ଶୀତ ଓ ପ୍ରିୟା
ଏଇତ ଶୀତ ଛୁଇଁଛି
ଗାଁ ନଈ ପଠାରୁ
ସମୁଦ୍ର ଭୂଇଁ ଯାଏ
ମାଟିରୁ ଆକାଶ ଯାଏ
ଦୁବ ଘାସର କଅଁଳ ପତ୍ରରୁ
ଚଞ୍ଚଳତା ନେଇ
ଲାଜକୁଳି ଲତାରୁ
ଲାଜ ଟିକେ ନେଇ
ପ୍ରିୟା ମୁଁହରେ ବୋଳିଛି
ଅସଜଡ଼ା ହସ ….ll
ପ୍ରିୟା ,ଚହଲା ପାଣିରେ
ପାଦ ଥାପୁ ଥାପୁ
ଟିକେ ଅଟକି ଯାଏ
ଅଟକି ଯାଏ ଶୀତର ସ୍ପର୍ଶରେ
ହଳଦୀ ତାଟିଆରୁ ହଳଦୀ
ମୁଁହରେ ଲଗାଉ ଲଗାଉ
ଟିକେ ରହିଯାଏ
ରହିଯାଏ ମନର ଭାବନାରେ
ସମୟର ଅନ୍ତରରେ ….ll
ତଥାପି ପ୍ରିୟା
ଏକ ସମ୍ପୂର୍ଣ ପ୍ରେମ ବର୍ଣ୍ଣବୋଧ
ଶୀତର ସମ୍ପୂର୍ଣ ସଂକଳନରେ
ପ୍ରତିଟି ପ୍ରୀତି ଶବ୍ଦ
ଶୀତର ଲହରୀରେ
ସେ ଏକ ନିରବ ଛବି
ମୋ ପରି କବି ଭିତରେ
ସବୁ ଦିନର ଅତିଥି ll
*ନବ କୁମାର ଦାସ*
*ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର*
*ଶିକ୍ଷକ*
💝💝💝💝💝💝💝💝💝
427 total views, 1 views today