March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*Lets talk with multi talented young ink slinger Nirmal Barik ,hails from Kendujhar, Odisha  for SLF Literary Youth Icon Award contest-. 2022*

*Lets talk with   multi talented young ink slinger Nirmal Barik ,hails from Kendujhar, Odisha  for SLF Literary Youth Icon Award contest-. 2022*

 

ନାମ – ନିର୍ମଳ ବାରିକ
ପିତାଙ୍କ ନାମ- ରବିନ୍ଦ୍ର ବାରିକ
ମାତାଙ୍କ ନାମ– ପ୍ରଭାସ୍ୱିନୀ ବାରିକ
ଜନ୍ମ ତାରିଖ– 08/03/2004
ଘର ଠିକଣାଗ୍ରାମ – ବୁଢ଼ାଖମଣ, ପୋଷ୍ଟ – ସୋମଗିରି,
ଥାନା – ପଣ୍ଡାପଡା, ବ୍ଲକ – ହରିଚନ୍ଦନପୁର, ଜିଲ୍ଲା – କେନ୍ଦୁଝର,
ପିନ – 758079
ଶିକ୍ଷାଗତ ଯୋଗ୍ୟତା– +୩ , ପ୍ରଥମ ବର୍ଷର ଛାତ୍ର
ଇ-ମେଇଲ୍ ଠିକଣା[email protected]

Facebook/ମୁଖପୁସ୍ତିକା ଲିଙ୍କ-::

https://www.facebook.com/adnirmal.kumar.3

 

ଶ୍ରଦ୍ଧେୟ ନିର୍ମଳ!

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉ – ଛୋଟବେଳୁ ସାହିତ୍ୟ ପ୍ରତି ମୋର ଅସୀମ ପ୍ରେମ ରହିଥିଲା l ମୁଁ ପୁସ୍ତକ ପଢିବାକୁ ବହୁତ ଭଲ ପାଉଥିଲି l ମୋର ପଢା ବହି ସହ ବିଭିନ୍ନ ପୌରାଣିକ ପୁସ୍ତକତଥା ମୋର ଉପର ଶ୍ରେଣୀ ର ଭାଇମାନଙ୍କର ସାହିତ୍ୟ ବହି କୁ ପଢି ସେଥିରେ ଥିବା କବିତା କୁ ମୁଖସ୍ତ କରିଦେଉଥିଲି l କିନ୍ତୁ କେବେ ଲେଖିବା ର ଭାବନା ମୋ ମନ କୁ ଆସି ନଥିଲା l ଯେତେବେଳେ ମୁଁ ଦଶମ ଶ୍ରେଣୀରେ ପଢ଼ୁଥିଲି ଆମ ସାହିତ୍ୟ ବିଭାଗର ଦିଦି ଥରେ ମୋତେ କହିଲେ କବିତା ଟିଏ ଲେଖିବା ପାଇଁ l ତାଙ୍କର କାକଳି ନାମକ ଏକ ପୁସ୍ତକ ପ୍ରତ୍ୟେକ ବର୍ଷ ପ୍ରକାଶିତ ହୁଏ, ସେଥିରେ ପ୍ରକାଶ କରିବାପାଇଁ ମାଗିଲେ l କେବେ ଲେଖିନଥିଲେ ମଧ୍ୟ ଦୁଃସାହସ କରି “ପିତା ଓ ମାତା ” ଶୀର୍ଷକ ବିଶିଷ୍ଟ ଏକ କବିତା ଲେଖି ତାଙ୍କୁ ଦେଲି l ବୋଧେ ସେଥିରେ କିଛି ତ୍ରୁଟି ଥିଲା ତାହା ପୁସ୍ତକ ରେ ସ୍ଥାନିତ ହେଲାନି l ସେ ଦୋଷ ତ୍ରୁଟି ବିଷୟରେ ଦିଦି ମୋତେ ଆଉ କିଛି କହିଲେନି କେବଳ ସେ ବର୍ଷ ପ୍ରକାଶିତ ହୋଇଥିବା ପୁସ୍ତକଟିଏ ଦେଲେ l ମୁଁ ତାକୁ ପଢି ଦେଖିଲି ସେଥିରେ ମୋଠାରୁ ଛୋଟ ପିଲାଙ୍କର କବିତା, ଗଳ୍ପ ସ୍ଥାନ ପାଇଛି ଏବଂ ସେ କବିତା ଗଳ୍ପ ସବୁ ବହୁତ ସୁନ୍ଦର ମଧ୍ୟ ହୋଇଛି l ସେ ଦିନଠୁ ମୁଁ ମଧ୍ୟ ନିର୍ଣ୍ଣୟ କରିନେଲି ଯେ ମୁଁ ବି ସେମାନଙ୍କ ଭଳି ସୁନ୍ଦର କବିତା ଲେଖିବି l ସେଇଠୁ ଆରମ୍ଭ ମୋର ଏ ଲେଖାଲେଖି କରିବା ପଥରେ ଯାତ୍ରା l

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ – ଲେଖାଲେଖି କରିବାପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟର ଆବଶ୍ୟକତା ନଥାଏ l ଏହା ଯେ କୌଣସି ସମୟରେ ସମ୍ଭବ l ଯେତେବେଳେ କୌଣସି ଘଟଣା ମନକୁ ବ୍ୟଥିତ କରେ କିମ୍ବା କାହାରି ସୌନ୍ଦର୍ଯ୍ୟ ମନକୁ ବିମୋହିତ କରେ ସେତେବେଳେ ହୃଦୟରୁ କଲମର ବାଟଦେଇ ବହିଆସେ କବିତା ର ନିର୍ଝରିଣୀ l ଏହା ମଧ୍ୟ ଆମ ପଢା ପୁସ୍ତକ ର ଅନ୍ତର୍ଗତ l ଯେହେତୁ ଲେଖାଲେଖି କରିବାପାଇଁ ନିର୍ଦ୍ଧିଷ୍ଟ ସମୟର ଆବଶ୍ୟକତା ନଥାଏ ତେଣୁ ଏହା ସହ ପାଠପଢା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷାକରିବା ଅତ୍ୟନ୍ତ ସରଳ ହୋଉଥାଏ l

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

ଉ – ହଁ, ପଥପ୍ରଦର୍ଶକ ଭାବରେ ମୋ ବାପା ମୋ ପାଖରେ ସର୍ବଦା ବିଦ୍ୟମାନ l ସେ ତାଙ୍କର ପାରୁ ପର୍ଯ୍ୟନ୍ତ, ଯେତିକି ବିଦ୍ୟା ର ସେ ଅଧିକାରୀ, ତାର ପରିଧି ମଧ୍ୟରେ ଭୁଲ ଠିକ ର ସୂଚନା ଦେଇ ଆଗକୁ ବଢିବାକୁ ପ୍ରେରଣା ଦିଅନ୍ତି l

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉ – ଗୋଟିଏ ଲେଖା କୁ ଆରମ୍ଭ କରିବା ପୂର୍ବରୁ ତାର ରଚନା ଶୈଳୀ, ରାଗ,କ’ଣ ହେବ, ବ୍ୟାକରଣ ଗତ ଶୁଦ୍ଧତା ତଥା ଏହା ଦ୍ୱାରା ସଂସାର କୁ କ’ଣ ଶିକ୍ଷା ମିଳିବ, ଏହା କାହାକୁ କୁପଥ ଗାମୀ କରେଇବନି ତ, କାହାରି ମର୍ଯ୍ୟାଦା ହାନି ହେବନି ତ, ଇତ୍ୟାଦି ବିଷୟ ପ୍ରତି ଧ୍ୟାନ ଦିଏ ଏବଂ ଲେଖି ସାରିବା ପରେ ଇଚ୍ଛା ରଖେ ପାଠକ ମାନଙ୍କର ଖୁସି ତଥା ଲେଖାଟିରେ ବର୍ଣ୍ଣନା କରାଯାଇଥିବା ଅନ୍ୟାୟ ର ପ୍ରତିକାର ପାଇଁ ସ୍ୱର ଉଠୁ l

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଉ – ଜଣେ ଯୁବ ଲେଖକ ଭାବେ ଆମ ଅଞ୍ଚଳ ତଥା ଅନ୍ୟ ଅଞ୍ଚଳ ର ବିଶିଷ୍ଟ ପ୍ରତିଭା ମାନଙ୍କ ସହ ମିଶିବା ର ସୁଯୋଗ ଏବଂ ସେମାନଙ୍କ ପାଖରୁ ଜ୍ଞାନ ତଥା ଉପଦେଶ ଲାଭ କରିବା ମୋ ଜୀବନର ସବୁଠାରୁ ବଡ଼ ଅନୁଭୂତି l

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ – ହଁ, ଏହି ଉକ୍ତି ଟି ସମ୍ପୂର୍ଣ୍ଣ ଭାବରେ ଠିକ l ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ l ଲେଖିବା ପାଇଁ ଆବଶ୍ୟକ ହୁଏ ଜ୍ଞାନ l ଚାମଚେ ଚିନି ଖାଇଲେ ଜଣେ ବାଳକକୁ ଯେତିକି ପରିମାଣର ମିଠା ଲାଗେ, ଜଣେ ବୃଦ୍ଧଙ୍କୁ ମଧ୍ୟ ସମପରିମାଣର ମିଠା ଲାଗେ l ଠିକ ସେମିତି ଗୋଟିଏ ବସ୍ତୁ ବା ଏ ଜଗତ ବିଷୟରେ ଜ୍ଞାନୀ, ଗୁଣି, ପଣ୍ଡିତ ମାନେ ଯାହା ରଚନା କରିଛନ୍ତି ତାହାକୁ ବାଳକ କିମ୍ବା ବୟସ୍କ ବ୍ୟକ୍ତି ଯିଏ ପଢିଲେ ମଧ୍ୟ ସମାନ ଜ୍ଞାନ ମିଳିବ l ପୁସ୍ତକଗତ ଜ୍ଞାନ କୁ ଛାଡି ଯିଏ ବି ଉକ୍ତ ବିଷୟ ପ୍ରତି ନିଜର ଚିନ୍ତନ କୁ ଦୃଢ କରିବ ସେ ଆହୁରି ଅନେକ କଥା ଜାଣି ପାରିବ l ନିଜର ଅନ୍ତର୍ନିହିତ ଜ୍ଞାନ କୁ କାଗଜ ପୃଷ୍ଠାରେ ଲେଖିବା ତ ଅତ୍ୟନ୍ତ ସରଳ l ଏହା ବାଳକ ବା ବୟସ୍କ ସମସ୍ତେ କରି ପାରିବେ l ତେଣୁ ଲେଖାଲେଖି କରିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ l

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?

ଉ – ମୁଁ ରୀତି ଯୁଗୀୟ କବି ମାନଙ୍କୁ ବହୁତ ଭଲପାଏ l ତାଙ୍କ ମଧ୍ୟରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ସୂର୍ଯ୍ୟ ବଳଦେବ ରଥ, ଏବଂ ଭକ୍ତକବି ଦୀନକୃଷ୍ଣ ଦାସ ମୋର ପ୍ରିୟ କବି l ଏମାନେ ଏ ଧରାପୃଷ୍ଠ ରୁ ବିଦାୟ ନେଇ ସାରିଛନ୍ତି l ଆଧୁନିକ ଯୁଗର ମୋର ପ୍ରିୟ କବି ମନୋଜ ଦାସ ମଧ୍ୟ ଇହଧାମ ତ୍ୟାଗ କରି ସାରିଲେଣି l

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।

ଉ – ମୋର ପ୍ରିୟ କବି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ ଏକ ପୌରାଣିକ କାବ୍ୟ l ଏହା “ବ” ଆଦ୍ୟ ବର୍ଣ୍ଣରେ ରଚିତ l ଉକ୍ତ କାବ୍ୟରେ ସେ ଶ୍ରୀ ରାମଚନ୍ଦ୍ର ଙ୍କର ସମ୍ପୂର୍ଣ୍ଣ ଜୀବନୀ ର ବର୍ଣ୍ଣନା କରିଛନ୍ତି l ସେହିଭଳି ଲାବଣ୍ୟବତୀ ତାଙ୍କର ଏକ କାଳ୍ପନିକ କାବ୍ୟ l ଏଠାରେ ନାୟକ ଚନ୍ଦ୍ରଭାନୁ ଏବଂ ନାୟିକା ଲାବଣ୍ୟବତୀ ର ଚରିତ୍ର ଚିତ୍ରଣ ମନମୁଗ୍ଧକର l ସେହିଭଳି “ସ” ଆଦ୍ୟବର୍ଣ୍ଣ ରେ ସୁଭଦ୍ରା ପରିଣୟ, “କ” ଆଦ୍ୟ-ପ୍ରାନ୍ତ ଅକ୍ଷର କଳା କଉତୁକ ଇତ୍ୟାଦି ତାଙ୍କର ଶ୍ରେଷ୍ଠ କୃତି l
କବିସୂର୍ଯ୍ୟ ବଳଦେବ ରଥଙ୍କର ଚନ୍ଦ୍ରକଳା ଏକ କାଳ୍ପନିକ କାବ୍ୟ l ଏହା ଏକବିଂଶ ଛାନ୍ଦ ବିଶିଷ୍ଟ ଏବଂ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ତାଙ୍କର ଓଡ଼ିଆ ସାହିତ୍ୟ ରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି l
ଭକ୍ତକବି ଦୀନକୃଷ୍ଣ ଦାସ ଙ୍କର “କ” ଆଦ୍ୟବର୍ଣ୍ଣ ରେ ରଚିତ ରସ କଲ୍ଲୋଳ ଏକ ଶ୍ରେଷ୍ଠ କୃତି l ଏଠାରେ ମଧୁର କୋମଳ ପଦାବଳୀ ରେ ସେ ଶ୍ରୀ କୃଷ୍ଣ ଙ୍କର ଜନ୍ମ ଏବଂ କଂସ ଆଦି ଅସୁର ମାନଙ୍କର ବିନାଶ, ଗୋପକେଳି ଆଦିର ବର୍ଣ୍ଣନା କରିଛନ୍ତି l ଯାହାକୁ ପଢି ମୋ ହୃଦୟ ଆନନ୍ଦରେ ଆତ୍ମବିଭୋର ହୋଇଉଠେ l

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

ଉ – ମୋ ବାପା, ବୋଉ ଏବଂ ପରିବାର ର ସମସ୍ତେ ଲେଖାଲେଖି କୁ ଶତପ୍ରତିଶତ ପ୍ରୋତ୍ସାହିତ କରନ୍ତି l ସାଧାରଣତଃ କୋମଳ ତଥା ଛନ୍ଦଯୁକ୍ତ ପଦ ରେ ସଂସାର ର ସ୍ପଷ୍ଟ ଚିତ୍ର ପାଠକ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାପାଇଁ ପ୍ରେରଣା ଦେଇଥାନ୍ତି l ଯାହାଦ୍ୱାରା କମ୍ ଶିକ୍ଷିତ ବ୍ୟକ୍ତି ମଧ୍ୟ ତାକୁ ବୁଝି ଉପକୃତ ହୋଇ ପାରିବେ l

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?

ଉ – ମୋ ମତରେ ଲେଖିବା ପାଇଁ କଷ୍ଟକର କିଛିନୁହଁ l କାରଣ ଅଶାନ୍ତ ପରିବେଶ ରେ ମଧ୍ୟ ଏକାଗ୍ରତା ଶାନ୍ତ ବାତାବରଣ ଯୋଗାଇପାରେ l

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?

ଉ – ମୋର ପ୍ରତ୍ୟେକ କବିତାରେ ଯେ କୌଣସି ବସ୍ତୁ ବା ପଦାର୍ଥ ର ଗୁଣ, ସୌନ୍ଦର୍ଯ୍ୟ ତଥା ସମାଜକୁ ତାର ବାର୍ତ୍ତା ବର୍ଣ୍ଣିତ ହୋଇଥାଏ ଏବଂ ତାହା ଛନ୍ଦଯୁକ୍ତ ହୋଇଥାଏ l ନଦୀର ବର୍ଣ୍ଣନା, ନାୟିକା ର ବର୍ଣ୍ଣନା ତଥା ସମାଜରେ ପ୍ରଚଳିତ କୌଣସି ମନ୍ଦ ପ୍ରଥା ବା ମନ୍ଦ ଚରିତ୍ର ର ବର୍ଣ୍ଣନା ଆଦି ବିଷୟରେ ମୁଁ ଲେଖାଲେଖି କରେ l

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ।

ଉ – ନା, ମୋର କୌଣସି ପୁସ୍ତକ ପ୍ରକାଶିତ ହୋଇନାହିଁ କିମ୍ବା ଅପେକ୍ଷାରେ ମଧ୍ୟ ନାହିଁ l

କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

ଉ – ମୋର ପୁସ୍ତକ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ ତେବେ ମୁଁ ସେଠାରେ କୋମଳ ପଦାବଳୀ ରେ ସଂସାର ର ସମସ୍ତ ସଂକ୍ଷିପ୍ତ ରୁ ଅତିସଂକ୍ଷିପ୍ତ ଭଲ, ମନ୍ଦ ବ୍ୟବସ୍ଥା ର ଉପସ୍ଥାପନ ଏବଂ ମନ୍ଦ ବ୍ୟବସ୍ଥାକୁ କେମିତି ଭଲରେ ରୂପାନ୍ତରିତ କରାଯାଇ ପାରିବ ତଥା କ’ଣ କଲେ ଭଲ ଟି ଆହୁରି ଭଲରେ ପରିଣତ ହେବ ତାହା ଛନ୍ଦ ଅନୁସାରେ ଦର୍ଶେଇବି l ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରିପାରିବ l

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଉ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ନିଃସ୍ୱାର୍ଥପର ସେବା ମୋତେ ପ୍ରଭାବିତ କରିଛି l ଭ୍ରାତୃ, ଭଗିନୀ, ଗୁରୁ, ବାନ୍ଧବ ପୂର୍ଣ୍ଣ ଏକ ବିରାଟ ପରିବାର ଯିଏ ଲୁକ୍କାୟିତ ପ୍ରତିଭାଙ୍କୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେଇବା ର ପ୍ରୟାସ ବିନାମୂଲ୍ୟ ରେ କରୁଛି ଏବଂ ଅଜ୍ଞାନୀ କୁ ଜ୍ଞାନୀ କରିବା ପାଇଁ ହାତ ଧରି ବାଟ ଦେଖାଉଛି l ଏହି ଗୁଣ ମୋତେ ଗଭୀର ଭାବରେ ପ୍ରଭାବିତ କରିଛି l

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!

ଉ – ହଁ, ଏ ବିଷୟ ପ୍ରତି ମୁଁ ସମ୍ପୂର୍ଣ୍ଣ ଭାବରେ ଅବଗତ l ମୋତେ ଜ୍ଞାତ ଅଛି ଯେ ସୂର୍ଯ୍ୟୋଦୟ ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ ହୋଇଥିବାରୁ ଏହାର ସମସ୍ତ ନିୟମ ବିଶ୍ୱକବି ସଂଗଠନ ଦ୍ୱାରା ପ୍ରେରିତ ଏବଂ ଏହି ଯୁବ ପ୍ରତିଭା ଚୟନ କାର୍ଯ୍ୟକ୍ରମ ରେ ସାମିଲ ହୋଇ ମୁଁ ମଧ୍ୟ ସେ ନିୟମ ରେ ବନ୍ଧା l

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?

ଉ – ମୋର କୌଣସି ଅଭିଯୋଗ କିମ୍ବା ପରାମର୍ଶ ନାହିଁ l ପ୍ରେମ ମୟ ଏ ପରିବାର ପାଖରେ କୌଣସି ଅଭିଯୋଗ ର ପ୍ରଶ୍ନ ନାହିଁ l ଏ ପରିବାର ମହାନ ପ୍ରତିଭାବାନ ମାନଙ୍କ ଉପଦେଶ ରେ ଚାଲୁଥିବା ରୁ ଆଉ ଉପଦେଶ ର ଆବଶ୍ୟକତା ମଧ୍ୟ ନାହିଁ l

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।

ଉ – ମୋ ପାଇଁ ସାହିତ୍ୟ ଅଟଇ ପବିତ୍ର
ଦେଖାଏ ସଦା ସୁ ପଥ,
ଜ୍ଞାନର ସାଗର ଅମୀୟ ର ଧାର
ପ୍ରଚାରକ ସେ ସତ୍ୟର l
କୁ ପଥକୁ ଗଲେ ହାତ ଧରି ଟାଣି
ଆଣି ଆସେ ସୁ ପଥକୁ
ମନରଞ୍ଜନ ର ମାଧ୍ୟମରେ ପୁଣି
ବାଣ୍ଟଇ ଗୁଢ ଜ୍ଞାନକୁ l
ଭାଷାର ଶୁଦ୍ଧତା ତା ଯୋଗୁଁ ସମ୍ଭବ
ଅଟେ ସେ ମୋ ଗୁରୁବର
ତା ଯୋଗୁଁ ଏ ଦୀନ ବୁଝି ପାରିଅଛି
ସଂସାରର ସତ୍ୟଚିତ୍ର l

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?

ଉ – ସାହିତ୍ୟ ସାଧନା ରେ ନିଜକୁ ବ୍ରତୀ ରଖି ମୁଁ ସଂସାର ର ସଂକ୍ଷିପ୍ତ ରୁ ଅତି ସଂକ୍ଷିପ୍ତ ଭଲ, ମନ୍ଦ ଦୃଶ୍ୟ ପାଠକ ମାନଙ୍କ ସମ୍ମୁଖରେ କବିତା ଆକାରରେ ଉପସ୍ଥାପିତ କରିବି l ଯାହା ପାଠକ ମାନେ ପଢିବା ଦ୍ୱାରା ଉଚିତ ଅନୁଚିତ ର ବିଚାର କରି ଅନୁଚିତ ର ପ୍ରତିରୋଧ କରିବାକୁ ଆଗେଇ ଆସିବେ l ଏହାଦ୍ୱାରା ସମାଜର କିଛି ମଙ୍ଗଳ ହେବ ବୋଲି ମୋର ଆଶା l

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?

ଉ – ନିଶ୍ଚିତ ଭାବରେ ଆବଶ୍ୟକୀୟ l କାରଣ ଏହାଦ୍ୱାରା ସୃଜକ କୁ ଜଣାପଡେ କି ତା’ର ଲେଖାର ମର୍ଯ୍ୟାଦା ରହିଛି ଏବଂ ତାଙ୍କ ଲେଖା ପାଠକୀୟ ଆଦୃତି ଲାଭ କରୁଛି l ଏହାଦ୍ୱାରା ଜନ ମାନସରେ ଲେଖାର ପ୍ରଭାବ ପଡିବା ଏବଂ ଯେଉଁ ଜିନିଷ କୁ ଦୃଷ୍ଟି ରେ ରଖି ସେ ଲେଖାଟି ଲେଖିଥିବେ ତାହା ସାର୍ଥକ ହେବାର ଆଭାସ ସେ ପାଇବେ ଏବଂ ଅଧିକରୁ ଅଧିକ ସୃଷ୍ଟି କରିବାକୁ ଆଗ୍ରହୀ ହେବେ l

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

ଉ – ପୁରସ୍କାର ପାଇବାରୁ ବଞ୍ଚିତ ହେଲେ ସୃଷ୍ଟି କରିବାର ଦକ୍ଷତା କିମ୍ବା ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୋଇ ନଥାଏ l ଏହାଦ୍ୱାରା ତା’ର ମନୋବଳ ଭାଙ୍ଗିଯାଏ l ସୃଜକ ଙ୍କୁ ଲାଗେ କି ତାଙ୍କ ଲେଖାକୁ ପାଠକ ମାନେ ଭଲ ପାଉନାହାନ୍ତି l ଏହି ମନୋଭାବ ତାଙ୍କ ଲେଖାକୁ ଶକ୍ତିହୀନ କରିଦିଏ l ତାଙ୍କ ଲେଖାରେ ପୂର୍ବେ ଦେଖାଯାଉଥିବା ଦୃଢ଼ତା କ୍ରମେ ଦେଖାଯାଇ ନଥାଏ l

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଏ ମହତ କାର୍ଯ୍ୟ ପାଇଁ ମୁଁ ତା ନିକଟରେ ଋଣୀ l ଗାଁ ଗହଳି ର ଅଚିହ୍ନା ପ୍ରତିଭା କୁ ସେ ବିଶ୍ୱରେ ପରିଚିତ କରିବାର ଯେଉଁ ଉତ୍ତମ ପ୍ରୟାସ କରୁଛନ୍ତି ସେଥିରେ ମୁଁ ପୂର୍ଣ୍ଣ ମାତ୍ରାରେ ଖୁସି l ଏ ପରିବାର ସହ ଯୋଡିହେବା ଏକ ସୌଭାଗ୍ୟ ର କଥା l ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଡିହୋଇ ମୁଁ ନିଜକୁ ଧନ୍ୟ ମନେ କରୁଛି l ପ୍ରାର୍ଥନା କରେ ଏମିତି ଲୁକ୍କାୟିତ ପ୍ରତିଭା ମାନଙ୍କୁ ବିଶ୍ୱରେ ପରିଚିତ କରିବାର ପ୍ରୟାସ ଏହି ପ୍ରତିଷ୍ଠାନ ର ଜାରିରହୁ l

” ଜୟ ଜଗନ୍ନାଥ “

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

5 thoughts on “*Lets talk with multi talented young ink slinger Nirmal Barik ,hails from Kendujhar, Odisha  for SLF Literary Youth Icon Award contest-. 2022*

  1. ବହୁତ ସୁନ୍ଦର ସଂlଗ……
    ତୁମର ଉତ୍ତର ହୃଦୟ ସ୍ପର୍ଶକର |
    ଏମିଟି ଆଗକୁ ଚାଲ….

  2. ଚମତ୍କାର ଉତ୍ତର ପ୍ରଦାନ କରିଛ ଭାଇ, ଅସୀମିତ ଶୁଭେଚ୍ଛା ।

Leave a Reply

Your email address will not be published. Required fields are marked *