September 29, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*Lets talk with most youngest writer, Author, Story Teller Convenor and a heroic warior of Odia Literature Hruday Ranjan Parida ,hails from Birajakshetra Jaipur, Odisha for SLF Literary Youth Icon Award contest-. 2022*

*Lets talk with most youngest writer, Author, Story Teller Convenor and a heroic warior of Odia Literature Hruday Ranjan Parida ,hails from Birajakshetra Jaipur, Odisha for SLF Literary Youth Icon Award contest-. 2022*


ନାମ – ହୃଦୟ ରଞ୍ଜନ ପରିଡ଼ା
ପିତାଙ୍କ ନାମ– କେଦାରନାଥ ପରିଡ଼ା
ମାତାଙ୍କ ନାମ– ମମତା ପରିଡ଼ା
ଜନ୍ମ ତାରିଖ- ୦୪.୦୯.୨୦୦୨
ଘର ଠିକଣାଗ୍ରାମ : ସୁନାପାଳ, ଡାକ : ଦୋଳଗ୍ରାମ ଦାମୋଦରପୁର, ଭାୟା : ପ୍ରୀତିପୁର, ଥାନା : ବିଂଝାରପୁର, ପିନ : ୭୫୫୦୧୩
ଶିକ୍ଷାଗତ ଯୋଗ୍ୟତା – B. Tech ଦ୍ଵିତୀୟ ବର୍ଷ, କମ୍ପୁଟର ବିଜ୍ଞାନ ଏବଂ ଇଞ୍ଜିନିଅରିଂ (ଅଧ୍ୟୟନରତ)

ଇ-ମେଇଲ୍ ଠିକଣା- hrudayranjan98@gmail.com

Facebook/ମୁଖ ପୁସ୍ତିକା:
https://www.facebook.com/kumar.hrp123

Your quote link-;

https://www.yourquote.in/kumar.hrp143

Website- https://bibhabapatrika.weebly.com

ସ୍ନେହର ହୃଦୟରଞ୍ଜନ!

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉତ୍ତର : ସାଧାରଣତଃ ମଣିଷ ଜୀବନରେ ପ୍ରତ୍ୟେକ ଘଟଣାରୁ ହିଁ କିଛି କରିବାକୁ ପ୍ରେରଣା ପାଇଥାଏ | ମୋ କଥା କହିବାକୁ ଗଲେ, ମୁଁ ପିଲାବେଳୁ ଭାଷା ଭିତ୍ତିକ ବିଷୟ (Literature Subject) କୁ ବହୁତ ଭଲ ପାଉଥିଲି | ସମାଜରେ ମୋ ଆଖି ଆଗରେ ଘଟୁଥିବା ସମସ୍ତ ଘଟଣାକୁ ମୁଁ ଦୁନିଆ ସାମ୍ନାରେ ଯେବେ ଉପସ୍ଥାପନ କରିବାକୁ ଚାହିଁଲି ସେତେବେଳେ ଛୋଟ ଛୋଟ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲି ଏବଂ ଅନେକ ଲୋକଙ୍କର ପ୍ରଶଂସା ସାଉଁଟି ପାରିଥିଲି | ମାତ୍ର ଗୋଟିଏ ସନ୍ଧ୍ୟାରେ ମୋ ସହ କଥାବାର୍ତ୍ତା କରୁନଥିବା ଜଣେ ବ୍ୟକ୍ତି ଯେବେ ସେହି ଲେଖାଟିକୁ ପଢ଼ି କଲ୍ କରିଥିଲେ ଆଉ କହିଥିଲେ, “ସମାଜର ଚିତ୍ରଣ କରିବାର ଏ ଯେଉଁ ତୋର ପ୍ରୟାସ ତାକୁ କେବେ ବି ଛାଡ଼ିବୁ ନାହିଁ” ଏହି ଦୁଇ ପଦ କଥା ମୋତେ ଆଗକୁ ଲେଖିବାକୁ ପ୍ରେରିତ କରିଥିଲା |

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉତ୍ତର : ସମାଜର ସମସ୍ତ ଘଟଣା, ଦୁର୍ଘଟଣା, ଚଳଣି ଆଦିରୁ ଉପାଦାନ ନେଇ ଗଢ଼ା ହୁଏ ସାହିତ୍ୟ | ତେଣୁ ସମାଜର କୌଣସି ବି ମଣିଷ ସାହିତ୍ୟ ଠାରୁ ଦୂରରେ ନୁହଁ | ସାହିତ୍ୟ ଆମର ସ୍ପନ୍ଦନରେ ରହିଛି, ଯାହାଦ୍ୱାରା ଆମର ଲେଖନୀ ଚାଳନା କରିଥାଉ | ଆଉ ବାକି ସମୟ କଥା କହିଲେ, ସମୟ ସଭିଙ୍କ ପାଇଁ ସେହି ଚବିଶ ଘଣ୍ଟା | ସେଦିନ ମଧୁସୂଦନ ଦାସଙ୍କ ପାଖରେ ବି ସେହି ଚବିଶ ଘଣ୍ଟା ସମୟ ଥିଲା, ଯାହା ମଧ୍ୟରେ ସେ ଜଣେ ବାରିଷ୍ଟର ହେବା ସହ କବି ମଧ୍ୟ ହୋଇପାରିଥିଲେ | ତେଣୁ ଆମକୁ ମଧ୍ୟ ସେହି ଅମୁଲ୍ୟ ଚବିଶ ଘଣ୍ଟା ମଧ୍ୟରେ ହିଁ ଜୀବନକୁ ଗଢ଼ିବାର ଅଛି | ଏହି ଭାବନା ଏବଂ ଏକ ଉତ୍ତମ Time Table ହିଁ ମୋତେ ସର୍ବସମତା ରଖିବାରେ ସବୁବେଳେ ସାହାଯ୍ୟ କରିଥାଏ |

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

ଉତ୍ତର : ବାସ୍ତବରେ ଜଣେ ଗୁରୁଙ୍କ ବିନା ସମସ୍ତ କାର୍ଯ୍ୟ ଅଧୁରା | ତେବେ ଏହି ସାହିତ୍ୟ ଜୀବନ କଥା କହିବାକୁ ଗଲେ ବାଲେଶ୍ବର ମାଟିର ଯୁବ କବି ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ମୋତେ ସବୁବେଳେ ପ୍ରେରଣା ଦେଇଥାନ୍ତି, ମୋ ଲେଖାକୁ ସବୁବେଳେ ପଢ଼ି ଭୁଲ ଥିଲେ ଠିକ କରନ୍ତି ଏବଂ ତାଙ୍କୁ ମଧ୍ୟ ମୁଁ ମୋର ଗୁରୁ ବୋଲି ମାନିଥାଏ | ତାଙ୍କ ସହ ଏକ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ମୋର ପରିଚୟ ହୋଇଥିଲା |

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉତ୍ତର : ନିଶ୍ଚିତ ଭବେରେ ଏକ ସୁନ୍ଦର ପ୍ରଶ୍ନ | ଲେଖିବା ପୂର୍ବରୁ ମୁଁ ପ୍ରଥମେ ଧ୍ୟାନ ଦେଇଥାଏ କି, ମୁଁ କେଉଁ ବିଷୟବସ୍ତୁ ଉପରେ ଲେଖିବାକୁ ଯାଉଛି | ସେହି ଅନୁଯାୟୀ ଉପଯୁକ୍ତ ଶବ୍ଦ ଚୟନ କରିଥାଏ | ଲେଖାଟିକୁ କେଉଁ ଶୈଳୀରେ ଲେଖିବାକୁ ହେବ ଭାବିଥାଏ, ଛନ୍ଦ ଅଳଙ୍କାର ମାଧ୍ୟମରେ ନାଁ ବିନା ଛନ୍ଦ ମାଧ୍ୟମରେ | ଆଉ ସବୁଠୁ ଗୋଟେ ବଡ଼ କଥା ଏଠି ରଖିବାକୁ ଚାହିଁବି, ମୋତେ ସବୁବେଳେ ନୂଆ ନୂଆ ଶୈଳୀରେ ଲେଖିବାକୁ ଭଲ ଲାଗିଥାଏ | ଏସବୁ ବ୍ୟତୀତ ବ୍ୟାକରଣ ଗତ ଶୁଦ୍ଧି ଉପରେ ମଧ୍ୟ ମୁଁ ବିଶେଷ ଧ୍ୟାନ ଦେଇଥାଏ |
ଲେଖାଟିକୁ ଲେଖି ସାରିବା ପରେ ମୁଁ ପ୍ରଥମ ଆଶା ରଖିଥାଏ ଯେ, ମୋର ସମସ୍ତ ପାଠକ ଲେଖାର ଅର୍ଥକୁ ବୁଝିପାରିବେ ଏବଂ ଏହା ମାଧ୍ୟମରେ ମୁଁ ଯେଉଁ ବାର୍ତ୍ତା ଦେବାକୁ ଚାହେଁ ସେମାନେ ତାକୁ ଗ୍ରହଣ କରି କାର୍ଯ୍ୟରେ ଲଗାଇବେ |

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଉତ୍ତର : ନିଶ୍ଚୟ ଅନୁଭୂତି ତ ବହୁତ ରହିଛି | ସେଥିମଧ୍ୟରୁ ଗୋଟିଏ ଅନୁଭୂତି ରହିଛି କିଛି ଏମିତି, ଗୋଟିଏ ଥର ଏକ ପରିବାର ତରଫରୁ ଏକ କବିତା ପ୍ରତିଯୋଗିତା କରାଯାଥାଏ ଏବଂ ମୁଁ ସେଥିରେ ଭାଗ ନେଇଥାଏ | ଶେଷରେ ଯେବେ ଫଳାଫଳ ଘୋଷିତ ହୋଇଥିଲା ମୁଁ ସେଥିରେ ଅକୃତକାର୍ଯ୍ୟ ହୋଇଥିଲି | ପରଦିନ ତାଙ୍କର ସମ୍ପାଦକଙ୍କର voice message ଆସିଥିଲା ମୋ ପାଖକୁ ଯେଉଁଥିରେ ସେ କହିଥିଲେ କିଛି ଏମିତି କଥା ଯାହା ସବୁବେଳେ ମତେ ପ୍ରେରଣା ଦିଏ | ଆଉ ଏ ଘଟଣା ମୋ ସାହିତ୍ୟ ଜୀବନର ଏକ ବଡ଼ ଅନୁଭୂତି |

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉତ୍ତର : ନିଶ୍ଚୟ ଭାବରେ, ଏହାର ଉତ୍ତରରେ କହିବି କିପରି ଆମେ ଲେଖୁ,

• ଆମେ ପଢିଲେ ହିଁ ଜ୍ଞାନ ଆହରଣ କରିଥାଉ | ତେଣୁ ପୁସ୍ତକ ପଠନର ମଧ୍ୟ ଏକ ବଡ଼ ଭୂମିକା ରହିଥାଏ ସୃଜନୀ ରଚନା କ୍ଷେତ୍ରରେ |
• ଚିନ୍ତନ ଦ୍ୱାରା ଆମେ ଆମର ଲେଖୁଥିବା ବିଷୟବସ୍ତୁକୁ ଆହୁରି ବିସ୍ତୃତ ଭାବରେ ଉପସ୍ଥାପନା କରିଥାଉ ଲେଖା ମାଧ୍ୟମରେ |
• ଠିକ ସେହିପରି ଅନୁଭବ ଏବଂ ଅନୁଭୂତି ମାଧ୍ୟମରେ ଆମର ଦର୍ଶନରେ ପରିପକ୍ଵତା ଆସିଥାଏ | ଉଦାହରଣ ସ୍ୱରୂପ, ଗୋଟିଏ ନିର୍ଜନ ରାସ୍ତାରେ ଯାଉଥିବା ସମୟରେ ଜଣେ ଅନୁଭବୀକୁ ଯେମିତି ଲେଖିବାକୁ କିଛି ମିଳିଯାଏ, ଜଣେ ସାଧାରଣ ଲୋକକୁ ମିଳେନାହିଁ |
• ଶେଷରେ ବୟସର ଗୁରୁତ୍ୱ ମଧ୍ୟ ରହିଥାଏ ରଚନାରେ | ବୟସରେ ପରିପକ୍ୱତା ଆମକୁ ଅନେକ ଅଭିଜ୍ଞତା ଦିଏ ଯାହାଦ୍ୱାରା ଆମେ ପାଠକଙ୍କର ଚିନ୍ତନକୁ ସହଜେ ବୁଝି ସେହି ହିସାବରେ ରଚନା କରୁ |

ତେଣୁ ମୋଟାମୋଟି ଉପରେ କହିବାକୁ ଗଲେ ସାହିତ୍ୟରେ ସୃଜନୀ ରଚନା କରିବାକୁ ହେଲେ ଏମିତି ସବୁ କିଛି ଉପାଦାନ ତଥା କଥାକୁ ମାନିବାକୁ ହୁଏ |

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?

ଉତ୍ତର : ଏହାର ଉତ୍ତର ପରବର୍ତ୍ତୀ ପ୍ରଶ୍ନର ଉତ୍ତରରେ ରହିଛି ଏବଂ କେବଳ ବର୍ତମାନର କବି ମାନଙ୍କୁ ଛାଡିଲେ ଆଉ କେହି ମଧ୍ୟ ଜୀବିତ ନାହାଁନ୍ତି |

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।

ଉତ୍ତର : ମୋର ପ୍ରିୟ କବି କହିଲେ, ମୁଁ ମୁଖ୍ୟତଃ ରବି ସିଂ, ମାୟାଧର ମାନସିଂହ, ଗୋଦାବରୀଶ ମହାପାତ୍ର, ସନ୍ଥକବି ଭୀମ ଭୋଇ, ଭକ୍ତ ଚରଣ ଦାଶଙ୍କୁ ପଢ଼ିଥାଏ |
ବର୍ତ୍ତମାନର କବି କହିଲେ ମୁଁ ମୁଖ୍ୟତଃ ରଞ୍ଜନ କୁମାର ମହାନ୍ତି, ଡ଼. ତୃପ୍ତି ରଞ୍ଜନ ଦାସ ଏବଂ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ କବିତା ପଢ଼ିଥାଏ |

ମାତ୍ର ଦୁଃଖର ବିଷୟ ଏହା ଯେ, ମୁଁ କୌଣସି ବି ପ୍ରିୟ କବିଙ୍କ କବିତା ସଂକଳନ ଏଯାଏଁ ପଢିପାରି ନାହିଁ | କେବଳ ମାୟାଧର ମାନସିଂହଙ୍କ ମାନସିଂହ ଗ୍ରନ୍ଥାବଳୀ ହିଁ ପଢୁଛି | ଖୁବଶୀଘ୍ର ପଢ଼ିବାକୁ ଚେଷ୍ଟା କରିବି |

 

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

ଉତ୍ତର : ନିଶ୍ଚୟ, ଆମ ପରିବାରରେ ମୋ ବାପା ମା, ମୋ ମାଉସୀ ସମସ୍ତେ ବହୁତ ପ୍ରୋତ୍ସାହନ ଦିଅନ୍ତି ଏବଂ ସବୁଠୁ ବେଶୀ ମୋର ସାଙ୍ଗସାଥୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମୋର ଭଉଣୀ ମୋତେ ଉତ୍ସାହିତ କରନ୍ତି ଲେଖିବା ପାଇଁ |

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?

ଉତ୍ତର : ଲେଖିବା ପାଇଁ ସେମିତି କଷ୍ଟକର ବିଭାଗ କିଛି ବି ନଥାଏ | କଠିନ ଅଧ୍ୟବସାୟ ବଳରେ ଆମେ ନିଶ୍ଚୟ ଦିନେ ନାଁ ଦିନେ କଷ୍ଟ ଲାଗୁଥିବା ବିଭାଗରେ ମଧ୍ୟ ଲେଖିପାରିବା |
କିନ୍ତୁ ମୋ ମତରେ ନିଜ ପ୍ରିୟଜନ, ଉଦାହରଣ ସ୍ୱରୂପ ବାପା, ମାଆ ଚରିତ୍ର ବର୍ଣ୍ଣନା କରି ଲେଖିବା ବହୁତ କଷ୍ଟ | ତାଙ୍କୁ ବର୍ଣ୍ଣନା କରିବା ନିମନ୍ତେ ଉଚିତ ଶବ୍ଦ ଆଜିଯାଏ ମୋ ପାଖରେ ନାହିଁ |

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?

ଉତ୍ତର : ସାହିତ୍ୟରେ ଯେ ହେତୁ ମୁଁ ଜଣେ ନବାଗତ, ତେଣୁ ଅଧିକାଂଶ ବିଭାଗ ସମ୍ପର୍କରେ ମୋର ଜ୍ଞାନ ନାହିଁ | ବର୍ତ୍ତମାନ ସମୟରେ ମୁଁ କେବଳ କବିତା (ସମସ୍ତ ବିଷୟବସ୍ତୁକୁ ନେଇ) ଓ ଗଳ୍ପ ଲେଖା ଲେଖି କରୁଛି |

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

ଉତ୍ତର : ନିଶ୍ଚତ ଭାବରେ ଏକ ସୁନ୍ଦର ପ୍ରଶ୍ନଟିଏ | ଏଯାବତ ମୋର କୌଣସି ବି ପୁସ୍ତକ ସଂକଳନ ପ୍ରକାଶିତ ହୋଇନାହିଁ |

ପ୍ରତ୍ୟେକ ଲେଖକ/କବି/ ଗାଳ୍ପିକଙ୍କର ପ୍ରିୟ ଏକ ବିଭାଗ ରହିଥାଏ ଯେଉଁଥିରେ ସେମାନେ ଲେଖିବାକୁ ଅଧିକ ଭଲପାଥାନ୍ତି | ସେପରି ମୋତେ ଉଦବୋଧନ ମୂଳକ କବିତା ଲେଖିବାକୁ ବହୁତ ଭଲ ଲାଗିଥାଏ | ତେବେ ଯେବେ ବି ଭବିଷ୍ୟତରେ ମୋର ପୁସ୍ତକ ସଂକଳନ ଆସିବାର ହୁଏ, ମୁଁ ଚେଷ୍ଟା କରିବି ମୋର ଲେଖା ମଧ୍ୟମରେ ପ୍ରଥମେ ଆମର ଅତୀତର ଐତିହ୍ୟ ତଥା ପୂର୍ବ ପୁରୁଷ କିପରି ଥିଲେ ଏବଂ ଆମେ ଆଜି କିପରି ଅଛୁ ଏହା ସହିତ ସେ ସମସ୍ୟାଟିସମାଧନ ମଧ୍ୟ ଉପସ୍ଥାପନା କରିବି |

 

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଉତ୍ତର : ପ୍ରଥମତଃ ସୂର୍ଯ୍ୟୋଦୟ ନିମନ୍ତେ ଦୁଇପଦ ରଖିବି | ସୂର୍ଯ୍ୟୋଦୟ, ଇଏ ହେଉଛି ସେହି ମଞ୍ଚ ଯେଉଁ ମଞ୍ଚରେ କୋଟି କୋଟି ପ୍ରତିଭାଙ୍କର ସ୍ୱପ୍ନର କବିତା ମିନାରରେ ପଡ଼ିଥାଏ ଉଦିତ ସୂର୍ଯ୍ୟଙ୍କର ନବ ଉଜ୍ଜଳିତ ଆଲୋକ | ସେହି ଆଲୋକରେ ଆଲୋକିତ ହୋଇ ତାଙ୍କର ଶବ୍ଦ ମଲ୍ହାରରେ ସୁସଜ୍ଜିତ ସୃଜନୀ ବଢ଼ାଇଥାଏ ଓଡ଼ିଆ ଜାତିର ବିଭବ |
ସୂର୍ଯ୍ୟୋଦୟର ଏହି ଯୁବ ପ୍ରତିଭା ମାନଙ୍କୁ ପ୍ରୋତ୍ସାହନ ଦେବାର ଭାବନା ମୋତେ ବହୁତ ପ୍ରଭାବିତ କରିଛି ଏହି ପରିବାରରେ ଯୋଡ଼ି ହେବା ପାଇଁ |

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!

ଉତ୍ତର : ନିଶ୍ଚୟ | ଏ ସମ୍ପର୍କରେ ମୁଁ ଅବଗତ | ଖୁବ ସୁନ୍ଦର ଭାବରେ ଯେଉଁ ସବୁ ପର୍ଯ୍ୟାୟ ରହିଛି ତାହା ପ୍ରଶଂସନୀୟ | ଯାହା ପରିଶେଷରେ ଅନେକ ଗୁଡ଼ିଏ ଶିକ୍ଷଣୀୟ ଅନୁଭୂତି ସାଉଁଟିବାରେ ସହାୟକ ହେବ |

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?

ଉତ୍ତର : ଅଭିଯୋଗ କିଛି ବି ନାହିଁ | ବାସ ଏତିକି ପରାମର୍ଶ ରହିବ ଏ ଅନୁଷ୍ଠାନ ପ୍ରତିଭା ସନ୍ଧାନର ଯେଉଁ ବୀର୍ଯ୍ୟ ରୋପଣ କରିଛି ତାହା ଭବିଷ୍ୟତରେ ଏକ ମହାଦ୍ରୁମର ରୂପ ନେଉ ଏବଂ ଏ ସାରସ୍ୱତ ଯାତ୍ରା ଅବ୍ୟାହତ ରହୁ |

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।

ଉତ୍ତର : ବହୁତ ବହୁତ ଧନ୍ୟବାଦ ହୃଦୟର କଥାଟିଏ ରଖିବାର ସୁଯୋଗ ପ୍ରଦାନ କରିଥିବାରୁ |

ଏ ଆଖି ଯେବେ ଦେଖିଥାଏ
ଭୋକିଲା ପେଟର ଦୁଃଖ
ଏ ହୃଦୟ ଯେବେ ଅନୁଭବେ
ବିରହ ବେଦନାର ଶୋକ
କରିବାକୁ ସବୁ କାଗଜେ ଚିତ୍ରଣ
ନେଇଥାଏ ଯିଏ ଜନ୍ମ ନିତ୍ୟ
ହଁ, ସିଏ ହିଁ ସାହିତ୍ୟ
ହଁ, ସିଏ ହିଁ ସାହିତ୍ୟ

ମନର ଅଶାନ୍ତ ସମୁଦ୍ରେ
ନୀଳ ଉର୍ମି ମାଳା ତୁମେ
ହୃଦ ବଗିଚାର ପ୍ରଜାପତି
ମସ୍ତିଷ୍କ ବ୍ୟାପ୍ତ ଆକାଶେ
ଭସା ମେଘମାଳା ତୁମେ
ଚେତନା ପ୍ରାସାଦ ନୃପତି

ହଁ, ସିଏ ହିଁ ସାହିତ୍ୟ
ହଁ, ସିଏ ହିଁ ସାହିତ୍ୟ
ଏ ମୋ ଜୀବନ ମରୁରେ
ହୃଦୟ ଏକାନ୍ତ ସାଥୀ….।

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?

ଉତ୍ତର : ମୁଁ ଭାବିଥାଏ, “ସମାଜ ଯଦି ଏକ ପ୍ରଦୀପ ହୁଏ, ତେବେ ବିଜ୍ଞାନ ହେଉଛି ଏହି ପ୍ରଦୀପର ସଳିତା ଏବଂ ସାହିତ୍ୟ ହେଉଛି ଜଳିବାକୁ ସାହାଯ୍ୟ କରୁଥିବା ତେଲ ” | ସମାଜ ରୂପକ ପ୍ରଦୀପର ଜ୍ୱଳନ ତଥା ଆଲୋକିତ ହେବା ନିମନ୍ତେ ସାହିତ୍ୟ ଏବଂ ବିଜ୍ଞାନ ମଧ୍ୟରେ ଏକ ସୁସମନ୍ୱୟ ସ୍ଥାପନ ଏକାନ୍ତ ଆବଶ୍ୟକ |
ଯେହେତୁ ମୁଁ ଜଣେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ଛାତ୍ର ତେଣୁ ମୁଁ ଏହାକୁ ଆଧାର କରି ସାହିତ୍ୟର ଅଧିକ ପ୍ରଚାର ପ୍ରସାର ନିମନ୍ତେ ଚେଷ୍ଟା କରିବି | ନୂଆ ନୂଆ ଅଭିନବ Apps ତଥା Website ମାଧ୍ୟମରେ ନୂଆ ନୂଆ ରଚନା କୌଶଳ ରଖିବାକୁ ଚେଷ୍ଟା କରିବି |

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?

ଉତ୍ତର : ପ୍ରଥମତଃ, ପ୍ରେରଣା ବିନା ଯାତ୍ରା ବହୁତ କଠିନ | ଯଦି ଆମେ ଥରେ ପୁରସ୍କାରର ପ୍ରକୃତ ଅର୍ଥ ବୁଝିବା ତେବେ, ପୁରସ୍କାର ହେଉଛି ଏକ ପ୍ରେରଣା | କୌଣସି ବି ବିଭାଗରେ ଜଣଙ୍କୁ ଆଗକୁ ତାର ସାଧନାର ଯାତ୍ରା ଜାରି ରଖିବା ନିମନ୍ତେ ଦିଆଯାଉଥିବା ଏକ ଉତ୍ସ ହେଉଛି ପୁରସ୍କାର | ତେଣୁ, ନିଶ୍ଚୟ ଭାବରେ ପୁରସ୍କାର ଆବଶ୍ୟକ |

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

ଉତ୍ତର : ଯେପରି ପୂର୍ବ ପ୍ରଶ୍ନରେ କହିଲି, ପ୍ରଥମେ ଆମକୁ ପୁରସ୍କାରର ଅର୍ଥ କ’ଣ ଜାଣିବାକୁ ହେବ | ତେବେ ଯାଇ ଯଦି ଆମେ ପୁରସ୍କାର ପାଇବାରୁ ବଂଚିତ ହୁଅନ୍ତି, ତାହା ଆମ ମନରେ ନକରାତ୍ମକ ଚିନ୍ତାଧାରା ଆଣିବ ନାହିଁ |
ମୋ ମତରେ ପ୍ରତିଭା କେବେ ବି ପ୍ରଭାବିତ ହୋଇନଥାଏ | ଯଦି ବା କିଛି ପ୍ରଭାବିତ ହୋଇଥାଏ ତାହା ହେଉଛି ଆମର ଚିନ୍ତନ ବା ମନସିକତା | ତେଣୁ ଏହି ସମୟରେ ଆମକୁ ଭାବିବାକୁ ହେବ ଯେ, ” ଦୁନିଆରେ କିଛି ବି ଅସମ୍ଭବ ନୁହେଁ | ମୋର ପାଖରେ ପ୍ରତିଭାର କମି ନାହିଁ ମାତ୍ର ମୋର ପ୍ରସ୍ତୁତିରେ କେଉଁଠି ନାଁ କେଉଁଠି କିଛି କମି ରହିଯାଇଛି ଯାହା ଫଳରେ ଆଜି ମୁଁ ପୁରସ୍କାର ପାଇ ପାରିଲେ ନାହିଁ ଏବଂ ଆଗକୁ ଏହାକୁ ପାଇବା ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ” | ଆମର ଧର୍ମଗ୍ରନ୍ଥ ଶ୍ରୀମଦ ଭଗବତ ଗୀତାରେ ମଧ୍ୟ କୁହାଯାଇଛି କି, ” କର୍ମ କରିବା ଆମର ଅଧିକାର, ଫଳ ପ୍ରାପ୍ତି ଉପରେ ନାହିଁ | ତେଣୁ ଫଳକୁ ଆଶା ନ କରି ଆମର ସାଧନା ଜାରି ରଖିବା ଆବଶ୍ୟକ ” | ଏପରି ଚିନ୍ତାଧାରା ପୋଷଣ କଲେ ଦିନେ ନିଶ୍ଚିତ ଆମେ ସେହି ନ ପାଇ ପାରିଥିବା ପୁରସ୍କାରକୁ ପାଇ ପାରିବା |

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉତ୍ତର : ନିଶ୍ଚିତ ଭାବରେ, ବହୁତ ଖୁସି ଲାଗୁଛି | ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବି ସୂର୍ଯ୍ୟୋଦୟ ପରିବାର ନିକଟରେ ଏତେ ସୁନ୍ଦର ଏକ ମଞ୍ଚ ତଥା ସୁଯୋଗ ମୋତେ ପ୍ରଦାନ କରିଥିବାରୁ | ଅନେକ କିଛି ଶିକ୍ଷଣୀୟ ଅନୁଭୂତି ତଥା ଅଭିଜ୍ଞତା ସାଉଁଟିର ଏ ମଞ୍ଚ, ନିଶ୍ଚୟ ମୋ ଭିତରର ପ୍ରତିଭାକୁ ଆହୁରି ପରିମାର୍ଜିତ କରିବ |

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

87 thoughts on “*Lets talk with most youngest writer, Author, Story Teller Convenor and a heroic warior of Odia Literature Hruday Ranjan Parida ,hails from Birajakshetra Jaipur, Odisha for SLF Literary Youth Icon Award contest-. 2022*

  1. You are amazing writer my friend and your answer is very impressive and it’s touch my heart ❤️. Keep growing .

  2. ହୃଦୟକୁ ଛୁଇଁ ପାରିଥିବା ଲେଖା ତୁମର ହୃଦୟ ବାବା ,ତୁମର ଶବ୍ଦ ସଂଯୋଜନା ଏବଂ ସତ୍ୟତା କୁ ବର୍ଣ୍ଣନା ବେଳର ନିର୍ଭୟତା ମଧ୍ୟ ବେଶ୍ ପ୍ରଶଂସ ଦାୟୀକ ।
    ଉପରୋକ୍ତ ସମସ୍ତ ଉତ୍ତରରେ ନିଜର ସାହିତ୍ୟ ପ୍ରତି ଥିବା ଭଲ ପାଇବାକୁ ବ୍ୟକ୍ତ କରିଛ ଖୁବ୍ ସୁନ୍ଦର ଭାବେ । ଏମିତି ସାହିତ୍ୟକୁ ବ୍ରତ କରି ବହୁତ୍ ଆଗକୁ ଯାଅ । ସାହିତ୍ୟର ଶୀର୍ଷରେ ପହଞ୍ଚି ଶ୍ରୀ ବୃଦ୍ଧି କର ।

  3. You know how much I respect your poem.. I have read so many poems…. Each and every poems have another and different thoughts or messages…. It’s my pleasure to having you as my friend… Big support…
    From Rudra

  4. ବହୁତ ସୁନ୍ଦର ଲେଖା,,, ଭଗବାନ ସଦା ସର୍ବଦା ତୁମର ମଙ୍ଗଳ କରନ୍ତୁ….

    OP

  5. ବହୁତ ସୁନ୍ଦର ବର୍ଣ୍ଣନା ଅତି ଉଚ୍ଚକୋଟିର
    ହୃଦୟ ର ଗଭୀର ତମ ପ୍ରଦେଶ ରୁ ଶୁଭେଚ୍ଛା

  6. ମନ ମୋହିଲ ଉତ୍ତରରେ ।
    ତୁମକୁ ହୃଦୟ ଭରା ଶୁଭେଚ୍ଛା ହୃଦୟ ।

  7. ଏଇ ଧାଡ଼ି ମାନଙ୍କ ପାଇଁ ତ ମୁଁ ସବୁବେଳେ ପାଗଳ…..❣️
    ବାଃ ପ୍ରିୟ ବାଃ….., ସୁନ୍ଦର ଲାଗିଲା
    ଯେତେ ତାରିଫ କଲେ ବି କମ ହେବ

  8. ସୁନ୍ଦର ପ୍ରତିଭାଙ୍କ ବଳିଷ୍ଠ ଉପସ୍ଥାପନା ମନରେ ଘରକରିଦେଲା । ସାରସ୍ୱତ ସାଧନା ମା’ ବୀଣାପାଣିଙ୍କ ବରଦହସ୍ତ । ଶୁଭେଚ୍ଛା ଓ ଅଭିନନ୍ଦନ ।

  9. ଖୁବ୍ ସୁନ୍ଦର ଉତ୍ତର ଦେଇଛ ଭାଇ, ତୁମ ଶବ୍ଦ ସଂଯୋଜନା ସତରେ ହୃଦୟସ୍ପର୍ଶୀ ଆଉ ମନଛୁଆଁ ମଧ୍ୟ। ଈଶ୍ୱର ଙ୍କ କୃପାରୁ ତୁମ ସବୁ ଇଚ୍ଛା ପୂରଣ ହେଉ। ସମାଜର ଦିଗ୍ ଦର୍ଶକ ହୁଅ। ଯୁବ ପୀଢ଼ି ଙ୍କ ପ୍ରୋତ୍ସାହନ ର କେନ୍ଦ୍ର ବିନ୍ଦୁ ପାଲଟିି ଯାଅ। ଈଶ୍ୱର ତୁମରି ମଙ୍ଗଳ କରନ୍ତୁ…. ଶୁଭେଚ୍ଛା ଓ ଶୁଭ କାମନା

  10. Great brothers…..❤❤❤❤
    So nicely & wisely you have answered all the questions❤❤
    God bless you dear…..

  11. ଭାବ ଆଉ ଭାବନରେ ନିରନ୍ତର ହଜି ରହୁଥିବା ହୃଦୟଟେ ତମେ ଯାହା ତମ କଥୋପ କଥନ ରୁ ବାରିହେଇ ପଡୁଛି । ଖୁବ୍ ପାଖରୁ ସମାଜ ଓ ସମାଜରେ ଘଟୁଥିବା ଘଟଣା-ଦୁର୍ଘଟଣାକୁ କଲମରେ କଏଦ କରିବାରେ ଭାଇ ତମେ ସିଦ୍ଧହସ୍ତ । ଆଗେଇ ଚାଲ….. ମନପତ୍ର ନୁହେଁ ବରଂ ମାନବକୁ ନୂଆଏକ ଦିଶା ଦେଖେଇବାରେ ନିଜକୁ କାଏମ କର ।

    ଆଗରୁ ପଢ଼ିଛି ତମର୍ ଅନେକ ଲେଖା ଖୁବ୍ ଚମତ୍କାର ସବୁ ଲେଖା ଭାଇ । ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି

    1. ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଭାଇ ♥️♥️♥️♥️
      ସବୁବେଳେ ଏ ସାନ ଭାଇକୁ ଭଲ ପାଇବା ଦେଇ ଆସିଛନ୍ତି ଆଗକୁ ବି ନିଶ୍ଚୟ ଦେଉଥିବେ ♥️♥️♥️♥️♥️♥️♥️

  12. ସୁନ୍ଦର ଉତ୍ତର ❤❤ସବୁ, ଆପଣଙ୍କ ଲେଖନୀ ଆହୁରି ବଳିଷ୍ଠ ହେବା ସହ,, ସମାଜ କୁ ନୂତନ ଦିଗ ଦେଖାଉ l ଅପ୍ରମିତ ଶୁଭେଚ୍ଛା ପ୍ରିୟ.. ♥️

    1. ଅନେକ ଅନେକ ଧନ୍ୟବାଦ ପ୍ରିୟ ଭଉଣୀ ♥️♥️♥️♥️♥️♥️

  13. ନିଶ୍ଚିତ ଭାବରେ ତୁମେ ଜଣେ ସୂର୍ଯ୍ୟଦୋୟ ୟୁଥ୍ ଆଇକନ୍ ଆୱାର୍ଡ଼ -୨୦୨୨ ର ଜଣେ ଉପଯୁକ୍ତ ପ୍ରାର୍ଥୀ ।

    ତୁମ ର ସାହିତ୍ୟ ପ୍ରତି ପ୍ରେମ ଏବଂ ସାହିତ୍ୟ ର ଯାତ୍ରା ଅନେକ ଙ୍କୁ ପ୍ରେରଣା ଦେଇଛି । ଖୁବ୍କ ମ୍ ବୟସ ରେ ବି ସାହିତ୍ୟ ପ୍ରତି ତୁମ ଉତ୍ସର୍ଗ ଅନେକଙ୍କୁ ଅନୁପ୍ରାଣିତ କରିବ। ବହୁତ ସୁନ୍ଦର ଲେଖୁଛି ଏବଂ ପ୍ରଭୁ ଜଗନ୍ନାଥଙ୍କ କୃପା ରୁ ତୁମ କଲମ ଦୀର୍ଘାୟୁ ହେଉ ।

    ଶୁଭେଚ୍ଛା ଓ ଶୁଭକାମନା ତମକୁ ।

  14. ଖୁବ ସୁନ୍ଦର ଭାବରେ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ଭାଇ।ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

  15. ନିଶ୍ଚିତ ଭାବରେ ତୁମେ ଜଣେ ସୂର୍ଯ୍ୟଦୋୟ ୟୁଥ୍ ଆଇକନ୍ ଆୱାର୍ଡ଼ -୨୦୨୨ ର ଜଣେ ଉପଯୁକ୍ତ ତଥା ସମସ୍ତ ଦୃଷ୍ଟି ରୁ ଦାବିଦାର।
    ତୁମ ର ସାହିତ୍ୟ ପ୍ରତି ପ୍ରେମ ଏବଂ ସାହିତ୍ୟ ର ଯାତ୍ରା ଅନେକ ଙ୍କୁ ପ୍ରେରଣା ଦେଇଛି ଏବଂ ଦେଉଥିବ ମଧ୍ୟ। ଏତେ କମ୍ ବୟସ ରେ ବି ସାହିତ୍ୟ ପ୍ରତି ତୁମ ଉତ୍ସର୍ଗ ନିଶ୍ଚୟ ଉଦାହରଣ ବହନ କରେ। ତୁମ ର ପ୍ରତ୍ୟେକ ଟି ଲେଖା ଜୀବନ ଧର୍ମୀ ତଥା ଜୀବନ କୁ ପବନ ଯୋଗାଇବା ସଦୃଶ ମନେ ହୁଏ।
    ତେଣୁ ହେ ପ୍ରିୟ ଲେଖକ ତୁମର ଉତ୍ତରତ୍ତର ଉନ୍ନତୀ କାମନା କରିବା ସହିତ ନିଶ୍ଚିତ ଭାବରେ ଏ ସମ୍ମାନ ର ଅଧିକାରୀ ହୁଅ ବୋଲି ଆଶା କରୁଛି।

    1. ଭାଇ ତୁମକୁ ଧନ୍ୟବାଦ ଦେଲେ ବି କମ ହେବ ସବୁବେଳେ ତୁମର ଭଲ ପାଇବା ହିଁ ଆଶା ♥️♥️♥️♥️♥️♥️

  16. ଅତି ସୁନ୍ଦର ଭାବରେ ଉତ୍ତର ସବୁ ବାଢ଼ିଛନ୍ତି । ସାହିତ୍ୟ ଦୁନିଆଁ ରେ ସର୍ବାଗ୍ରେ ତୁମରି ନାମ ଆସୁ ଏତିକି କାମ୍ୟ ପ୍ରଭୁ ପାଦ ତଳେ।

    1. ଅଶେଷ ଅଶେଷ ଧନ୍ୟବାଦ sir
      ଆପଣଙ୍କ ଆଶୀର୍ବାଦ କାମନା

  17. Bhai honestly bahut badhia lagila. Ichha heuchi each and every answer ku puni padhibi. Majhira kabita ta b bes badhia. Kichhi ti prasna ra uttara pura mana re chhapa mariki rahigala. Bahut badhia Bhai…. Particularly this line; ‘prathame puraskara ra artha bujhibaku padiba’, took my heart. So beautiful Bhai. Keep writing….

  18. Really the way of explain is very impressive Wish you achieve all the success in your life .. Keep it up

  19. The way you explain a complex topic in an easy-to-understand way is really impressive. So far I know you’re blessed with a creative mind and this profession best suits you, brother. Keep it up..

  20. ଅଶେଷ ଶୁଭେଛା ଭାଇ… ଖୁବ୍ ଭଲ ଲାଗିଲା ଆପଣ ଙ୍କ ଉତ୍ତର ସବୁ ବହୁତ୍ କିଛି ଶିଖିବାକୁ ମିଳିଲା, …❣️❣️❣️❣️

  21. ବହୁତ ଭଲ ଲାଗିଲା ତୁମ ପ୍ରଶ୍ନ ର ଉତ୍ତର। ତୁମେ ଲେଖିଥିବା କବିତା ମଧ୍ୟ ଖୁବ୍ ସୁନ୍ଦର।

  22. ତମର ପ୍ରତିଟି ଶବ୍ଦ ହୃଦୟକୁ ଛୁଇଁଲା ପ୍ରିୟ ହୃଦୟ।ଆଗାମୀ ଦିନରେ ସାହିତ୍ୟ ଜଗତରେ ଅନେକ ସୁନାମ ଅର୍ଜନ କର।ଆମ ଯାଜପୁର ତମ ପାଇଁ ଗର୍ବ କରୁ..
    ଅନେକ ଅନେକ ଶୁଭେଚ୍ଛା ❤❤

  23. ବାଃ ଖୁବ ସୁନ୍ଦର
    ସାହିତ୍ୟ କୁ ନେଇ ଖୁବ ସୁନ୍ଦର ମତ ରଖିଛନ୍ତି ଭାଇ

    ଆପଣଙ୍କ ର ଏ ବିଶାଳଯାତ୍ରା ଆହୁରି ସୁଦୃଢ ହେଉ

    1. ଅଶେଷ ଅଶେଷ ଧନ୍ୟବାଦ ଭାଇ ♥️♥️♥️♥️

  24. ଖୁବ ସୁନ୍ଦର ଉତ୍ତର..
    ପ୍ରତି ଟି ଉତ୍ତର ହୃଦୟ ସ୍ପର୍ଶ କରୁଥିଲା..
    ସାହିତ୍ୟ କଳ୍ପନା ରେ ଏମିତି ଆଗକୁ ଯାଉଥାଅ ଭାଇ..

  25. ଖୁବ୍ ସୁନ୍ଦର
    ଭଗବାନଙ୍କ ନିକଟରେ ପ୍ରାର୍ଥନା, ତୁମକୁ ଦୀର୍ଘାୟୁ କରନ୍ତୁ।।

  26. ଖୁବ୍ ସୁନ୍ଦର ଆଉ ଉଚ୍ଚ କୋଟିର ଲେଖା ତୁମର ସାନଭାଇ।।। ବୟସ ଅନୁସାରେ ତୁମ ପଦସଂଯୋଜନା ବୋହୁତ ବୋହୁତ ଭଲ ଲାଗେ ମତେ।ଭଗବାନ ତୁମର ମଙ୍ଗଳ କରନ୍ତୁ।ତୁମେ ତୁମ ଲେଖକ ଜୀବନ ରେ ଆହୁରି ଉନ୍ନତି କର। ମହାପ୍ରଭୁ ଜଗନ୍ନାଥଙ୍କ ପାଖେ ଏତିକି ମାଗୁଣି।।।।

  27. ହୃଦୟ ର ସବୁ ଉତ୍ତର ହୃଦୟ ରୁ ହିଁ ଥିଲା, ତେଣୁ ମୋ ହୃଦୟ କୁ ମଧ୍ୟ ଖୁବ୍ ଛୁଇଁଲା।❤️❤️❤️❤️ ଆଗାମୀ ଦିନରେ ସାହିତ୍ୟ ର ଏ ଯାତ୍ରା ଆହୁରି ଦୃଢ଼ ହେଉ। ମହାଦେବ ଙ୍କ କୃପାରୁ ବହୁତ ଆଗକୁ ଯା।ମୋ ଆଶୀର୍ବାଦ ସହ ସ୍ନେହ, ପ୍ରେମ, ଓ ଭଲପାଇବା ସବୁବେଳେ ତୁମ ସହ ଅଛି ଆଉ ରହିଥିବ। ଶୁଭେଚ୍ଛା ପ୍ରିୟ ❣️❣️❣️❣️

    1. ଅଶେଷ ଅଶେଷ ଧନ୍ୟବାଦ ଦିଦି
      ଏମିତି ସବୁବେଳେ ଭଲପାଇବା ଆଉ ଆଶୀର୍ବାଦ ରହିଥାଉ ଦିଦି

  28. ଖୁବ୍ ସୁନ୍ଦର ଲାଗିଲା ଭାଇ… ବହୁତ ଚମତ୍କାର ଲାଗିଲା ଆପଣଙ୍କ କବିତା ଯେଉଁଥିରେ ଆପଣ ସାହିତ୍ୟକୁ ବର୍ଣ୍ଣନା କରିଲେ..
    .

    1. ଅଶେଷ ଅଶେସ ଧନ୍ୟବାଦ ଭାଇ

      ବହୁତ ଖୁସି ଲାଗିଲା ♥️♥️

  29. ହୃଦୟ , ତୁମେ ସତରେ ଜଣେ ପ୍ରତିଭାବନ୍ତ ଯୁବକ !
    ଏମିତି ଆଗକୁ ମାଡିଚାଲ l
    ତୁମେ ପୁରସ୍କୃତ ହେବାକୁ ଜଣେ ହକଦାର ସାହିତ୍ୟିକ
    ଜୟ ଜଗନ୍ନାଥ ❤

    1. ଅଶେଷ ଅଶେଷ ଧନ୍ୟବାଦ ଭାଇ ♥️♥️♥️

      ତୁମର ପ୍ରେରଣା ♥️♥️♥️♥️♥️♥️

  30. ବହୁତ୍ ବଢିଆ ଲାଗିଲା ଭାଇ, ସୁନ୍ଦର୍ ଉତ୍ତରସବୁ ବାଢ଼ିଛ । ଅସୀମିତ ଶୁଭେଚ୍ଛା ତୁମକୁ । ଖୁବ୍ ଆଗକୁ ଯାଅ।

    1. ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଭଉଣୀ ♥️♥️♥️♥️♥️

    2. ଖୁବ୍ ସୁନ୍ଦର ଉତ୍ତର ଦେଇଅଛ । ଏପରି ଆଗକୁ ବଢ଼ିଚାଲ ଭଗବାନ ଙ୍କୁ ଏତିକି ପ୍ରାର୍ଥନା।
      ….. ଶୁଭେଚ୍ଛା ❤️

  31. ଖୁଵ ସୁନ୍ଦର ଲାଗିଲା ;
    ତୁମର ପ୍ରତି ଟି ଶବ୍ଦ ମୋର ପ୍ରିୟ…
    ଯାଜପୁର ନାଁ କୁ ଆହୁରି ଉଜ୍ୱଳ କର..
    ଶୁଭେଚ୍ଛା

  32. ଖୁଵ ସୁନ୍ଦର ଲାଗିଲା
    ତୁମର ପ୍ରତି ଶବ୍ଦ ମୋର ପ୍ରିୟ…

    ବହୁତ ଆଗକୁ ଯାଅ ; ଯାଜପୁର ର ନାଁ କୁ ଆହୁରି ଆଗକୁ ନିଅ..

    ଶୁଭେଚ୍ଛା ♥️

  33. ଖୁବ୍ ସୁନ୍ଦର ଉତ୍ତର ସବୁ ଛୋଟୁ ତୁମର ସବୁ ଶବ୍ଦ ସଂଯୋଜନା ସତେ ଯେମିତି ଖୁବ୍ ଆପଣାର ଓ ନିଜର ସତ ତ ଏଇଆ ଯେ ପ୍ରତ୍ୟେକ ସଫଳତା ପଛରେ କେବଳ ଆମର ବିଫଳତା ହିଁ ପ୍ରେରଣାଦାୟୀ ହୋଇ ଥାଏ ଏବଂ ତତ୍ ସହିତ ତୁମର ସାହିତ୍ୟ କୁ ନେଇ ଏତେ ସୁନ୍ଦର ରଚନା ହୃଦୟକୁ ଛୁଇଁଲା ଠିକ୍ ତୁମ ହୃଦୟ ପରି ବହୁତ୍ ଆଗକୁ ଯାଅ ମୋ ପ୍ରିୟ ସାନ ଭାଇ, ମୋ ଗୋଲୁ ମୋଲୁ ପ୍ରଭୁ ଜଗନ୍ନାଥ ଏବଂ ମାଆ ସରସ୍ଵତୀ ଏମିତି ତୁମ ଲିଖନୀ ମୂନକୁ ସୁଦୃଢ଼ କରନ୍ତୁ ଢେର୍ ସାରା ସ୍ନେହ ଆଉ ପ୍ରେମ ❣️❣️

Leave a Reply

Your email address will not be published. Required fields are marked *