September 28, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*Lets talk with most youngest writer and a story teller of Odia Literature Rahul Mohanty ,hails from Anugul ,Odisha for SLF Literary Youth Icon Award contest-. 2022*

*Lets talk with most youngest writer and a story teller of Odia Literature Rahul Mohanty ,hails from Anugul ,Odisha for SLF Literary Youth Icon Award contest-. 2022*

ନାମ – ରାହୁଲ ମହାନ୍ତି
ପିତାଙ୍କ ନାମ – ପ୍ରଶାନ୍ତ କୁମାର ମହାନ୍ତି
ମାତାଙ୍କ ନାମ – ସୁଜାତାରାଣୀ ମହାନ୍ତି
ଜନ୍ମ ତାରିଖ – ୦୯|୧୨|୨୦୦୪
ଘର ଠିକଣା – ବ୍ରାହ୍ମଣ ଶାସନ, ତାଳଚେର ଟାଉନ, ଅନଗୁଳ
ଇ-ମେଲ୍ ଠିକଣା – sangeetamohanty326@gmail.com

Facebook/ମୁଖପୁସ୍ତିକା-:

https://www.facebook.com/rahul.mohanty.12382

ଶ୍ରଦ୍ଧେୟ ରାହୁଲ!

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
-≥ ମୁଁ ଛୋଟଥିବା ବେଳେ ମୋ ଜେଜେବାପା ବିରଞ୍ଚି ନାରାୟଣ ମହାନ୍ତି ମୋତେ ସବୁବେଳେ ଉତ୍ତମ ମାର୍ଗ ଦେଖାଇଆସିଛନ୍ତି |ସବୁବେଳେ ମୋତେ ଈଶ୍ୱର ସମ୍ବନ୍ଧୀୟ, ଜଗନ୍ନାଥ ସମ୍ପର୍କୀୟ କାହାଣୀ ଓ ଭଲ ଉପଦେଶ ଦେଇଥାନ୍ତି ଯାହାଫଳରେ ମୋର ଈଶ୍ୱରଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ବଢ଼େ ଓ ପିଲାଟି ଦିନୁ ଉତ୍ତମ ଚିନ୍ତାଧାରା ରହେ |ଯେତେବେଳେ ମୁଁ ଦଶମ ଶ୍ରେଣୀରେ ପଢୁଥାଏ ସେତେବେଳେ ମୋ ଘନିଷ୍ଠ ବନ୍ଧୁ ଖୁସିରାମ ସ୍ୱାଇଁ ମୋତେ ଭଗବତଗୀତା ଶୁଣାଏ |ସେ ଭଗବତଗୀତା ଶୁଣି ମୁଁ ଈଶ୍ୱରଙ୍କ ନିକଟତମ ହେଲି ଓ ସେଇଠୁ ମୁଁ ଲେଖା ଆରମ୍ଭ କଲି |
ଯେତେବେଳେ ଭଗବତଗୀତା ଶୁଣି ଭଗବାନଙ୍କ ପ୍ରତି ମୋହିତ ହୋଇଗଲି ତେବେ ମୁଁ ଭଗବାନଙ୍କୁ ଖୋଜିବାରେ ଲାଗିଲି |ଥରେ ମୁଁ ଶୋଇଥିବା ବେଳେ ହଠାତ ଏକ ଚତୁର୍ଦ୍ଧାମୂର୍ତ୍ତି କିଛି କ୍ଷଣ ପାଇଁ ଆଖି ଆଗରେ ଆସି ଅଦୃଶ୍ୟ ହୋଇଗଲା ଓ ସେଇଠୁ ମୋର ପ୍ରଥମଲେଖା ଆରାମ୍ଭ ହୋଇଥିଲା |ତେଣୁ ଏଇ ରଚନାତ୍ମକ ଶକ୍ତିକୁ ମୁଁ ଦୈବୀଶକ୍ତି ବୋଲି ମାନେ |ଏହି ସର୍ଜନାତ୍ମକ କଳାକୁ ପ୍ରଭୁଙ୍କ ଉପହାର ରୂପେ ସ୍ୱୀକାର କରିଛି |

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
-≥ ଯେତେବେଳେ ମୁଁ ପଢାରୁ ଅବସର ନିଏ ସେତେବେଳେ କଲମ ଧରି କିଛି ଭାବେ |ଉଦାହରଣ ଦ୍ବିପହର ବେଳା, ଅପରାହ୍ନ ୬ ଘଟିକା ଓ ରାତ୍ରି ସମୟ |

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

-≥ ମୁଁ ଲେଖିସାରିଲା ପରେ ବିଭିନ୍ନ ଗ୍ରୁପରେ ତାହା post କରେ ଓ ସେଇ ଗ୍ରୁପରେ ଥିବା ଗୁରୁଜନମାନେ ଲେଖା ପଢି ନାନା ଭିନ୍ନଭିନ୍ନ ମତ ଦିଅନ୍ତି ଓ ଭୁଲଥିଲେ ସଜାଡି ମଧ୍ୟ ଦିଅନ୍ତି |ମୁଁ ପ୍ରଥମେ ସାହିତ୍ୟ ଜଗତକୁ ଆସିବା ପରେ ରାଇରଞ୍ଜନ ନନ୍ଦ(ରାଜ୍ ଭାଇ) କହିଥିଲେ – କୌଣସି ଲେଖା ଲେଖି ସାରିବା ପରେ ତାକୁ ତାକୁ ବାରମ୍ବାର ତର୍ଜମା କରି ପଢ଼ି |ତର୍ଜମା କରି ପଢିବା ଦ୍ୱାରା ହିଁ ନିଜ ଭୁଲ ଆଖି ଆଗକୁ ଆସିଥାଏ|

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

-≥ ମୋ ବାପା(ପ୍ରଶାନ୍ତ କୁମାର ମହାନ୍ତି) ସର୍ବଦା ଏହି ଉପଦେଶ ଦେଇ ଆସିଛନ୍ତି ଯେ – ହାତରେ ଗଣେଶ ଓ କଣ୍ଠରେ ସରସ୍ବତୀ ବିଜେ ନ ହେଲେ କୌଣସି କାମ ସିଦ୍ଧି ହୁଏନାହିଁ |ତେଣୁ କିଛି ରଚନା କରିବା ପୂର୍ବରୁ ଅଗ୍ରପୂଜ୍ୟ ଗଣେଶ ଓ ତାପରେ ମା ସରସ୍ବତୀଙ୍କୁ ସ୍ମରଣ କରି ନିଜ କର୍ମରେ ଧ୍ୟାନ ଦେବୁ |ମୁଁ କିଛି ଲେଖିବା ପୂର୍ବରୁ ଗଣେଶ ଓ ସରସ୍ବତୀଙ୍କୁ ସ୍ମରଣ କରି ଲେଖେ|

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

-≥ ନିଜ ଗୋଡ଼ରେ କିପରି ନିଜେ ଛିଡା ହେବି ତା ସହିତ ନିଜ ପରିବାର ଓ ସାହିତ୍ୟ ଭାଷା ର କ ମାନ, ମର୍ଯ୍ୟାଦା ରକ୍ଷା କରିବି |

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
-≥ ଏହି ମତରେ ମୁଁ ଏକମତ |ସର୍ଜନାତ୍ମକ ଶୈଳୀ ଭଗବାନ ସଭିଙ୍କୁ ଦେଇଥାଏ |ସାହିତ୍ୟ ରଚନା କରିବାପାଇଁ କୌଣସି ବୟସ, ସମୟ ନଥାଏ |ପ୍ରାକୃତିକ ଅନୁଭବ, ଅଙ୍ଗଲିଭା ଅନୁଭୂତି, ବିଭିନ୍ନ ପୁସ୍ତକ ପଠନ ଦ୍ୱାରା ହିଁ ମନୁଷ୍ୟ ର ରଚନାତ୍ମକ ଶକ୍ତି ବଢିଥାଏ |

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?

-≥ ମୋର ପ୍ରିୟ କବି (ଅନଗୁଳ ମାଟିର) ସ୍ବର୍ଗତ ରାଧାମୋହନ ଗଡ଼ନାୟକ ଓ ପ୍ରିୟ ଗାଳ୍ପିକ (ବାଲେଶ୍ୱର ମାଟିର) ସ୍ବର୍ଗତ ଫକୀର ମୋହନ ସେନାପତି

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ।

-≥ ରାଧାମୋହନ ଗଡ଼ନାୟକଙ୍କ କାବ୍ୟ – କାବ୍ୟନାୟିକା, ଉତ୍କଳିକା ଓ ଗଦ୍ୟ – ତୁଳସୀ ସ୍ତବକ ଓ ରାଧାନାଥ |ଫକୀରମୋହନଙ୍କ – ଛ ମାଣ ଆଠ ଗୁଣ୍ଠ ଓ ରେବତୀ, ଡାକମୁନିସ

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

-≥ ଘରେ ଲେଖାଲେଖିକୁ ଅଳ୍ପ ମାତ୍ରାରେ ପ୍ରୋତ୍ସାହନ କରି ଅଧିକ ପାଠ ଉପରେ ଗୁରୁତ୍ୱ ଦେବାକୁ କହନ୍ତି |
ଏବଂ ସେମାନେ ସମାଜ, ଈଶ୍ୱରୀଭକ୍ତି ଲେଖା ଲେଖିବାପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି|

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
-≥ ଉପନ୍ୟାସ

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
-≥ କବିତା, ଗଳ୍ପ, ପ୍ରବନ୍ଧ

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

-≥ ଭବିଷ୍ୟରେ ଯଦି ପୁସ୍ତକ ପ୍ରକାଶିତ ହୁଏ ତେବେ ତାର ନାମ ରଖିବି ‘କଲମ ରୁ ଉପହାର’|ସେଥିରେ ମଜାଳିଆ ବିଷୟ ଵସ୍ତୁ ସହିତ ଶିଶୁଗଳ୍ପ, ଆଧୁନିକ ଯୁଗର ପ୍ରେମ, ସମାଜ ଉପରେ ଇତ୍ୟାଦି ରଖିବି |

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

-≥ ଖୁସିଲାଗୁଛି ଯେ, ଆନ୍ତର୍ଜାତିକ ସ୍ଥର ସମସ୍ତ ସ୍ରଷ୍ଟା ଙ୍କୁ ସୁଯୋଗ ଦେଇ ତାଙ୍କ ପ୍ରତିଭା କୁ ସମ୍ମାନ ଦେଇଆସୁଛି |ଏବଂ ସମସ୍ତଙ୍କୁ ଆଗକୁ ବଢିବା ର ପ୍ରେରଣା ମଧ୍ୟ ଦେଇଆସୁଛି |

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!

-≥ ଏ ବିଷୟରେ ମନୋଜ ଭାଇଙ୍କ ଠାରୁ ଅବଗତ

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?

-≥ ନା

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ

-≥ ସମାଜ ର ଯିଏ ହିତ ସାଧନ କରେ ତାକୁ ସାହିତ୍ୟ କୁହାଯାଏ
ସାହିତ୍ୟ, ଯେଉଁ ଭାଷା ଭରିରହିଛି
ମମତା ର ମଧୁରତା
ସମାଜ ର ହିତ ସାଧନ ପାଇଁ
ଯିଏ ଦେଇଆସିଛି ବାର୍ତ୍ତା

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?

-≥ ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଲେଖନୀ ମାଧ୍ୟମରେ ସମାଜର ମଙ୍ଗଳ କରିପାରିବି |

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
-≥ ନା…. କାରଣ ଗୋଟେ ପାଠକ ମୁହଁ ର କିଞ୍ଚିତ ହସ ହିଁ ହେଉଛି କବି ର ସର୍ବଶ୍ରେଷ୍ଠ ପୁରସ୍କାର |

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

-≥ ପ୍ରକୃତ ଲେଖକ କେବେ ଆଶା କରେ ନାହିଁ ପୁରସ୍କାର ବା ମାନପତ୍ରକୁ |ସେ ସର୍ବଦା ତା ଲେଖନୀ ମୁନରେ ସମାଜ କୁ ବାର୍ତ୍ତା ଦେଇଆସୁଥାଏ |

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

-≥ ଏହା ମୋର ଭାଗ୍ୟ ଯେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଭା ପରିଦର୍ଶନ କରିବାପାଇଁ ମୋତେ ସୁଯୋଗ ମିଳିଛି |ଏହାଠାରୁ ଆଉ ବଡ଼ କଥା କିଛି ନାହିଁ |

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

10 thoughts on “*Lets talk with most youngest writer and a story teller of Odia Literature Rahul Mohanty ,hails from Anugul ,Odisha for SLF Literary Youth Icon Award contest-. 2022*

  1. ଯାହା ହେଉ ନିଜର ଚେଷ୍ଟା ଓ ଇଶ୍ଵରଙ୍କ କୃପା ବଳରେ ତୁ ଆଜି ଏଇ ସ୍ଥାନରେ ପହଞ୍ଚି ପାରିଛୁ।ମୋର ଆଶା ତୁ ନିଶ୍ଚିନ୍ତ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବୁ।

  2. The way you introduce every character in your story is so unique. Love that part. The way you introduce every character in your story is so unique. Love that part.

  3. ଖୁବ୍ ସୁନ୍ଦର ଉତ୍ତର ସବୁ ଛୋଟୁ ❣️ସତରେ ତୁମେ ଯେତେ ସାନ ହେଲେ ବି ତୁମ ଲେଖା ଗୁଡ଼ା କିନ୍ତୁ ବହୁତ୍ ଉଚ୍ଚ କୋଟିର ତୁମେ ହିଁ ତ ଲେଖି ପାର ରାଧାକୁ ନେଇ ଗଳ୍ପ ଆଉ ତୁମେ ହିଁ ତ ଏତେ ଛୋଟରୁ ବଖାଣି ପାର ଗୀତା ଭାଗବତ ଭଗବାନ କରନ୍ତୁ ତୁମେ ବହୁତ୍ ଆଗକୁ ଯାଅ ବାସ୍ ଏତିକି ହିଁ କାମନା ସେ କାଳିଆ ପାଖରେ

Leave a Reply

Your email address will not be published. Required fields are marked *