*Lets talk with young and heroic Ink slinger Mr. Priyabrata Parida ,hails from Dhenkanal for SLF Literary Youth Icon Award contest-. 2022*
ନାମ – ପ୍ରିୟବ୍ରତ ପରିଡ଼ା
ପିତାଙ୍କ ନାମ- ପ୍ରଦୀପ କୁମାର ପରିଡ଼ା
ମାତାଙ୍କ ନାମ- ବିଜୟାଲକ୍ଷ୍ମୀ ପରିଡ଼ା
ଜନ୍ମ ତାରିଖ– ୧୯/୦୯/୧୯୯୮
ଘର ଠିକଣା– ଯୋରନ୍ଦା,ଢ଼େଙ୍କାନାଳ
ଶିକ୍ଷାଗତ ଯୋଗ୍ୟତା– ସ୍ନାତକ
ଇ-ମେଇଲ୍ ଠିକଣା- etechpriyabrat@gmail.com
Facebook/ମୁଖପୁସ୍ତିକା-:
https://www.facebook.com/parida.parida.583
ଶ୍ରଦ୍ଧେୟ ପ୍ରିୟବ୍ରତ!
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ. ଯୁକ୍ତ ଦୁଇ ପଢ଼ିବା ସମୟରେ ଗୋଟିଏ ମାତ୍ର କବିତା ଲେଖିଥିଲି ମୋ ଦୈନନ୍ଦିନ ଡ଼ାୟରୀ ରେ, ଯେଉଁଟି ଲୁଚି ରହିଯାଇଥିଲା ସେ କାଗଜ ଆଢୁଆଳ ରେ l ସ୍ନାତକ ପଢ଼ିବା ବେଳେ ଖୁବ୍ ପ୍ରେରିତ କରିଥିଲା ମୋ ମାମୁଁଙ୍କ କବିତା ସବୁ l କିନ୍ତୁ ଲେଖିପାରେନାହିଁ ସମୟ ଅଭାବ କାରଣରୁ l ହେଲେ ଚାକିରୀ ର ଦୁଇ ବର୍ଷ ପରେ ମାମୁଁଙ୍କ କବିତା ଦେଖି ପୁଣିଥରେ ଆଗ୍ରହୀ ହେଲି ମୋ ଭାବନାକୁ କଲମରେ ରୂପ ଦେବା ପାଇଁ l
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ. କଥାରେ ଅଛି କିଛି ମଧ୍ୟ ଅସମ୍ଭବ ନୁହଁ l କାରଣ “ଅସମ୍ଭବ” ଶବ୍ଦରେ ହିଁ “ସମ୍ଭବ” ଲୁଚି ରହିଛି l ସେମିତି ମୋର ଦୃଢ଼ ଇଚ୍ଛା ଶକ୍ତି ପାଇଁ ମୁଁ କର୍ମ ଜୀବନ ସହିତ ସାହିତ୍ୟ
ର ସର୍ବସମତା ରକ୍ଷା କରି ଚଳେ l
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ. ହଁ ପ୍ରେରଣା ତ ମୋ ମାମୁଁଙ୍କ ଠାରୁ ପାଇଛି, ହେଲେ ସାହିତ୍ୟ ଜଗତରେ ମୋର ପଥ ପ୍ରଦର୍ଶକ ହେଉଛନ୍ତି ଅରୁନ୍ଧତୀ ଲେଙ୍କା ମାଡ଼ାମ୍… ଯିଏ କି ସମ୍ପର୍କରେ ମୋର ଜଣେ ଖୁଡ଼ି ଲାଗିବେ l
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ. ଗୋଟିଏ ଲେଖା ଆରମ୍ଭ କରିବା ପୂର୍ବରୁ ମୁଁ ଧ୍ୟାନ ଦିଏ ଯେମିତି ମୋର ପ୍ରତିଟି ଶବ୍ଦ ଆକର୍ଷିତ କରିବ ପାଠକମାନଙ୍କର ଦୃଷ୍ଟିକୋଣକୁ ଏବଂ ଲେଖା ସାରିବା ପରେ ଇଚ୍ଛା ରଖେ କି ପାଠକ /ପାଠିକା ମାନେ ଏହା ଉପରେ କେଉଁ ସବୁ ମତାମତ ରଖୁଛନ୍ତି.. କାରଣ କେବେ କେବେ ସେମାନଙ୍କ ମତାମତ ମୋତେ ମୋ ତ୍ରୁଟି ମାର୍ଜନାରେ ସହାୟକ ହୋଇଥାଏ l
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉ. ଜଣେ ଯୁବ ଲେଖକ ଭାବେ ମୋର ସବୁଠାରୁ ବଡ଼ ଅନୁଭୂତି ହେଉଛି… ଥରେ ଆମ ଅଞ୍ଚଳରୁ ଜଣେ ନିରଞ୍ଜନ ସାର ମୋର ଏକ କବିତାର ଖୁବ୍ ପ୍ରଶଂସା କରିଥିଲେ ଏବଂ ଖୁବ୍ ଆଗକୁ ଯିବା ପାଇଁ ଉତ୍ସାହିତ କରିଥିଲେ l
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ. ହଁ, ଏହି ମନ୍ତବ୍ୟଟି ଠିକ୍ l କାରଣ ମୋ ମତରେ ଅଭିଜ୍ଞତା ଓ ଅନୁଭୂତିର ଲେଖା ଅଧିକ ଜୀବନ୍ତ ହୋଇଥାଏ l ଏବଂ ରହିଲା ବୟସ କଥା l ଆମେ କାହାର ବାହ୍ୟ ଆବରଣରୁ ତା’ର ମୂଲ୍ୟ ଆକଳନ କରିପାରିବାନାହିଁ l ତେଣୁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏଥିପାଇଁ l
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉ. ମୋର ପ୍ରିୟ ଲେଖିକା ହେଉଛନ୍ତି ପଦ୍ମଶ୍ରୀ ପ୍ରତିଭା ରାୟ l ହଁ ସେ ଏବେ ଏହି ଧରାପୃଷ୍ଠରେ ଜୀବିତ ଆହୁରି ମଧ୍ୟ ଦୁଇ ଜଣ ପ୍ରିୟ ଲେଖକ ତଥା ସାନ ଭାଇ ଅଛନ୍ତି ଯେଉଁମାନଙ୍କ ସହ ମୁଁ ଅଦ୍ୟରୁ ଜଡ଼ିତ ଏବଂ ତାଙ୍କ ଲେଖାରେ ମୁଁ ଶବ୍ଦର ଜୀବନ୍ତ ରୂପ ଦେଖିବାକୁ ପାଏ l
୧. ଅମିତ କୁମାର ସାହୁ
୨. ଶିବାନନ୍ଦ ବାରିକ
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ. ମୋର ପ୍ରିୟ ଲେଖିକା ହେଉଛନ୍ତି ପଦ୍ମଶ୍ରୀ ପ୍ରତିଭା ରାୟ ଏବଂ ତାଙ୍କ ସ୍ୱରଚିତ ଶିଳାପଦ୍ମ l
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ. ମୋ ପିତାମାତା, ବନ୍ଧୁ /ପରିବାର ବର୍ଗ ବହୁ ମାତ୍ରାରେ ଉତ୍ସାହିତ କରନ୍ତି ମୋତେ ଲେଖିବା ପାଇଁ l ସାଧାରଣତଃ ସମାଜରେ ଦେଖାଯାଉଥିବା ଅନ୍ଧବିଶ୍ୱାସ ଉପରେ ଲେଖିବାକୁ ମୋତେ ସେମାନେ ପ୍ରେରଣା ଯୋଗାନ୍ତି l
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ. ମୋ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର ହୋଇଥାଏ କୋଳାହଳ ପରିବେଶ, ଯାହା ମୋ ଭାବନାକୁ ପ୍ରକାଶ କରିବାରେ ବ୍ୟାଘାତ ସୃଷ୍ଟି କରିଥାଏ l
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ. ମୁଁ ମୁଖ୍ୟତଃ ସାହିତ୍ୟର କବିତା, ପ୍ରବନ୍ଧ ଉପରେ ଲେଖିଥାଏ l
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ. ନାଁ, ଏଯାବତ୍ ତ କୌଣସି ସଂକଳନ ମୋର ପ୍ରକାଶିତ ହୋଇନାହିଁ l କିନ୍ତୁ ଭବିଷ୍ୟତରେ ଯଦି ପ୍ରକାଶ ପାଏ, ତେବେ ସେଥିରେ ମୁଁ ଅଧିକ ଗୁରୁତ୍ୱ ଦେବି ନାରୀମାନଙ୍କ ଜୀବନ ଉପରେ ଏବଂ ସମାଜର କିଛି ଅନ୍ଧବିଶ୍ୱାସ ଏବଂ ହୀନ ମାନସିକତା ଉପରେ l
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ. ଏହି ପରିବାରର ସମସ୍ତ ପରିଚାଳକ ବୃନ୍ଦ ନବ ପ୍ରତିଭାମାନଙ୍କୁ ଯେଉଁ ସୁଯୋଗ ଦେଉଛନ୍ତି ତାହା ମୋତେ ବହୁତ ପ୍ରଭାବିତ କରିଛି l ଏଥିପାଇଁ ମୁଁ ଧନ୍ୟବାଦ ମଧ୍ୟ ଜଣାଉଛି ସମସ୍ତ କର୍ମକର୍ତ୍ତା ମାନଙ୍କୁ l
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ. ହଁ, ଏହି ବିଷୟରେ ମୁଁ ଅବଗତ ଅଛି l ଏବଂ ନିଜକୁ ଧନ୍ୟ ମନେ କରୁଛି ଏଭଳି ପରିବାର ସହ ଯୋଡ଼ି ହେବାର ସୁଯୋଗ ପାଇଥିବାରୁ l
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ. କୌଣସି ଅଭିଯୋଗ ତ ନାହିଁ କି ପରାମର୍ଶ ଦେବା ପାଇଁ ମୁଁ ଯୋଗ୍ୟ ମଧ୍ୟ ନୁହେଁ l କିନ୍ତୁ ଗୋଟିଏ ମତାମତ ରଖୁଛି, ୧ ବାର୍ଷିକ ମୁଖପତ୍ର ପ୍ରକାଶ କରିଲେ ଖୁବ୍ ସୁନ୍ଦର ହୁଅନ୍ତା l
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ. ବ୍ୟାଧି ସମ ଅଟେ ସାହିତ୍ୟର ନିଶା
ଛାଡ଼େନା ଆସକ୍ତି ଏହାର,
ରୋଗ ଆୟୁ ବଢ଼ି ମଜା ଦିଏ ଭାରି
ଉପଚାର ନାହିଁ ତା’ର ll
ବିରହୀ ପାଇଁ ସେ ସାଜିଯାଏ ସାଥୀ
ଦୁଃଖୀର ଉତ୍ତମ ମିତ୍ର,
ସର୍ବ ଦୁଃଖ କ୍ଳେଶ ହରିନେଇ ମନୁ
ଦେଖାଏ ବଞ୍ଚିବା ସୂତ୍ର ll
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ. ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ସମାଜରୁ କିଛି କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ହଟାଇବା ମୋର ମୂଳ ଲକ୍ଷ୍ୟ l
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ. ହଁ, କେତେକ ଙ୍କ କ୍ଷେତ୍ରରେ ଏହା ଆଶୀର୍ବାଦ ସଦୃଶ ହୋଇଥାଏ, ଯାହାକି ସେମାନଙ୍କୁ ଆହୁରି ସୁନ୍ଦର ଲେଖିବାକୁ ଉତ୍ସାହିତ କରିଥାଏ l କିନ୍ତୁ କିଛି ଲୋକ ପୁରସ୍କାର ପାଇ ଅହଙ୍କାରୀ ଏବଂ ଗର୍ବୀ ହୋଇଯାଆନ୍ତି ଯାହାକି ଅତ୍ୟନ୍ତ ଦୁଃଖର ବିଷୟ l
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ. ହଁ, ଏହା ସକାରାତ୍ମକ ପ୍ରଭାବ ପକାଇଥାଏ ଜଣେ ଉତ୍ତମ ଲେଖକ /ଲେଖିକା ଉପରେ l ଯାହା ଦ୍ୱାରା କି ସେମାନେ ଅଧିକ ଯତ୍ନଶୀଳ ହୁଅନ୍ତି ଆହୁରି ସୁନ୍ଦର ସୁନ୍ଦର ରଚନା କରିବାକୁ l
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ. ଏହା ତ ଅତ୍ୟନ୍ତ ଖୁସିର କଥା କି ମୋତେ ଏହି ସୁଯୋଗ ମିଳିଛି ଏବଂ ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ ଯାହାକି ମୁଁ ଏଯାବତ୍ କେଉଁଠି ଦେଖିନାହିଁ କିମ୍ବା ଜାଣିନାହିଁ l
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
ବହୁତ୍ ସୁନ୍ଦର୍ ହୃଦୟସ୍ପର୍ଶୀ ପ୍ରଶ୍ନୋତ୍ତର ରଖିଛନ୍ତି ଭାଇ, ଆଉ ଆପଣଙ୍କ ପ୍ରେରଣା ଦାୟୀ ବୃନ୍ଦ ମଧ୍ୟ ଉଚ୍ଚ କୋଟିର ମାନ ମର୍ଯ୍ୟାଦା ବୃଦ୍ଧି କରାଇଛନ୍ତି ଆପଣଙ୍କର, ବାସ୍ତବରେ ବହୁତ୍ ସୁନ୍ଦର୍ । ଏହି ପରି ପ୍ରେରଣା ଦାୟୀ ସବୁ କବି/ ଲେଖକ ମାନଙ୍କୁ ମିଳିବା ଆବଶ୍ୟକ ଓ ଆପଣଙ୍କ ଠାରୁ ବହୁତ୍ କିଛି ଶିଖିବାର ମଧ୍ୟ ଅଛି ।
ଧନ୍ୟବାଦ୍ ଭାଇ
ଅଶେଷ ଅଶେଷ ଧନ୍ୟବାଦ ସୁବ୍ରତ ଭାଇ
ଅତ୍ୟନ୍ତ ଚାତୁରୀକାର ସହ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ଆପଣ,
ବହୁତ ଭଲ ଲାଗିଲା ନିଜ କର୍ମମୟ ଜୀବନରେ ମଧ୍ୟ ସାହିତ୍ୟ ପାଇଁ ସମୟ ବାହାର କରୁଛନ୍ତି, ବହୁତ ଖୁସିର କଥା ଏମିତି ଲେଖନୀ ଚାଳନା କରି ସଭିଙ୍କ ମନ ମୋହୁ ଥାନ୍ତୁl
ଧନ୍ୟବାଦ ସ୍ଵାଗତିକା
ବହୁତ ସୁନ୍ଦର ଭାବରେ ସମସ୍ତ ପ୍ରଶ୍ନର ଉତ୍ତର ରଖିଛ। ଏମିତି ସାହିତ୍ୟ ଜଗତରେ ନିଜ ନାମକୁ ବହୁତ ଆଗକୁ ନିଅ। ନିଜର କର୍ମମୟ ଜୀବନ ଓ ସାହିତ୍ୟକୁ ସେମିତି ଭଲପାଉଥାଅ।
ଅଶେଷ ଅଶେଷ ଧନ୍ୟବାଦ ତପସ୍ୱିନୀ
ବହୁତ ସୁନ୍ଦର ଉତ୍ତର ରଖିଲେ ଭାଇ ❤♥️♥️♥️
ଆପଣଙ୍କ ଲେଖା ସବୁ ପ୍ରାୟ ମୁଁ ପଢ଼ିଛି…
ବହୁତ ସୁନ୍ଦର ଲାଗେ ♥️♥️♥️
ଧନ୍ୟବାଦ ଜଣାଉଛି ହୃଦୟ ଭାଇ