February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

*Lets talk with young offspring of Odia Literature Mr. Sudhanshu Kumar Tripathy ,hails from Bhanjabhumi Ganjam for SLF Literary Youth Icon Award contest-. 2022*

*Lets talk with young offspring of Odia Literature Mr. Sudhanshu Kumar Tripathy ,hails from Bhanjabhumi Ganjam for SLF Literary Youth Icon Award contest-. 2022*

ନାମ– ସୁଧାଂଶୁ କୁମାର ତ୍ରିପାଠୀ
ପିତା– ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ତ୍ରିପାଠୀ
ମାତା– ଶ୍ରୀମତି ଉର୍ମିଳା ତ୍ରିପାଠୀ
ଜନ୍ମ ତାରିଖ– ୦୧/୦୫/୧୯୯୯
ଘର ଠିକଣାଗ୍ରାମ– କୃପାସିନ୍ଧୁପୁର, ପୋ/ଥା- ଶେରଗଡ଼, ଗଞ୍ଜାମ, ଓଡିଶା, ୭୬୧୧୦୬
ଶିକ୍ଷାଗତ ଯୋଗ୍ୟତା- ସ୍ନାତକ ପ୍ରାଣୀବିଜ୍ଞାନ ଏବଂ ଚିତ୍ରକଳା ପ୍ରଶିକ୍ଷାର୍ଥୀ
ଇ-ମେଲ- sudhansukumartripathy523@gmail.com
Facebook/ ମୁଖପୁସ୍ତିକା-::

https://www.facebook.com/profile.php?id=100078032108280

ଶ୍ରଦ୍ଧେୟ ସୁଧାଂଶୁ !

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

. ପିଲାଦିନରୁ ଗୁରୁ ଶ୍ରୀ ସୀମାଞ୍ଚଳ ପଣ୍ଡା ଏବଂ ଗାଳ୍ପିକ ଶ୍ରୀ ସଦାନନ୍ଦ ତ୍ରିପାଠୀ ଙ୍କ ସଂସ୍ପର୍ଶରେ ଆସି, ମନ ଭିତରେ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି ହୋଇଥିଲା। ଉଭୟଙ୍କ ବଳିଷ୍ଠ ରଚନା ଏବଂ ପ୍ରେରଣା ଦ୍ୱାରା ହିଁ ଭାଷା ସାହିତ୍ୟ ସାଧନ ଦିଗରେ ଏକ ଦୁର୍ବାର ଆକାଂକ୍ଷା ଜାଗ୍ରତ ହୋଇପାରିଥିଲା । ପ୍ରତ୍ୟକ୍ଷ ଭାବରେ କହିବାକୁ ଗଲେ ୨୦୦୬ ମସିହା ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାଳୟ ରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିବାପରେ ,ପୁରସ୍କାର ବିତରଣ ଉତ୍ସବ ରେ ମୋ ଗୁରୁ କହିଥିଲେ ଯେ *”ତୁ ଏ ଦିଗରେ ଆଗକୁ ବହୁତ ଭଲ କରିବୁ।”* ଏବଂ ମୋ ଲେଖା କାଗଜ ଟିକୁ ସମସ୍ତଙ୍କୁ ପଢ଼ାଇ ଥିଲେ। ବୋଧେ ଏହା ହିଁ ଥିଲା ମୋ ଭାଷା ସାହିତ୍ୟ ଯାତ୍ରା ର ମଙ୍ଗଳାଚରଣ।

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ନିଶା ସେବନ କରୁଥିବା ବ୍ୟକ୍ତି ଯେମିତି ନିଜ ଅଭ୍ୟାସ ରୁ ଦୁରେଇ ରହିପାରେନି ବା କୌଣସି ପ୍ରତିବନ୍ଧକ ତା ଅଭ୍ୟାସ କୁ ପ୍ରଭାବିତ କରିପାରେନି, ଠିକ ସେମିତି ଶବ୍ଦ ସାଉଁଟିବା ମୋ ନିଶା, ସେ ନିଶା ରେ ବୁଡି ରହିବାକୁ ମୁଁ ମୋ ଧର୍ମ ବୋଲି ହିଁ ଭାବେ। ତତ୍ସହିତ ଏ ସବୁ ଅନ୍ତଃସମ୍ବନ୍ଧୀତ ବିଷୟ , ତେଣୁ ବିଶେଷ ବିଷମତା ଦେଖାଯାଏ ନାହିଁ।

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
.ମା ମଙ୍ଗଳା ଏବଂ ଶ୍ରୀ ଜଗନ୍ନାଥ ଙ୍କ ବିନା ଗାରଟିଏ ବି ପକାଇବାରେ ମୁଁ ଅସମର୍ଥ।
ଆମ ଭାଗବତ କୁହନ୍ତି
“ମନ ତୋହର ନିଜ ଗୁରୁ,
ଉଦ୍ଧବ କେତେ ତୁ ପଚାରୁ।”
ମୋ ମନ ହିଁ ମୋ ଗୁରୁ, ସେ ହିଁ ମୋ ମନରେ ଭାବନା ର ସୌଧ ନିର୍ମାଣ କରି ,ମୋତେ ସେଥିରେ ଶବ୍ଦରଙ୍ଗ ଲେପିବାକୁ ଉତ୍ସାହିତ କରନ୍ତି। ତାଙ୍କ ଛାଡ, ଆମ ସମୟର ଦୁଇ ମୂର୍ଦ୍ଧଣ୍ୟ ପ୍ରତିଭା ତଥା ମୋ ମାଟିର ଅସ୍ମିତା, ଭାରତୀ ଭଣ୍ଡାର ର ସୁଯୋଗ୍ୟ ଦାୟାଦ ,ଗୁରୁକଳ୍ପ, ଅଗ୍ରଜଶ୍ରୀମାନ ରାଇରଞ୍ଜନ ନନ୍ଦ ଏବଂ ଶ୍ରୀଯୁକ୍ତ ଆଦିତ୍ୟ କୁମାର ଦାସ,ଉଭୟେ ମୋର ପ୍ରତେକ ଶବ୍ଦକୁ ସମୀକ୍ଷା ପୂର୍ବକ ଉପଯୁକ୍ତ ମାର୍ଗଦର୍ଶନ କରାଇବାରେ ସହାୟତା କରନ୍ତି।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

.ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟିଏ, ପ୍ରଥମତଃ ଲେଖିବା ପାଇଁ ଏକ ବଳିଷ୍ଠ ଭାବନା ର ଆବଶ୍ୟକତା କରେ। ଭାବନା ର ସାର୍ଥକତା କୁ ପ୍ରତିପାଦନ କରିବା ନିମନ୍ତେ ଉପଯୁକ୍ତ ଶବ୍ଦ ବିନ୍ୟାସ ସହିତ ବ୍ୟାକରଣଗତ ଶୁଦ୍ଧତା,ତଥା କାବ୍ୟିକ ଚାତୁର୍ଯ୍ୟ ଉପରେ ଯଥେଷ୍ଟ ଧ୍ୟାନ ଦିଏ ଏବଂ ସମସ୍ତଙ୍କ ଭଳି ମୋ ଲେଖାଟି ବି ସମାଜ ରେ ସକାରାତ୍ମକ ପ୍ରଭାବ ପକାଇବାଦିଗରେ କୀୟଦଂଶ ସହାୟ ହେଉ ବୋଲି ହିଁ ଅନ୍ତର କହୁଥାଏ।

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

.କଲେଜ ର ଆଦ୍ୟ ପର୍ବରେ ବ୍ୟଙ୍ଗ ଲେଖାଦ୍ୱାରା ତତ୍କାଳୀନ ଆଞ୍ଚଳିକ ବିଧିବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠାଇ ଥିଲି, ଯାହାର ପରିଣାମ ସ୍ୱରୂପ ମୋତେ କଲେଜ ରୁ ବହିସ୍କୃତ ହେବାର ଧମକ ମିଳିଥିଲା। ଯାହା ଫଳରେ ମୁଁ ବ୍ୟଙ୍ଗ ଏବଂ ସମାଲୋଚନା ଧର୍ମୀ କବିତା ରୁ ଆଜୀବନ ନିବୃତ ରହିବାର ପଣ କଲି।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

. ହଁ………..ଗୋଟିଏ ଉଦାହରଣ ନିଆଯାଉ, ଆମେ ମୁଖପୁସ୍ତିକା ରେ ଅନେକ ଙ୍କ ଲେଖା ପଢୁଛନ୍ତି। କିଏ ପରିଣତ ବୟସ ରେ ପହଞ୍ଚି ସୁଦ୍ଧା ପ୍ରୀତି କବିତା ରେ ମଗ୍ନ ଅଛନ୍ତି ତ, ଆଉ କିଏ ଯୌବନ ର ପ୍ରଥମ ଚରଣ ରେ ଲୋତକବର୍ଷି ବିରହ ଭାବନା ରେ ଜର୍ଜରିତ ହୋଇ ମର୍ମସ୍ପର୍ଶୀ ସୃଷ୍ଟି ସମ୍ଭାର କୁ ସମର୍ପିବାରେ ବ୍ୟସ୍ତ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ବୟସ ଏକ କାରକ ନୁହଁ। ବରଂ ସ୍ରଷ୍ଟା ନିଜର ଅନୁଭୂତି, ଅନୁଭବ ଏବଂ ପୁସ୍ତକ ପଠନ କୁ ଉପଯୁକ୍ତ ବିଶ୍ଳେଷଣ କରି ହିଁ , ଶବ୍ଦ ଦ୍ୱାରା ନିଜର ସୃଷ୍ଟି ର ଶ୍ରେଷ୍ଠତ୍ଵ ପ୍ରତିପାଦନ କରନ୍ତି। ହଁ , ଏହା ବି କୁହାଯାଇ ପାରେ ଯେ, ବୟସ ଅନୁପାତରେ ଭାବନା ବଳିଷ୍ଠ ହୁଏ କିନ୍ତୁ ବୟସ ଭାବନା କୁ ପ୍ରଭାବିତ କରିପାରେ ନାହିଁ।

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ମୋ ପ୍ରିୟ ମାନେ ହେଲେ,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ,କବି ସୂର୍ଯ୍ୟ ବଳଦେବ ରଥ, ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର, ପ୍ରେମ ପ୍ରଣୟ କବି ଡ଼ଃ. ମାୟାଧର ମାନସିଂହ, ବାଙ୍କନିଧି ଦାଶ, ନଟବର ଧଳ ସାମନ୍ତ, ଗଦାଧର ସିଂ ସାମନ୍ତ, ଫକୀରମୋହନ ସେନାପତି, ପ୍ରଭୃତି । ଏ ସମସ୍ତେ ଇହଧାମ ତ୍ୟାଗ କରିଥିଲେ ହେଁ କଳ୍ପାବ୍ଦ ପର୍ଯ୍ୟନ୍ତ ଆମ ପ୍ରାଣ ରେ ଜୀବତାଵସ୍ଥା ରେ ରହିଛନ୍ତି ଓ ରହିବେ।ତତସହିତ ମୋ ସମୟର ପ୍ରିୟ ମାନେ ହେଲେ ଶ୍ରୀ ସୀମାଞ୍ଚଳ ପଣ୍ଡା, ଗାଳ୍ପିକ ସଦାନନ୍ଦ ତ୍ରିପାଠୀ, ସୁଶ୍ରୀ ଶୁଭସ୍ମିତା ତ୍ରିପାଠୀ, ଶ୍ରୀମାନ ରାଇରଞ୍ଜନ ନନ୍ଦ, ଶ୍ରୀମାନ ମନୋଜ କୁମାର ପଣ୍ଡା(ମୋ ସମୟର ସୁରେନ୍ଦ୍ର ମହାନ୍ତି),ଶ୍ରୀଯୁକ୍ତ ଆଦିତ୍ୟ କୁମାର ଦାସ।

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
. କବିସମ୍ରାଟ ଙ୍କ “ବୈଦେହୀଶ ବିଳାସ”
କବିସୂର୍ଯ୍ୟ ଙ୍କ “କିଶୋରଚନ୍ଦ୍ରାନନ ଚମ୍ପୁ”
ଉତ୍କଳ ଘଣ୍ଟ ଙ୍କ “ରାଘବ ବିଳାସ”
ବ୍ୟାସକବି ଙ୍କ “ଛ’ ମାଣ ଆଠ’ ଗୁଣ୍ଠ”
ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ଙ୍କ “ପ୍ରେମଶୀଳା ର ମୀନ ରାଶି”
ସୁଶ୍ରୀ ସୁଭସ୍ମିତା ତ୍ରିପାଠୀଙ୍କ ” ଅମୀୟଧାରା”
ଶ୍ରୀମାନ ମନୋଜ କୁମାର ପଣ୍ଡାଙ୍କ “ମୋର ସିକିମ ଅନୁଭୂତି”
ପ୍ରଭୃତି।
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ବାସ୍ତବରେ ଲେଖାଲେଖି ପାଇଁ ପାରିବାରିକ ପ୍ରୋତ୍ସାହନ ଶତପ୍ରତିଶତ ନ ମିଳିଲେ ମଧ୍ୟ, ହତୋତ୍ସାହିତ କଲାଭଳି ପରିବେଶ ସୃଷ୍ଟି ହୁଏନି।
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଏଯାବତ ଅନୁଭବ କରିନାହିଁ………..
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
.ମୁଖ୍ୟତଃ ଗଳ୍ପ ଏବଂ ଛନ୍ଦଯୁକ୍ତ ପ୍ରାଚୀନ ଶୈଳୀରେ କବିତା ଲେଖାଲେଖି କରିବାର ପ୍ରୟାସ କରେ।

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
.ଏଯାବତ ପୁସ୍ତକ ପ୍ରକାଶନ ଦିଗରେ ଆଗ୍ରହ ବ୍ୟକ୍ତ କରିନାହିଁ। ସୃଜନୀ ବଳିଷ୍ଠ ହେବା ପରେ ଯଦି ଭବିଷ୍ୟତ ରେ କେବେ ସୁଯୋଗ ସୃଷ୍ଟି ହୁଏ ତାହାଲେ ମାତୃଭୂମି, ମାତୃଭାଷା ଏବଂ ନାରୀ ପ୍ରଗତି ପୃଷ୍ଠଭୂମି ହିଁ ପୁସ୍ତକର ବିଶେଷତା ବହନ କରିବ।

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

.ଅନୁଷ୍ଠାନ କୁ ଭୂମିଷ୍ଠ ପ୍ରଣାମ। ଭାଷା ସାହିତ୍ୟ କୁ ସମୃଦ୍ଧ କରିବାରେ ପରିବାର ର ପ୍ରଚେଷ୍ଟା କୁ ସାଧୁବାଦ। ସର୍ବପ୍ରଥମେ କହିବି ଆମ ପରିବାର ଏକ ଅନନ୍ୟ ପରିବାର। ପରିବାର ର ନାମକରଣ ହିଁ ଆଭିମୁଖ୍ୟ କୁ ସ୍ପଷ୍ଟ କରିଛି। ଭାଷା ସାହିତ୍ୟ ଜଗତରେ ଉଦିତ ନବୀନ ପ୍ରତିଭା ତଥା ବଣ ମଲ୍ଲି ଙ୍କ ସନ୍ଧାନ କରି,ସେମାନଙ୍କ ହାତ ଧରି ,ବିଶ୍ୱ ଦରବାର ରେ ଠିଆ କରେଇବାର ପ୍ରୟାସ ରେ ପରିବାର ର ପ୍ରତେକ୍ୟ ସଦସ୍ୟ କାର୍ଯ୍ୟକରିଥାନ୍ତି।ଏହାର ପ୍ରତେକ ବିଚାର ଧାରା ସ୍ୱତନ୍ତ୍ର, ନିସ୍ୱାର୍ଥ ପର ଭାବରେ ଭାଷା ସାହିତ୍ୟ କୁ ପରିପୃଷ୍ଟ କରିବାରେ ଅହରହ ଚେଷ୍ଟା ଚାଲିଥାଏ। ତା ସହିତ” ବରିଷ୍ଠ ଙ୍କୁ ସମ୍ମାନ ଏବଂ କନିଷ୍ଠ ଙ୍କୁ ସୁଯୋଗ” ନାରା ରେ ଅନୁଷ୍ଠାନ ଆଗକୁ ବଢିଚାଲିଛି।

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଆଜ୍ଞା ହଁ ଜାଣିଛି……….. ଆମ ପରିବାର ର ଏଭଳି ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜକୁ ଖୁବ ଧନ୍ୟମନେ କରୁଛି। ତତ୍ସହିତ ମୋତେ ଏହି ସୁଯୋଗ ପ୍ରଦାନ କରିଥିବା ମୋରପୂଜ୍ୟ ମନୋଜ ଭାଇ ଙ୍କ ନିକଟ ରେ ଚିର କୃତଜ୍ଞତା ଜ୍ଞାମ୍ପନ କରୁଛି।

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
.ଆମ ପରିବାର ଏକ ଶୃଙ୍ଖଳିତ ପରିବାର। ସେ ସଭିଙ୍କୁ ବୁଝି ଆଗକୁ ଯାଇଥାଏ। ତେଣୁ ପରିବାର ର ଅଭିଯାନ ରେ ସାମିଲ ହେବା ହିଁ ଗୌରବ ର ବିଷୟ।

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ।

.ସୁନ୍ଦର ପ୍ରଶ୍ନ ଟିଏ ସାହିତ୍ୟ କଣ?ଗୋଟିଏ ଶବ୍ଦ ରେ କହିବି;
*”ଆମ ପରିଚୟ”*

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
.ନିର୍ଦ୍ଧିଷ୍ଠ ମାଧ୍ୟମ ର ଆବଶ୍ୟକତା ନାହିଁ। ସମୟ ପ୍ରବାହରେ , ଯେତେବେଳେ ଯେଉଁମାଧ୍ୟମ ରେ ସମାଜ ର ମଙ୍ଗଳ ସାଧନ କରିହେବ, ସେଥିପାଇଁ ସଦା ସଂକଳ୍ପିତ।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

. ପାଠକୀୟ ଆଦୃତି କୁ ଛାଡି ସାହିତ୍ୟ ସର୍ଜନା ଦିଗରେ କୌଣସି ଶ୍ରେଷ୍ଠ ପୁରସ୍କାର ନାହିଁ। ତେଣୁ ଜଣେ ସ୍ରଷ୍ଟା ସବୁବେଳେ ପାଠକୀୟ ଆଦୃତି ଲାଭ ନିମନ୍ତେ ନିଜ ସୃଷ୍ଟି ସମୂହକୁ ବଳିଷ୍ଠ କରି ଗଢ଼ିଥାନ୍ତି। ଯଦି କୌଣସି ପକ୍ଷେ ପାଠକୀୟ ଆଦୃତି ନ ମିଳେ, ତାହାଲେ ସକାରାତ୍ମକ ଢଙ୍ଗ ରେ ନିଜ ସୃଷ୍ଟି ସମୂହକୁ ବିଶ୍ଳେଷଣ କରି ଉତ୍ତମ ରୁ ସର୍ବୋତ୍ତମ କରିବା ଏକ ସୁସାହିତ୍ୟିକ ର ଧର୍ମ। ତେଣୁ ଏମିତି କୌଣସି ପରିବେଶ ନାହିଁ ଯାହା ଜଣେ ସ୍ରଷ୍ଟା ଙ୍କ ଭାବନା କୁ ଦୁର୍ବଳ କରିଦେବ। ପରିସ୍ଥିତି ଯେତେ କଠିନ ହେବ ଭାବନା ସେତେ ବଳିଷ୍ଠ ହେବ।

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

.ମୁଁ ଜାଣିନି ମୋ ପାଖରେ ସେତିକି ଯୋଗ୍ୟତା ଅଛି କି ନାହିଁ। ତଥାପି ଖୁସି ଲାଗୁଛି ଏକ ବଡ଼ ଅଭିଯାନ ରେ ନିଜକୁ ସାମିଲ କରେଇପାରିଥିବାରୁ। ଲକ୍ଷ୍ୟ ସମସ୍ତଙ୍କଠୁ ବହୁତ କିଛି ଶିଖିବି ଏବଂ ଆଗାମୀ ଦିନରେ ଆପଣମାନଙ୍କ ଭରସା କୁ ଉଚିତ ସମ୍ମାନ ଦେବି।

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

 1,632 total views,  1 views today

14 thoughts on “*Lets talk with young offspring of Odia Literature Mr. Sudhanshu Kumar Tripathy ,hails from Bhanjabhumi Ganjam for SLF Literary Youth Icon Award contest-. 2022*

  1. ଶିକ୍ଷଣୀୟ ତଥ୍ୟ ରହିଛି ସୋନୁ ତୁମ ଉତ୍ତରରେ ।
    ଵିଶେଷ କରି ଯେଉଁ ଅନୁଭୁତିଟିଏ ପାଇଲ ସେଥିରୁ ।
    ଶୁଭେଚ୍ଛା…

    1. ଆପଣଙ୍କ ପଦାଙ୍କ ଅନୁଶରଣ ରେ ମୁଁ ସଦା ଚେଷ୍ଟିତ। ସବୁବେଳେ ଆପଣଙ୍କ ଆଶୀର୍ବାଦ ରହିଥାଉ।

    1. ହୃଦୟ ରୁ ଧନ୍ୟବାଦ

  2. ପ୍ରଶ୍ନର ଉତ୍ତର ରେ ବହୁତ୍ ମାତ୍ରାରେ ପ୍ରଭାବିତ ହେଲି ସୁଧାଂଶୁ ଭାଇ । ଆପଣଙ୍କର ବଳିଷ୍ଠ ଶବ୍ଦ ସଂଯୋଜନା ନିଶ୍ଚୟ ଆଗାମୀ ପୀଢ଼ିକୁ ମାର୍ଗଦର୍ଶନ କରିବ । ଆପଣଙ୍କ ଶବ୍ଦଗତ ଜ୍ଞାନ ବହୁତ୍ ସକ୍ରିୟ । ମାଆ ବିଦ୍ୟାଦାତ୍ରୀ ଏମିତି ସବୁଦିନେ ସହାୟ ହୁଅନ୍ତୁ । ଜୟ ଜଗନ୍ନାଥ

    1. ବହୁତ କଥା ଶିଖିବାର ଅଛି ଆପଣ ମାନଙ୍କ ଠାରୁ। ସବୁବେଳେ ସେତିକି କରୁଣା ଥାଉ, ଏ ଅଧମ ଶେଷ ଯାଏ କିଛି ଶିଖୁ ଆପଣଙ୍କ ଠୁ।

    1. ଆନ୍ତରିକ ଧନ୍ୟବାଦ sir

  3. ମର୍ମସ୍ପର୍ଶୀ ଉତ୍ତରସବୁ । ଅନେକାନେକ ଶୁଭେଚ୍ଛା ଭାଇ

    1. ଆପଣ ଯେ ଏବେ ଅନେକ ଙ୍କ ପାଇଁ ଉଦାହରଣ। ଅଧମ ସବୁବେଳେ ଆପଣଙ୍କ ଠୁ କିଛି ଶିଖିବାର ପ୍ରୟାସ ରେ।

  4. ଅତି ସୁନ୍ଦର ଭାବରେ ସମସ୍ତ ଉତ୍ତର ଦେଇଛନ୍ତି ଭାଇ ଢ଼େର ସାରା ଶୁଭେଚ୍ଛା ଓ ଶୁଭକାମନା

    1. ଆପଣ ମାନଙ୍କୁ ଦେଖି , କିଛି ଶିଖିବାର ଲକ୍ଷ୍ୟ ନେଇ ଏ ଅଭିଯାନ ରେ ସାମିଲ ହୋଇଛି। ଆଶା ଆପଣ ମାନଙ୍କ ପ୍ରେରଣା ସବୁବେଳେ ଏମିତି ପାଉଥିବି

Leave a Reply

Your email address will not be published. Required fields are marked *