼ିବାର ସ୍ବପ୍ନକୁ ସାକାର କରିବି।ସେମାନଙ୍କ ନାମକୁ
ଓ ସେମାନଙ୍କ ମର୍ଯ୍ୟାଦା ରଖିବି ଓ ଆଗକୁ ବଢିବି। ମୋର ମାତୃଭୂମିର ଭାଷା ସାହିତ୍ୟର ଟେକ ରଖିବି।ଏହା ମୋର ଦୃଢ ଇଚ୍ଛା।

୪- ଆପଣ ଏକ ଲେଖାକୁ ଆରମ୍ଭ କରିବା
ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ
ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ
କ’ଣ ସବୁ ଇଚ୍ଛା ରଖନ୍ତି ?

ଉ- ମୁଁ ଲେଖା ଆରମ୍ଭ କରିବା ପୂର୍ବରୁ ପ୍ରଥମତଃ ,
ସମାଜର କିଛି ସତ୍ୟ ଓ ମିଥ୍ୟାର ଘଟଣା ଏବଂ ଭଗବାନ ଆମକୁ ଦେଇଥିବା ଉପହାର ସଦୃଶ୍ୟ ପ୍ରକୃତିକର ସୋୖନ୍ଦର୍ଯ୍ୟର ଅପରୂପକୁ ନେତ୍ର ଧାରେ ରଖି ଭାବନାରେ ନିଜକୁ ହଜେଇ ଥାଏ। ମୁଁ ଶବ୍ଦର ଭିକାରି ସାଜେ ସତେ ଯେମିତି ଶବ୍ଦ ବିନା ମୁଁ ଅସହାୟ।ମୋର ଲେଖା କେମିତି
ସମାପ୍ତ ହେବ? ଲେଖା ବିନା ମୋର କ’ଣ ପରିଚୟ ?
ଏହି ଭାବନା ରଖି ଲେଖାର ପ୍ରାରମ୍ଭ କରେ ଓ ଲେଖା ସମାପ୍ତ ପରେ ଖୁସି ମନେ ହୋଇ ପୁଣି ଭାବେ ମୋର ଲେଖା କିପରି ଆହୁରି ଉଚ୍ଚକୋଟୀର ହେବ ଏବଂ ଆଉ କିଛି ଶବ୍ଦ ସଂଯୋଜନା କରି କବିତା କିମ୍ବା ଗଳ୍ପ ଟିଏ ଲେଖିବି।ଫଳରେ ସାରା ଓଡ଼ିଶା ପଢିବ ଏବଂ ମୋର ଲେଖା ସମାଜର କଲ୍ୟାଣ ପାଇଁ କିପରି ପ୍ରଭାବ ଶାଳୀ ହେବ।

୫- ଜଣେ ଯୁବ ଲେଖକ/ଲେଖିକା ଭାବେ
ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି
କ’ଣ ରହିଛି ?

ଉ- ହଁ ସେଇଦିନଟି ଏବଂ ସେହି କବିତା ଟି ମୋର ଚିର ସ୍ମୃତି ହୋଇ ରହିଛି ଏବଂ ରହିବ ଶେଷ ନିଶ୍ବାସ ପର୍ଯ୍ୟନ୍ତ। ଓଡ଼ିଆ କଲମ ପରିବାରକୁ ମୋର ପ୍ରଥମ କବିତା ପ୍ରେରଣ “କେଉଁଠି ଥୋଇବି ଅତୀତକୁ ମୋର ?”
ଏ ଲେଖା ଅନ୍ତତଃ କିଛି ଭୁଲ୍ ଓ ଠିକ୍ ବାଛି ଥିଲେ ତପସ୍ୱିନୀ ଦିଦି ଏବଂ ଏହି କବିତା ରେ ତୃତୀୟ ସ୍ଥାନ ଗ୍ରହଣ କରିଥିଲି।ମାନ ପତ୍ର ମଧ୍ୟ ପାଇଛି। ଡିସେମ୍ବର ୧୪/୧୨/୨୦୨୧ର ଏହି ପ୍ରଥମ କବିତା ମୋ ପାଇଁ ଏକ ସ୍ମୃତି ସାଜିଛି ଏବଂ ସମସ୍ତ ଲେଖକ ଓ ଲେଖିକାମାନଙ୍କ ଠାରୁ ବହୁତ କିଛି ଶିଖିବାର ସୁଯୋଗ ସେଇ
ଦିନ ଠାରୁ ମିଳୁଛି।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ
ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ
ଗୁରୁତ୍ବପୂର୍ଣ୍ଣ ନୁହେଁ ବରଂ ଅନୁଭବ, ଅନୁଭୂତି,
ପୁସ୍ତକ ପଠନ,ଗଭିର ମନନ ତଥା ଚିନ୍ତନର
ଆବଶ୍ୟକତା ଥାଏ।”-ଯଦି ହଁ ତେବେ
କାହିଁକି ? ତାହାର ଉତ୍ତର ରଖିବାକୁ ଅନୁରୋଧ।

ଉ- ମୋ ମତରେ ଏହି ମନ୍ତବ୍ୟଟି ସମ୍ପୁର୍ଣ୍ଣ ଭାବେ
ସଠିକ୍। କାହିଁକି ନା ଏଥିରେ ବୟସର କୋୖଣସି
ଦରକାର ନାହିଁ।ନୂତନ ସୃଷ୍ଟି ପାଇଁ ଅତ୍ୟନ୍ତ ଭାବେ ସହୃଦୟତାର ସହିତ ଓଡ଼ିଆ ପୁସ୍ତକ ପଠନ ଏବଂ ଗଭୀର ମନନ, ଅନୁଭୂତି,ଅନୁଭବ ନିହାତି ଭାବେ
ରହିବା ଦରକାର।

୭- ତୁମର ପ୍ରିୟ କବି/ଲେଖକ/ଗାଳ୍ପିକା କିଏ ?
ସେ କଣ ଏବେ ଏହି ଧରାପୃଷ୍ଠରେ ଜୀବିତ
ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି..?

ଉ- ମୋର ପ୍ରିୟ ଲେଖିକା ସୁଶ୍ରୀ ତପସ୍ୱିନୀ ଜେନା,ସୁଶ୍ରୀ ବର୍ଷା ଲକ୍ଷ୍ମୀ ସ୍ବାଇଁ ।
ସେମାନେ ଏବେବି ଜୀବିତ ଏବଂ ଆମ ସହିତ
ତାଙ୍କ କଲମ ମୁନରେ ଚମତ୍କାର କବିତା ଏବଂ
ଗଳ୍ପ ମଧ୍ୟ ଲେଖିଛନ୍ତି। ମୋର ନୂତନ ସୃଷ୍ଟି
ଆରମ୍ଭରେ ତାଙ୍କରି ଆଶୀର୍ବାଦ ଥାଏ।

୮- ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର
ନାମ ତଥା ସେମାନଙ୍କ ପୁସ୍ତକ ସମ୍ପର୍କରେ
ସମ୍ୟକ ସୁଚନା ପ୍ରଦାନ କରିବାକୁ ଅନୁରୋଧ।

ଉ- ଆଜ୍ଞା ସେମିତି କୋୖଣସି କବି ମାନଙ୍କ ସହିତ ପରିଚିତ ହୋଇ ନାହିଁ। ଦେଖା ସାକ୍ଷାତ ମଧ୍ୟ ହୋଇନାହିଁ।
କେବଳ ତପସ୍ୱିନୀ ଜେନା ଓ ବର୍ଷା ଲକ୍ଷ୍ମୀ ସ୍ବାଇଁ
ଏମାନେ ମୋର ପ୍ରିୟ ଲେଖିକା ଭାବରେ ପରିଚିତ ହେଲେ ମଧ୍ୟ ସେମାନଙ୍କ କୋୖଣସି ପୁସ୍ତକ ମୋ ଆଖି ସାମ୍ନାକୁ ଆସିନାହିଁ।
କ୍ଷମା କରିବେ ଆଜ୍ଞା ଏ ବିଷୟରେ ମୋତେ ଜ୍ଞାତ ନାହିଁ।
ପରନ୍ତୁ ତାଙ୍କ ସ୍ବହସ୍ତରେ କଲମ ପରମାୟୁ ରେ
ଚମତ୍କାର କବିତା ହେଲା- ଠିକଣା,ଅକୁହା କଥାର ସ୍ବର,ମଳୟ ଆଣିଛି ବସନ୍ତ ବାରତା,ଭାବ ରଙ୍ଗ ମଞ୍ଚେ ନାୟକ ତୁମେ, ଏବଂ ସେଇ ଅତୀତ, ବିଦାୟ, ଏମିତି ଅନେକ
କବିତା ଲେଖିଛନ୍ତି।

୯- ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ
ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ
କରନ୍ତି..? ତଥା ସେମାନେ କେଉଁ ପ୍ରକାରର
ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା
ଯୋଗାନ୍ତି..? ଉତ୍ତର ରଖିବେ ବୋଲି ଆଶା।

ଉ- ଆଜ୍ଞା ମୋ ପରିବାରରେ ସମସ୍ତେ ଲେଖାକୁ
ନବୁଝି ପାରିଲେ ମଧ୍ୟ ସେମାନେ ସମାଜର କଲ୍ୟାଣ ନିମନ୍ତେ ଲେଖିବାକୁ କୁହନ୍ତି ଏବଂ ମୋର ଭାଇ,ଓ ବାପା ଅତ୍ୟନ୍ତ ଖୁସି ହୋଇ ମୋର ଲେଖା ପଢ଼ିବା ପାଇଁ କୁହନ୍ତି । ମୁଁ ଲେଖା ସେମାନଙ୍କ ପାଖକୁ ପ୍ରେରଣ କରେ। ସେମାନେ ମୋର ଲେଖାକୁ ପ୍ରଶଂସା କରନ୍ତି।
ଆଉ ସମାଜରେ କିଛି ଭଲ ମନ୍ଦ ପାଇଁ ମଧ୍ୟ ଲେଖିବାକୁ ଆଦେଶ ମଧ୍ୟ ଦେଇଥାନ୍ତି। ଏବଂ ସେ କହନ୍ତି ଗରିବ କୃଷକ ବିଷୟରେ ଲେଖିବାକୁ ଆଉ ମୁଁ ନିଶ୍ଚୟ ଲେଖିବି।

୧୦- ଆପଣଙ୍କ ମତରେ ଲେଖିବା ପାଇଁ
ସବୁଠାରୁ କଷ୍ଟକର କ’ଣ ହୋଇଥାଏ..?

ଉ- ଯେତେ ବେଳେ ନିରୋଳା ରେ କିମ୍ବା
ଘରେ ଏକାନ୍ତ ବସି ଲେଖିବା ପାଇଁ ଏକ ଶିର୍ଷକ
ସ୍ଥିର କରି ସେହି ବିଷୟରେ ଭାବୁଥିବା ବେଳେ
କେହି ଯଦି କିଛି ବିଷୟ ନେଇ ମୋତେ ଆନମନା କରନ୍ତି କିମ୍ବା କିଛି ବ୍ୟକ୍ତି ଗତ କର୍ମ ପାଇଁ ବ୍ୟସ୍ତତା ମୋତେ ବାଧା ଦେଇଥାଏ।ତେବେ ମୋର ଭାବନା ବଦଳି ଯାଇ ଅନ୍ୟାନ୍ୟ ବିଷୟକୁ ଚାଲି ଆସେ ।
ଫଳରେ ଲେଖା ପାଇଁ ଭାରି କଷ୍ଟ ହୋଇଥାଏ।

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ
ବିଭାଗରେ ଲେଖାଲେଖି କରନ୍ତି..?
ଉ- ଆଜ୍ଞା ମୁଁ କବିତା ଏବଂ କାହାଣୀ ଓ ଗଳ୍ପ
ବିଭାଗରେ ଲେଖାଲେଖି କରେ। ଅନ୍ୟାନ୍ୟ
ବିଭାଗ ପ୍ରତି ପ୍ରଚେଷ୍ଟା ଜାରି ରଖିଛି।

୧୨- ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ
ହୋଇଛି କି ଅବା ପ୍ରକାଶିତ ହେବା ପାଇଁ
ଅପେକ୍ଷାରେ ରହିଛି କି..? ଯଦି ହଁ ..,ତେବେ
ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ
ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା
ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି
ଇଛା ବାଢୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି
ଭବିଷ୍ୟତରେ ପ୍ରକାଶିତ ହୁଏ, ସେଥିରେ କେଉଁ
ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ
ମାନଙ୍କ ମନରେ ସ୍ଵତନ୍ତ୍ର ପ୍ରଭାବ ସୃଷ୍ଟି କରି
ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ
ଅନୁରୋଧ।

ଉ – ଆଜ୍ଞା ମୋର କିଛି ପୁସ୍ତକ ପ୍ରକାଶିତ ହୋଇନାହିଁ ଓ କୋୖଣସି ପୁସ୍ତକ ମଧ୍ୟ ପ୍ରକାଶିତ ହେବା ଅପେକ୍ଷାରେ ମଧ୍ୟ ନାହିଁ।କେତେକ କବିତା ଲେଖିଥିଲେ ମଧ୍ୟ
ସେହିଭଳି ସୁଯୋଗ ପାଇନାହିଁ।
ଯଦି ସୁଯୋଗ ସମୟ କ୍ରମେ ମିଳିବ
ତେବେ ମୁଁ ସୁଯୋଗ ହରେଇ ନପାରେ। ଏବଂ
ନିଶ୍ଚୟ ମୋର ପୁସ୍ତକ ପାଇଁ ପ୍ରଚେଷ୍ଟା କରିବି।
ସେହି ସଙ୍କଳନରେ କେବଳ ସମାଜର ପାରମ୍ପରିକ ରୀତିନିତି ଏବଂ ଭଗବାନଙ୍କ ସତ୍ତା ଉପରେ ଲେଖାଲେଖି କରିବି।ଯାହାକି ଆମ ପାଠକ ମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇପାରେ ବା ଏକ ସ୍ବତନ୍ତ୍ର ପ୍ରଭାବ ସୃଷ୍ଟି କରିପାରେ।
ସମାଜର ଶାନ୍ତି,ମୈତ୍ରୀ ପାଇଁ ମଧ୍ୟ ଆଦେଶ
ମୂଳକ ଲେଖା ମଧ୍ୟ ହୋଇପାରେ।

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ
କରି ପାରିଛି..?

ଉ – ମୁଁ ଯାହା ବି ଲେଖୁଛି ଗଳ୍ପ କିମ୍ବା କବିତା
ତାହା ନିମିଷ ମାତ୍ର। ପରନ୍ତୁ ସୂର୍ଯ୍ୟୋଦୟ ସାହିତ୍ୟ ପ୍ରତିଷ୍ଠାନ ରେ ସମଗ୍ର ଦେଶ ବିଦେଶର ମହାନ କବି ଓ କବୟତ୍ରୀଙ୍କ ସହ ଯୋଡ଼ି ହୋଇ ରହିବା ଏକ ସୌଭାଗ୍ୟର କଥା
ଏବଂ ସେମାନଙ୍କ ଲେଖା ପଢ଼ିବା ଓ ବହୁତ କିଛି ଶିକ୍ଷା ପାଇବା ମଧ୍ୟ ଏକ ସୁଯୋଗ ବୋଲି
ଭାବୁଛି।ସତେ ଯେମିତି ଲାଗୁଛି ଚାବି ଫେନ୍ଥାର
ଶେଷ ଚାବିରେ ମୁଁ ଜୀବନର ଏକ ମହତ୍ଵ ପୂର୍ଣ୍ଣ
ତାଲା ଖୋଲି ନୂତନ ବାସ ଗୃହ ଓ ସୁନ୍ଦର ଆଲୋକର ପ୍ରତିଭା ପାଇଗଲି।
ପରସ୍ପର ମଧ୍ୟରେ ଏକ ଭିନ୍ନ ସମ୍ପର୍କରେ ବାନ୍ଧି ହୋଇ ସ୍ନେହ, ଶ୍ରଦ୍ଧା,ମମତା ଓ ଭକ୍ତି ପୂର୍ଣ୍ଣ ବାର୍ତ୍ତା, ନିଃସ୍ଵାର୍ଥ ପ୍ରେମ ଭାବ ବାଣ୍ଟିବା ଏହିସବୁ ହୃଦୟକୁ ଆନନ୍ଦମୟ କରିଦେଇଛି।ସତେ ଯେମିତି ମର୍ତ୍ତ୍ୟରେ ଆମେ ସ୍ବର୍ଗ ଲୋକ ପ୍ରାପ୍ତ କରିସାରିଛେ।
ଏମିତି ଭାବରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ମତେ ପ୍ରଭାବିତ କରି ପାରିଛି।

୧୪ – ବିଶ୍ଵକବି ସଙ୍ଗଠନ,ଇଟାଲି ତଥା ବିଶ୍ଵ
ଲେଖକ ସଙ୍ଗଠନ,କାଜାକ୍ଷୀସ୍ଥାନ ଦ୍ଵାରା
ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ
ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର
ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୟେଷଣ
କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି।
ଏକଥା ଆପଣ ଜାଣିଛନ୍ତି ତ..? ସେ ବିଷୟ
ସମ୍ପର୍କିତ କିଛି ମତାମତ ରଖିବେ କି..?

ଉ-ଆଜ୍ଞା ନିଶ୍ଚିତ ଏ ବିଷୟରେ ଆମ ଗୁରୁଜନ
ମାନେ ଆମକୁ ସମସ୍ତ ପ୍ରକାର ନିତି ନିୟମ ସହିତ ପରିଚିତ କରାଇଛନ୍ତି। ସମସ୍ତେ ମଧ୍ୟ ସମସ୍ତ ନିତି ନିୟମ ନିଜର ଦାୟିତ୍ୱ କୁ ସଠିକ୍ ଭାବରେ ତୁଲାଉଛନ୍ତି ସେଥିପାଇଁ ଗୁରୁଜନ ମାନଙ୍କୁ ମୋର ହୃଦୟରୁ ଭୂମିଷ୍ଠ ପ୍ରଣାମ ଜଣାଉଛି। ଏହି ସଙ୍ଗଠନ
ରେ ଯୋଡ଼ି ହୋଇ ରହିବା ଦ୍ଵାରା ଅନେକ ଅଞ୍ଚଳର ସାହିତ୍ୟିକ ଅନୁଭୂତି ଜାଣିବାକୁ ମିଳିବ।

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ପାଖରେ ଆପଣ କିଛି ଅଭିଯୋଗ ରଖିବେ
କି..! ଅବା କିଛି ପରାମର୍ଶ ଦେବେ କି..?

ଉ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ପାଖରେ ମୋହର କୋୖଣସି ଅଭିଯୋଗ ନାହିଁ।
ଆପଣ ମାନେ ଯାହା ନିୟମ କରୁଛନ୍ତି ବା କହୁଛନ୍ତି ସେଥି ମଧ୍ୟରେ କିଛି ତୃଟି ନାହିଁ।ଆପଣ ମାନଙ୍କ ଏହି ପ୍ରୟାସ ଦେଶ ବିଦେଶରେ ଥିବା ଲେଖକ/ଲେଖିକା
ମାନଙ୍କୁ ଏକ ଭାବ ବନ୍ଧନରେ ବାନ୍ଧି ରଖିଛି।
ସମସ୍ତଙ୍କ ସହିତ ଯୋଡି ହୋଇ ମୋତେ ବହୁତ
ଶିକ୍ଷା ମିଳି ପାରିବ।

୧୬ – ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ
କ’ଣ..?ଛୋଟ କବିତା ଟିଏ ମାଧ୍ୟମରେ ପ୍ରକାଶ
କରିବାକୁ ଅନୁରୋଧ।

ଉ –

ମାତୃଭୂମି ମୋର ମାଆ ହୋଇଅଛି
ବଚନ ତା ମିଠା ଲାଗେ,
ସେହି ଶବ୍ଦ ସବୁ ସାହିତ୍ୟ ସାଜିଛି
ସେ ମୋ ହୃଦୟକୁ ଜାଗେ।

ସାହିତ୍ୟକୁ ଯଦି ଦୂରେଇ ମୁଁ ଦେବି
ବଞ୍ଚି କି ପାରିବି ମୁହିଁ,
ସେହି ଅଟେ ମୋର ପଥ ପ୍ରଦର୍ଶୀକା
ଅଛି ସାହିତ୍ୟକୁ ଚାହିଁ।

ତୁଣ୍ଡରେ ମୋର ଯେ ଶବ୍ଦ ସାଜି ପରା
ମିଠା ବାଣୀ କହୁଅଛି,
ସେ ଶବ୍ଦ ପ୍ରୟୋଗେ ସଭିଙ୍କ ହୃଦୟ
ସହଜେ ଜିଣି ଯାଉଛି।

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି
ଆପଣ କେଉଁ କେଉଁ ମାଧ୍ୟମରେ ସମାଜର
ମଙ୍ଗଳ କରି ପାରିବେ..?
ଉ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି
ମୋର କବିତା, ଗଳ୍ପ ଲେଖି ତା ସହିତ ଜନ
ହିତ କର୍ମ କରି ସମାଜର ପରିବର୍ତ୍ତନ ବା ମଙ୍ଗଳ କରିବି।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୋୖଣସି
ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ
ଆବଶ୍ୟକୀୟ ମନେ ହୁଏ କି..?
ଉ – ମୋର ମତରେ ପୁରସ୍କାର ଠାରୁ ପ୍ରୋତ୍ସାହନ ବିଶେଷ ଗୁରୁତ୍ବପୂର୍ଣ୍ଣ । କାହିଁକି ନା ସାହିତ୍ୟ ସର୍ଜନା ଦିଗରେ ପାଇବା ଏବଂ ହରେଇ ବାର କିଛି ଫରକ ପଡେନା।

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ
ରହେ,ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା
ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..?
ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ।
ଉ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ
ହୋଇ ରୁହନ୍ତି। ତାଙ୍କ ଦ୍ଵାରା ସୃଷ୍ଟି କରିବାର
ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ
ହୋଇନଥାଏ। କାହିଁକି ନା ଆମେ କର୍ମ କରିବା
ପରନ୍ତୁ ଫଳକୁ ଆଶା କରିବା ଅନୁଚିତ ଅଟେ।
କର୍ମ ସୁଚାରୁରୂପେ କରିଲେ ଫଳ ସହିତ ମାନ
ସମ୍ମାନ ଆପେ ମିଳି ପାରିବ।

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର
ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା
ଭାବେ ନିଜ ପ୍ରତିଭାକୁ ବିଶ୍ଵ ଦରବାରରେ
ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ବତନ୍ତ୍ର
ସୁଯୋଗ ମିଳିଛି।କେତେ ମାତ୍ରାରେ ଖୁସି ତଥା
ପ୍ରଭାବିତ ସୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା
ରଖିବାକୁ ଅନୁରୋଧ।
ଉ – ଏଥିପାଇଁ ମୁଁ ଅତ୍ୟନ୍ତ ଉଲ୍ଲସିତ ଏବଂ ଏହି ସାହିତ୍ୟ ପ୍ରତିଷ୍ଠାନ ସାହାଯ୍ୟରେ ନିଜର ପ୍ରତିଭାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାର ସୁଯୋଗ ମୋତେ ମିଳିଛି ‌। ଏଥିପାଇଁ ମୁଁ ସହୃଦୟରୁ ଧନ୍ୟବାଦ ଜଣାଉଛି। ଏବଂ ବହୁତ କିଛି ତଥ୍ୟ ସଂଗ୍ରହ କରି ମତେ ଆଗକୁ ବଢିବାର ପ୍ରେରଣା ମିଳିପାରିଛି।

21- ଆମେ ଶୁଣିଛୁ ଆପଣ ଲେଖା ଲେଖି କରିବା ସହିତ ଚିତ୍ରକଳା ରେ ବି ରୁଚି ରଖନ୍ତି, ଯଦି ଏହା ଠିକ ତେବେ ଆପଣ ଆପଣଙ୍କ ଦ୍ଵାରା ଚିତ୍ରିତ ହୋଇଥିବା କିଛି ଚିତ୍ରକଳା ଏଠାରେ ଉପସ୍ଥାପନ କରିବେ କି।

ଆପଣ ମାନେ ଠିକ ଶୁଣିଛନ୍ତି , ବ୍ୟସ୍ତ ବାୟା ଜୀବନ ର ଭିଡରୁ ବାହାରି ଟିକିଏ ସମୟ ମିଳିଲେ ଲେଖାଲେଖି କରିବା ସହିତ ଚିତ୍ରକଳା ରେ ବି ସମୟ ଦିଏ। ଆଜ୍ଞା ନିଶ୍ଚିତ ଭାବରେ ଭାବରେ ଏହା ତ ମୋର ସୌଭାଗ୍ୟ ହେବ।

 

ସୋୖଜନ୍ୟ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

ଅଡା,ବାଲେଶ୍ଵର

ଅବା, ବାଲେଶ୍ଵର

Loading

2 thoughts on “*Lets talk with young and dynamic ink and paint slinger Mr. Tapan Kumar Swain ,hails from Bhanjabhumi Ganjam Odisha for SLF Literary Youth Icon Award contest-. 2022*

  1. ବହୁତ ସୁନ୍ଦର ଭାବରେ ଆପଣ ସମସ୍ତ ଉତ୍ତର ଉପସ୍ଥାପନା କରିଛନ୍ତି, ଏମିତି ଆପଣଙ୍କ କଲମ ଆଉ ତୁଳି ମାଧ୍ୟମରେ ଅନେକ ସୁଷ୍ଟି ରଚନା କରି ଚାଲନ୍ତୁ। ଆପଣ ଆହୁରି ସଫଳତାର ଚାହାଚ ଚଢନ୍ତୁ , ଜୟ ଜଗନ୍ନାଥ

  2. ବହୁତ ସୁନ୍ଦର ଆପଣଙ୍କ ଉତ୍ତର ଭାଇ। ଏମିତି ଆପଣ ଆଗକୁ ନିଜର ଲେଖା ଓ ଚିତ୍ରକଳା ମାଧ୍ୟମରେ ସଭିଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଘରଟିଏ ତୋଳାନ୍ତୁ।ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର କରନ୍ତୁ। ଏତିକି କାମନା ମୋର ତାଙ୍କ ପାଖରେ। ଆପଣ ଖୁବ ଆଗକୁ ଯାଆନ୍ତୁ।

Leave a Reply

Your email address will not be published. Required fields are marked *