ମନୀଷା ବିଶ୍ୱାଳ, ଖୋର୍ଦ୍ଧା
ଖୋର୍ଦ୍ଧା ଜିଲ୍ଲା ବରୁଣପଡା ଗ୍ରାମରେ ୨୦୦୦ ମସିହା ସେପ୍ଟେମ୍ବର ୨୬ ତାରିଖରେ ଜନ୍ମ ଗ୍ରହଣ କରନ୍ତି ମନୀଷା ବିଶ୍ବାଳ । ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବିଶ୍ୱାଳ ଓ ଶ୍ରୀମତୀ ସୁଜାତା ବିଶ୍ୱାଳଙ୍କ ସୁକନ୍ୟା ମନୀଷା ବାଲ୍ୟକାଳରୁ ହିଁ ସାହିତ୍ୟ ସହ ନୃତ୍ୟ ସଂଗୀତ ଏବଂ ଚିତ୍ରାଙ୍କନ ପ୍ରତି ପ୍ରଗାଢ ରୁଚି ରଖନ୍ତି । ବର୍ତ୍ତମାନ ସେ କଳାହାଣ୍ଡି ସ୍ଥିତ ନର୍ସିଙ୍ଗ ବିଦ୍ୟାଳୟରେ ପଢୁଛନ୍ତି । ପ୍ରକୃତି ଓ ସାହିତ୍ୟ କୁ ଏକାକର କରି ବଂଚିବାକୁ ଚାହାଁନ୍ତି ସେ | ତାଙ୍କ ଦ୍ବାରା ରଚିତ କବିତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇବା ସହିତ ପାଠକଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
703 total views, 1 views today