ଶିକ୍ଷାରୁ ଦୀକ୍ଷା
ମାତୃ ଗର୍ଭୁ ରକ୍ତ, କରେ ଅନୁରକ୍ତ
ମାତା ଗର୍ଭେ ଶିଶୁ ଆରମ୍ଭେ ଶିକ୍ଷା,
ମାଆ ଶିକ୍ଷା ତା’ର ସ୍ନେହ ମମତାର
ସେବା ସମର୍ପଣ ଶ୍ରଦ୍ଧା ତିତିକ୍ଷା ।
ଗୁରୁ ଗୁରୁଜନ ବନ୍ଧୁ ପରିଜନ
ପରିବେଶ ଭାବ ପ୍ରଭାବେ ତା’ର,
ଜୀବନରେ ଶିକ୍ଷା କରେ ପୁଣି ଦୀକ୍ଷା
ଗତି ବୃତ୍ତି ଶକ୍ତି ସଂସ୍କୃତି ସାର,
ଭାଷାକୁ ସେ ଜାଣେ ସଂସାରକୁ ଜିଣେ
ବିଜ୍ଞାନେ ସଂସାର କରେ ସୁରକ୍ଷା,
ମାତୃ ଗର୍ଭୁ ରକ୍ତ, କରେ ଅନୁରକ୍ତ
ମାତାଗର୍ଭେ ଶିଶୁ ଆରମ୍ଭେ ଶିକ୍ଷା।
ଭାଷାରେସେଜାଣେ ଭାବନା ବଖାଣେ
ହିସାବ କରେ ସେ ଗଣନା କରି,
ରାଜନୀତି ପଢ଼େ ରାଜୁତି ସେ କରେ
ଭବ ଅଧ୍ୟୟନେ ଭବ ଉଦ୍ଧାରି।
ସଂସାରର ରକ୍ଷା ସଂସ୍କୃତି ସୁରକ୍ଷା
ନୃତ୍ୟ ଗୀତ ଶକ୍ତି ସମୃଦ୍ଧି ମୂଳ,
ସର୍ବ କର୍ମେ ସାର ସର୍ବ ମୂଳାଧାର
ଶିକ୍ଷାର ଦୀକ୍ଷା ରେ ବିଶ୍ୱ ସଚଳ,
ଶିକ୍ଷା ର ଦୀକ୍ଷା ରେ ବିଶ୍ୱ ରକ୍ଷା କରେ
ମାନବ ସମ୍ବଳ ସଂସାର ସଖା,
ମାଆ ଶିକ୍ଷା ତା’ର ସ୍ନେହ ମମତାର
ସେବା ସମର୍ପଣ ଶ୍ରଦ୍ଧା ତିତିକ୍ଷା।
ଶିକ୍ଷା ଦୀକ୍ଷା ନେଇ ଆଗେ ବଢ଼ି ଯାଇ
ସାର ଜୀବ କରେ ବିଶ୍ଵେ ରାଜୁତି,
ସମ୍ବଳେ ସଂସାର ଚାଳେ ଚରାଚର
ତାଲାଗି ଭୂତଳେ ରଖେ ସୁଖ୍ୟାତି।
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ