*Lets talk with young and multi talented Ink slinger Parbati Pradhan ,hails from Lord Jagganath Dham Puri for SLF Literary Youth Icon Award contest-. 2022*
ନାମ -ପାର୍ବତୀ ପ୍ରଧାନ
ପିତାଙ୍କ ନାମ – ପ୍ରଫୁଲ୍ଲ ପ୍ରଧାନ
ମାତାଙ୍କ ନାମ – ଟିକିନା ପ୍ରଧାନ
ଜନ୍ମ ତାରିଖ –13.4.2000
ଘର ଠିକଣା :- ଗ୍ରାମ -ସମଙ୍ଗରା
ପୋଷ୍ଟ -ବାଲିଗୁଆଳି
ଜିଲ୍ଲା -ପୁରୀ
ପିନ୍ –752002
ଶିକ୍ଷାଗତ ଯୋଗ୍ୟତା – ସ୍ନାତକତ୍ୱର ପ୍ରଥମ ବର୍ଷ
Email ଠିକଣା-parbatipradhan700@gmail.com
Facebook/ମୁଖ ପୁସ୍ତିକା-: https://www.facebook.com/parbati.pradhan.1441
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ – ପୁରୀ ରୁ ପ୍ରକାଶିତ “ସତପାହାଚ” ପତ୍ରିକା ରେ ମୋ ଶିକ୍ଷୟିତ୍ରୀ ଙ୍କର କିଛି ଲେଖା ପଢ଼ି ସାରିବା ପରେ. ମୁଁ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲି ସେ ମୋର ଆଗ୍ରହ ଓ ଉତ୍କଣ୍ଠା ଦେଖି ସେ ମତେ ଲେଖା ଲେଖି ପାଇଁ କିଛି ପ୍ରେରଣା ଯୋଗାଇ ଦେଇଥିଲେ l ପରବର୍ତ୍ତୀ ସମୟରେ ମୋ ବାସ୍ତବ ଜୀବନରେ ଘଟିଥିବା ଦୁଃଖଦ ଘଟଣା ମତେ କଲମ ଚଳାଇବାରେ ସାହାଯ୍ୟ କରିଥିଲା l
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ -ପାଠପଢା ସହିତ ଲେଖାଲେଖି କରିବାପାଇଁ ମତେ କିଛି ଅସୁବିଧା ହୁଏନାହିଁ… ଯେତେବେଳେ ଯେଉଁସମୟରେ ଯାହା ଭାବନା ଟିଏ ମନକୁ ଆସେ ତାକୁ ଲେଖି ପକାଏ ପରବର୍ତ୍ତୀ ମୁହୂର୍ତ୍ତ ରେ ତାକୁ ବିସ୍ତାରିତ କରି କବିତା ଓ ଗଳ୍ପ ର ରୂପ ଦିଏ l
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ – ପ୍ରକୃତରେ ପ୍ରତ୍ୟକ୍ଷ ଭାବେରେ ଲେଖିବା ପାଇଁ ମୋତେ କେହି ସାହାଯ୍ୟ କରନ୍ତି ନାହିଁ କି ଭୁଲ ଠିକ ସୂଚନା ନଦେଲେ ମଧ୍ୟ ପରୋକ୍ଷ ରେ ଅନେକ କବି ଓ ଲେଖକ ଲେଖିକା ମାନଙ୍କର ଲେଖା ମୋ ଲେଖିବାର ପ୍ରେରଣା ପାଲଟି ଥାଏ।
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ -ଲେଖାଟିଏ ଲେଖିବା ପୂର୍ବରୁ ବିଷୟବସ୍ତୁ ସହିତ ସଂଶ୍ଲିଷ୍ଟ ତଥ୍ୟ ପ୍ରତି ଧ୍ୟାନ ଦିଏ କିପରି ନୂଆ ନୂଆ ଓ ଉତ୍ତମ ଶବ୍ଦ ପୁଞ୍ଜ ସୃଷ୍ଟି ହେଇପାରିବ ସେଥିପ୍ରତି ଧ୍ୟାନ ଦିଏ ଭୁଲ ଠିକ ପ୍ରତିଧ୍ୟାନ ଦିଏ. ଲେଖିସାରିବା ପରେ ଭାବେ ଲେଖାଟି କୁ କେତେ ଦୂର ପାଠକ ପସନ୍ଦ କରିବେ ଲେଖାଟି ସାମାଜିକ ଜୀବନରେ ପରିବର୍ତ୍ତନ ଆଣିପାରିବ କି ବା ସମାଜକୁ ସଚେତନତାର ବାର୍ତ୍ତା ଦେଇପାରିବକି
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ସହିତ୍ୟ ଜଗତର ବଳିଷ୍ଠ ସ୍ରଷ୍ଠା ମାନଙ୍କର ଯୁବପ୍ରତିଭା ମାନଙ୍କପାଇଁ ତ୍ୟାଗର ବଳିଦାନ ଓ ସେମାନଙ୍କର ସାହାର୍ଯ୍ୟ ସହଯୋଗ ସତପ୍ରଚେଷ୍ଟା ମୋ ଜୀବନର ସବୁଠୁ ବଡ଼ ଅନୁଭୂତି ହୋଇରହିବ
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ- ମୋ ମତରେ ଏହି ଉକ୍ତିଟି ଠିକ…ଯାହାର ଭାବନା ଓ ଚିନ୍ତନ ଯେତେ ଗଭୀର ତାହାର ଲେଖା ସେତେ ସୁନ୍ଦର.. ଜଣେ ଲେଖକ ଲେଖିବା ପୂର୍ବରୁ ସେ ଜଣେ ଭଲ ପାଠକ ଵି ହୋଇଥାଏ…ଯେତେ ବିସ୍ତାରିତ ଭାବରେ ପଢ଼ିବା ସେତେ ବିସ୍ତାରିତ ଭାବରେ ନୂଆ ନୂଆ ଶବ୍ଦ ଓ ଲେଖିବାର ଶୈଳୀ ମଧ୍ୟ୍ୟ ଜାଣିବା ତେଣୁ ବୟସ ର କୌଣସି ଗୁରୁତ୍ୱପୂର୍ଣ୍ଣ ନାହିଁ
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉ -ମୋର ପ୍ରିୟ ଲେଖିକା ଡ଼ ପ୍ରତିଭା ରାୟ ସେ ଏବେ ଧରା ପୃଷ୍ଠରେ ଜୀବିତ ଅଛନ୍ତି
ବ୍ୟାସ କବି ଫକୀର ମୋହନ ତଥା ଗାଳ୍ପିକ ମନୋଜ ଦାସ ଧରା ଧାମରେ ନଥିଲେ ମଧ୍ୟ୍ୟ ମୋ ହୃଦୟ ରେ ଜୀବିତ ରହିଛନ୍ତି ରହିଥିବେ
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଫକୀର ମୋହନ ସେନାପତି ଙ୍କ -ରେବତୀ,ରାଣ୍ଡି ପୁଅ ଅନନ୍ତା, ଡାକମୁନିସି, ଛମାଣ ଅଠା ଗୁଣ୍ଠ, ଲଛମ, ମାମୁଁ
ଗ୍ରାମ୍ୟ ଜୀବନର ଚାଲି ଚଳଣି ନିଛକ ପ୍ରତିଛବି ଓ ସାମାଜିକ ଜୀବନରଚିତ୍ର ପାରିବେଷିତ ହେବା ସଙ୍ଗେସଙ୍ଗେ ତହିଁରେ ଥିବା ଦୋଷ ଦୁର୍ବଳତା ତଥା କୁସଂସ୍କାର ନିରାକରଣ ନିମନ୍ତେ ସନ୍ଦେଶ ରହିଛି..
ଡ଼. ପ୍ରତିଭା ରାୟ -ଯଜ୍ଞସେନି, ଶିଳାପଦ୍ମ, ପରିଚୟ, ଉଲଂଘନ, ବର୍ଷ ବସନ୍ତ ବୈଶାଖ
ଆଧୁନିକ ନାରୀଜୀବନ ପ୍ରତି ଛବି, ନାରୀ ଜୀବନର ନିନ୍ଦନିକ ମୂଲ୍ୟବୋଧ ର ଭାବ ବିସ୍ତାର, ରୁଚିଶୀଳ ଆବେଗ, ତର୍କସିଦ୍ଧ ଦର୍ଶନ ପ୍ରେମ ପ୍ରଣୟ ଓ ଲଳିତ -ମଧୁର -ରମଣୀୟ ତାଙ୍କ ଲେଖନୀରେ ରହିଛି ଅନନ୍ୟ ସୃଷ୍ଟି
ମନୋଜ ଦାସ -ମନୋଜ ଦାସ ଙ୍କ କଥା ଓ କାହାଣୀ, ଆରଣ୍ୟକ, ଶେଷ ବସନ୍ତର ଚିଠି, ସମୁଦ୍ର ର କ୍ଷୁଧା,
ଶିକ୍ଷଣୀୟ ବିଷୟ ବସ୍ତୁ ପାଠ୍ୟ ପୁସ୍ତକ ଅନ୍ତର୍ଗତ ରହସ୍ୟ ଗଳ୍ପ ସାମାଜିକ ମୂଲ୍ୟବୋଧ ଦେଖିବାକୁ ମିଳେ
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ -ବନ୍ଧୁ ଓ ପରିବାର ବର୍ଗର ପ୍ରୋତ୍ସାହନ ଓ ଉତ୍ସାହ ସାହିତ୍ୟ ଜଗତରେ ପାଦଥାପି ଆଗକୁ ବଢିବା ପାଇଁମତେ ସାହାର୍ଯ୍ୟ ଓ ସହଯୋଗ କରିବା ସହିତ ସାହିତ୍ୟ ଯାତ୍ରା କୁ ସୁଗମ କରିପାରିଛି
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ -ପ୍ରତିକୂଳ ପରିବେଶ ମୋ ଲେଖାରେ ବ୍ୟାଘାତ ସୃଷ୍ଟି କରେ ଯାହାଦ୍ୱାରା ମୁଁ ଭାବନରୁ ବିଛ୍ୟୁତ ହୁଏ ପୂର୍ଣ୍ଣରବାର ଭାବନା ରାଇଜରେ ବୁଡି ଲେଖିବା ପାଇଁ କଷ୍ଟକର ହୋଇପଡେ
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ -ଗଳ୍ପ, କବିତା, କୋଟ୍ସ ଓ ପ୍ରବନ୍ଧ ଲେଖିବା ପାଇଁ ପ୍ରୟାସ କରୁଛି।
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଯଦି ଭବିଷ୍ୟତରେ କୌଣସି ପୁସ୍ତକ ଅବା ସଂକଳନ ପ୍ରକାଶିତ ହୁଏ ତେବେ ସେଥିରେ ଜୀବନ୍ତ କାହାଣୀ,ସାମାଜିକ ଐତିହାସିକ ପୃଷ୍ଠ ଭୂମି ନାରୀଜୀବନ ସଂଘର୍ଷମୟ ଦୁଃଖଦ କାହାଣୀ, କୁସଂସ୍କାର ଦୂରୀକର, ରମ୍ୟରଚନା ଉପସ୍ଥାପନା କରିବି ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରିପାରିବ ।
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ -ଯୁବପ୍ରତିଭା ମାନଙ୍କୁ ବିଶ୍ୱ ଦରବାରରେ ପରିଚିତ କରିବାପାଇଁ ଯେଉଁ ପ୍ରୟାସ ସବୁ କରାଯାଇଛି ଓ ନୂଆ ନୂଆ ବିଷୟ ବସ୍ତୁ ମାଧ୍ୟମରେ ପ୍ରତିଭା ଚୟନ କରିବା ପ୍ରକ୍ରିୟା ମତେ ବିଶେଷ ଭାବରେ ପ୍ରଭାବିତ କରିଛି।
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ -ଏହା ମୋପାଇଁ ଖୁସି ଓ ଗୌରବ ର କଥା. ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସ୍ୱତନ୍ତ୍ର ଓ ନୂତନ ପ୍ରୟାସ ଯୁବ ପ୍ରତିଭା ମାନଙ୍କୁଆଗେଇ ନେବାରେ ସହଯୋଗ କରୁଛି।
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ -ନା ମୋର କୌଣସି ଅଭିଯୋଗ ନାହିଁ କି ପରାମର୍ଶ ଦେବାର ନାହିଁ .. ଏହି ପରିବାରର ସଦସ୍ୟବୃନ୍ଦ ଯାହା ନିଷ୍ପତ୍ତି ନେବେ କବି କୂଳ ର ମଙ୍ଗଳ ଓ ଯୁବପିଢ଼ି ଙ୍କ ଭବିଷ୍ୟତ କୁ ଆଖି ଆଗରେ ରଖି ନେବେ।
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ସମାଜ ହିତରେ କଲମ ଧରିଛି
ସାହିତ୍ୟ କୁ କରି ପ୍ରାଣ
ତା ଠାରେ ତଲ୍ଲୀନ ତା ଠାରେ ମୁଁ ଲୀନ
ସେ ଅଟେ ମୋ ଜୀବନ
ଅହରହ ମନେ ଉଙ୍କି ମାରେ ଶବ୍ଦ
ଲେଖି ଦିଏ ପଦ ଧାଡ଼ିକି ଧାଡ଼ି
ଉତ୍ତମ ଶବ୍ଦ ରେ ସଜାଇ ଦେଲେ
ପାଲଟି ଯାଏ ସେ
ଗଳ୍ପ, ଉପନ୍ୟାସ,ଏକାଙ୍କିକା, କବିତା ପୁଣି
ଆହୁରି ଅନେକ…
ଏ’ତ ସାହିତ୍ୟ ଜଗତ
ସାହିତ୍ୟ ବିନା ମୋ ଜୀବନ ବ୍ୟର୍ଥ ll
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ -ସମାଜର ମଙ୍ଗଳପାଇଁ ସାହିତ୍ୟ ହେଉଛି ବଳିଷ୍ଠ ମାଧ୍ୟମ.. ମୁଁ ସାହିତ୍ୟ ସାଧନାରେ ନିଜକୁ ବ୍ରତୀରଖି ସାମାଜିକମୂଲ୍ୟବୋଧ , ପାରମ୍ପାରିକ ଓ ସତ୍ୟଘଟଣା, ନାରୀନିର୍ଯାତନା ମାଧ୍ୟମ ରେ ସମାଜର ମଙ୍ଗଳ କରିପାରିବି।
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ -ନା ମୋ ମତରେ କୌଣସି ପ୍ରକାର ପୁରସ୍କାର ସାହିତ୍ୟ ସର୍ଜନା କ୍ଷେତ୍ରରେ ଆବଶ୍ୟକ ହୁଏନାହିଁ.. କେବଳ ପାଠକଙ୍କ ମତାମତ ନିର୍ଭର କରେ ଗୋଟେ ଲେଖା ।
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ – ପୁରସ୍କାର ପ୍ରାପ୍ତ ବା ଅପ୍ରାପ୍ତ ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ଉପରେ କୌଣସି ପ୍ରକାର ପ୍ରଭାବ ପକାଏ ନାହିଁ. ଅନ୍ତର୍ନିହିତ ଭାଷା ହିଁ ସାହିତ୍ୟ ସୃଷ୍ଟି ର ମୂଳ କାରଣ ଯାହା ପରବର୍ତ୍ତୀ ମୁହୂର୍ତ୍ତ ରେ ଉଚ୍ଚ ସମ୍ମାନ ରେ ସମ୍ମାନିତ କରିଥାଏ।
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ -ଯେବେ ଠାରୁ ମୁଁ ଏହି ପରିବାର ସହିତ ପରିଚିତ ହୋଇଛି ସେବେଠାରୁ ଏହାର ନୀତି ନିୟମ ଦ୍ୱାରା ପ୍ରଭାବିତ ହୋଇଛି.. ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ସାମିଲ ହେବାର ସୁଯୋଗ ମିଳିଥିବାରୁ ମୁଁ ଅତ୍ୟନ୍ତ ଖୁସି ଅଛି।
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
Your thoughts are amazing and natural…keep it up
Her words are amazing
She is a good writer
ଶୁଭେଚ୍ଛା
Excellent
Good
Nice