🧥🧕ଶୀତ🧕🧥
ସୋରିଷ ଫୂଲ ର
ପୀତ ପାଲିଙ୍କି ରେ
ଆସିଅଛି ଶୀତ ରାଣୀ,,,,
ସୁନେଲି କିରଣେ
ବିଛୁରିତ ଆଭା
ହସଇ ଧରିତ୍ରୀ ରାଣୀ,,,,
ହେମନ୍ତ ର ଅନ୍ତେ
ଶୀତ ର ଗଜଲ
ଟପ୍ ଟପ୍ ପଡେ ଝରି,,,
ଶ୍ୟାମ ଦୁର୍ବାଦଳ
ନୀହାର ସମ୍ଭାରେ
ପ୍ରତେ ଅବା ଯାଦୁକରୀ,,,
କୁହୁଡି ଚାଦର
ମଥାପରେ ଟାଣି
ଶୀତ ଲେଖେ ପ୍ରେମଚିଠି,,,
କୋହଲା ରାଗିଣୀ
ବଜାଏ କାକର
ପ୍ରତ୍ୟୁଷ ପ୍ରହରୁ ଉଠି,,,,
ପ୍ରାତଃସ୍ନାନ ସାରି
ପଲ୍ଲୀଲଳନା
ସଜଳ ଚରଣ ଚାଳି,,,,
ଆସୁଥାଏ ଥରି
ଆପଣା ଭବନେ
ଜାଡୁଆ ହିମ କୁ ଟାଳି,,,,
ଦକ୍ଷିଣା ବାଆଟା
ଥିରିଥିରି ବହି
ଥରାଇ ଦିଏଲୋ ମଞ୍ଜ,,,
ସ୍ବର୍ଣିମ ଶସ୍ୟରେ
ଭରଇ ଭଣ୍ଡାର
ପଡି ଲକ୍ଷ୍ମୀ ପଦରଜ,,,,
ନାନା ପୁଷ୍ପରାଜି
ବିକଶି ସମୀରେ
ନବ ବର୍ଣବିଭା ସାଜେ,,,,
ଅପୂର୍ବ ଏ ଶୀରି
ମରତ ରେ ଦେଖ
ସ୍ବର୍ଗ ସୁଷମା ବିରାଜେ,,,,।
ରଂଜିତା ପତି, ଜଗନ୍ନାଥ ପ୍ରସାଦ
ଗଂଜାମ
206 total views, 1 views today