September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

*Lets talk with young and dynamic ink slinger and convenor Sakuntala Parida ,hails from Jagatsinghpur for SLF Literary Youth Icon Award contest-. 2022*

*Lets talk with young and dynamic ink slinger and convenor Sakuntala Parida ,hails from Jagatsinghpur for SLF Literary Youth Icon Award contest-. 2022*

ନାମ – ଶକୁନ୍ତଳା ପରିଡ଼ା
ପିତାଙ୍କ ନାମ– ବାବାଜି ପରିଡ଼ା
ମାତାଙ୍କ ନାମ-ଉଷାରାଣୀ ପରିଡ଼ା
ଜନ୍ମ ତାରିଖ– ୦୩/୦୧/୨୦୦୨
ଘର ଠିକଣା– ଗାରୋଇ (ଡ଼ାହାଣିଖିଆ), ନାଉଗାଁ, ଜଗତସିଂହପୁର
ଶିକ୍ଷାଗତ ଯୋଗ୍ୟତା-+୩ ତୃତୀୟ ବର୍ଷର ପ୍ରାଣୀ ବିଜ୍ଞାନି ଛାତ୍ରୀ ତତ୍ ସହିତ କମ୍ପ୍ୟୁଟର କୋର୍ସ ମଧ୍ୟ ଶେଷ କରିଛି…
ଇ-ମେଇଲ୍ ଠିକଣା- sakuntalaparida860@gmail.com

Facebook/ ମୁଖ ପୁସ୍ତିକା-:
https://www.facebook.com/gudiarani.gelhi

ହେ ଯଶଶ୍ୱିନୀ ଶକୁନ୍ତଳା!

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

ଉ- ସାହିତ୍ୟ ତଥା ହିନ୍ଦୀ ଏବଂ ତତ୍ ସହିତ କଳା କ୍ଷେତ୍ରରେ ରୁଚି ରଖିଥିବା ମୋ ଗୁରୁ ଶ୍ରୀଯୁକ୍ତ ସୁକାନ୍ତ କୁମାର ଲେଙ୍କା ସାରଙ୍କୁ ଅନୁସରଣ କରି କରି ଲେଖା ଲେଖି ପ୍ରତି ଆଗ୍ରହୀ ହୋଇ ପଡ଼ିଥିଲି.
କିନ୍ତୁ ଯେବେ ମୁଁ ପ୍ରଥମେ ସାରଙ୍କ ସହ ଗୋପବନ୍ଧୁ ଜୟନ୍ତୀ ଅବସରେ ପ୍ରତିଯୋଗିତାରେ ଚିତ୍ରକଳା ପାଇଁ ଯାଇଥିଲି ଏବଂ ଚିତ୍ର କରିବା ସହ କାହିଁକି କେଜାଣି ପ୍ରବନ୍ଧ ବିଭାଗ ରେ ଭାଗ ନେବାକୁ ଇଚ୍ଛା ହେଲା ଆଉ ସାର୍ ଙ୍କୁ କହି ଯେବେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିଲି ଯାହା କି ମୁଁ କେବେ ଭାବି ନଥିଲି ଯେ ୧୦୦ ଜଣଙ୍କ ଭିତରେ ବି ମୁଁ ଛୋଟିଆ ବାଲି ଗରଡ଼ା ଟେ କିଛି ସ୍ଥାନ ଅଧିକାର କରିଥିବି ବୋଲି ଆଉ ସେବେଠୁ ହିଁ ମୁଁ ପଡ଼ି ଯାଇଥିଲି ସାହିତ୍ୟ ପ୍ରେମରେ ଆଉ ଲେଖି ବସୁଥିଲି ଅନେକ କିଛି..

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ- ଶିକ୍ଷା ମଣିଷଙ୍କୁ ମାର୍ଜିତ କରେ କିନ୍ତୁ ସାହିତ୍ୟ ସମାଜର ହିତ ସାଧନା କରିବାରେ ସାହାଯ୍ୟ କରେ।
ସ୍ଵପ୍ନ ଅନେକ ଦେଖନ୍ତି ନିଜର ପାଠ ପଢ଼ାକୁ ନେଇ କିନ୍ତୁ ମୁଁ ସ୍ବପ୍ନ ଦେଖେ ସାମଜର ହିତ ପାଇଁ ସାହିତ୍ୟ ମାଧ୍ୟମରେ.
ଯଦି ମୋ ପାଠ ପଢ଼ା ମୋ ଶରୀର ନାମକ ବୃକ୍ଷ ହୁଏ ତାହେଲେ ଲେଖା ଲେଖି ସହିତ ଅନେକ ପ୍ରତିଭା ମୋର ଶାଖା।
ଯଦି ଭବିଷ୍ୟତ ରେ ମୋ ପାଠପଢ଼ା ମୋ ପେଶା ହୁଏ ମୋ ନିଶା କେବଳ ସାହିତ୍ୟ ସହିତ ଅନେକ କଳା କ୍ଷେତ୍ରରେ ରହିବ।

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

ଉ- ଲେଖିବା ପାଇଁ ମୁଁ ନିଜେ ହିଁ ମୋର ସାହାଯ୍ୟ ନିଏ ତତ୍ ସହିତ ମୋ ଚତୃପାର୍ଶ୍ୱରେ ଘେରି ରହିଥିବା ସୁନ୍ଦର ପୃଥିବୀ,ପ୍ରକୃତି ଆଉ ଧରଣୀ ଏବଂ ତତ୍ ସହିତ ବିଭିନ୍ନ ଘଟଣାବଳିକୁ ମୁଁ ମୋର ପାଥାୟ ରୂପେ ନିଏ।
ମୋ ବାପା ଏବଂ ମୋ ଗୁରୁ ମୋର ପ୍ରଥମ ପଥ ପ୍ରଦଶକ ଆଉ ସେମାନେ ହିଁ ମୋ ପାଇଁ ପ୍ରେରଣା।
ବାପାଙ୍କୁ କିଏ ବା ନ ଜାଣେ ଆଉ କିଏ ବା ନ ଚିହ୍ନେ ତାଙ୍କ ପାଇଁ ତ ଆମେ ପ୍ରକୃତି ବିନା ପୁରୁଷ ଯେମିତି ବାପାଙ୍କ ବିନା ଆମର ସୃଷ୍ଟି ସେମିତି ଆଉ ସେ ହେଲେ ପ୍ରଥମ ଗୁରୁ ଶିକ୍ଷକ ହେଲେ ମୋର ଦ୍ୱିତୀୟ ଗୁରୁ ବାପା ଯଦି ସ୍କୁଲ ଯାଏ ନିଅନ୍ତି ତା ହେଲେ ଗୁରୁ ଆମକୁ ସେ ଏଭରେଷ୍ଟ ଶୃଙ୍ଗ ପରି ଲକ୍ଷ୍ୟସ୍ଥଳରେ ପହଞ୍ଚାନ୍ତି ଯାହାଙ୍କ ପାଇଁ ମୋ ସୃଷ୍ଟି ଆଉ ଯିଏ ମୋର ପରିଚୟ ଆଠାରୁ ବଡ଼ ପ୍ରେରଣା ଆଉ ପରିଚୟ କଣ ହେଇ ପାରେ ମୋ ପାଇଁ।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?

ଉ- ସାମଜ ରେ ଚାଲିଥିବା ଘଟଣା ଆଉ ଦୁର୍ଘଟଣା ଆଉ ଜୀବନରେ ଘଟିଯାଉଥିବା ଅତୀତ, ବର୍ତ୍ତମାନର କିଛି ମିଠା ସ୍ମୃତି ଆଉ ଅନୁଭୂତି।
ଲେଖି ସାରିବା ପରେ ମୁଁ କେବଳ ପାଠକଙ୍କର ପାଠକୀୟ ମତାମତ,ଭଲ ପାଇବା ତଥା ମୋର ଦୋଷ ତ୍ରୁଟି ଯାହା ମତେ ଆହୁରି ମାର୍ଜିତ ହେବା ପାଇଁ ସହାୟକ ହେବ ।

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଉ- ଲେଖକ କିମ୍ଵା ଲେଖିକା ହେବା ବଡ଼ କଥା ନୁହେଁ କିନ୍ତୁ ଅନ୍ୟଙ୍କୁ ପଢ଼ି,ବୁଝି ଆଉ ସେମାନଙ୍କ ଠାରୁ କିଛି ଶିଖିବା ହିଁ ମୋ ଜୀବନର ଖୁବ୍ ସୁନ୍ଦର ଅନୁଭୂତି ବୋଲି ମୁଁ ଭାବେ ।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ- ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ .
ତା ହେଲେ ମୋ ମତରେ ହଁ,ଠିକ୍ କାହିଁକି ନା କିଛି ଅନୁଭବ କଲେ ହିଁ କିଛି ଲେଖିବାକୁ ମନ ବଳେ ଆଉ ମନ ବଳିଲେ ହିଁ ଚିନ୍ତା ଚେତନାକୁ ଜାଗ୍ରତ କରିବାକୁ ପଡ଼େ ଆଉ ଏ ସବୁକୁ କଲମ ମୁନରେ ଲେଖିବାକୁ ହେଲେ ଶବ୍ଦ ସଂଯୋଜନା ଦରକାର ଆଉ ଏସବୁ ପାଇଁ ଅନେକ ପଠନ କରିବାର ଆବଶ୍ୟକତା ବହୁତ୍ ମାତ୍ରା ରେ ଦରକାର।

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?

ଉ- ମୋର ପ୍ରିୟ ଲେଖିକା ଡ଼. ପ୍ରତିଭା ରାୟ ଯିଏ କି ଏବେ ସୁସ୍ଥ, ସୁନ୍ଦର ଓ ସାବଲିଳ ଭାବରେ ଆମ ପାଖରେ ସଦା ପ୍ରସ୍ଫୁଟିତ ଆଉ ଜୀବିତ ମଧ୍ୟ ଏବଂ ମୋର ପ୍ରିୟ ଗାଳ୍ପିକ ଫକୀର ମୋହନ ସେନାପତି ଯିଏ କି ଖାଲି ଜଣେ ଗାଳ୍ପିକ ନୁହଁନ୍ତି ବାସ୍ତବରେ ସେ ଜଣେ ଅନେକ ପଦବୀର ଅଧିକାରୀ
ସେ ଏବେ ଆମ ପାଖରେ ନାହାନ୍ତି ସତ କିନ୍ତୁ ସେ ଏବେବି ଜୀବିତ ଆମ ହୃଦୟର ପ୍ରତ୍ୟେକଟି ସ୍ପନ୍ଦନ ରେ।

୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।

ଉ-ମୋର ପ୍ରିୟ ଲେଖିକା ଡ଼. ପ୍ରତିଭା ରାୟ
ତାଙ୍କର ପୁସ୍ତକ ଗୁଡ଼ିକ ହେଲା ଯାଜ୍ଞସେନୀ, ବର୍ଷା ବସନ୍ତ ଓ ବୈଶାଖ, ଶିଳାପଦ୍ମ ଇତ୍ୟାଦି…
ପ୍ରିୟ ଗାଳ୍ପିକ ଫକୀର ମୋହନ ସେନାପତି ଏବଂ ତାଙ୍କର ଲେଖା ଗୁଡିକ ହେଲା ଛଅ ମାଣ ଆଠଗୁଣ୍ଠ,ରେବତୀ, ମାମୁ, ଲଛମା , ପ୍ରାୟଶ୍ଚିତ ଇତ୍ୟାଦି…

୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।

ଉ- ଲେଖିବା ପାଇଁ ମତେ ମୋ ବାପା ବହୁତ୍ ମାତ୍ରାରେ ପ୍ରୋତ୍ସାହିତ କରିଥାନ୍ତି ଆଉ ତାଙ୍କୁ ଟିକେ ଆଧ୍ୟାତ୍ମିକ କବିତା ପସନ୍ଦ ସେଇ ଉପରେ ଲେଖିବାକୁ ସେ କୁହନ୍ତି.ଆଉ ମୁଁ ମଧ୍ୟ ଲେଖିବାକୁ ଚେଷ୍ଟା କରେ ।

୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?

ଉ- ଉପନ୍ୟାସ

୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?

ଉ- କବିତା,ଗଳ୍ପ, ଏକପଦୀ ଓ ପ୍ରବନ୍ଧ

୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।

ଉ- ଅନ୍ଧ ବିଶ୍ବାସ,ସାମାଜିକ,ନାରୀ ନିର୍ଯାତିତ, ଆବଳ ବୃଦ୍ଧ ବନିତା ସମ୍ଭଦୀୟ ରଖିବାକୁ ଚେଷ୍ଟା କରିବି ଯାହା ଦ୍ଵାରା ସମାଜର ତଥା ଲୋକମାନଙ୍କର ହିତ ନିମନ୍ତେ ରହିବ।

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଉ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଏମିତି ଅନୁଷ୍ଠାନ ଯାହା ସବୁବେଳେ ସୂର୍ଯ୍ୟଙ୍କ ଭଳି ସଦା ଉଜ୍ଜଳିତ ,ଯିଏ କି ଓଡ଼ିଶା ତଥା ଓଡ଼ିଶା ବାହାରୁ ବିଭିନ୍ନ ଲୁକାୟିତ ପ୍ରତିଭାକୁ ଖୋଜି ଆଣି ସେମାନଙ୍କର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେଇପାରିଛନ୍ତି।
ଏବଂ ତତ୍ ସହିତ ଗୋଟିଏ ସୂତ୍ରରେ ପିଲାମାନଙ୍କୁ ବାନ୍ଧି ଗୋଟିଏ ପରିବାର ରେ ବଡ଼ ଭାଇ,ଭଉଣୀ ମାନଙ୍କ ସାନ ଭାଇ,ଭଉଣୀ ମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ତାଙ୍କ ଭୁଲ୍ ଠିକ୍ ର ମାର୍ଗ ଦର୍ଶକ ରୂପେ ସେମାନଙ୍କୁ ବାଟ କଢେଇ ନିଅନ୍ତି ଯାହାକି ମତେ ବହୁଳ ମାତ୍ରା ରେ ପ୍ରବାହିତ କରେ।

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!

ଉ- ନିଶ୍ଚିନ୍ତ ଭାବରେ ମୁଁ ଜାଣିଛି ଏବଂ ମୁଁ ବହୁତ୍ ଖୁସି ଏମିତି ଏକ ଅନୁଷ୍ଠାନ ପାଇଁ ଯିଏ କି ମତେ ଗୋଟେ ସୁଯୋଗ ଦେଇଛି ନିଜର ପ୍ରତିଭାକୁ ଜାତୀୟ ତଥା ଆ୍ତର୍ଜାତୀୟ ସ୍ତରରେ ମୋ ପ୍ରତିଭାକୁ ଗୋଟେ ନୂଆ ପରିଚୟ ଦେବାର ସୁଯୋଗ ଦେଇଥିବାରୁ ମୁଁ ଧନ୍ୟବାଦ ଦେବି ଏଇ ଅନୁଷ୍ଠାନ କୁ ଯିଏ କି ମୋ ସୃଜନଶୀଳତାକୁ ଆହୁରି ମଜଭୁତ କରିବାରେ ସଦା ତତ୍ପର ହୋଇପଡିଛି।

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?

ଉ- ନା ଅଛି କିଛି ଅଭିଯୋଗ ନା ମୁଁ ଦେଇ ପାରିବି କିଛି ପରାମର୍ଶ ବାସ୍ ଏବେ ମୋର ଶିଖିବାର ବେଳ ମୁଁ ଏବେ ଖାଲି ଶିଖିଚାଲିବି କାହିଁକି ନା ଏ ମୋର ଶିଖିବାର ବେଳ.
ଏଠାରେ ମୁଁ ମୋର କି ପରାମର୍ଶ ଦେବାର ଦୃଷ୍ଠାତା କରିବି।

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ- //ସାହିତ୍ୟ//

ମୁଁ ନିଶାଶକ୍ତ ଆଜି ସାହିତ୍ୟ ପ୍ରେମରେ
ଶବ୍ଦ ଗହଳି ରେ ହଜି
ବନ୍ଧା ପଡ଼ିଛି ମୁଁ ତା ପ୍ରୀତି ବନ୍ଧନ ରେ
ତାହାରି ପ୍ରେମିକା ସାଜି

ତା ଅମୃତ ରସ କୁ ପାନ ମୁଁ କରିଛି
ମିଠା ତାର ଅନୁଭୂତି
ତା ବିନା ଅନ୍ଧାର ଦୁନିଆଟା ମୋର
ତା ବିନା କଟେନି ରାତି

@ଶକୁନ୍ତଳା…

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ- ମୁଁ ନାରୀ ଶକ୍ତି ଜାଗ୍ରତ ତଥା ସାମାଜିକ ଦୁର୍ନିତି କୁ ରୋକିବା ମୋର ଲକ୍ଷ୍ୟ ଏବଂ ତତ୍ ସହିତ ସମାଜକୁ ଉଚିତ୍ ମାର୍ଗ ରେ ମୋ କଲମ ମୁନରେ ନେବା ପାଇଁ ସଦା ଚେଷ୍ଟିତ ରହିବି।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?

ଉ- ମୋ ମତରେ ନୁହେଁ କାହିଁକି ନା ଜଣେ ଲେଖକ କିମ୍ଵା କବି ପାଇଁ ତାଙ୍କ ପାଠକ ମାନଙ୍କର ପାଠକୀୟ ମତାମତ ତଥା ଭଲ ପାଇବା ହିଁ ଜଣେ ଲେଖକ ଙ୍କ ପାଇଁ ପ୍ରକୃତ ପୁରସ୍କାର ଅଟେ।

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।

ଉ-ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏନାହିଁ କାହିଁକି ନା ପୁରସ୍କାର କେବେ କୌଣସି ମାନେ ରଖେନି ନିଜର ଅନ୍ତର୍ନିହିତ ପ୍ରତିଭା ପାଇଁ ନିଜର ସତ୍ କର୍ମ ଏବଂ ନିଷ୍ଠା ହିଁ ଆମକୁ ପୁରସ୍କାର ପାଖକୁ ଟାଣି ନେଇଥାଏ।

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ମତେ ସ୍ୱତନ୍ତ୍ର ସୁଯୋଗ ମିଳିଥିବାରୁ ମୁଁ ବହୁତ୍ ଖୁସି କାହିଁକି ନା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏମିତି ଏକ ପ୍ରତିଷ୍ଠାନ ଯେଉଁଠି ବହୁତ୍ କିଛି ଶିଖିବାକୁ ମିଳେ ଆଉ ନିଜର ଅନ୍ତର୍ନିହିତ ପ୍ରତିଭା କୁ ଲୋକଲୋଚନକୁ ଆଣିବାକୁ ସୁଯୋଗ ମିଳେ ।

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

20 thoughts on “*Lets talk with young and dynamic ink slinger and convenor Sakuntala Parida ,hails from Jagatsinghpur for SLF Literary Youth Icon Award contest-. 2022*

  1. Bahut sunder bhauni jagannath tumara mangala karantu ..
    Mu b odia honours student bahut bahi padhichhi matra aji tumaku dekhi mate b kichhi lekhibara agraha heuchhi …..

  2. ବାସ ଗୋଟିଏ ଧାଡି କହିବି ପ୍ରିୟ କବୟିତ୍ରୀ ଆଉ ଦିଦିଙ୍କ ପାଇଁ ସବୁ ଲେଖାର ଶେଷରେ ସେ ଯେଉଁ ଲେଖିଥାନ୍ତି “ଶକୁନ୍ତଳା” ସେଇଟା ଯେ ଦିନେ autograph ବନିବ ତିଳେ ହେଲେ ସନ୍ଦେହ ନାହିଁ….

    ସୁନ୍ଦର ଭାବରେ ଉତ୍ତର ସବୁ ରଖିଲେ ଦିଦି ❤

  3. ଆଳାପ ରୁ ହିଁ ସୁସ୍ପଷ୍ଟ ସାହିତ୍ୟ କୁ କେତେଭଲ ପାଅ ତମେ । ଆଗେଇ ଚାଲ ଭଉଣୀ ଜୀବନ କୁ ସାହିତ୍ୟମୟ କରି ।

    ଶୁଭେଚ୍ଛା ଓ ଅଭିନନ୍ଦନ

  4. Beautiful Answer Diiiiii….❣️
    You are a lovely person so your answers are always lovely …And I sure that SLF will give you the chance to create a environment in the literature society….. beloved Diiiiii
    Thank You

  5. it’s unbelievable . Now a days a few people following our language #Odiya_Sahitya . I hope by your writing you attract more and people towards our lovely language. I am wishing to God that you will achieve a lot in future and became a successful person.

  6. ମୋର ସାନ ଭଉଣୀ ଶକୁନ୍ତଳା କୁ ଭଗବାନ ଏମିତି ଭଲ ରେ ରଖିଥାନ୍ତୁ ଆଉ ସେ ଏମିତି ହିଁ ଆମ ଯୁବ ପିଢ଼ିଙ୍କୁ ଉତ୍ସାହିତ କରୁଥାଉ। ସଦା ସର୍ବଦା ମୋର ଆଶୀର୍ବାଦ , ଶୁଭେଚ୍ଛା ଆଉ ଭଲ ପାଇବା ତୋ ସହିତ ଅଛି , ଥିଲା ଓ ରହିଥିବ

  7. ସତରେ
    ଖୁସି ଭରା, ପ୍ରେରଣା ଭରା ଉତ୍ତର ଗୁଡ଼ିକ।।
    ବହୁତ ଆଗକୁ ଯାଅ… ✨

  8. ସବୁ ପଢିକି ଖୁସି ଲାଗିଲା ଆପଣ ସାହିତ୍ୟ ଜଗତରେ ପାଦ ଥାପି ଅତି ସୁନ୍ଦର ଭାବେ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ଦିଦି । ଏମିତିକା ସାହିତ୍ୟ ଜଗତରେ ଆହୁରି ପ୍ରଗତି କରନ୍ତୁ। ପ୍ରଭୁ ଜଗନ୍ନାଥ ତମର ଚଲାପଥ କୁସୁମିତ କରନ୍ତୁ ।

  9. ସୁନ୍ଦର ଉତ୍ତର ସବୁ, ଭଲ ଲାଗିଲା ଦିଦି ,ଶୁଭେଚ୍ଛା❣️

Leave a Reply

Your email address will not be published. Required fields are marked *