- ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଭୁବନେଶ୍ବର ପକ୍ଷରୁ “ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ” , ରାଜ୍ୟ ସଂଗ୍ରହାଳୟ (State meauseum) ର ସ୍ବତନ୍ତ୍ର ବୈଠକି ଗୃହ ରେ ଅନୁଷ୍ଠିତ ହୋଯାଇଅଛି। ଏହି ସଭାରେ
ନୟାଗଡ଼ ଜିଲ୍ଲାର ଯୁବ ସ୍ତମ୍ଭକାର – ଜୀବନ ପ୍ରଦୀପ ପ୍ରଧାନ, ଅନୁଗୁଳ ଜିଲ୍ଲାର ଯୁବ ଗାଳ୍ପିକା ସୁଶ୍ରୀ ତୃପ୍ତିମୟୀ ରାଉଳ,
କେନ୍ଦୁଝର ଜିଲ୍ଲାର ଯୁବ ଗାଳ୍ପିକା ତଥା ବୟନ ଶିଳ୍ପୀ – ସୁଶ୍ରୀ ସବିତା ପଟ୍ଟନାୟକ,ଜଗତସିଂହପୁର ଜିଲ୍ଲାର ଯୁବ କବୀ ଷ୍ଟାରୀ ସାମଲ
,ଯାଜପୁର ଜିଲ୍ଲାର ଯୁବ ସଂଯୋଜକ ଆକାଶବାଣୀ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ର ଶ୍ରୀମାନ ହୃଦୟ ରଞ୍ଜନ ପରିଡ଼ା, ଯୁବ କବି ତଥା ଗାଳ୍ପିକ – ଶିଶିର କୁମାର ସାମଲ, ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଛାତ୍ରୀ ସୁଶ୍ରୀ ଲକ୍ଷ୍ମୀପ୍ରିୟା ସେଠୀ, ଖୋର୍ଦ୍ଧା ଜିଲ୍ଲାର ଯୁବ ସମାଲୋଚକ ତଥା କବି – ରୁଦ୍ର ନାରାୟଣ ଦାଶ,
ଜଗତସିଂହପୁର ର ଯୁବ ସାମ୍ବାଦିକ ତଥା ବାଣୀ ବୀଥିକା ପତ୍ରିକା ର ସମ୍ପାଦକ ସୌମ୍ୟ ରଞ୍ଜନ ମହାନ୍ତି, କଟକ ଜିଲ୍ଲାର ଯୁବ କବି ପ୍ରଦ୍ୟୁ୍ତ କୁମାର ପ୍ରଧାନ , ଜଗତସିଂହପୁର ଜିଲ୍ଲାର ଯୁବ କଥାକାର ଜ୍ଞାନ ରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇ ଉକ୍ତ ସଭାର ଶୋଭା ବର୍ଦ୍ଧନ କରିଥିଲେ।
ଏହି ସଭାରେ ସୂର୍ଯ୍ୟୋଦୟ ପରିବାରର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀ ସଭାପତିତ୍ବ କରିଥିଲାବେଳେ ଉପସଭାପତି ସୁଶ୍ରୀ ଜାହ୍ନବୀ ଚୌଧୁରୀ ସାହିତ୍ୟ କିପରି ସମ୍ପର୍କ ସ୍ଥାପନ କରିବା ସହିତ ମଣିଷ ର ଭୂଷଣ ମାନବିକତା ରୂପକ ଜିଜ୍ଞାସା କୁ ପ୍ରଜ୍ଜ୍ଵଳିତ କରାଇଥାଏ ସେ ବିଷୟରେ ଆଲୋକପାତ କରିଥିଲେ।ପ୍ରତିଷ୍ଠାତା ଏବଂ ସମ୍ପାଦକ ଶ୍ରୀମାନ ମନୋଜ କୁମାର ପଣ୍ଡା ଏବଂ ସହ ସମ୍ପାଦିକା ସୁଶ୍ରୀ ସ୍ରୋତସ୍ଵିନୀ ପରିଡ଼ା ଉକ୍ତ ଆସର ର ପରିଚାଳନା ସୁଚାରୁ ରୁପେ କରିଥିଲେ। ସଭା ଶେଷରେ ପରିବାରର ସହ ସମ୍ପାଦିକା ସୁଶ୍ରୀ ସ୍ରୋତସ୍ଵିନୀ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।