ସିନ୍ଧୁ ରୁ ବିନ୍ଦୁଏ କାମନା
ସିନ୍ଧୁ ରୁ ବିନ୍ଦୁଏ କାମନା ମୋହର
ଅଧିକ ମୋ ଲୋଡ଼ା ନାହିଁ ,
ସେତିକି ହୃଦୟେ ରଖିବି ସାଇତି
ସାତ ଜନମ ର ପାଇଁ ।୦।
ହୃଦୟେ ମୋହର ତୁମ ଛବି ନାଚେ
ଦିବା ନିଶି ଅବିରତ,
ଜୀବନ ବଂଶୀ ରେ ତୁମରି ମୂର୍ଚ୍ଛନା
ତୋଳୁଛି ଭକ୍ତି ସଙ୍ଗୀତ,
ତୁମ ଅନୁଭବ ପ୍ରତି ଅଙ୍ଗେ ମୋର
ଶୀହରଣ ଦେଉ ଥାଇ ।
ସିନ୍ଧୁ ରୁ ବିନ୍ଦୁଏ————-।୧।
ଅଧିକ ଇଛିବା ମନେ ଯଦି ଜାଗେ
ଆଶକ୍ତି ରେ ଯିବି ବୁଡି ,
ତୁମ ପଥ ମୋତେ ଅଦୃଶ୍ୟ ହୋଇବ
ଅଜାଣତେ ଯିବି ହୁଡ଼ି ,
ଯାହାତ ଦେଇଛ ରଖିବାକୁ ପ୍ରଭୁ
ହୃଦୟେ ମୋ ଜାଗା ନାହିଁ ।
ସିନ୍ଧୁ ରୁ ବିନ୍ଦୁ ଏ ————।୨।
ଦାନୀ ପଣେ ପ୍ରଭୁ ସାରା ଜଗତ ରେ
ଉଡୁ ଅଛି ତୁମ ବାନା ,
ତୁମକୁ ମାଗିବା ଛୋଟ କଥାଟିଏ
ଅପରାଧୀ ହେବି ସିନା ,
ଅଧିକ ଦାନ କୁ ରଖିବାକୁ ମୋର
ପରାଣ ତ ଚାହୁଁ ନାହିଁ ।
ସିନ୍ଧୁ ରୁ ବିନ୍ଦୁଏ————।୩।
ପ୍ରତାପ କିଶୋର ରାଉତ
398 total views, 1 views today