September 30, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*Lets talk with young offspring of Odia Literature Mr. Nilambar Behera ,hails from Bhanjabhumi Ganjam for SLF Literary Youth Icon Award contest-. 2022*

*Lets talk with young offspring of Odia Literature Mr. Nilambar Behera ,hails from Bhanjabhumi Ganjam for SLF Literary Youth Icon Award contest-. 2022*

ନାମ – ନୀଳାମ୍ବର ବେହେରା
ପିତାଙ୍କ ନାମ– ସିମାଞ୍ଚଳ ବେହେରା
ମାତାଙ୍କ ନାମ- କମଳା ବେହେରା
ଜନ୍ମ ତାରିଖ– 10-05-1994
ଘର ଠିକଣା– ବଳିୟାରସିଂହପଲ୍ଲୀ, ଚିକିଟି, ଗଞ୍ଜାମ
ଶିକ୍ଷାଗତ ଯୋଗ୍ୟତା– ସ୍ନାତକ
ଇ-ମେଇଲ୍ ଠିକଣା- nilanila440@gmail.com

Facebook/ମୁଖ ପୁସ୍ତିକା-::
https://www.facebook.com/nilambar.behera.750

ଶ୍ରଦ୍ଧେୟ ନୀଳାମ୍ବର!

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉ – ଗୁଣୁପୁର ପ୍ରଶିକ୍ଷଣ କେନ୍ଦ୍ରରେ ପାଠ ପଢ଼ୁଥିବା ସମୟରେ ଆୟୋଜିତ ବଂଶଧରା ମହୋତ୍ସବରେ ଏକ କବି ସମ୍ମିଳନୀରେ ପ୍ରଶିକ୍ଷଣ ମୁଖ୍ୟ ଶ୍ରୀ ପ୍ରତାପ ରାୟ ଆଜ୍ଞାଙ୍କର ପ୍ରେରଣାରେ କିଛି ବ୍ୟଙ୍ଗ ଲେଖା ପାଠ କରିଥିଲି। ଅନେକ କବିଙ୍କ ସମାହାର ଓ ସେମାନଙ୍କ କବିତା ପାଠ ରେ ଖୁବ ଅନୁପ୍ରେରିତ ହେଲି । ସେ ସାହିତ୍ୟ ପରିବେଶଟି ମୋତେ ବହୁତ ଆକର୍ଷିତ କରିଥିଲା l ମୋର ସାହିତ୍ୟ ପ୍ରତି ଦୁର୍ବଳତା ଛୋଟ ବେଳୁ ରହିଥିଲା । ସେହିଦିନ ଠାରୁ କବିତା ଲେଖିବାର ପ୍ରେରଣା ପାଇଥିଲି ।

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ – ଆମର ନିତିଦିନିଆ ପାଠପଢ଼ାରେ ସାହିତ୍ୟ ରହିଛି । ସମାଜ ସହ ସାହିତ୍ୟର ନିବିଡ଼ ସମ୍ପର୍କ ରହିଛି । ଜୀବନର ସ୍ୱାଦ ସାହିତ୍ୟରୁ ହିଁ ପାଇଥାଉ । ତେଣୁ ପାଠପଢ଼ା କୁ ଶ୍ରେୟ ରଖି ସାମାଜିକ ଜୀବନରେ ପାଠପଢ଼ା ଓ ସାହିତ୍ୟକୁ ସମତାଳରେ ସଦାସର୍ବଦା ରଖିବାକୁ ଚେଷ୍ଟାକରେ l

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

ଉ – ପ୍ରତ୍ୟେକ ଶବ୍ଦ ର ଭିନ୍ନ ଭିନ୍ନ ପ୍ରତିଶବ୍ଦ ଥାଏ l ତେଣୁ ଯେତେବେଳେ କିଛି ଲେଖିବାପାଇଁ ଇଛା ହୁଏ ସେତେବେଳେ ପ୍ରକୃତିକୁ ନିଜ ଭିତରେ ଅନୁଭବ କରେ l ଆଉ ସେହି ପ୍ରଭୁଙ୍କୁ ମନରେ ପ୍ରଣାମ ଜଣାଇ ଲେଖା ଆରମ୍ଭ କରେ ଏବଂ ଲେଖିଲା ପରେ ଲେଖାଟିକୁ ଅନୁଶୀଳନ କରେ ଏବଂ ବେଳେବେଳେ ଶବ୍ଦକୋଷ ଦେଖି ପୁରାତନ ଶବ୍ଦମାନ ସଂଗ୍ରହ କରିଥାଏ l ଯଦି କିଛି ସ୍ଥାନରେ ନିର୍ଦ୍ଦିଷ୍ଟ ଶବ୍ଦର ବ୍ୟବହାର ଆତ୍ମତୃପ୍ତି ଦିଏନାହିଁ ତେବେ ପରିବର୍ତ୍ତନ କରିବାକୁ ଚେଷ୍ଟା କରେ । ଏଥିପାଇଁ ମୁଁ ମୋ ବାପା, ଗାଁର ବୟଜ୍ୟେଷ୍ଟ ଜ୍ଞାନୀଗୁଣୀଙ୍କୁ, ପ୍ରିୟ ସାଙ୍ଗସାଥି ମାନଙ୍କ ସହ ଆଲୋଚନା କରିଥାଏ । ସେମାନେ ହିଁ ମୋର ପଥ ପ୍ରଦର୍ଶକ ଓ ପ୍ରେରଣାର ଉତ୍ସ ।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉ – ଲେଖାଟିର ବିଷୟବସ୍ତୁ ସମ୍ବନ୍ଧୀୟ ତଥ୍ୟ, ଉପଯୁକ୍ତ ଶବ୍ଦ ପ୍ରୟୋଗ,ବିଷୟ ଉପସ୍ଥାପନା ସୋପାନର ସଠିକ କ୍ରମ, ପୂର୍ବ ଧାଡ଼ି ସହ ପରବର୍ତ୍ତୀ ଧାଡ଼ିର ସାମଞ୍ଜସ୍ୟ, ଛନ୍ଦ, ଅଳଙ୍କାର, ବ୍ୟାକରଣଗତ ଶୁଦ୍ଧତା, ସ୍ୱର, ଭାବ, ରସ ଆଦି ବିଷୟ ପ୍ରତି ଧ୍ୟାନ ଦିଏ l ଲେଖା ଲେଖିଲାପରେ ଲେଖାଟି ସମସ୍ତଙ୍କୁ ବୋଧଗମ୍ୟ ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାଏ l

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଉ – ଅର୍ଜୁନ ମନେ ରଖିଥିବୁ, ” ମୁଁ ” ମଲେ କୃଷ୍ଣଙ୍କୁ ପାଇବୁ l
କହିବାର କଥା ଏହା କି, ମନ ଭିତରର ଅହଂ ଭାବକୁ ତଥା ଅହଂକାରକୁ ଯେବେ ତ୍ୟାଗ କରିବା, ସକାରାତ୍ମକ ଚିନ୍ତାଧାରାରେ ନିଜକୁ ଯେତେବେଳେ ମଗ୍ନ କରିବା, ସେତେବେଳେ ପ୍ରକୃତ ଜୀବନକୁ ଉପଭୋଗ କରିପାରିବା ଯାହା ପ୍ରକୃତ ଅନୁଭବୀ ଲେଖକ ହିଁ ଜାଣେ l

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ – ହଁ, ଠିକ କଥା। କାହିଁକି ନା ସୃଜନଶୀଳତାର ଅନୁକୂଳ ଉପାଦାନ ଗୁଡ଼ିକ ହେଉଛି ଅନୁଭବ,ଅନୁଭୂତି,ପୁସ୍ତକ ପଠନ ଓ ଗଭୀର ମନନ ତଥା ଚିନ୍ତନ ତତ୍ ସହିତ ମାଁ ସରସ୍ୱତୀଙ୍କ ଅପାର କୃପା ।

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?

ଉ – ମୋର ପ୍ରିୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ l ଅନ୍ୟ କବିମାନେ ମଧ୍ୟ ଭଲ ଲାଗନ୍ତି l ଭଞ୍ଜ କବି ଆଉ ଧରାପୃଷ୍ଠରେ ଜୀବିତ ନାହାନ୍ତି ।

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।

ଉ -ପ୍ରିୟ କବି : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ପୁସ୍ତକ : ବୈଦେହୀଶ ବିଳାସ,ଲାବଣ୍ୟବତୀ, ଅବନା ରସତରଙ୍ଗ,କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଇତ୍ୟାଦି ସମସ୍ତ ପୁସ୍ତକ l
ବର୍ତ୍ତମାନ ସମୟର କବି ମାନଙ୍କ ମଧ୍ୟରେ ଶ୍ରୀମାନ ରାଈରଞ୍ଜନ ନନ୍ଦ, ଶ୍ରୀଯୁକ୍ତ ଆଦିତ୍ୟ ଦାସ , ଶ୍ରୀମାନ ବିଶ୍ୱପ୍ରତାପ ବେହେରା, ଶ୍ରୀମାନ ଶ୍ୟାମସୁନ୍ଦର ଦାଶ ମୋର ପ୍ରିୟ କବି ଅଟନ୍ତି ।

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

ଉ – ପରିବାର ବର୍ଗ ସମସ୍ତେ ଶତ ପ୍ରତିଶତ ଲେଖାଲେଖିକୁ ପ୍ରୋତ୍ସାହିତ କରନ୍ତି । ବିଶେଷ କରି ମୋ ବାପା, ବଡ଼ ଭାଇ ଏ ଦିଗରେ ମୋ ପାଇଁ ପଥ ପ୍ରଦର୍ଶକ । ପୁରାତନ ରୀତି ଯୁଗୀୟ କାବ୍ୟ ଶୈଳୀ କୁ ଅନୁସରଣ କରିବାକୁ ପ୍ରେରଣା ଯୋଗାନ୍ତି ମୋ ବାପା।

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?

ଉ – ବଞ୍ଚିବାପାଇଁ ଅର୍ଥ ଯେମିତି ଆବଶ୍ୟକ ରହିଛି, ସେମିତି କିଛି ସୁଦ୍ଧ ପବିତ୍ର ଶବ୍ଦ ଲେଖିବାକୁ ହେଲେ ସୁସଙ୍ଗ ର ଆବଶ୍ୟକତା ରହିଛି l କୁସଙ୍ଗ ଲେଖାଲେଖି ପାଇଁ ପ୍ରତିବନ୍ଧକର କାନ୍ଥଟିଏ ହୋଇ ଛିଡ଼ାହୋଇଯାଏ । ତେଣୁ କୁସଙ୍ଗ କୁ ପରିତ୍ୟାଗ କରିବା ଉଚିତ l

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?

ଉ – ବ୍ୟଙ୍ଗ କଟାକ୍ଷ, କବିତା, ଗଳ୍ପ, ଜଣାଣ, ନାରୀ ସୌନ୍ଦର୍ଯ୍ୟ ବର୍ଣ୍ଣନା, ପ୍ରେମ, ବିରହ,ମାନ ଭଞ୍ଜନ ଆଦି ଲେଖାଲେଖି କରେ ।

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।

କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

ଉ -ପୁସ୍ତକ ପ୍ରକାଶିତ ହୋଇନାହିଁ କିନ୍ତୁ ଭିନ୍ନ ଭିନ୍ନ ପୁସ୍ତକରେ ମୋ କବିତା ପ୍ରକାଶିତ ହୋଇଛି l
ଆଗାମୀ ଦିନରେ ଯେଉଁ ପୁସ୍ତକ ପ୍ରକାଶ କରିବାକୁ ମନସ୍ଥ କରିଛି, ସେଥିରେ ସମସ୍ତ ଛନ୍ଦମୟ ରୀତିଯୁଗୀୟ କବିତା ସ୍ଥାନୀତ ହେବ ଯାହା ଦ୍ୱାରା ପାଠକମାନେ ବିଭିନ୍ନ ଛନ୍ଦ ବିଷୟରେ ଏକ ଧାରଣା ପାଇବେ l ବର୍ତ୍ତମାନ ଯୁବପିଢ଼ି ପ୍ରେମ ଅଭିଳାଷି ତେଣୁ ପ୍ରେମ ରସ ଯୁକ୍ତ କବିତା ସମସ୍ତଙ୍କର ପ୍ରିୟ l ବିଶେଷ ଭାବରେ ଲେଖା ଗୁଡ଼ିକୁ
ଦାସକାଠିଆ,ଭାରତଲୀଳା ଆଦି ପ୍ରାଚୀନ ଲୋକ କଳା ମାଧ୍ୟମରେ କୌଣସି ବିଷୟକୁ ବର୍ଣ୍ଣନା କରି ଲୋକଙ୍କ ମନରେ ସାହିତ୍ୟ ପ୍ରତି ଉତ୍ସାହ ଆଣିବା ମୋର ଇଚ୍ଛା l

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଉ – =) ଭାଷା ସାହିତ୍ୟ କୁ ବଞ୍ଚାଇ ରଖିବାର ପ୍ରେରଣା
=) ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବାକୁ ସାହସ
=) କବିତା ଆସରରେ ସମାୟାନୁବର୍ତ୍ତିତା ଅନୁସରଣ
=) ମାର୍ଗଦର୍ଶକ ମାନଙ୍କୁ ଚୟନ କରି ସେମାନଙ୍କ ଦ୍ବାରା ସୁପରିଚାଳନା ଓ ସେମାନଙ୍କର ଯୁବ ପ୍ରତିଭା ମାନଙ୍କ ପ୍ରତି ଥିବା ପୁନର୍ବଳନ l

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!

ଉ – ହଁ, ଅଳ୍ପ ବହୁତେ ଜାଣିଛି । ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ସଂସ୍ଥା ଯିଏ କି ସାହିତ୍ୟ ସର୍ଜନାର ନବ କଳିକା ମାନଙ୍କୁ ବିଶ୍ୱ ସ୍ତରୀୟ ମଞ୍ଚରେ ସାମିଲ କରେଇ ସେମାନଙ୍କ ସାହିତ୍ୟ ବିକାଶର ପ୍ରତ୍ୟେକ ସୋପାନରେ ମାର୍ଗଦର୍ଶକ ହୋଇପାରିଛି । ତେଣୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ସଦା ଏ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?

ଉ – କୌଣସି ଅଭିଯୋଗ ନାହିଁ । କିନ୍ତୁ ଗୋଟେ କଥା କହିବି l
ମେଣ୍ଟର ମାନଙ୍କୁ ମୋର ନିବେଦନ, ଯେଉଁ କବି ଲେଖକ ମାନେ କିଛି ଛନ୍ଦ ଅଳଂକାର ବ୍ୟବହାର କରୁଛନ୍ତି ସେମାନଙ୍କର ଯଦି କିଛି ଭୁଲ ରହିଯାଏ ସେ, ସେ ମୋର ହେଉ କି ଯାହାର ହଉନା କାହିଁକି ଦୟାକରି ସଙ୍ଗେ ସଙ୍ଗେ ଜଣାଇବା ଦରକାର l କାହିଁକି ନା ଭୁଲ ଟା ସବୁବେଳେ ରହିଯିବ l ତାକୁ ସୁଧାରିବା ଦରକାର l

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।

ଉ – ସ ହିତର ସାଧନ ହେଉଛି ସାହିତ୍ୟ l

ସପ୍ତ ରଙ୍ଗ ଖେଳେ ସରସ ସାହିତ୍ୟ,
ସହିତେ ସଭିଙ୍କ ମନେ,
ପ୍ରେମରସ ଦେଇ ସଙ୍ଗିନୀ ସାଜଇ
ଆନନ୍ଦକୁ ଭରି ପ୍ରାଣେ ll

ସାହିତ୍ୟ ଅଟଇ ଅଗଭୀର ଗଣ୍ଡ
ମାପିବା ଯେ’ ଭାରି କଷ୍ଟ,
କେତେକେତେ କବି ଫେରିଗଲେ ଭାଇ
ଆମେ ଯେ ନିମିତ୍ତ ମାତ୍ର ll

ସାହିତ୍ୟ ଶବ୍ଦକୁ ମାପିକି ପାରିବା
କିଞ୍ଚିତ ଜୀବନ ନେଇ,
ପିତାମ୍ବର ପାଶେ କରୁଛି ବନ୍ଦନା
ନୀଳାମ୍ବର ନାମ ପାଇ ll

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?

ଉ – ସାହିତ୍ୟ ସାଧନାରେ ବ୍ରତୀ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ, ଆଧ୍ୟାତ୍ମିକ ବିଚାର ଧାରାରେ ପୌରାଣିକ ବିଷୟକୁ ଗୀତିନାଟ୍ୟ ମାଧ୍ୟମରେ ଉପସ୍ଥାପନା କରି ସମାଜ ସହ ସୁ ସମ୍ପର୍କ ସ୍ଥାପନ କରି ସମାଜର ମଙ୍ଗଳ କରିବା ଦିଗରେ ମୋ ମନ ପ୍ରାଣ ସଦା ଚେଷ୍ଟିତ ।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?

ଉ – ହଁ ନିଶ୍ଚୟ l ପୁରସ୍କାର ର କୌଣସି ଆବଶ୍ୟକତା ନାହିଁ କିନ୍ତୁ ପ୍ରୋତ୍ସାହନ କବି ପ୍ରାଣର ଅନ୍ତର ଆତ୍ମାକୁ ଆନନ୍ଦିତ କରେ ଓ ଆଗକୁ କିଛି କରିବାପାଇଁ ପ୍ରେରଣା ଦିଏ ବୋଲି ମୁଁ ମତ ରଖିବି l

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

ଉ – ପୁରସ୍କାରରୁ ବଂଚିତ ହେବାର ମାନେ ନୁହଁ ଯେ କେବଳ କୌଣସି ଅନୁଷ୍ଠାନ ତରଫରୁ ମାନପତ୍ର ରୁ ବଞ୍ଚିତ ହେବା । ଅସଲି ପୁରସ୍କାର ତ ତାହା ଯେବେ ଜଣେ ବ୍ୟକ୍ତିର ପ୍ରତିଭାକୁ ନେଇ ନିଜ ଅଞ୍ଚଳର ଲୋକେ ଗର୍ବ ଅନୁଭବ କରିବେ ଓ ସମ୍ମାନ ଦେବେ । ଏହି ପୁରସ୍କାରଟି ନୋବେଲ ପୁରସ୍କାର ଠାରୁ ବି କିଛି କମ ନୁହଁ । ଏହି ପରିପେକ୍ଷୀରେ ତାର ସୃଷ୍ଟି କରିବାର ଦକ୍ଷତା ଓ ଅନ୍ତର୍ନିହିତପ୍ରତିଭା ପ୍ରଭାବିତ ହେବ ନାହିଁ ବୋଲି ମତ ରଖିବି l

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ନିଜର ପ୍ରତିଭାକୁ ବିଶ୍ଵଦରବାରରେ ଉପସ୍ଥାପନ କରିବା ପୂର୍ବକ ଅନେକ ଅନୁଭୂତିକୁ ବ୍ୟକ୍ତ କରିବାର ସୁଯୋଗ ପାଇ ନିଜକୁ ଖୁବ ଭାଗ୍ୟବାନ ମନେ କରୁଛି ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଠାରେ ଏ ଅଧମ ଚିର ଋଣୀ ।

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

28 thoughts on “*Lets talk with young offspring of Odia Literature Mr. Nilambar Behera ,hails from Bhanjabhumi Ganjam for SLF Literary Youth Icon Award contest-. 2022*

  1. ଖୁବ୍ ଚମତ୍କାର ଉତ୍ତର ଭାଇ, ଅଜସ୍ର ଶୁଭେଚ୍ଛା ।

  2. ଅତି ସୁନ୍ଦର ଭାବରେ ଲେଖିଛନ୍ତି ଅନେକ ଅନେକ ଶୁଭେଚ୍ଛା

  3. ସବୁ ପ୍ରଶ୍ନର ଉତ୍ତର ମନକୁ ଛୁଇଁଲା ।ଜ୍ଞାନ,ଅଭିଜ୍ଞତା ମାଆ ବିଦ୍ୟାଦାତ୍ରୀଙ୍କ କୃପାଦୃଷ୍ଟି,ଗୁରୁ ଗୁରୁଜନ ତତ୍ ସହିତ ପିତା ମାତାଙ୍କର ଆଶୀର୍ବାଦ ଆଗକୁ ବଢ଼ିବାରେ ସାହାଯ୍ୟ କରୁ ନୀଳାମ୍ବର ଭାଈ । ଜୟ ଜଗନ୍ନାଥ ।

  4. ଖୁବ୍ ସୁନ୍ଦର ମତାମତ। ତୋର ଏହିପରି ସଚ୍ଚୋଟ ମତାମତ ପଢି ତୋ ପାଖରୁ ଆଗାମୀ ଦିନରେ ଅନେକ କବିତା ଆଶା ରଖିଛି।।ତୋର କବିତ୍ଵର ଉତ୍ତରୋତ୍ତର ସମୃଦ୍ଧି ହେଉ।। –ସୁନୀଲ୍–

    1. ସୁନିଲ ଭାଇ ତୋତେ ଅନେକ ଅନେକ ସାଧୁବାଦ……. ତୋ ଠାରୁ ସବୁବେଳେ କିଛି ଶିଖିବାକୁ ମିଳେ ରେ…. ❤️❤️❤️❤️

  5. ଅତି ଆଦରର ମଣିଷ ଟେ , ଗୁରୁଭାଇ ମୋର , ଲେଖାଟ ଠୁ ଢେର୍ ଗୁଣା ସୁନ୍ଦର ତାଙ୍କ ବ୍ୟକ୍ତିତ୍ଵ । ବାସ୍ ଏତିକି କହିବି ମାଡ଼ି ଚାଲ୍ ମୋ ଭାଇ

    1. ପ୍ରିୟ ବନ୍ଧୁ ମୋର ଆନ୍ତରିକ ଶୁଭେଚ୍ଛା ତୋତେ…. ❤️❤️❤️

  6. All answers are interesting…..
    That poem is real truth about ସାହିତ୍ୟ….
    Super nilu bhai….

Leave a Reply

Your email address will not be published. Required fields are marked *