March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*Lets talk with young and dynamic ink slinger Rai Mohan Rout ,hails from Dhenkanal for SLF Literary Youth Icon Award contest-. 2022*

*Lets talk with young and dynamic ink slinger Rai Mohan Rout ,hails from Dhenkanal for SLF Literary Youth Icon Award contest-. 2022*

ନାମ – ରାଇମୋହନ ରାଉତ
ପିତାଙ୍କ ନାମ – କୀର୍ତ୍ତିମାନ ରାଉତ
ମାତାଙ୍କ ନାମ-ମଧୁଛନ୍ଦା ରାଉତ
ଜନ୍ମ ତାରିଖ-20thJanuary 2000
ଘର ଠିକଣାAt – ranipal,post– ghatipir
Dist– Dhenkanal,P.S.- Sadar
ଶିକ୍ଷାଗତ ଯୋଗ୍ୟତା-+2 ପାସ
ଇ-ମେଇଲ୍ ଠିକଣା

[email protected]

Facebook/ ମୁଖ ପୁସ୍ତିକା-;

https://www.facebook.com/mohan.rout.549221

ନିମ୍ନଲିଖିତ ପ୍ରଶ୍ନ ସମୂହର ଉତ୍ତର ଦିଅନ୍ତୁ

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉତ୍ତର- ମୋର ପିଲାବେଳୁ ଲେଖାଲେଖି ଉପରେ ରୁଚିଥିଲା ।ମୋର ସେହିପରି କିଛି ଦୁର୍ଘଟଣା ଅବା ଅନୁଭୂତି ନାହିଁ ଆପଣଙ୍କ ନିକଟରେ ବର୍ଣ୍ଣନା କରିବା ପାଇଁ ।

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉତ୍ତର- ମୁଁ ଉଭୟରେ ସମତୁଲ ରକ୍ଷା କରେ ।

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

ଉତ୍ତର- ମୋତେ ରାଇରଞ୍ଜନ ଭାଇ ,ରାହୁଲ,ମନୋଜ ଭାଇ ମୋ ଲେଖାକୁ ସମୀକ୍ଷା କରନ୍ତି ଓ ମୋତେ ଭବିଷ୍ୟତରେ କେମିତି ଭଲ ଲେଖା ଲେଖିବି ତା ନିମନ୍ତେ ଉପାୟଗୁଡ଼ିକ ବତାଇଥାନ୍ତି ।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉତ୍ତର- ମୁଁ ଲେଖାକୁ ଆରମ୍ଭ କରିବା ପୂର୍ବରୁ ଭାବ ଓ ଶବ୍ଦକୁ ପ୍ରାଧାନ୍ୟ ଦିଏ । ଲେଖାଟିକୁ ଲେଖି ସାରିବା ପରେ ଗୋଟିଏ ଇଚ୍ଛା ଥାଏ,ମୋର ଲେଖା ଲୋକଙ୍କ ନିକଟରେ କିପରି ଆଦୃତ ହେଉ ।

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଉତ୍ତର- ମୁଁ ‘ଜୁଇନିଆଁ’ ନାମକ ଗୋଟେ କବିତା ଲେଖିଥିଲି ।ସେ କବିତା ପଢ଼ି ବହୁତ ଲୋକ ମୋତେ ଫୋନ ଆଉ ମେସେଜ କରି ଆଶୀର୍ବାଦ କରିଥିଲେ ଓ ଏହିପରି ଭଲ ଲେଖା ଲେଖିବାକୁ କହିଥିଲେ। ଲେଖକ ହିସାବରେ ଏହା ମୋ ଜୀବନର ସବୁଠାରୁ ବଡ଼ ଅନୁଭୂତି ।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉତ୍ତର- ବୟସ ଗୁରୁତ୍ୱୂପୂର୍ଣ୍ଣ ନୁହେଁ । ଲେଖିବା ପାଇଁ ସାଧନା,ଅନୁଭୂତି,ଭାବ ଓ ପୁସ୍ତକ ପଠନ ର ଆବଶ୍ୟକତା ରହିଛି ।

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉତ୍ତର- ମୋର ପ୍ରିୟ ଲେଖକ ହେଉଛନ୍ତି ଫକୀର ମୋହନ ସେନାପତି।ସେ ଇହଧାମ ତ୍ୟାଗ କରି ସାରିଛନ୍ତି ।

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉତ୍ତର- ମୋର ପ୍ରିୟ ଲେଖକ ହେଉଛନ୍ତି ଫକୀର ମୋହନ ସେନାପତି ।ତାଙ୍କ କିଛି କାଳଜୟୀ ସୃଷ୍ଟିଗୁଡ଼ିକ ହେଉଛି ‘ ଛ ମାଣ ଆଠ ଗୁଣ୍ଠ’,’ପ୍ରାୟଶ୍ଚିତ ‘।

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

ଉତ୍ତର- ମତେ କେହି ଲେଖାଲେଖି କରିବାକୁ ପ୍ରୋତ୍ସାହିତ କରନ୍ତି ନାହିଁ ,କି କୌଣସି ପ୍ରକାର ଲେଖା ଲେଖିବାକୁ ପ୍ରେରଣା ଯୋଗାନ୍ତି ନାହିଁ ।

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉତ୍ତର- ମୋ ପାଇଁ ଲେଖିବାର ସବୁଠୁ ବଡ଼ କଷ୍ଟ ହେଉଛି ଉତ୍ତମ ଭାବ ଓ ସଠିକ୍ ଶବ୍ଦ ।ଏହି ଦୁଇଟି ଜିନିଷର ଯଦି ସଠିକ୍ ତାଳମେଳ ନରହେ, ତାହେଲେ କବିତା ଲେଖିବାର କିଛି ମୂଲ୍ୟ ରହେନାହିଁ ।

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉତ୍ତର- ମୁଁ ସାହିତ୍ୟର କବିତା ବିଭାଗରେ ଲେଖାଲେଖି କରେ ।

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

ଉତ୍ତର- ନାଁ,ସେମିତି କିଛି ଯୋଜନା ନାହିଁ ।

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଉତ୍ତର- ଏହି ଅନୁଷ୍ଠାନ ମୁଖ୍ୟତଃ ଯୁବ ପ୍ରତିଭା ମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଉତ୍ତମ ସାହିତ୍ୟିକ ଭାବେ ପ୍ରତିଷ୍ଠିତ
କରାଇବାକୁ ଚାହେଁ । ଏହା ବ୍ୟତୀତ ଏହି ଅନୁଷ୍ଠାନର ଯୁବ ପ୍ରତିଭାମାନେ କିପରି ଭବିଷ୍ୟତରେ ନିଜ ଲେଖାକୁ ଆହୁରି ମାର୍ଜିତ କରି ଲେଖିପାରିବେ ତା ପ୍ରତି ମଧ୍ୟ ଧ୍ୟାନ ଦିଏ ।

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!

ଉତ୍ତର- ଏ ବିଷୟରେ ସବୁକଥା ମନୋଜ ଭାଇଙ୍କ ଠୁ ଅବଗତ ହୋଇଛି ।

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉତ୍ତର- କିଛି ଅଭିଯୋଗ ନାହିଁ କି ପରାମର୍ଶ ଦବାର ନାହିଁ ।

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉତ୍ତର- ସମାଜର ଯେ ହିତ କରେ ସେ ଅଟେ ସାହିତ୍ୟ।

କବିତା —

ନିଜ ଆଲୋକରେ ଆଲୋକିତ କରେ ଏ ଜଗତକୁ ଯିଏ,
ଅଟେ ପରା ଆମ ସାହିତ୍ୟ ସିଏ ।
ଶିଖାଏ ମାତୃଭାଷା ପ୍ରତି ପିରତି ଯିଏ ,
ଅଟେ ପରା ଆମ ସାହିତ୍ୟ ସିଏ ।

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?

ଉତ୍ତର- ମୁଁ ମୁଖ୍ୟତଃ ସମାଜକୁ କିଛି ମହତ ବାର୍ତ୍ତା ଦେଉଥିବା କବିତା ଲେଖି ସମାଜର ମଙ୍ଗଳ କରି ପାରିବି ।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉତ୍ତର- ନାଁ,ମନେ ହୁଏ ନାହିଁ ସାହିତ୍ୟ ସର୍ଜନା ଦିଗରେ ।

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

ଉତ୍ତର- ନାଁ,କେବେ ପ୍ରଭାବିତ ହୁଏ ନାହିଁ । ଯିଏ ଭଲ ଲେଖା ଲେଖିବ ତାକୁ ପୁରସ୍କାର ଓ ସମ୍ମାନ ଆପଣାଛାଏଁ ମିଳିବ ।

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉତ୍ତର- ବହୁତ ଖୁସି ଅଛି ଆଉ ଭଲ ଲେଖିବାକୁ ବି ଭବିଷ୍ୟତରେ ମନସ୍ଥ କରିଛି ।

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

4 thoughts on “*Lets talk with young and dynamic ink slinger Rai Mohan Rout ,hails from Dhenkanal for SLF Literary Youth Icon Award contest-. 2022*

  1. ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଭାଇ।
    ନିଜର ଲେଖନୀକୁ ଏମିତି ଦୃଢ଼ କରିଚାଲ।

Leave a Reply to Hruday Ranjan Parida Cancel reply

Your email address will not be published. Required fields are marked *