March 25, 2023
11 11 11 AM
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
Latest Post
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ

*Jyotirmayee Sahoo, The winner of SLF Youth Icon Award-2021*

 

ଜ୍ୟୋତିର୍ମୟୀ ସାହୁ, ଖୋର୍ଦ୍ଧା

ସୃଜନଶୀଳତା ଏକ ଏପରି ବହ୍ନି ଯାହା ପାରିସ୍ଥିକ ପ୍ରଭାବରେ ଅବା ଉପଯୁକ୍ତ ପରିବେଶର ଅଭାବ ଯୋଗୁଁ ବେଳେବେଳେ ରସାତଳ ପଥର ସଜ୍ୟାର ଗଭୀର ପ୍ରଦେଶରେ ଦବି ହୋଇ ରହିଯାଏ ସତ ହେଲେ କିନ୍ତୁ ଯଦି କେବେ ବାହ୍ୟ ଚାପର ହସ୍ତକ୍ଷେପ ଯୋଗୁଁ ସେ ତା’ର ରୂପ ଧରେ ଓ କାରକର ହାତ ଧରି ଉପରକୁ ଉଠିବାକୁ ପ୍ରୋତ୍ସାହିତ ହୁଏ। ଆଉ ପଥ ର ପିଚ୍ଛିଳତାରେ ଦମ୍ଭ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ବି ଏକ ଆତ୍ମବିଶ୍ବାସର ସ୍ତମ୍ଭ ଦୃଢ ଭାବେ ଧରି ରଖେ ଓ ଏକ ସ୍ଥାନରେ ପହଞ୍ଚେଇବା ପାଇଁ ସବୁବେଳେ ପ୍ରେରଣା ଯୋଗାଏ।

ଏହିଭଳି ଏକ ସାରସତ୍ବ ଜଗତରେ ନିଜର ଏକ ସ୍ତମ୍ଭ ତିଆରି କରିବା ପାଇଁ ଅଭିପ୍ରେରିତ ଚରିତ୍ରଟେ ହେଉଛନ୍ତି ଶୁଶ୍ରୀ ଜ୍ୟୋତିର୍ମୟୀ ସାହୁ । ଜ୍ୟୋଷ୍ଠ ମାସରେ ଜ୍ୟୋଷ୍ଠ କନ୍ୟା ଭାବେ କୋଳ ଅଳଙ୍କୃତ କରିଥିଲେ ଶ୍ରୀମତୀ ପ୍ରଭାତି ସାହୁ ଓ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁଙ୍କର। ଖୋର୍ଦ୍ଧା ଜିଲ୍ଲା ନିବାସୀ ସାହିତ୍ୟିକା ନିଜର ବାଲ୍ୟଶିକ୍ଷା ସଂପୂର୍ଣ୍ଣ ରୂପେ ଶେଷ କରିଥିଲେ ପାରାଦ୍ବୀପର ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ। ଆଉ ତା ପରର ଯାତ୍ରା ପରବର୍ତ୍ତୀ ଅଧ୍ୟାୟକୁ । ଯାହା ତାଙ୍କୁ ଏକ କର୍ମକ୍ଷେତ୍ରରେ ଅବସ୍ଥାପିତ କରିବା ପାଇଁ ଚେଷ୍ଟା କରିଥିଲା। ଜଣେ ସରକାରୀ ଶିକ୍ଷୟତ୍ରୀ ଭାବେ ନିଜକୁ ସମର୍ପି କାର୍ଯ୍ୟ ଆରମ୍ଭ କରୁ କରୁ ମିଳିଥିଲା ଆଉ ଏକ ପରିଚୟ ସୃଷ୍ଟି କରିବାର ସୁଯୋଗ। ଆନ୍ତର୍ଜାତୀୟ ସ୍ତରର ବ୍ୟବସାୟ ଓ ବାଣିଜ୍ୟ କରିବାର ଏକ ସୁଯୋଗ । ଏହି ସୁଯୋଗକୁ ସୌଭାଗ୍ଯ ମଣି ଆରମ୍ଭ ହେଲା ଅନ୍ୟ ଏକ ଯାତ୍ରା।

ଏ ଯାତ୍ରାରେ ଗତି କରୁ କରୁ ନିଜ ଭାବନାକୁ ଛୋଟ ଛୋଟ ବାକ୍ୟରେ ଲେଖୁ ଲେଖୁ ଯେ କେତେବେଳେ ସାମାଜିକ ପୃଷ୍ଠା ମଣ୍ଡନ କରି ବସିଲେ ତାହା କେବଳ ବିଭୁକୃପା ମାତ୍ର। ଧୀରେ ଧୀରେ ତାହା ଉଚ୍ଚପ୍ରଶଂସିତ ହେବାର ବି ସୌଭାଗ୍ଯ ଲାଭ କରିଛି। ଏ ଯାତ୍ରା ର ଆରମ୍ଭ ହେଲା “ଉତ୍କର୍ଷ” ନାମକ ଇ-ପତ୍ରିକା ରୁ। ଏକ ମାସିକ ପତ୍ରିକା ଯେଉଁଥିରେ ସ୍ଥାନ ନେଇ ଖୁବ୍ ଭଲପାଇବା ସାଉଣ୍ଟିଛି , “ସ୍ବପ୍ନ”, “କାଗଜ ଡଙ୍ଗା” , “ମୋ ଦେଶ”, “ଆଜି ବି ଆମେ ସ୍ବାକ୍ଷର”, “ଭିନ୍ନକ୍ଷମ”, “ପ୍ରତାରଣା” ପରି କବିତା ମାନ। ଏହା ପରେ ଏହି ବହ୍ନିରେ ସ୍ଫୁରଣଟିଏ ଲଗେଇବା ପାଇଁ ଚେଷ୍ଟା କରିଥିଲେ ତାଙ୍କ ସାଧନାର ଗୁରୁ ସାଜି “ଶ୍ରୀମାନ୍ ଦେବାଶିଷ ଆଚାର୍ଯ୍ୟ”। ଯାହାଙ୍କ ଅନୁଗ୍ରହରୁ ମୋର ଗଳ୍ପ ଗୁଡିକ ପ୍ରକାଶିତ ହେଲେ “ଛାୟାମୃଗ”, “ହୁଙ୍କାର” ଓ “ଅରଣ୍ୟର ଅନ୍ତଃସ୍ବର” ପରି ପୁସ୍ତକରେ। ଆଗକୁ ମଧ୍ୟ ତାଙ୍କର କିଛି କବିତା କବିତା ସଂକଳନ ପୁସ୍ତକରେ ମଧ୍ୟ ପ୍ରକାଶିତ ହେବା ପାଇଁ ଯାଉଛି। ଏହା ସହ ବି “କେଦାରଭାରତୀ” ପରି ଓଡିଶାର ଏକ ଚର୍ଚ୍ଚିତ ପତ୍ରିକାରେ ତାଙ୍କ ସ୍ବରଚିତ କବିତା ” ଅଭିମାନ”। ଏବଂ କବିତା ମିନାର ଏକ ଆନ୍ତର୍ଜାତୀୟ ପୃଷ୍ଠାରେ ମଧ୍ୟ ତାଙ୍କର ଏକ କବିତା “ବନ୍ଦୀ ମୁଁ ଅଭିଷ୍ଟ ଦ୍ବାରେ ” ସ୍ଥାନ ମଧ୍ୟ ପାଇଛି। ଏହା ସହ ପ୍ରତି ଦିନ ସାମାଜିକ ପୃଷ୍ଠା ମଣ୍ଡନ କରେ ତାଙ୍କର ଗଳ୍ପ ଓ କବିତା ମାନ। ସମାଜର ନିଖୁଣ ଓ ନିଚ୍ଛକ ଚିତ୍ର କୁ ଉତ୍ତୋଳନ କରିବାରେ କେବେ ବି କୁଣ୍ଠା ପ୍ରକାଶ କରୁନଥିବା ଲେଖିକାଙ୍କ ଲେଖନୀ ଖୁବ୍ ନିର୍ଭିକ। ସମାଜ ପରିବର୍ତ୍ତନର ଏକ ସ୍ବର ସେ ଆରମ୍ଭ କରିଛନ୍ତି ତାଙ୍କ ଶବ୍ଦ ମାଧ୍ୟମରେ । ଏହିଭଳି ଏକ ଅନନ୍ୟ ମଣିଷ ଜଣେ ହେଲେ ଶୁଶ୍ରୀ ଜ୍ୟୋତିର୍ମୟୀ ସାହୁ ।

 825 total views,  1 views today