September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

*Lets talk with young and heroic warrior of Odia Literature Mr. Jagannath Choudhury ,hails from Bhanjabhumi Ganjam for SLF Literary Youth Icon Award contest-. 2022*

*Lets talk with young and heroic warrior of Odia Literature Mr. Jagannath Choudhury ,hails from Bhanjabhumi Ganjam for SLF Literary Youth Icon Award contest-. 2022*

ନାମ – ଜଗନ୍ନାଥ ଚୌଧୁରୀ
ପିତାଙ୍କ ନାମ– ଭାସ୍କର ଚୌଧୁରୀ
ମାତାଙ୍କ ନାମ-ବିନୋଦିନୀ ଚୌଧୁରୀ
ଜନ୍ମ ତାରିଖ-୦୫/୦୪/୧୯୯୫
ଘର ଠିକଣା-ନୂଆପେଣ୍ଠ, ଗଞ୍ଜାମ, ଓଡ଼ିଶା
ଶିକ୍ଷାଗତ ଯୋଗ୍ୟତା-ବି.ଏସ୍ ସି ,ବି.ଇଡି
ଇ-ମେଇଲ୍ ଠିକଣାjagachaudhuru113@gmail.com

Facebook/ମୁଖପୁସ୍ତିକା-:

https://www.facebook.com/jagannath.choudhury.71

ଶ୍ରଦ୍ଧେୟ ଜଗନ୍ନାଥ!

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉ:ଆମ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ିବା ସମୟରେ ମୋର ମାତୃଭାଷା ବିଷୟ ପ୍ରତି ଅହେତୁକ ଦୁର୍ବଳତା ଥିଲା ଏବଂ ମାତୃଭାଷା ପରୀକ୍ଷାରେ ମୁଁ ସର୍ବଦା ପ୍ରଥମ ହୁଏ l ମାତୃଭାଷା ପ୍ରତି ମୋର ଭଲ ପାଇବା ଦେଖି ମୋ ସାହିତ୍ୟ ଶିକ୍ଷକ ଶ୍ରୀ ମାଧବ ପାଢ଼ୀ ମହାଭାଗ ମୋତେ ସର୍ବଦା ପ୍ରେରଣା ଯୋଗାଉଥିଲେ ଏବଂ ସମସ୍ତ ସହପାଠୀ ମଧ୍ୟ ଉତ୍ସାହିତ କରୁଥିଲେ l ସପ୍ତମ ଶ୍ରେଣୀରେ ପଢ଼ିବା ସମୟରେ ପ୍ରବନ୍ଧ ଏବଂ ସରଳାର୍ଥ ଲେଖିବା ବେଳେ ମଝିରେ ମଝିରେ ବିଷୟ ସମ୍ପର୍କିତ କେତୋଟି ଏକପଦୀ ଲେଖିଦିଏ ଏହା ଦେଖି ଦିନେ ମାଧବ ଗୁରୁଜୀ କହିଲେ; ଜଗା ତୁମେ ତ ସୁନ୍ଦର ଏକପଦୀ ଲେଖୁଛ ,ଗୋଟିଏ କାମ କର ଏବେ ତ ଶୀତଋତୁ ଚାଲିଛି ଶୀତଋତୁରେ ଆମ ଗାଁରେ ଯେଉଁ ସବୁ ଦୃଶ୍ୟ ଦେଖୁଛ ତାକୁ ନେଇ କେତୋଟି ଏକପଦୀ ଲେଖ l କବିତାର ‘କ’ ଏବଂ ସାହିତ୍ୟର ‘ସ’ ଅକ୍ଷର ଜାଣିନଥିବା ପିଲାଟି କେତୋଟି ଏକପଦୀ ଲେଖିଥିଲା ତାହାକୁ କିଛି ମାତ୍ରାରେ ସଂଶୋଧନ କରି ଏକ ସୁନ୍ଦର କବିତାର ରୂପ ଦେଲେ ପୂଜ୍ୟ ମାଧବ ଗୁରୁଜୀ l ଠିକ୍ ସେହିଦିନ ଠୁ ସାହିତ୍ୟ ମୋ ଜୀବନର ଅବିଛେଦ୍ୟ ଅଙ୍ଗ ପାଲଟି ଗଲା l

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ:ଯୁକ୍ତ ୨ ବିଜ୍ଞାନ ପଢିଲା ସମୟରେ ପାଠରେ ଅଧିକ ଧ୍ୟାନ ଦେଇ ଲେଖାଲେଖି କମାଇ ଦେଇଥିଲି l ଯୁକ୍ତ ୩ ପ୍ରଥମ ବର୍ଷ ପଢିଲା ବେଳେ ଆମ ଗଞ୍ଜାମ ଜିଲ୍ଲାରେ ଫାଇଲିନ୍ ହୋଇଥିଲା ସେହି ବିଷୟରେ କବିତା ଲେଖିଥିଲି ଯାହାକି କଲେଜ୍ ମେଗାଜିନ୍ ରେ ସ୍ଥାନିତ ହୋଇଥିଲା l ବର୍ତ୍ତମାନ ସରକାରୀ ଚାକିରୀ କରିବା ଆଶାରେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେବା ସହ ସମାଜସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅଗ୍ରସର ହେଉଛି l ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ ପାଠପଢା ସହ ସନ୍ତୁଳନ ରକ୍ଷାକରି ସାହିତ୍ୟ ସାଧନା ଜାରି ରଖିଛି l

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

ଉ:ହଁ, ଆମ ଭଞ୍ଜ ମାଟିର ଅନନ୍ୟ ପ୍ରତିଭା ରୂପଶ୍ରୀ ରାଈରଞ୍ଜନ ନନ୍ଦ ତଥା ପ୍ରିୟ ରାଜ୍ ଭାଇନା ସର୍ବଦା ମୋତେ ଏ ଦିଗରେ ସାହାଯ୍ୟ କରନ୍ତି l ପ୍ରତି ଟି ସାହିତ୍ୟ ରଚନା କୁ ସର୍ବପ୍ରଥମେ ମୁଁ ରାଜ୍ ଭାଇନାଙ୍କୁ ପ୍ରେରିତ କରେ ଏବଂ ସେ ସଂଶୋଧନ କରି ପୂର୍ଣ୍ଣାଙ୍ଗ ରୂପ ପ୍ରଦାନ କରନ୍ତି l ସୋସିଆଲ ମିଡ଼ିଆ ମାଧ୍ୟମରେ ତାଙ୍କ ସହ ମୋର ପ୍ରଥମ ପରିଚୟ ଆଉ ତା ପରେ ନରେନ୍ ନାମକ ମାସିକ ସାହିତ୍ୟ ପତ୍ରିକା ଉନ୍ମୋଚନ ଅବସରରେ ପ୍ରଥମ ସାକ୍ଷାତ l ଆଉ ସେହିଦିନ ଠୁ ବଡ଼ ଭାଇ ଆଉ ସାନ ଭାଇର ସମ୍ପର୍କ l

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉ:ବିନା ଭାବନାରେ ତ ସାହିତ୍ୟ ସର୍ଜନା ଅସମ୍ଭବ ! କୌଣସି ବିଷୟକୁ ଆଧାର କରି ଲେଖିବା ପୂର୍ବରୁ ପ୍ରଥମେ ମୁଁ ସେ ବିଷୟବସ୍ତୁକୁ ମନରେ ଏକ କାଳ୍ପନିକ ରୂପ ଦିଏ ଆଉ ତା ପରେ ସମ୍ପୂର୍ଣ୍ଣ ବ୍ୟାକରଣ ଯୁକ୍ତ ତ୍ରୁଟି ରହିତ ହୋଇ ଲେଖାକୁ ବାସ୍ତବ ରୂପ ଦେବା ଆରମ୍ଭ କରେ l ଲେଖିବା ପରେ ମୁଁ ଭାବେ ଯଦି ମୋ ଲେଖା ଦ୍ୱାରା ଯଦି ସମାଜର ଜଣେ ବି ଲୋକ ଅନୁପ୍ରାଣିତ ହୁଅନ୍ତି ତା ହେଲେ ମୋ ଲେଖା ବାସ୍ତବରେ ବାସ୍ତବରୂପ ନେବ l

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଉ:ଯୁବକବି ଭାବେ ତ ଅନେକ ସାହିତ୍ୟ ଅନୁଷ୍ଠାନରୁ ପୁରସ୍କୃତ ହୋଇଛି କିନ୍ତୁ ନିଜ ଜନ୍ମମାଟିର ସାହିତ୍ୟ ଅନୁଷ୍ଠାନ ଉପାନ୍ତ ସାଂସ୍କୃତିକ ସାହିତ୍ୟ ସେବା ସଂସଦ ଦ୍ୱାରା “ଯୁବକବି ସମ୍ମାନ-୨୦୨୧” ରେ ଭୂଷିତ ହୋଇ ନିଜ ଅଞ୍ଚଳର ସାହିତ୍ୟିକ ମାନଙ୍କ ଠାରୁ ଆଶୀର୍ବାଦିତ ହେବା ମୋ ଜୀବନର ଏକ ବିଶେଷ ମୁହୂର୍ତ୍ତ କାରଣ ଯେତେ ଯେଉଁଠି ପ୍ରଶଂସିତ ହେଉଛ ହୁଅ କିନ୍ତୁ ନିଜ ଜନ୍ମମାଟିରୁ ପ୍ରଶଂସିତ ହେବା ଖୁବ୍ ନିଆରା l

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ:ହଁ ଶତ ପ୍ରତିଶତ ଠିକ୍ l ଗଭୀର ଚିନ୍ତନ ଓ ସ୍ୱଦ୍ଧେୟ ଦ୍ୱାରା ହିଁ ସୁନ୍ଦର ସୃଜନୀର ସୃଷ୍ଟି l ମୋ ମତରେ ଜଣେ ଭଲ ପାଠକ ହିଁ ଗଭୀର ଚିନ୍ତନ ଦ୍ୱାରା ସୁନ୍ଦର ସୃଜନୀ ସୃଷ୍ଟି କରିପାରେ ତେଣୁ ମୁଁ କହିବି ଯଦି ଜଣେ ଭଲ ପାଠକ ନୁହଁ ତ; ସିଏ ଭଲ ସାହିତ୍ୟିକ ବି ନୁହେଁ l ମୋ ଅନୁଭୂତି ଯାହା ମୁଁ ପ୍ରଥମେ ନିଜେ ପାଠକ ହୁଏ ଆଉ ତା ପରେ ଲେଖନୀ ଚାଳନା ଆରମ୍ଭ କରେ l

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?

ଉ:ସମସ୍ତ ସାହିତ୍ୟିକ ମୋ ପାଇଁ ଜଣେ ଜଣେ ପ୍ରେରଣାର ଉତ୍ସ କାରଣ କାହା ଠାରୁ କ’ଣ ଶିଖେ, ତେଣୁ ସମସ୍ତେ ମୋର ପ୍ରିୟ ଅଟନ୍ତି l

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।

ଉ:ମହାନ ଗାଳ୍ପିକ ତଥା କଥାକାର ମନୋଜ ଦାସଙ୍କ ଜହ୍ନ ରାତିର ସେତୁ,ପ୍ରକୃତି କବି ଗଙ୍ଗାଧର ମେହରଙ୍କ “ଅର୍ଘ୍ୟଥାଳୀ” କବିତା ସଂକଳନ ର ପ୍ରତ୍ୟେକ କବିତା ମୋତେ ବହୁତ ଭଲ ଲାଗେ l ସମ୍ପ୍ରତି ରୂପଶ୍ରୀ ରାଈରଞ୍ଜନ ନନ୍ଦଙ୍କ ରଚିତ ଆଧୁନିକ କବିତା ବିଶେଷ କରି ‘କର୍ଣ୍ଣ ‘ ଏବଂ ଆଦିତ୍ୟ ଦାସଙ୍କ ରଚିତ ସମସ୍ତ ଛନ୍ଦ କବିତା ମୋର ବହୁତ ପସନ୍ଦ l

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

ଉ:ହଁ, ମୋ ପରିବାର ଲୋକେ ସମସ୍ତେ ମୋତେ ସହଯୋଗ କରନ୍ତି ସେମାନଙ୍କ ବିନା ମୁଁ କିଛି ନୁହଁ l ସର୍ବୋପରି ଏ କ୍ଷେତ୍ରରେ ମୋ ବାପା ମୋତେ ବହୁତ ସହଯୋଗ କରନ୍ତି, ଯେହେତୁ ସେ ଆଧ୍ୟାତ୍ମିକବାଦୀ ଏବଂ ନିତ୍ୟ ପୁରାଣ ପାଠକ ତେଣୁ ଆଧ୍ୟାତ୍ମିକ ସୃଷ୍ଟି ସର୍ଜନା ବେଳେ ତାଙ୍କ ଠାରୁ ପରାମର୍ଶ ନିଏ ଏବଂ ସମାଜରେ ଘଟୁଥିବା ବିଭିନ୍ନ ଘଟଣାକୁ ଆଧାର କରି ସୃଜନୀ ସୃଷ୍ଟି କରିବାକୁ ପ୍ରେରଣା ପାଏl

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?

ଉ:ବେଳେବେଳେ କିଛି ନୂଆ ଭାବନା ମନରେ ସୃଷ୍ଟି ହୋଇଥାଏ କିନ୍ତୁ କାର୍ଯ୍ୟବ୍ୟସ୍ତତା ହେତୁ ତାହାକୁ ଲିପିବଦ୍ଧ କରିହୁଏ ନାହିଁ l ଯେତେବେଳେ ସମୟ ମିଳେ ଲେଖିବା ପାଇଁ ,ସେହି ସମୟରେ ଭାବିଥିବା କିଛି ଶବ୍ଦ ଆଉ ମନେ ପଡ଼େ ନାହିଁ l ମୂଲ୍ୟବାନ ଜିନିଷ ଚୋରୀ କିମ୍ବା ହଜିଗଲେ ଯେତିକି ମାତ୍ରାରେ କଷ୍ଟ ହୁଏନି ତା ଠାରୁ ସହସ୍ର ଗୁଣରେ କଷ୍ଟ ଲାଗେ l

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?

ଉ:ସମାଜ ସଂସ୍କାରକ ବ୍ୟଙ୍ଗାତ୍ମକ କବିତା,ଛନ୍ଦ କବିତା,ଶିଶୁକବିତା, ପ୍ରେରଣାଦାୟୀ ଶିକ୍ଷାମୂଳକ ,ଦେଶାତ୍ମକବୋଧକ ଏବଂ ଆଧ୍ୟାତ୍ମିକତା ଆଧାରିତ କବିତା ,ଗଳ୍ପ ସହ କିଛି କ୍ଷୁଦ୍ର ନାଟକ ବି ରଚନା କରିଛି l

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

ଉ:ଭାବିଛି ମୋ ଲିଖିତ ବ୍ୟଙ୍ଗ କବିତାର ସମାହାରରେ ବ୍ୟଙ୍ଗ ପୁସ୍ତକ ଟିଏ ସଂକଳନ କରିବି l ମୋ ଲେଖା ମାଧ୍ୟମରେ କୁସଂସ୍କାରକୁ ଆପଣେଇ ଥିବା କିଛି ବ୍ୟକ୍ତିଙ୍କୁ ବାଟକୁ ଆଣିବାକୁ ଚେଷ୍ଟା କରିବି l

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଉ:ବଣରେ ଫୁଟି ମଉଳି ଯାଉଥିବା ବଣ ମଲ୍ଲୀ ସଦୃଶ୍ୟ ପ୍ରତିଭାକୁ ଏକକ ସୂତ୍ରରେ ବାନ୍ଧି ବିଶ୍ୱ ଦରବାରରେ ମହକିତ କରାଇବାରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ନୂତନ ପ୍ରୟାସ ମୋତେ ବହୁ ମାତ୍ରାରେ ପ୍ରଭାବିତ କରିଛି l

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!

ଉ:ହଁ ,ସୋସିଆଲ୍ ମିଡିଆରେ ଅଳ୍ପ ବହୁତ ଜାଣିଥିଲି କିନ୍ତୁ ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୋ ଆଦର୍ଶ ତଥା ବଡ଼ ଭାଇନା ରାଈରଞ୍ଜନ ନନ୍ଦ ପ୍ରଥମେ ମୋତେ ପ୍ରେରଣା ଦେଇଥିଲେ l ତେଣୁ ତାଙ୍କ ଠାରେ ଋଣୀ l

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?

ଉ:ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଦେବତୁଲ୍ୟ ଅନୁଷ୍ଠାନ ପାଖରେ କାହିଁକି ଅଭିଯୋଗ କରିବି l ପରିବାରର ଜଣେ ସଦସ୍ୟ ଭାବରେ ମୋର ଗୋଟିଏ ଛୋଟିଆ ଅଳି ରହିବ କି ସୂର୍ଯ୍ୟୋଦୟ ନାମରେ ୟୁଟୁବ୍ ଚେନେଲ୍ ଟିଏ ଉନ୍ମୋଚନ କରି ,ସେଥିରେ ପରିବାରର ସଦସ୍ୟ ମାନଙ୍କ ସୃଜନୀର ଆବୃତ୍ତିକୁ ସ୍ଥାନିତ କରିଲେ ଭଲ ହୁଅନ୍ତା l

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ

ଉତ୍ତର:

ସହିତ ହିତରେ ସାଧନ ଯେ କର
ସାହିତ୍ୟ ତୁମରି ନାମ,
ସମାଜରେ ସଦା ସଂସ୍କାର ଆଣୁଛ
ତୁମେ ମୋର ଚାରି ଧାମ।।

ଜଡ଼ ଦେହେ ତୁମେ ସୃଷ୍ଟି କରିଥାଅ
ଜୀବନର ସମ୍ଭାବନା,
ସୁପ୍ତକୁ ସର୍ବଦା ଜାଗ୍ରତ କରାଅ
ହୃଦୟେ ଭରି ଚେତନା ।।

ତୁମେ ମୋର ବନ୍ଧୁ ତୁମେ ମୋ ବାନ୍ଧବୀ
ତୁମେ ମୋର ପ୍ରିୟତମା,
କେଉଁ ଅଳଙ୍କାରେ କରିବି ସଜ୍ଜିତ
କା’ସହ ଦେବି ଉପମା ।।

ତୁମେ ଅଛ ବୋଲି ମୋହରି ସହିତ
କରେନାହିଁ କେବେ ଭୟ,
ତବ ସାଧନାରେ ଯାଉ ମୋର ପ୍ରାଣ
ସାହିତ୍ୟର ହେଉ ଜୟ
ସାହିତ୍ୟର ହେଉ ଜୟ ।।

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?

ଉ:ଯେହେତୁ ମୁଁ ମଞ୍ଚ ନାଟକରେ ଅଭିନୟ କରେ ତେଣୁ ସାମ୍ପ୍ରତିକ ସମାଜର ଘଟଣାବଳୀ ଉପରେ ଆଧାରିତ ମୋ ଲିଖିତ କ୍ଷୁଦ୍ର ନାଟକକୁ ଅଭିନୟର ରୂପ ଦେଇ ସମାଜର ହିତ କରିବି l

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?

ଉ:ପୁରସ୍କାର ପ୍ରତିଟି ଲେଖକକୁ ଅଗ୍ରସର ହେବାକୁ ପ୍ରୋତ୍ସାହିତ କରାଏ ତା ବୋଲି ନୁହଁ ଯେ ପୁରସ୍କୃତ ହେଲା ପରେ ଅତ୍ୟାଧିକ ଆତ୍ମବିଭୋର ହେବା ବରଂ ନିଜ ସୃଜନୀକୁ ଆହୁରି ବଳିଷ୍ଠ କରିବା l

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

ଉ:ସହିତ୍ୟକଟି ନିଜ ସୃଜନୀ ସୃଷ୍ଟି କରିଲା ବେଳେ ଜମାରୁ ଭାବିନଥାଏ ଯେ ନିଜ ଲେଖନୀ ପାଇଁ କୌଣସି ବଡ଼ ମଞ୍ଚରେ ପୁରସ୍କୃତ ହେବି ବରଂ ଏହା ଭାବି ସର୍ଜନା କରିଥାଏ,ଯଦି ମୋ ଲିଖିତ ସୃଷ୍ଟି ଦ୍ୱାରା ସମଜାର କାଣିଚାଏ ବି ମଙ୍ଗଳ ହୁଏ ସେଇ ଟା ମୋ ପାଇଁ ବଡ଼ ପୁରସ୍କାର l
ତେଣୁ ମୋ ମତରେ ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ଜମାରୁ ପ୍ରଭାବିତ ହୁଏ ନାହିଁ

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ:ମୁଁ ବହୁତ ମାତ୍ରାରେ ଖୁସି ,ତେଣୁ ଭାଷାଶୂନ୍ୟ l କେବଳ ଏତିକି କହିବି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ବଣ ମଲ୍ଲିକୁ ବଣରେ ମଉଳିବାକୁ ନଦେଉ ବିଶ୍ୱ ଦରବାରରେ ପହଁଯାଇବାରେ ସେତୁବନ୍ଧ ପାଲଟିଛି ତେଣୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ବିଶେଷ କରି ପ୍ରତିଷ୍ଠାତା ମନୋଜ ଭାଇଙ୍କୁ ଏ ଅଧମର କୋଟି ପ୍ରଣାମ l

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

25 thoughts on “*Lets talk with young and heroic warrior of Odia Literature Mr. Jagannath Choudhury ,hails from Bhanjabhumi Ganjam for SLF Literary Youth Icon Award contest-. 2022*

  1. ସବୁ ଉତ୍ତର ବହୁତ ଭଲ ଲାଗିଲା ।
    ଏମତି ହି ଆଗକୁ ଯାଓ।
    ଜୟ ଜଗନ୍ନାଥ
    ଜୟ ଓଡ଼ିଶା

  2. ମୂଳରୁ ସାଉଁଟି ଥିବା ଘଟଣାବଳୀ ଖୁବ୍ ପ୍ରେରଣାଦାୟୀ ଭାଇ । ପ୍ରକୃତରେ ଆପଣଙ୍କ ପ୍ରଥମ ପ୍ରେରଣା ଆପଣଙ୍କ ଶିକ୍ଷକ । ତାଙ୍କ ନାମ ନେଇ ଆଗକୁ ମାଡ଼ି ଚାଲନ୍ତୁ ନିଶ୍ଚିତ ସବୁ ମଙ୍ଗଳ ହେବ । ରାଇରଞ୍ଜନ ଭାଇ ବହୁତ୍ ଜଣଙ୍କ ପାଇଁ ପ୍ରେରଣା ଯୋଗାଉଥିବା ଜଣେ ସୁସାହିତ୍ୟିକ ତଥା ନିଆରା ମଣିଷ ଟିଏ । ପ୍ରତ୍ୟେକ ଉତ୍ତର ମର୍ମସ୍ପର୍ଶୀ । ଜୟ ଜଗନ୍ନାଥ ।

  3. Go ahead choudhury bhai…….m truely became a fan of yours …. because of your own presentation towords our native..may the almighty always be with you and protect to you.. ଏବଂ ଶୁଦ୍ଧ ଓଡ଼ିଆ ରେ କହିଲେ ଆପଣଙ୍କ ଚଲା ପଥ ରେ ପୁଷ୍ପ ବର୍ଷଣ କରନ୍ତୁ।

  4. marvelous poetry creation ..
    And also the way you answered all the beautiful questions are acceptable..
    We are proud to have a great adviser like you…

  5. ଏହି ଭଳି ପ୍ରଶଂସନୀୟ ଲେଖା ମାଧ୍ୟମରେ ଭାଷା ପ୍ରତି ଆଗ୍ରହ ସୃଷ୍ଟି ଲାଗି ପ୍ରୟାସ ଜାରି ରହୁ। ଏହି ଭଳି ଲେଖି ଚାଲିଥାଅ ଓ ଆମକୁ ମଧ୍ୟ ଉତ୍ସାହିତ କରୁଥାଅ।

  6. ଖୁବ ଉଚ୍ଚ କୋଟିର ଉତ୍ତର ବାଢିଛନ୍ତି ଆପଣ। ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା।

    1. ସୁନ୍ଦର ମତାମତ ଦେଇ, ମୋତ ଉତ୍ସାହିତ କରିଥିବା ହେତୁ ଆପଣଙ୍କୁ କୋଟି ନମନ୍ l

  7. ସ୍ୱତ୍ରଂତ ପ୍ରଶ୍ନର ଉତ୍ତର ଖୁବ୍ ସ୍ୱତ୍ରଂତ ଭାବେ ରଖିଛନ୍ତି ଆମ ଅଂଚଳର ଯୁବ ପ୍ରତିଭା ଶ୍ରୀମାନ୍ ଜଗନ୍ନାଥ । ପଢି ଖୁସିଲାଗିଲା । ବ୍ୟଙ୍ଗ ସଂକଳନ ପାଇଁ ଏବେଠୁ ଅପେକ୍ଷାକରିବା ସହ ଶୁଭେଚ୍ଛା ଜଣାଉଛି ।

    1. ପ୍ରଣାମ ହେ ମହାଭାଗ , ଏମିତି ଅଶୀର୍ବାଦ ମୋ ଉପରେ ରହିଥାଉ l

  8. ଆପଣଙ୍କର ଏହି ସବୁ ପ୍ରଶ୍ନ ର ଉତ୍ତର ଖୁବ୍ ସୁନ୍ଦର। ମୋ ମତରେ ଆପଣଙ୍କର ପ୍ରତ୍ୟେକ କବିତାରେ କିଛି ଯାଦୁ ରହିଛି। କାରଣ ଆପଣଙ୍କର କବିତାରେ ଅନୁପ୍ରାଣିତ ହୋଇ ମୋ ମନରେ ଥିବା ପ୍ରତ୍ୟେକ ପ୍ରଶ୍ନ ର ଉତ୍ତର ଆପେ ଆପେ ସମାଧାନ ହୋଇଯାଏ ଓ ଆପଣଙ୍କର କବିତା କୁ ପଢି ମୁଁ ବି କ’ଣ ଟିକେ କିଛି ଲେଖିପକାଏ ।
    ଆଉ କହିବି କିଛି ଶବ୍ଦ ପାଉନାହିଁ । ନମସ୍କାର

  9. ସୁନ୍ଦର ଉତ୍ତର ସବୁ ଭାଇ❤❤ଆହୁରି ବଳିଷ୍ଠ ହେଉ ଆପଣଙ୍କ ଲେଖନୀ ମୂନ ପ୍ରଣାମ l

  10. ତୁମକୁ ବନ୍ଧୁ ରୂପେ ପାଇ ମୁଁ ବହୁତ ଗର୍ବିତ l ତୁମେ ସାହିତ୍ୟ ଜଗତେ ଏକ ଉଜ୍ଜ୍ବଳମୟ ତାରକା ଟିଏ ହୁଅ l

  11. ଖୁବ ମନଛୁଆଁ ଉତ୍ତର ଜଗନ୍ନାଥ । ମୋ ଭାଇ ଜଗନ୍ନାଥ,ମୋ ପ୍ରଭୁ ଜଗନ୍ନାଥ ।
    ଶୁଭେଚ୍ଛା ସହ….

    1. ଜୟ ଜଗନ୍ନାଥ ଭାଇନା l ତୁମ ହାତ ଏ ଅଧମ ଜଗା ଉପରେ ସର୍ବଦା ଥାଉ l

Leave a Reply

Your email address will not be published. Required fields are marked *