“ସେଦିନ ଖରାବେଳେ “
ଝଞ୍ଜା ବୁହା ଖରାବେଳେ
ତାଳ ବଣ ମଧ୍ୟେ,,
ଠିଆ ଏକୁଟିଆ ଗୋରୀ
ଝାଳେ ଦେହ ଭେଦେ ll
କେଉଁ ଏକ ପ୍ରତୀକ୍ଷାରେ
ଥିଲ ଆନମନା,,
ମୋର ଉପସ୍ଥିତି ସତ୍ତ୍ୱେ
ତଥାପି ଜlଣନା ll
ମୁହେଁ ସ୍ବେଦ ବିନ୍ଦୁ ବିନ୍ଦୁ
ଓଢଣୀ ନିବାରେ,,
ଭୀତ ତ୍ରସ୍ତ ହରିଣୀର
ଚିହ୍ନ ଆନନରେ ll
ପକ୍ଷୀ ମେଳ କଳରବ
ଉଡ଼ୁଥିଲା କେଶ,,
ଘର୍ମେ ଓଦାଳିଆ ସଖି
ଆକର୍ଷଣ ବେଶ ll
ସାଲୁଆର ଓନି ସହ
ସଫେଦ ପୋଷାକ,,
ସତେ କି ଗାଉଁଲି କନ୍ୟା ର
ଅପୂର୍ବ ମହକ ll
କେହି ନଥିଲେ ବି ସାଥି
ତୁହି ବlର ବାର,,
ସଜାଡ଼ି ତୁ ଚାଲି ଥିଲୁ
ପରିଧାନ ତୋର ll
ଘର୍ମାକ୍ତ ଦେହରେ ପ୍ରିୟା
ଭ୍ରମର ଟେ ଆସି,,
ଗୁଣୁ ହେଉଥିଲା
କେଶ ରେ ତୋ ବସି ll
ଖର ନିଃଶ୍ବସ ଦେହରୁ
କ୍ଷିପ୍ରୁ କ୍ଷିପ୍ରତର,,
ସତେକି ଅଜଣା ଭୟ
ମନରେ ତୋହର ll
କେଉଁଆଡ଼ୁ ଘୋଟି ଆସେ
କଳାହାଣ୍ଡି ମେଘ,,
ଇତଃସ୍ତତ ଲାଗିଲୁ ଲୋ
ମତେ ଲାଗେ ବ୍ୟଗ୍ର ll
ଇନ୍ଦ୍ର ବଜ୍ର ପ୍ରହlରରେ
ଛିଟିକି ପଡ଼ିଲୁ,,
ତଳେ ପଡ଼ୁ ପଡ଼ୁ ସାଙ୍ଗ
ବlହୁ ରେ ରହିଲୁ ll
ଲାଜେଇ ଗଲୁ ରାଣୀଲୋ
ହଠାତ ମତେ ଦେଖି,,
ଛୋଟ ହସ ଟିଏ ଉଠି
ତୋ ଓଠେ ଗଲା ଲାଖି ll
କ୍ରମଶଃ…….
ଶରତ ଚନ୍ଦ୍ର ପଣ୍ଡା