ଶୀତଋତୁ
ଧରାରୁ ଯିବାରୁ ବରଷା
ଧରା ହେଲା ଏକାଏକା
ଯେମିତି ବିନା ସାଥିରେ
ଲାଗେ ସଵୁ ଫିକାଫିକା।
ଶୀତ ଆସେ ଏଇ ଧରାକୁ
ଶିଶିର ବିନ୍ଦୁକୁ ନେଇ
ତା ପରଶେ ଧରଣୀରାଣୀ
ହୋଇ ଉଠଇ ଫୁଲେଇ।
ନାନା ପୁଷ୍ପ ଆଉ ଫଳରେ
ନିଜକୁ ଦିଏ ସଜାଇ
କେଡେ ସୁନ୍ଦର ସେ ଦିଶେ
ଶୀତକୁ ପାଖରେ ପାଇ।
ନାନା ଓଷା ବ୍ରତ ପାଳନ
ହୁଏ ଏ ଶୀତ ଋତୁରେ
ଲକ୍ଷ୍ମୀ ମା’ ଵିମୋହିତ
ଧରା ରୂପ ଲାବଣ୍ୟରେ।
ଶୁଭ୍ର ରୂପ ଧରି ଆସନ୍ତି
ମା’ ସେ ଯେ ବୀଣାପାଣି
ବିଦ୍ୟା ଦାନ ସିଏ କରନ୍ତି
ସେହି ଜଗତ କଲ୍ୟାଣୀ।
ଶସ୍ଯଶ୍ୟାମଳା ହୋଇଉଠେ
ଯେତେସବୁ ଧାନ କ୍ଷେତ
ଆନନ୍ଦ ହୋଇ ଚଷାଭାଇ
ଗାଏ ସୁମଧୁର ଗୀତ।
ଚାରି ଆଡେ ନିଆଁ ଧୂନି
ତା’ପାଖରେ ଘେରା ଲୋକ
କି ସୁନ୍ଦର ଆହା ସତରେ
ଦିଶେ ଶୀତର ପ୍ରଭାତ।
ଏଲିନା ଶତପଥୀ
ମାଲକାନଗିରି
274 total views, 1 views today