*Lets talk with most youngest writer and poetess of Odia Literature Archita Rout ,hails from Bhanjabhumi Ganjam for SLF Literary Youth Icon Award contest-. 2022*
ନାମ – ଅର୍ଚ୍ଚିତା ରାଉତ
ପିତାଙ୍କ ନାମ– ପ୍ରଦୀପ କୁମାର ରାଉତ
ମାତାଙ୍କ ନାମ-ପୂର୍ଣ୍ଣବାସୀ ରାଉତ
ଜନ୍ମ ତାରିଖ-20.9.2006
ଘର ଠିକଣା-ଆସିକା,ଗଞ୍ଜାମ
ଶିକ୍ଷାଗତ ଯୋଗ୍ୟତା-ଦଶମ ଶ୍ରେଣୀ
ଇ-ମେଇଲ୍ ଠିକଣା-architarouta5@gmail.com
Facebook/ମୁଖପୁସ୍ତିକା-
https://www.facebook.com/profile.php?id=100069599057233
ହେ ଯଶଶ୍ୱିନୀ ଅର୍ଚ୍ଚିତା!
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ. ବିଭିନ୍ନ ସମୟରେ ଆମ ବିଦ୍ୟାଳୟ ପାଠଗାରରେ ମହଜୁଦ ଥିବା ବିଭିନ୍ନ ପ୍ରକାରର ଗଳ୍ପ,ପ୍ରବନ୍ଧ ଉପନ୍ୟାସ ଆଦି ପୁସ୍ତକ ମାନଙ୍କୁ ଆଗ୍ରହ ର ସହିତ ପଢା ପଢି କରେ ଏବଂ କାହିଁକି କେଜାଣି ଇଚ୍ଛା ହୁଏ କିଛି ଲେଖିବା ପାଇଁ। କରୋନା ମହାମାରୀ ଆସିବା ହେତୁ ମୁଁ ଅନଲାଇନ ରେ ଶ୍ରେଣୀ ପାଠ ପଢାପଢି କଲି। ପିଲା ମନ ମୋର ଇଚ୍ଛା ହେଲା ଫେସବୁକ ଖୋଲିବି ଆଉ ଖୋଲିଲି ମଧ୍ୟ। ଏହି ଫେସବୁକ ଖୋଲିବା ପରେ ଆମ ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ସମ୍ଭ୍ରାନ୍ତ ଯୁବ ସଙ୍ଗୀତ ନିର୍ଦ୍ଦେଶକ କବି ଏବଂ ଉପସ୍ଥାପକ ଶ୍ରୀମାନ ରୂପଶ୍ରୀ ରାଇରଞ୍ଜନ ନନ୍ଦ ଗୁରୁଜୀ ଙ୍କ ସଂସ୍ପର୍ଶରେ ଆସିଲି। ସେ ହିଁ ମୋତେ ପ୍ରେରଣା ଯୋଗାଇ ଦେଲେ ଆଉ ମୋତେ ନେଇ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ପ୍ରତିଭା ପରିବାର ରେ ସାମିଲ କରିଲେ। ମୁଁ ବହୁତ ଉତ୍ସାହିତ ହେଲି ଆଉ ସେଠାରେ ଯେଉଁ ଲେଖକ ଲେଖିକା ମାନଙ୍କ ର ଲେଖା ସବୁ ଆସୁଥିଲା ମୁଁ ପଢ଼ିଲି ଏବଂ ଶିଖିଲି ଆଉ ଏବେ ଏବେ କିଞ୍ଚିତ ଲେଖା ଲେଖି ଆରମ୍ଭ କଲି। ଆପଣ ଆଶୀର୍ବାଦ ରହିଲେ ଆଗକୁ ମୁଁ ବଢ଼ିବି କିଛି ଶିଖିବି ଏବଂ ତା’ ପରେ କିଛି ଲେଖିବି।
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ.ପାଠ ପଢା କୁ ଅଧିକ ଗୁରୁତ୍ଵ ଦିଏ, ଏବଂ ଅବସର ସମୟରେ ମୋର ପରିକଳ୍ପନା କୁ ସୁନ୍ଦରସୃଷ୍ଟି ଟିଏ ଗଢି ତୋଳିବା ପାଇଁ ବିନିଯୋଗ କରେ l
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ. ରାଇରଞ୍ଜନ ଗୁରୁଜୀ ମୋର ପଥ ପ୍ରଦର୍ଶକ ଅଟନ୍ତି, କବିତାର ସ୍ୱରୂପ, ଧ୍ଵନି ସଂଯୋଗ ବ୍ୟାକରଣ ଗତ ତ୍ରୁଟି ବିଷୟରେ ଅବଗତ କରାଇବା ସହ ପାଦେ ପାଦେ ମାର୍ଗଦର୍ଶନ ଦିଅନ୍ତି, ପ୍ରତିଭା ଅନୁଷ୍ଠାନ ରେ କବିତା ଆବୃତ୍ତି ଦ୍ୱାରା ଜଡ଼ିତ ହେବା ଦିନ ଠାରୁ ମୁଁ ତାହାଙ୍କ ସହ ପରିଚିତ ହୋଇ ପାରିଛି l
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ?
ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ. ଶବ୍ଦ ସଂଯୋଜନା, ଧ୍ୱନି ସଂଯୋଗ, ଉପସ୍ଥାପନା ଶୈଳୀ, ଏବଂ କବିତା ର ଅନ୍ତଃସ୍ୱର ଉପରେ ବିଶେଷ ଧ୍ୟାନ ଦିଏ l ଏବଂ ଲେଖା ସାରିବା ପରେ ପାଠକୀୟ ମତାମତ ଉପରେ ଇଚ୍ଛା ରଖିଥାଏ l
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉ.ଏ ସାରସତ୍ଵ ଯାତ୍ରାରେ ଅନେକ ସୁସାହିତ୍ୟିକ ଙ୍କୁ ଭେଟିଛି। ଅନେକ କଥା ଶିଖିବାକୁ ମିଳିଛି। ଅନୁଭୂତି ଯେତେ ବଖାଣିଲେ ବି କମ୍ ହେବ l
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ.ଆଜ୍ଞା ମୁଁ ଏହି ଉକ୍ତି ଟିକୁ ନିଶ୍ଚିତ ଭାବରେ ଠିକ ବୋଲି ବିବେଚନା କରିବି। କାରଣ ଆପଣ ମାନେ ଦେଖନ୍ତୁ ମୋର ବୟସ ମାତ୍ର ୧୫ ବର୍ଷ ହେଲେ ମୁଁ ଯେହେତୁ ଅନେକ ଙ୍କୁ ପଢୁଛି ମୁଁ ବି ଲେଖି ପାରୁଛି। ହୁଏତଃ କେତେକାଂଶ ରେ ମୋ ଲେଖା ସମାଜର ପାଠକ ମାନଙ୍କୁ ସେତିକି ଖୁସି କରି ପାରୁ ନଥିବ ବୋଲି ଭାବୁଛି , କାରଣ ମୁ ସେତେ ମାତ୍ରାରେ ଚିନ୍ତା ଚେତନା ର ଶକ୍ତି କୁ ଆହରଣ କରି ପାରି ନାହିଁ। ଗଭୀର ଚିନ୍ତନ କରିବା ପାଇଁ ହେଲେ ଆହୁରି ଅଧିକ ଅଧିକ ପୁସ୍ତକ ପଠନ ମନନ କରିବା ପାଇଁ ପଡିବ l
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ.ମୁଁ ପଢିବାକୁ ଖୁଵ ଭଲ ପାଏ ତେଣୁ ମୁଁ ସମସ୍ତଙ୍କୁ ମୋର ଆଦର୍ଶ ମାନେ , ମୋର ତ ସମସ୍ତେ ପ୍ରିୟ ମୁଁ କାହା ନାମ ନେବି ଯେ। ତେଣୁ ସେହି ମହାନୁଭବ ମୋର ଆଦର୍ଶ ପ୍ରାତପୂଜ୍ୟ ଜ୍ଞାନୀ ସଜ୍ଜନ ମାନଙ୍କୁ ମୁଁ ଏହିଠାରୁ ଶବ୍ଦ ଜୁହାର କରୁଛି।
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ. ମୋ ପରିବାର ସମ୍ପୂର୍ଣ୍ଣ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ଲେଖା ଲେଖି କରିବା ପାଇଁ l ସେମାନେ ଆଧ୍ୟାତ୍ମିକତା, ସମାଜ ସଂସ୍କାରକ, ଜୀବନଧର୍ମୀ ଏହି ବିଷୟ ମାନଙ୍କ ରେ ଲେଖିବା ପାଇଁ ଅଧିକ ପ୍ରେରଣା ଯୋଗାନ୍ତି l
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ.ପୁରାତନ ସାହିତ୍ୟ କୁ ଶିଖି କୌଣସି ରାଗ ରାଗିଣୀ ରେ ପୂର୍ବ ସୁରୀଙ୍କ ପରି ରଚନା ପାଇଁ ଅଧ୍ୟୟନ ଜରୁରୀ। ସାହିତ୍ୟରେ ଅଧ୍ୟୟନ ସୁଚାରୁ ରୂପେ ନ ହୋଇ ପାରିଲେ ଧାଡ଼ିଟିଏ ବି ଲେଖିବା କଷ୍ଟ ହେବ l
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ.ମୁଁ ବର୍ତ୍ତମାନ କେବଳ କାବ୍ୟ ଜଗତର ଦ୍ୱାର ଦେଶରେ ଛିଡା ହୋଇ ଆପଣ ମାନଙ୍କ ଆଶୀର୍ବାଦ ଭିକ୍ଷା କରୁଅଛି। ଆପଣ ମାନେ ଅକୁଣ୍ଠ ଚିତ୍ତରେ ମୋ ପରି ବାୟାଣୀ ମୁଣ୍ଡ ଉପରେ ଅଜସ୍ର ଭଲପାଇବା ସ୍ନେହ ଏବଂ ଉପଦେଶ ମାନ ଅଜାଡି ଦେଉଛନ୍ତି । ଆଉ ମୁଁ କିଛି କବିତା ଲେଖି ପାରୁଛି। ଆଗାମୀ ଦିନରେ ମୁଁ ସାହିତ୍ୟର ଅନ୍ୟ ସମସ୍ତ ବିଭାଗ ରେ ଲେଖା ଲେଖି କରିବା ପାଇଁ ମୋର କଲମ କୁ ମନାଇ ଦେବି ବୋଲି ମୁଁ ଗଭୀର ମତପୋଷଣ କରୁଛି।
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ.ଏଯାବତ୍ ହୋଇନି ଯେହେତୁ ମୁଁ ନୂଆଁ ନୂଆଁ ଲେଖିବା ଆରମ୍ଭ କରିଛି। ଯେବେ ସଙ୍କଳନ କରିବା ଉପଯୋଗୀ ହୋଇ ପାରିବ ସେତେବେଳେ ପ୍ରେମ ଏବଂ ସାମାଜିକ ସଂସ୍କାର ସମ୍ପନ୍ନ କବିତା ଗୁଡ଼ିକୁ ସ୍ଥାନିତ କରିବି ବୋଲି ଆଶା କରେ l
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ. ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ ମୋର ଯଥେଷ୍ଟ ଜ୍ଞାନ ନାହିଁ,ସମ୍ପୂର୍ଣ୍ଣ ନୂଆ ମୋ ପାଇଁ ତଥାପି, ଓଡ଼ିଆ ଭାଷା ସାହିତ୍ୟ କୁ ସାରା ବିଶ୍ୱରେ ପ୍ରଚାର ଓ ପ୍ରସାର କରିବାର ଏହି ପ୍ରୟାସ, ତଥା ମୋ ଭଳି ଅନେକ ନୂତନ ପ୍ରତିଭାଙ୍କୁ ଆଗକୁ ବଢିବାର ସୁଯୋଗ ପ୍ରଦାନ କରିବା ପ୍ରୟାସ ମତେ ଖୁବ ଭଲ ଲାଗିଛି l ଏହି ଅନୁଷ୍ଠାନ ର ନିୟମାବଳୀ, ଏବଂ କବିତା ଆସରରେ ଶୃଙ୍ଖଳାରକ୍ଷା ଆଦି ବହୁତ ପ୍ରଭାବିତ କରିଛି l
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ.ଏ କଁଣ ମୁଁ ସ୍ୱପ୍ନ ଦେଖୁ ନାହିଁତ, ମୋ ପରି ସାଧାରଣ ପଲ୍ଲୀ ଗ୍ରାମ ବାଲିସିରାରେ ଜନ୍ମିତ ପିଲା ଆଜି ବିଶ୍ୱ ଦରବାରରେ ନିଜର ସମ୍ପୂର୍ଣ୍ଣ ଅନାଲୋଚିତ ସାରସ୍ୱତ ପ୍ରତିଭା କୁ ଉପସ୍ଥାପନ କରିବାର ଯେଉଁ ସୁବର୍ଣ୍ଣ ସୁଯୋଗ ପାଇଛି ସେଇଟା ମୋ ପାଇଁ ବଡ଼ କଥା l
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ.ଅଭିଯୋଗ ତ ନାହିଁ l ପରାମର୍ଶ ରହିବା ଓଡ଼ିଆ ସାହିତ୍ୟିକ ମାନଙ୍କୁ ବିଶ୍ଵ୍ୟସ୍ତରୀୟ ପ୍ରଶଂସିତ କରିବା, ଆପଣଙ୍କର ପ୍ରୟାସ ସବୁବେଳେ ବଳବତ୍ତର ରହୁ l
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ.
ସୁନ୍ଦର ସାବଲୀଳ ଶବ୍ଦ ରେ ଯା ଜନ୍ମ,
ସୁରକ୍ଷିତ ସମାଜ ଯେ ଗଢିବା ତା କର୍ମ l
ମନୋରଞ୍ଜନ ର ଏକ ମାଧ୍ୟମ ପାଲଟେ,
ଗଳ୍ପ, କବିତା, ଢଗ ବଳେ ଖୁସି ଯିଏ ବାଣ୍ଟେ l
ଅବ୍ୟକ୍ତ ଭାବନା କୁ ପ୍ରକାଶ ଯେ କରେ,
ତାକୁ ମୁହିଁ ମୋ ଭାଷାରେ ସାହିତ୍ୟ ବୋଲାଏ l
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ.ସାହିତ୍ୟ ର ଅର୍ଥ ହେଉଛି ସମାଜର ହିତ ସାଧନା କରିବା , ମୁଁ ତ ଏବେ ଏବେ ସାହିତ୍ୟରେ ପାଦ ଦେଇଛି । ଶୁଣିଛି ଏହି ସାହିତ୍ୟର ବାଟ ଭାରି ଖସଡ଼ା , ତେଣୁ ମୋତେ ପ୍ରଥମେ ଏହି ସାହିତ୍ୟ ବାଟରେ ପାଦର ବୁଢା ଆଙ୍ଗୁଠି କୁ ଚିପି ଚିପି ସଳଖ ଭାବରେ ଚାଲିବା ଶିଖିବି। ଆଗାମୀ ଦିନରେ ମୋ ପୂର୍ବଜ କବିଙ୍କୁ ଅନୁସରଣ କରି ଉଦବୋଧନ ମୂଳକ ଲେଖା ଲେଖିବି ଯାହା ଫଳରେ ସମାଜରେ କିଞ୍ଚିତ ପରିବର୍ତ୍ତନ ଆଣି ପାରିବି।
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ.ନିଶ୍ଚିତ ଭାବରେ ପୁରସ୍କାର ପ୍ରତିଭାର ବିକାଶ ଦିଗରେ ସହାୟକ ହୁଏ, ପ୍ରତିଭୁ ମାନଙ୍କୁ ପ୍ରୋତ୍ସାହିତ କରେ l
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ.ପୁରସ୍କାର ରୁ ବଞ୍ଚିତ ହୋଇ ଦୂର୍ବଳମନା ହେବା, ନିଜ ପ୍ରତିଭା ପ୍ରତି ଅବହେଳା କରିବା ଆଦୌ ପ୍ରକୃତ ବିଜ୍ଞ ବ୍ୟକ୍ତିଙ୍କ ପକ୍ଷରେ ଦୃଷ୍ଟି ଗୋଚର ହୁଏ ନାହିଁ l
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ. ଏହିପରି ଏକ ସ୍ୱତନ୍ତ୍ର ସୁଯୋଗ୍ ଦେଇଥିବାରୁ, ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ପ୍ରତିଷ୍ଠାତା, ତଥା ସମସ୍ତ କର୍ମକର୍ତା ଙ୍କୁ ମୋର ଶତ ଶତ ପ୍ରଣାମ 🙏🙏ଆପଣମାନଙ୍କ ନିକଟରେ ଏ ବାୟାଣୀ ଚିରକୃତଜ୍ଞ ରହିବ l
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
ବାଃ, ତୁମର ଶିକ୍ଷଣୀୟ ଉତ୍ତରସବୁ ପଢ଼ି ମୁଁ ଧନ୍ୟ ହେଲି ।
ଖୁବ୍ ଆଗକୁ ଯାଅ ମାଆ……
ଅଶେଷ ଧନ୍ୟବାଦ ଜଣାଉଛି l
Archita …lots of love ✨
Sabu jinisa gudika bahut badhia se relate karichu ⭐bahut agaku badhee love u❤
Thanks re❤Love youu
always shine like this
A bright future is waiting for you My dear bestie
Thanks my dear❤❤loads of lov to uh darlo
ହେ ମୋର ସବୁଠାରୁ ପ୍ରିୟ ଭଉଣୀ ଅର୍ଚ୍ଚିତା, ତୁମ ଉତ୍ତର ପଢ଼ି ମୁଁ ଅତ୍ୟନ୍ତ ଖୁସି l ଓଡ଼ିଆ ସାହିତ୍ୟ ଜଗତରେ ତୁମେ ଦିନେ ସ୍ୱତନ୍ତ୍ର ସ୍ଥାନର ଅଧିକାରିଣୀ ହେବା ସହ ଦୀର୍ଘାୟୁ ହୁଅ,ଏହା ଆମ ଇଷ୍ଟ ଦେବୀ ମାଆ ତାରାତାରିଣୀ ଙ୍କ ନିକଟରେ ପ୍ରାର୍ଥନା l
ଅଜସ୍ର ଧନ୍ୟବାଦ ସହ, କୃତଜ୍ଞତା ଜଣାଉଛି ଭାଇ ପ୍ରଣାମ ନେବେ,ଆଶୀର୍ବାଦ ସଦା ରହିଥାଉ…
Waaahhh
Thanks dear
God bless you Dearie ❤️
Thank uu dee❤
ଭାରି ଖୁସି ଲାଗୁଛି ଦିଦି ତୁମକୁ ପଢି ❤️❤️❤️ଅନେକ ଅନେକ ଶୁଭେଚ୍ଛା Loads of love to and best wishes to uh my one nd only sister.. may god bless you dee❤️
Lots of love to uh… ❤God bless you chotu
ବହୁତ ବଢ଼ିଆ ଉତ୍ତର ଗୁଡିକ ରଖିଲ । ସବୁଠୁ ବଡ଼ କଥା ହେଲା ନିଜକୁ ନିଃସ୍ୱ କରିଦେଇ ଅହଂକାର ଶୂନ୍ୟ ହୋଇ ଉତ୍ତର ରଖିଛ ।
ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ସାର୍, ଏ ଭଲପାଇବା ଆଶୀର୍ବାଦ ଆଗରେ ଚିରଋଣୀ
ଅଜସ୍ର ଶୁଭେଚ୍ଛା ଓ ଅଭିନନ୍ଦନ ଅର୍ଚ୍ଚିତା।
ଉତ୍ତରଣ ହେଉ ତୁମ ସାହିତ୍ୟ ଜୀବନ
ଭାଇ ଆଶୀର୍ବାଦ କାମନା କରିବି l
ଆରେ ବାଃ….
କିଏ କହିଲାରେ ତୁମେ ସାନ…
ସୁନ୍ଦର ଭାବରେ ସମସ୍ତ ଉତ୍ତର ରଖିଲ….
ପ୍ରେମ ବାଣ୍ଟିବାର ତୁମର ଆଶା ଦିନେ ନିଶ୍ଚୟ ସଫଳ ହେଉ….
ଅଜସ୍ର ଶୁଭେଚ୍ଛା ପ୍ରିୟ ସାନ ଭଉଣୀ
♥️♥️♥️♥️
ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ଭାଇ
ପ୍ରଣାମ ନେବେ ❤❤