September 24, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*Lets talk with young  multi talented and multilingual wordsmith Jinatamam Darjee ,hails from Baragarh, Odisha  for SLF Literary Youth Icon Award contest-. 2022*

*Lets talk with young  multi talented and multilingual wordsmith Jinatamam Darjee ,hails from Baragarh, Odisha  for SLF Literary Youth Icon Award contest-. 2022*

ନାମ – ଜିନାତମାମ୍ ଦର୍ଜୀ
ପିତାଙ୍କ ନାମ– ସୂର୍ଯ୍ୟ କୁମାର ଦର୍ଜୀ
ମାତାଙ୍କ ନାମ-ମାଧବୀ ଦର୍ଜୀ
ଜନ୍ମ ତାରିଖ-14.5.1994
ଘର ଠିକଣା-ବରପାଲି, ଜିଲ୍ଲା -ବରଗଡ଼
ପିନ – 768029
ଶିକ୍ଷାଗତ ଯୋଗ୍ୟତା– स्नातकोत्तर (हिंदी )
ସ୍ନାତକୋତ୍ତର (ହିନ୍ଦୀ )
ଇ-ମେଇଲ୍ ଠିକଣା-jinatamamdarjee@gmail.Com

Facebook/ମୁଖପୁସ୍ତିକା-::

https://www.facebook.com/jinatamam.darjee.9

ଶ୍ରଦ୍ଧେୟା ଜିନାତମାମ୍!

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉ -ଅନେକ ବହି ଓ ପତ୍ରିକାରୁ ଲେଖା ସବୁ ପଢ଼ି ମୋ ମନରେ ଇଚ୍ଛା ଜାଗୁଥିଲା ମୁଁ ବି କିଛି ଲେଖନ୍ତି ଏହିଭଳି l ତାଛଡା ପ୍ରକୃତି ସହ କଟାଉଥିବା ସମୟ ସବୁ ମତେ ଯେତେବେଲେ ଖୁବ ବିଭୋର କରୁଥିଲେ ସେତେବେଳେ ଆପେ ଆପେ ଗୁଣୁ-ଗୁଣେଇ ଉଠୁଥିଲି ମନରୁ ଭାବି ଭାବି କେଇ ପଦ କବିତା l
ମୁଁ ସପ୍ତମ ଶ୍ରେଣୀ ବେଳକୁ ମୋର ଗୋଟିଏ ଖାତାରେ ତିନିଟି କବିତା ଲେଖି ଥାଏ l ମୋର ଗୋଟିଏ ସାଙ୍ଗ ତାକୁ ଦେଖିନେଇ ପଢିଲା l ସେ ବିଶ୍ୱାସ କରି ପାରୁ ନଥାଏ କି ଏଇଟା ମୁଁ ଲେଖିଛି l ତାଙ୍କୁ ଲାଗୁଥାଏ ଯେମିତି ବହିରେ ଆମେ କବିତା ପଢୁ ବିଲକୁଲ ସେମିତି ହେଇଛି l ସେ ଖୁସିରେ ସେ କବିତାର ଚାରି ପାଖରେ ଲେଖିଦେଲା ଏ କବିତାର କବି ଜିନାତମାମ୍ ଦର୍ଜୀ l ସେଦିନ ପ୍ରଥମ କରି ମୁଁ ମୋ ନାଁ ସହ କଵୀ ଶବ୍ଦ ଟିକୁ ଦେଖିଥିଲି ଶୁଣିଥିଲି l ସେଇ ସମୟରେ ମୋ ମନରେ କବିର ବୀଜଟିଏ ଅଙ୍କୁରୋଦଗମ ମାରୁଥିଲା l
ବଡ଼ ହେବା ପରେ ମୋର ଅନେକ ସମୟ ଏକା ଏକା ନିଃସଙ୍ଗ ବିତୁଥିଲା ସେଇ ସମୟରେ ସାହିତ୍ୟ ଲେଖା ପଟକୁ ସମ୍ପୂର୍ଣ୍ଣ ଢ଼ଲି ଗଲି l

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ – ଉତ୍ତର ଦେବା ଆଗରୁ ବାରମ୍ବାର ମୁଁ ପ୍ରଶ୍ନକୁ ଫେରି ଯାଉଛି ଆଉ ନିଜକୁ ଖୁବ ବିବଶ ଅନୁଭବ କରୁଛି l ସତରେ କଣ ମୁଁ ସାମାଜିକ ଜୀବନ ସହ ସର୍ବସମତା ରକ୍ଷା କରି ପାରୁଛି?
ସତ କହିବାକୁ ଗଲେ ଯିଏ ସାହିତ୍ୟ ଲେଖେ ସେ ହୁଏତ ସମାଜ ସହ ଖାପ ଖୁଆଇ ଚାଲିପାରେ ମୁଁ କିନ୍ତୁ ସାହିତ୍ୟକୁ ନିଜ ଜୀବନ ରେ ବଞ୍ଚେ ତେଣୁ ସାମାଜିକ ଜୀବନ ସହ ସର୍ବସମତା ଅନେକାଂଶରେ ମୋର ରକ୍ଷା ହୋଇ ପାରେନା l ବହୁତ ଅସୁବିଧା ର ସମ୍ମୁଖୀନ ମତେ ହେବାକୁ ପଡେ ;ସେହିପରି ମୋ ପାଇଁ ଅନ୍ୟ ମାନଙ୍କୁ ବି ଖୁବ ଅସୁବିଧା ର ସମ୍ମୁଖୀନ ହେବାକୁ ପଡେ l ସେଇଥିପାଇଁ ଅନେକ ଜଣ ମୋ ଉପରେ ଅସନ୍ତୁଷ୍ଟ l ମୁଁ କିନ୍ତୁ ୟା ପାଇଁ ଦୁଃଖ କରେନା କାରଣ ମୁଁ ଏମିତି ଜଣେ ବି ଭଲ ସାହିତ୍ୟିକ,କଳାକାର,ଦାର୍ଶନକ, କିମ୍ବା ବୈଜ୍ଞାନିକ ର ଜୀବନୀ ପଢିନି ଯେଉଁମାନେ ସମାଜ ସହ ସର୍ବ ସମତା ରକ୍ଷା କରି ପାରିଥିବେ l ପାଗଳାମି ର ସାମାନ୍ୟତମ ପରଷ ବିନା ବି କେହି ବ୍ୟକ୍ତି ମହାନ ହୋଇ ପାରେନା l ଆଉ ପାଗଳାମି ରହିବ ଯଦି ସମାଜ ସହ ତାଳମେଳ ବି ବିଗିଡିବ ଏଥିରେ ସନ୍ଦେହ ନାହିଁ l

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

ଉ -ହଁ, ମୋର ସମସାମୟିକ ଚାରି ପାଞ୍ଚ ଜଣ ସାହିତ୍ୟିକ ବନ୍ଧୁ ସବୁବେଳେ ଊହ୍ୟ ଭାବରେ ମୋ ପଛରେ ଛିଡା ହୋଇ ମତେ ଆଗକୁ ବଢ଼ାଇଛନ୍ତି, ମତେ ଗାଇଡ଼ ବି କରିଛନ୍ତି l
ପରେ କିଛି ଜଣ ବଡ଼ ଭାଇ(ସାହିତ୍ୟିକ ),ବରିଷ୍ଠ ଖ୍ୟାତି ସମ୍ପନ୍ନ ସାହିତ୍ୟିକ ଓ ସମ୍ପାଦକ ମତେ ସବୁବେଳେ ଗାଇଡ଼ କରିଛନ୍ତି, ପ୍ରେରଣା ଦେଇଛନ୍ତି l
ଏପରିକି ମୋର ଲେଖାର ଗୋଟିଏ ଗୋଟିଏ ଧାଡିର ସମୀକ୍ଷା କରି ଠିକ, ଭୁଲ ଶିଖାଇଥାନ୍ତି l

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉ -ଆରମ୍ଭ କରିବା ଆଗରୁ ମୁଁ କିଛି ବି ଧ୍ୟାନ ଦିଏନି l ଯେମିତି ଭୋକ କଲେ ଜଣେ ଖାଇବାକୁ ବାଧ୍ୟ ହୋଇ ଯାଏ, ଯେମିତି ନିଦ ଆସିଲେ ଜଣେ ଶୋଇବାକୁ ବାଧ୍ୟ ହୋଇ ଯାଏ ସେମିତି ମତେ ଲେଖା ମାଡିଲେ ମୁଁ ଲେଖିବାକୁ ସମ୍ପୂର୍ଣ୍ଣ ବାଧ୍ୟ ହୋଇ ଯାଏ l ସେତେବେଳେ ଅନେକ ଶବ୍ଦ ଓ ଭାବ ମୋ ମନରେ ପିଟି ହୋଇ ମତେ ଲେଖିବାକୁ ଅଥୟ କରି ଦିଅନ୍ତି l ଏକ ପ୍ରକାର ଆନ୍ଦୋଳନ, ଏକ ଦାଵୀ,ସତେ ଯେମିତି ତାଙ୍କର ସୃଜନଟିଏ ରେ ପରିଣତ ହେବା ପାଇଁ l ମୁଁ ସେତେବେଳେ ମୋର ଅକ୍ତିୟାର ର ବାହାରେ ମୁଁ କ’ଣ ବା ଧ୍ୟାନ ଦେବି?? କିନ୍ତୁ ସୃଜନ ଟି ସମ୍ପୂର୍ଣ୍ଣ ହେଲା ପରେ ତାକୁ ଥରେ ନୁହେଁ ଅନେକ ବାର ଆବୃତି କରେ ନଜର ପକାଏ ତାର ଗଠନ, ଉପସ୍ଥାପନା, ପ୍ରବାହ, ଭାବବୋଧ,ତାରତମ୍ୟତା, ପୃଷ୍ଠଭୂମି, ଶବ୍ଦ ଛଟା, ସାହିତ୍ୟ ତତ୍ତ୍ୱ ଗୁଡିକର ଉପଯୁକ୍ତ ପ୍ରୟୋଗ ଆଦି ସବୁକିଛି ଉପରେ l ଠିକ ନଲାଗିଲେ ତାକୁ ସଂଶୋଧନ କରି ଭଲରେ ପୁଣି ସଜାଡ଼େ l ଆଉ ଆଶା କରେ ଯେପରି ଅଧିକ ରୁ ଅଧିକ ପାଠକ ପାଖରେ ତାହା ପହଂଚୁ ଆଉ ତାଙ୍କୁ ଲେଖାଟି ଭଲ ଲାଗୁ l

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଉ -ସବୁଠୁ ବଡ଼ ଅନୁଭବ ହଉଛି ଯେବେ ମୋ ଲେଖା ପେପର କିମ୍ବା ପତ୍ରିକାରେ ଆସେ ସେଦିନ ଆସୁଥିବ call ଗୁଡାକ l ଯେଉଁଥିରେ ଲେଖାର ପ୍ରଶଂସା ଓ ମୋ ପାଇଁ ଶୁଭ ଆଶୀର୍ବାଦ ରହିଥାଏ l
ତାଛଡା ଆଉ ଗୋଟିଏ ବଡ଼ ଅନୁଭବ ହଉଛି ଯେଉଁ ବିଶିଷ୍ଟ ଲେଖକଙ୍କୁ ଦିନେ ମୁଁ ପଢ଼ୁଥିଲି,ଆଜି ସେମାନେ ବି ମୋ ଲେଖା ପଢି ମତାମତ ରଖନ୍ତି ମତେ ଉତ୍ସାହିତ କରନ୍ତି l ମୋ ଭଲି ଜଣେ ଅନାମଧେୟ ପାଇଁ ୟାଠୁ ବଡ଼ ଖୁସି ଆଉ କଣ ହୋଇପାରେ??

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ -ହଁ ମନ୍ତବ୍ୟ ଟି ଠିକ l ସୃଜନ ପାଇଁ ବୟସ କେବେହେଲେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ, ଅନୁଭୂତି, ପୁସ୍ତକ ପଠନ, ଗଭୀର ମନନ ଚିନ୍ତନ, ତଥା ପ୍ରକୃତି ପ୍ରଦତ୍ତ ପ୍ରତିଭା ଓ ଏକନିଷ୍ଠ ସାଧନା ଆବଶ୍ୟକ l ଆମେ ଅନେକ ଏମିତି ଅତି କମ ବୟସର ଲେଖକ ବି ଦେଖିଥାଉ ଯେଉଁମାନଙ୍କ ସୃଜନୀ ସର୍ବୋତ୍ତମ ଶ୍ରେଣୀର ହୋଇଥିଲା l

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?

ଉ-ଅନେକ ପ୍ରିୟ କବି/ଲେଖକ/ଗାଳ୍ପିକ ମୋର ପ୍ରିୟ ଅଛନ୍ତି l ସେମାନଙ୍କ ମାଧରୁ କିଛି ବିଦାୟ ନେଲେନି ଓ ଅଧିକାଂଶ ଈଶ୍ୱରଙ୍କ କରୁଣାରୁ ଜୀବିତ ରହି ଆମ ସାହିତ୍ୟକୁ ସମୃଦ୍ଧ କରୁଛନ୍ତି l ସେମାନଙ୍କ ଉପରେ ବର୍ଣ୍ଣନା କଲେ ଖୁବ ଲମ୍ବା ହେବ ସେଇଥିପାଇଁ ଏଠି ଉଲ୍ଲେଖ କରି ପାରୁନି l

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।

ଉ -ଯେମିତିକି ଆଗ ପ୍ରଶ୍ନର ଉତ୍ତରରେ କହିଥିଲି ମୋର ଅନେକ ପ୍ରିୟ ସାହିତ୍ୟିକ ଅଛନ୍ତି l ମୁଁ ସମସ୍ତଙ୍କୁ ବହି ପଢିନି ଅନେକଙ୍କ ଲେଖା ପତ୍ର ପତ୍ରିକା ଓ ପେପେରରୁ ବି ପଢିଛି l
ତେଣୁ ଏଠି ଯେଉଁମାନଙ୍କ ବହି ପଢିଛି ଓ ସେଥିମଧ୍ୟରୁ ଯଉ ବହି ମତେ ଖୁବ ପସନ୍ଦ ଆସିଛି (କାରଣ ମୁଁ ଅନେକ ବହି ପଢିଛି ସବୁ ଗୁଡାକ ଏଠି ଉଲ୍ଲେଖ କରି ହେବନି )ତା ଉପରେ ଉଲ୍ଲେଖ କରୁଛି – ରମାକାନ୍ତ ରଥ ଙ୍କ ‘ଶ୍ରୀରାଧା’ କାବ୍ୟ
ଗାୟତ୍ରୀ ସରାଫଙ୍କ ‘ଇଟା ଭାଟିର ଶିଳ୍ପୀ” ଛାଇ ର ବାମୁର ଗଛ’ଗଳ୍ପ ସଂକଳନ
ରାମଚନ୍ଦ୍ର ବେହେରାଙ୍କ ‘ ଦ୍ୱତୀୟ ସ୍ମଶାନ”ଗୋପପୁର”ମରୀଚିକାର ମହକ’
ଧର୍ମବୀର ଭାରତୀଙ୍କ ‘ଅନ୍ଧାଯୁଗ’ (ହିନ୍ଦୀ)
ଗଙ୍ଗାଧର ମେହେରଙ୍କ ‘ତପସ୍ୱିନୀ’କାବ୍ୟ
ଭୁବନେଶ୍ୱର ବେହେରାଙ୍କ ‘ଗାଁ ର ଡାକ’ଆତ୍ମଜିବନୀ ଭିତ୍ତିକ ଉପନ୍ୟାସ
ଆହୁରି ଅନେକ ଲେଖିଲେ ଖୁବ ଲମ୍ବା ହେବ l

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

ଉ -ସେତେ କିଛି ପ୍ରୋତ୍ସାହିତ ନକେଲେ ବି ଖାସ ବିରୋଧ ବି କରନ୍ତିନି l ବେଳେବେଳେ ଖୁସି ବି ହୁଅନ୍ତି l
ପରୋକ୍ଷରେ ଦେଖିବାକୁ ଗଲେ ମୋର ପରିବାର ହିଁ ମୋ ପାଇଁ ସାହିତ୍ୟର ଉର୍ବର ଭୂମି ଯୋଗେଇ ଦେଇଥିଲା l ମୋ ବାପା ଭାଇଙ୍କ ବହି ପ୍ରତି ଖୁବ ଲାଲସା କାରଣରୁ ହିଁ ଘରଟି ବହି ପରିପୂର୍ଣ୍ଣ ହୋଇ ରହିଥିଲା l ଯେଉଁ ବହି ଗୁଡାକ ଦିନେ ମୋର ପ୍ରେରଣା ସାଜିଲେ ଲେଖା ଲେଖି ପାଇଁ l
ବାପା ଧାର୍ମିକ ଲେଖା ଲେଖିବାକୁ କହନ୍ତି ମୁଁ କିନ୍ତୁ ସେ ବିଷୟ ଉପରେ ଲେଖେନି, କେବଳ ବାପାଙ୍କୁ ଭଲ ଲାଗିବ ବୋଲି କେବେ କେମିତି ଗୋଟିଏ ଗୋଟିଏ ଲେଖିଦିଏ l

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?

ଉ-ଲେଖା ପାଇଁ ଯେଉଁ ଆବେଗ ଉଠେ ତାକୁ ସଙ୍ଗେ ସଙ୍ଗେ ନଲେଖିଲେ ପରେ ଆଉ ସେ ଭାବ ଆସେନା, କି ସେ ସୃଜନୀ ଆଉ କରି ହୁଅନା l ତେଣୁ କଷ୍ଟ ଲାଗେ l ଆଉ ଚାଲଚଞ୍ଚଳ ପରିବେଶ ରେ ବି ସୃଜନୀ ଅସମ୍ଭବ ହୁଏ ଆଉ ସେମିତି ନିର୍ଜନ ମୁହୂର୍ତ୍ତ ଖୁବ କମ ମିଳେ, ତେଣୁ ଦୁଃଖ ଲାଗେ l

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?

ଉ -ଭାଷା- ଓଡ଼ିଆ, ହିନ୍ଦୀ, କୋଶଲି
ବିଭାଗ –

*କ୍ଷୁଦ୍ରଗଳ୍ପ
*ଅଣୁଗଳ୍ପ
*ପରମାଣୁ ଗଳ୍ପ
*କବିତା ( ଛନ୍ଦମୁକ୍ତ ଆଧୁନିକ କବିତା )
*ବ୍ୟଙ୍ଗ( ଗଳ୍ପ, ନିବନ୍ଧ, କବିତା )
*ଲଳିତ ନିବନ୍ଧ
*ସମୟ ଉପଯୋଗୀ ସମ୍ପାଦକୀୟ
*ସ୍କେଚ
*ଅନୁବାଦ(ଓଡ଼ିଆ, ହିନ୍ଦୀ )
*ପୁସ୍ତକ ସମୀକ୍ଷା, ସମାଲୋଚନା
*ଡାଏରୀ
*ଶିଶୁ ସାହିତ୍ୟ
*ପ୍ୟାରୋଡ଼ି
*ଫିଚର
*ଉପନ୍ୟାସ

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

ଉ -ମୋର ଆଜି ଯାଏଁ କୌଣସି ପୁସ୍ତକ ପ୍ରକାଶିତ ହୋଇନି l ନିକଟ ଭବିଷ୍ୟତରେ ପ୍ରକାଶ ପାଇବ ମୋର ଏକ ପୁସ୍ତକ ଯାହା କବି ଗଙ୍ଗାଧର ମେହେରେଙ୍କ ଉପରେ ଆଧାରିତ l ଯାହା ମୋର ଗୁରୁଦେବ ତଥା ଗଙ୍ଗାଧରଙ୍କ ପ୍ରପୌତ୍ର ମନୀନ୍ଦ୍ର କୁମାର ମେହେରଙ୍କ ଦ୍ୱାରା ଲିଖତ ପୁସ୍ତକର ହିନ୍ଦୀ ଅନୁବାଦ ଅଟେ l ଏହି ବହିଟି ସମଗ୍ର ଦେଶରେ କବିଙ୍କୁ ପରିଚୟ କରାଇବାରେ ସାହାଯ୍ୟ କରିବ l ତଥା ଯଉମାନେ କବିଙ୍କ ଉପରେ ତୁଳନାତ୍ମକ ଗବେଷଣା କରିବାକୁ ଚାହିଁବେ ତାହା ଖୁବ ସହାୟକ ହେବ l
ତା ପରେ ଗୋଟିଏ ଗଳ୍ପ ସଂକଳନ କରିବାର ଇଚ୍ଛା ରଖିଛି ଯଦି ତାହା କରିବାରେ ସଫଳ ହୁଏ ତାହେଲେ ସେହି ବହିଟି ମନୁଷ୍ୟ, ସମାଜ ଓ ଈଶ୍ୱରଙ୍କୁ ଦେଖିବାର ଦୃଷ୍ଟିଭାଙ୍ଗି ବଦଳାଇ ଦେବ l ସେଥିରେ ଅନେକ କିଛି ନୂତନତା ରଖିବାର ଉଦ୍ଦେଶ୍ୟ ରଖିଛି ଯାହା ପାଠକଙ୍କୁ ଏକ ଭିନ୍ନ ସ୍ୱାଦ ପ୍ରଦାନ କରିବ l

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଉ -ବେଶି ପ୍ରଭାବିତ କରେ ଶ୍ରଦ୍ଧେୟ ମନୋଜ ଭାଇ,ବନ୍ଧୁ ରାଇରଞ୍ଜନ ଭଲି କିଛି ଜଣ ପରିବାର ର ସଦସ୍ୟ ନିଜର ଜୀବନ -ଯୌବନ, ନିଜର ସମସ୍ତ ସମୟ ଖର୍ଚ୍ଚ କରିଦିଅନ୍ତି,କମ ବୟସ ର ଛୋଟ ଛୋଟ ପ୍ରତିଭାଙ୍କୁ ଗଢିବାରେ  ଯେଉଁ ସମୟ ସେମାନେ ନିଜ ପାଇଁ ଲଗେଇ ପାରିଥାନ୍ତେ ସେଇ ସମୟ ସାହିତ୍ୟର ଉନ୍ନତି ରେ ସମର୍ପିତ କରି ଦିଅନ୍ତି l ଏଭଳି ନିସ୍ଵାର୍ଥ ଉଦାତ୍ତ ଭାବନା ଗଭୀର ରେଖାପାତ କରେ ମୋ ମନରେ l ମୁଁ ତାଙ୍କ ହାତ ତିଆରି ଅନେକ ପ୍ରତିଭାଙ୍କୁ ବେଳେବେଳେ ସେମାନଙ୍କ ବିଷୟରେ ପଚାରେ l ଉତ୍ତର ରେ ଯାହା ପାଏ ତାକୁ ଏଠି ଶବ୍ଦ ରେ ଗୁନ୍ଥି ପାରୁନି l
ତାଛଡା ପ୍ରତିଭା ମାନଙ୍କ ବିକାଶ ପାଇଁ ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ପ୍ରକାର ର ପ୍ରୟାସ ସବୁ ଏହି ଅନୁଷ୍ଠାନ କରିଥାଏ l ଯାହା ଖୁବ ଭଲ ଲାଗେ l

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!

ଉ -ହଁ ଜାଣିଛି, ମୁଁ ଖୁସି ଯେ ମତେ ବିଶ୍ୱ ଦରବାର ରେ ନିଜକୁ ଉପସ୍ଥାପନା କରିବାର ସୁଯୋଗ ମିଳୁଛି l ଏଇଥି ପାଇଁ ସୂର୍ଯ୍ୟୋଦୟ ପରିବାର ପାଖେ ଋଣୀ ମୁଁ l

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ -ନା ଅଭିଯୋଗ ଅଛି ନା ପରାମର୍ଶ ଅଛି
ହେଃ…ସୂର୍ଯ୍ୟୋଦୟ ପ୍ରତିଷ୍ଠାନ
ତୁ ହିଁ ତୋ ପରି
ନା କିଛି ଉପମେୟ ଅଛି
ନା କିଛି ଉପମାନ ଅଛି…..

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।

ଉ –ଗତିପଥ ଅଙ୍କା ବଙ୍କା,
ଅନେକ ବୈଚିତ୍ର ମଧ୍ୟରେ
ତାର ଆତ୍ମ ପ୍ରକାଶ,

ତିମିରିତ ଲମ୍ବା ପଥେ
କ୍ଷୀଣ ଆଲୋକ ର ଶିଖା,
ମୃତ୍ୟୁ ମଧ୍ୟରେ ଅମୃତର ସ୍ପର୍ଶ,
ହେମାଳ ଜୀଵନେ ବସନ୍ତ ମଳୟ,

ଜନ୍ମାଦ୍ଧର ଆଖିରେ ସପ୍ତରଙ୍ଗ ଇନ୍ରଧନୁ,
ରେଗିସ୍ତାନ ରେ ବର୍ଷା ଛିଟା,
ମୃତ୍ୟୁ ପରର ଲମ୍ବା ଇତିହାସ,

ଶବ୍ଦରେ ନିଶବ୍ଦ ରହିବାର କଳା
ପରାକାୟା ପ୍ରବେଶର ପଦ୍ଧତି
ସାକ୍ଷୀ ଭାବର ସ୍ଵାକ୍ଷର

ସହାହରା ମଣିଷର ବଞ୍ଚିବାର ରାହା
ଆହୁରି ଅନେକ କିଛି
ମତେକିନ୍ତୁ ଭଲଲାଗେ
ତାପାଇଁ ନିଶବ୍ଦ ରହିବାକୁ……

 

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ -ସାହିତ୍ୟର ତ ଧର୍ମ ନୁହେଁ ପ୍ରତେକ୍ଷ ଭାବରେ ସମାଜ ର ମଙ୍ଗଳ କରିବା l (ଅପବାଦ -ସମୟୋପଯୋଗୀ ସମ୍ପାଦକୀୟ, ନିବନ୍ଧ ଓ ଶିଶୁ ସୃଜନ )ତାହା ପରୋକ୍ଷ ରେ ସାଧିତ ହୁଏ l ସାହିତ୍ୟ ପ୍ରତ୍ୟକ୍ଷ ଉପଦେଶ କି ପରାମର୍ଶ ଦିଏନି l କେବଳ ବାସ୍ତବ ସମାଜ ର ପ୍ରତିରୂପ କୁ ଆଙ୍କି ସମାଜର ବିସଙ୍ଗତି ଓ ବିଡମ୍ବନା ଆଡକୁ ଏକ ଇଙ୍ଗିତ ମାତ୍ର କରେ l ଯାହା ପାଠକଙ୍କ ଦୃଷ୍ଟି ଆକର୍ଷଣ କରି ବିଷୟ ଉପରେ ସମୀକ୍ଷା ଓ ସମାଧାନ(ସଂଶୋଧନ )ର ରାସ୍ତା ଖୋଜେ ଯାହାଦ୍ୱାରା ପରୋକ୍ଷରେ ସମାଜରେ ସୁଧାର ଆଣେ l ଆଉ ସମାଜର ମଙ୍ଗଳ ସାଧିତ ହୁଏ l ମୋର ଲେଖାବି ପରୋକ୍ଷ ରେ ସମାଜ ଉପରେ ବଡ଼ ପ୍ରଭାବ ପକାଇବ ନିହାତି ଭାବରେ l ତା ଛଡା ସମୟୋପଯୋଗୀ ସମ୍ପାଦକୀୟ, ନିବନ୍ଧ ଓ ଶିଶୁ ସାହିତ୍ୟ ପ୍ରତେକ୍ଷ ପ୍ରଭାବ ପକାଇ ସୁଧାର ମୂଳକ ପାରିବର୍ତ୍ତନ ଆଣିବ l

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?

ଉ -ଭଲ ପ୍ରଶ୍ନ ଟିଏ l ପ୍ରକୃତରେ ବିଷୟଟିର ବିଭିନ୍ନ ଦିଗ ରହିଛି l ପ୍ରୋତ୍ସାହନ ନିହାତି ସାହିତ୍ୟ ସର୍ଜନା ଦିଗରେ ସହାୟକ ହୁଏ କିନ୍ତୁ ପୁରସ୍କାର ପାଉଥିବା ବ୍ୟକ୍ତି ର ଭାବନା ଉପରେ ତାହା ନିର୍ଭର କରେ ତାହା ସକାରାତ୍ମକ ପ୍ରଭାବ ହେବ ନା ନକାରାତ୍ମକ ହେବ l ପୁରସ୍କୃତ ହେଉଥିବା ବ୍ୟକ୍ତିର ପୁରସ୍କାର ପାଇଁ ଯଦି ମନରେ ଆତ୍ମଗର୍ବ ଆସେ ତାହେଲେ ତାର ସୃଜନ କୁ କମ କରିଦେଇ ପାରେ l ତାର ବିପରୀତ ଯଦି ପୁରସ୍କୃତ ବ୍ୟକ୍ତି ଜନକ ଗର୍ବ ହୀନ ଭାବେ କେଵେଲ ଖୁସିର ସହିତ ଗ୍ରହଣ କରନ୍ତି ତାହେଲେ ତାହା ତାଙ୍କୁ ଉତ୍ସାହ ପ୍ରଦାନ କରେ ଆହୁରି ଆଗକୁ ବଢିବା ପାଇଁ ଅଦୃଶ୍ୟ ପ୍ରେରଣା ପାଲଟେ l( ମତେ ଜଣେ ଗୁଣୀ ବ୍ୟକ୍ତି ବୁଝାଇ ଥିଲେ )

ଯୌବନ ଏକ ଏମିତି ବାକ୍ୟ ଜାହା କମା ଓ ପୂର୍ଣ୍ଣଚ୍ଛେଦ ହୀନ l
ଯଦି କାହାର କମା କି ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଥାଏ ତାହେଲେ ପୁରସ୍କାର ତାକୁ ସେଇଥିରୁ ବିରତ କରି ପାରିବାର ସାମର୍ଥ ରଖେ l ପରିଣତ ବୟସ ଖୁବ ଧୀର ମନ୍ଥର l ସେଇ ଶିଥିଳତା ରେ ନବ ଉନ୍ମାଦ ଭରିବାର କାମକରେ ଏ ପୁରସ୍କାର l

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

ଉ -ଯଦି ପୁରସ୍କାର ପାଇବା ନ ପାଇବାରେ ଜଣକର ପ୍ରତିଭା ଓ ସୃଜନୀ ପ୍ରଭାବିତ ହଉଛି ତାହେଲେ ସେ କେମିତିକା ସ୍ରଷ୍ଟା? ପ୍ରତିଭା ଓ ସୃଜନ ତ ସ୍ରଷ୍ଟାର ସ୍ଥିର ମୌଳିକ ପ୍ରବୃତ୍ତି l

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ -ଖୁବ ଖୁସି ଅଛି, ଏମିତି ଏକ ସୁଯୋଗ ମିଳିବା ସୌଭାଗ୍ୟ ର କଥା l

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

 

Loading

4 thoughts on “*Lets talk with young  multi talented and multilingual wordsmith Jinatamam Darjee ,hails from Baragarh, Odisha  for SLF Literary Youth Icon Award contest-. 2022*

  1. 17. ସାହିତ୍ୟକୁ ନେଇ ଜୀନାତମାମ୍ ମ୍ଯାମଙ୍କ❤ ଅନୁରାଗ, ଅନୁଭୂତି କୁ ଏ ସାକ୍ଷାତକାର ମାଧ୍ଯମ ରେ ଅତି ନିକଟକୁ ଅନୁଭବ କଲି। ଶୁଭେଚ୍ଛା ମ୍ଯାମ୍। ପ୍ରାର୍ଥନା ଆପଣଙ୍କ ସାହିତ୍ୟ ଜୀବନ ସୁସଂହତ ହୋଇ ଆଗକୁ ଆଗକୁ ଚାଲିଥାଉ ❤ପ୍ରଣାମ

  2. ଜିନାତମାମ୍ ଦର୍ଜୀ ବର୍ତ୍ତମାନ ପିଢ଼ିର ଏକ ଭିନ୍ୟ ସ୍ୱାଦର ଲେଖିକା । ଯାହାଙ୍କ ଲେଖନୀରେ କବିତା ହେଉ କି ଗଳ୍ପ ଜୀବନ୍ତ ହୋଇ ଉଠେ । ସେ ପାଠକର ଚାହିଦା ମୁତାବକ ଲେଖା ଟିଏ ଲେଖି ବାକୁ ପସନ୍ଦ କରନ୍ତି । ଯେବେ ଠୁ ସେ ଫେସ୍ ବୁକ୍ ରେ ନିଜ ଲେଖା ଗୁଡ଼ିକ ପୋଷ୍ଟ କଲେ ସେହି ଦିନରୁ ମୁଁ ତାଙ୍କ ପ୍ରାୟ ଲେଖା ପଢ଼ିଛି । ସେ ତାଙ୍କ ଶବ୍ଦ ଚାତୁରୀମାରେ ପାଠକ ମନ କୁ ଛୁଇଁଲା ଭଳି ଲେଖା ସବୁ ଲେଖନ୍ତି । ଆଜି ତାଙ୍କ ସାକ୍ଷାକାର ପଢିଲି ବହୁତ୍ ଭଲ ଲାଗିଲା । ଖୋଲା ହୁଦୟରେ ସେ ସାହିତ୍ୟ ପ୍ରତି ଥିବା ତାଙ୍କ ମନୋଭାବ ତଥା ନିଜ ମନ୍ତବ୍ୟ କୁ ଶବ୍ଦରେ ପରିପ୍ରକାଶ କରିଛନ୍ତି । ତାଙ୍କ ଆଗାମୀ ଦିନରେ ସାହିତ୍ୟ ଯାତ୍ରା ଆହୁରି ସୁଦୃଢ଼ ହେଉ । ଏ ସମାଜରେ ନିଜକୁ ଏକ ସୁସହିତ୍ୟିକ ଭାବେ ପ୍ରତିଷ୍ଠା କରିବାର ଚେଷ୍ଠା ଏମିତି ଜାରି ରହୁ । ତାଙ୍କ ସଫଳତା କାମନା କରୁଛି ।ମୋ ତରଫରୁ ଢେର୍ ସାରା ଶୁଭେଚ୍ଛା ଓ ଶୁଭକାମନା ।
    ଧନ୍ୟବାଦ୍

  3. ଶୁଭେଚ୍ଛା ଦିଦି ସାହିତ୍ୟ ର ଏ ଯାତ୍ରା ଆହୁରି ସୁଦୃଢ଼ ହେଉ। ବହୁତ ଆଗକୁ ଯାଓ।ମେଞ୍ଚାଏ ସ୍ନେହ,ପ୍ରେମ ସହ ଢ଼େର ସାରା ଭଲପାଇବା ❤️❤️

  4. ବାଃ ଦିଦି, ଖୁବ୍ ସୁନ୍ଦର୍ ଉତ୍ତର ସବୁ । ଅସୀମିତ ଶୁଭେଚ୍ଛା ।

Leave a Reply

Your email address will not be published. Required fields are marked *