September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

*Lets talk with young  multi talented and bilingual poetess Archana Tripathy ,hails from Subarnapur, Odisha  for SLF Literary Youth Icon Award contest-. 2022*

*Lets talk with young  multi talented and bilingual poetess Archana Tripathy ,hails from  Subarnapur, Odisha  for SLF Literary Youth Icon Award contest-. 2022*

ନାମ – ଅର୍ଚ୍ଚନା ତ୍ରିପାଠୀ
ପିତାଙ୍କ ନାମ- ଶ୍ରୀ ପରୀକ୍ଷିତ ତ୍ରିପାଠୀ
ମାତାଙ୍କ ନାମ– ଶ୍ରୀମତୀ ଗାୟତ୍ରୀ ତ୍ରିପାଠୀ
ଜନ୍ମ ତାରିଖ- 07/03/1996
ଘର ଠିକଣା ଗ୍ରା / ପୋ – ସେଲେଡି
                  ଥାନା – ବିନିକା
                  ଜିଲ୍ଲା – ସୁବର୍ଣ୍ଣପୁର (ଓଡିଶା)
                  ପିନ୍ – 767019
ଶିକ୍ଷାଗତ ଯୋଗ୍ୟତା-
            ସି. ଟି. , ସ୍ନାତକୋତ୍ତର  ( ରାଜନୀତି ବିଜ୍ଞାନ )
ଇ-ମେଇଲ୍ ଠିକଣା-        archanarubi90@gmail.com

Facebook/ମୁଖପୁସ୍ତିକା-:: https://www.facebook.com/profile.php?id=100008354910044

ହେ ଯଶଶ୍ୱିନୀ ଅର୍ଚ୍ଚନା!

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉ:-ମୁଁ ପିଲାଦିନରୁ ଲେଖାଲେଖି କରିବାକୁ ଭଲ ପାଉଥିଲି । ଗଳ୍ପ ଲିଖନ,ପ୍ରବନ୍ଧ ଲିଖନ ଆଦି ପ୍ରତିଯୋଗୀତାରେ ଭାଗ ନେଉଥିଲି । କିନ୍ତୁ ପ୍ରଥମ ଥର ଲାଗି ସୁଶୃଙ୍ଖଳିତ ଭାବେ ଗୋଟିଏ କବିତା ଲେଖିଥିଲି ଯୁକ୍ତ ଦୁଇ ପଢିଲା ବେଳେ । ସେତେବେଳେ ବଲାଙ୍ଗୀର ମହିଳା ମହାବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପିକା ସୁଷମା ମ୍ୟାଡାମ ମୋତେ ପଳାଶ ଫୁଲ ଉପରେ କବିତାଟିଏ ଲେଖିବାକୁ କହିଥିଲେ । ମୋର ସେଇ ପ୍ରଥମ କବିତା ତାଙ୍କୁ ବହୁତ ଭଲ ଲାଗିଲା ଏବଂ ସେଇ କବିତା ନକ୍ଷତ୍ର ଟିଭି  ଚ୍ୟାନେଲରେ ମଧ୍ଯ ପ୍ରସାରିତ ହୋଇଥିଲା । ସେଇ ଦିନଠାରୁ ମୁଁ ମନର ଭାବନାକୁ ଶବ୍ଦ ମଧ୍ଯରେ ଛନ୍ଦି ଆସୁଛି ।

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା  ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ- ବୃତ୍ତିରେ ମୁଁ ଜଣେ ସରକାରୀ ଶିକ୍ଷୟିତ୍ରୀ । ଯୁକ୍ତ ଦୁଇ ପରେ ଶିକ୍ଷକ ପ୍ରଶିକ୍ଷଣ କଲି ଏବଂ ତତ୍ପରେ ଚାକିରିରେ ନିଯୁକ୍ତ ହେଲି । ହେଲେ ପାଠପଢା ବନ୍ଦ କରିନି । ପାଠପଢା, ଚାକିରୀ ସହ ଲେଖିବା ହେଉଛି ମୋ ନିଶା । ଲେଖା ବିନା ମୋ ଭାବନା ଅନୁରା । ସାମାଜିକ ରୀତି ନୀତି, ଚାଲି ଚଳଣି ଆଦି ମୋ ଲେଖାରେ ମୁଁ ସ୍ଥାନ ଦେଇଛି ଓ ଆଗକୁ ମଧ୍ଯ ଦେବି ।

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

ଉ- ହଁ , ଲେଖିବା ପାଇଁ ବହୁତ ଜଣଙ୍କ ପ୍ରେରଣା ମିଳିଛି । ପ୍ରେରଣା ବିନା ଜୀବନ ତ ନାବିକ ବିନା ନାଆ ସଦୃଶ ।  ପ୍ରଥମେ ଯୁକ୍ତ ଦୁଇ ବେଳେ ସୁଷମା ମ୍ୟାଡାମଙ୍କର ପ୍ରେରଣା ମୋ ଲେଖା ପାଇଁ ମାଇଲ୍ ଖୁଣ୍ଟ । ତା ପରେ ବହୁତ ଜଣ ଜୀବନରେ ଆଦର୍ଶ ସାଜି ଆସିଛନ୍ତି ଓ ମାର୍ଗଦର୍ଶନ କରିଛନ୍ତି । ବର୍ତ୍ତମାନ ସୂର୍ଯ୍ୟୋଦୟ ଭାଷା ପରିବାରର ସମସ୍ତଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳୁଛି ।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉ- କୌଣସି ଲେଖା ଆରମ୍ଭ କରିବା ପୂର୍ବରୁ ମୁଁ ପ୍ରଥମେ ବିଷୟବସ୍ତୁ ଉପରେ ଧ୍ୟାନ ଦିଏ । ତତ୍ପରେ ଅକ୍ଷର ଓ ଶବ୍ଦ ସଂଯୋଜନା ଉପରେ ବିଶେଷ ଦୃଷ୍ଟି  ଦିଏ ।
ଲେଖାଟିକୁ ଲେଖି ସାରିବା ପରେ ପ୍ରଥମେ ଇଚ୍ଛା କରେ କିଏ ଜଣେ ତାକୁ ପଢନ୍ତା କି ଏବଂ ଭୁଲ୍ ଠିକ୍ ର ମାର୍ଗଦର୍ଶନ କରନ୍ତା କି !

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଉ- ଜଣେ ଯୁବ ଲେଖିକା ଭାବେ ଅନୁଭୂତି ତ ବହୁତ ଅଛି । କିନ୍ତୁ ଏହି ସୂର୍ଯ୍ୟୋଦୟ ଭାଷା ପରିବାରର ଅନୁଭୂତି ମୋ ପାଇଁ ନିଆରା । ଏଠି ନୂଆ ନୂଆ ଢଙ୍ଗର କବିତା ଗଳ୍ପ ପଢିବାକୁ ମିଳୁଛି । ତନୁଶ୍ରୀ ପୁସ୍ତକ ମଧ୍ଯ ଏକ ସ୍ମୃତି । ବାସ୍ତବରେ ଏହି SLF ର ସଦସ୍ଯ ଭାବେ ନିଶ୍ଚୟ କିଛି ଅଭୁଲା ସ୍ମୃତି ଜୀବନରେ ବସା ବାନ୍ଧି ରହିବ ।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ- ହଁ ନିଶ୍ଚୟ , ସାହିତ୍ୟ ସାଧନା ପାଇଁ ଅନୁଭବ ଓ ଅନୁଭୂତି ନିତାନ୍ତ ଆବଶ୍ୟକ । ଜଣେ ଉତ୍ତମ ପାଠକ ହିଁ ଉତ୍ତମ ଲେଖକ ହୋଇ ପାରିବ । ସୃଜନଶୀଳତା ମଧ୍ଯ ଜଣେ ଲେଖକର ପରିଚାୟକ ।

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?

ଉ- ମୋର ପ୍ରିୟ କବି ହେଉଛନ୍ତି କବିବର ରାଧାନାଥ ରାୟ । ସେ ଇହଧାମ ତ୍ୟାଗ କରି ସାରିଛନ୍ତି ।

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।

ଉ- ରାଧାନାଥ ରାୟଙ୍କ ରଚିତ ଚିଲିକା କାବ୍ଯ ହେଉଛି ମୋର ପ୍ରିୟ । ଏଥିରେ ବର୍ଣ୍ଣିତ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ୍ ହୃଦୟସ୍ପର୍ଶୀ ଓ ମର୍ମସ୍ପର୍ଶୀ ।
ତାଙ୍କର ଅନ୍ଯାନ୍ଯ କୃତି ମଧ୍ୟରେ କେଦାର ଗୌରୀ, ନନ୍ଦିକେଶ୍ଵରୀ, ମହାଯାତ୍ରା ଆଦି ପ୍ରଧାନ ।

ଫକୀରମୋହନ ସେନାପତି –
ଫକୀରମୋହନ ସେନାପତିଙ୍କୁ Thomas Hardy of Odisha  ବୋଲି କବି ମାୟାଧର ମାନସିଂହ ବର୍ଣ୍ଣନା କରିଛନ୍ତି । ତାଙ୍କର ତିନି ଉପନ୍ୟାସ ଛମାଣ ଆଠଗୁଣ୍ଠ ,ମାମୁଁ ଓ ପ୍ରାୟଶ୍ଚିତ ବାରମ୍ବାର ପଢିବାକୁ ଇଚ୍ଛା ହୁଏ ।

କୁନ୍ତଳା କୁମାରୀ ସାବତ –
ଏହି ନାରୀ କବିଙ୍କର ଲେଖା ଅଞ୍ଜଳି, ପ୍ରେମ ଚିନ୍ତାମଣି ଆଦି ବେଶ୍ ମନଛୁଆଁ ।

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

ଉ- )ଏ କ୍ଷେତ୍ରରେ  ମୋ ବାପା ମାଆ ତଥା ବନ୍ଧୁ ଓ ପରିବାରବର୍ଗ ବହୁତ ମାତ୍ରାରେ ଉତ୍ସାହିତ କରନ୍ତି ।ସେମାନେ କିଛି ନୂତନ ଜାଗୃତ ବିଷୟରେ ଲେଖାଲେଖି କରିବାକୁ ପରାମର୍ଶ ଦିଅନ୍ତି ।

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?

ଉ- ଅମାନିଆ ଶବ୍ଦ ଗୁଡିକୁ ଏକତ୍ରିତ କରି ଏକ ସାର୍ଥକ ରୂପ ଦେବା ଟିକିଏ ଅସୁବିଧା ହୁଏ ବେଳେ ବେଳେ କିନ୍ତୁ ନିରନ୍ତର ପ୍ରୟାସ ଦ୍ବାରା କିଛି ବି ଅସମ୍ଭବ ନୁହଁ । ପ୍ରଚେଷ୍ଟା ଜାରି ରହିଛି ଓ ରହିବ ।

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ- ମୁଁ ମୁଖ୍ଯତଃ କବିତା, ଗଳ୍ପ ଓ ନିବନ୍ଧ ଲେଖେ ।

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ  ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
                     କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

ଉ- ନା ଏଯାବତ୍ କୌଣସି ପୁସ୍ତକ ପ୍ରକାଶନର ସୁଯୋଗ ପାଇନି । କିନ୍ତୁ ସମସ୍ତଙ୍କ ଆଶୀର୍ବାଦ ଓ ଭଲ ପାଇବା ରହିଲେ ଏହା ସମ୍ଭବ ହୋଇପାରିବ ବୋଲି ଆଶା ।
ସେତେବେଳେ ସେଥିରେ ମୁଁ ସାମାଜିକ ନବଜାଗରଣର ବାର୍ତ୍ତା ରଖିବି ଯାହା ପାଠକ ମହଲରେ ବେଶ ପ୍ରଭାବ ପକାଇବ ।
୧୩ –  ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ  କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଉ- ଏହି ଅନୁଷ୍ଠାନ କୋଣ ଅନୁକୋଣରୁ ନୂତନ ପ୍ରତିଭାଙ୍କ ସନ୍ଧାନ କରି ସେମାନଙ୍କ ଅର୍ନ୍ତନିହିତ ସୃଜନଶୀଳତାକୁ ବିକାଶ କରିବା ଦିଗରେ ଯେଉଁ ପଦକ୍ଷେପ ନେଉଛି ତାହା ବାସ୍ତବରେ ବେଶ ପ୍ରଶଂସନୀୟ ।
ଏଠାକାର ଶୃଙ୍ଖଳିତ ନୀତି ନିୟମ ମତେ ପ୍ରଭାବିତ କରେ ।

 

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..?  ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!

ଉ-ହଁ ଜାଣିଛି । ଏହା ଏକ ବିଶ୍ବ ସ୍ଥରୀୟ ସଂଗଠନ । ଏହାର ନୀତି ଆଦର୍ଶ ଖୁବ୍ ହୃଦୟସ୍ପର୍ଶୀ ଓ ପ୍ରେରଣା ଦାୟକ  ।
ସମସ୍ତେ ସହଯୋଗର ହାତ ବଢାଇଲେ ଏହାର ଆହୁରି ଉନ୍ନତି ହେବ ବୋଲି ଆଶା ।

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?

ଉ- ନା କିଛି ଅଭିଯୋଗ ନାହିଁ । ଏହି ପରିବାରର ସମସ୍ତଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରୁଛି ।

୧୬-  ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ-

ସାହିତ୍ୟ ଏମିତି ଏକ ଆସର
    ଭାଷା ସଂସ୍କୃତିର ଗନ୍ତାଘର
    ପୂର୍ଣ୍ଣ ଏଠି ଶବ୍ଦ ଭଣ୍ଡାର
    ପ୍ରତିଛବି ଦେଖାଏ ସମାଜର
     ରୀତି ନୀତି ପରମ୍ପରା
     ସବୁ ଏଠି ସୁନ୍ଦର
     ସାହିତ୍ୟ ଏମିତି ଏକ ଆସର …….

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?

ଉ- ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ମୁଁ ମୋ ଲେଖାରେ ନବଜାଗରଣର ବାର୍ତ୍ତା ରଖିବି ଓ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରିବି ; ଯଦ୍ୱାରା ସମାଜର ମଙ୍ଗଳ ସାଧିତ ହୋଇପାରିବ ।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?

ଉ- ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ବାହ୍ଯ ଅଭିପ୍ରେରଣା ପରି କାର୍ଯ୍ଯ କରେ ।
ଲେଖକକୁ ଲେଖିବା ପାଇଁ ଉତ୍ସାହିତ କରେ ।

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ- ଏହାଦ୍ବାରା ବିଶେଷ ପ୍ରଭାବିତ ନ ହେଲେ ମଧ୍ଯ ନିଜର ଆଶା ଓ ଆକାଂକ୍ଷା ବଳି ପଡିଲା ପରି ଲାଗେ ।

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ- ମୁଁ ବହୁତ ଖୁସି । ଏହି ପରିବାରରୁ ଅନେକ କିଛି ଶିଖିବାକୁ ମିଳୁଛି । ମତେ ଏଥିରେ ସାମିଲ କରିଥିବାରୁ ମୁଁ ସମସ୍ତଙ୍କୁ ସାଧୁବାଦ ଜଣାଉଛି । ମୋର ଲେଖାର ସ୍ବତନ୍ତ୍ରତାକୁ ଆହୁରି ଦୃଢ କରିବାକୁ ସମସ୍ତଙ୍କ ଆଶୀର୍ବାଦ ଆଶା କରୁଛି ।

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

 

Loading

One thought on “*Lets talk with young  multi talented and bilingual poetess Archana Tripathy ,hails from Subarnapur, Odisha  for SLF Literary Youth Icon Award contest-. 2022*

  1. Nice poem.It’s praiseworthy that you give time to writing from your busy schedule.Keep it up one day You can be a prominent writer from Odisha like Manoj Das

Leave a Reply

Your email address will not be published. Required fields are marked *