ଶୀତ ଲହରୀ
ଫେରିଗଲା ଧିରେ ପୁଣ୍ୟ କାର୍ତ୍ତିକ
ଛାଡ଼ିଦେଇ ମଗୁଶିର
ଧିମା ଧିମା ଶୀତ ବଢ଼ିଯାଇ ଆଜି
ଆସେ ଲହରୀ ଶୀତର।୧।
ଶୀତ ଲହରୀର ପ୍ରକୋପ ବଢୁଛି
ଥରି ଯାଉଛି ଶରୀର
ହରି ସାହୁ କିନ୍ତୁ ସକାଳ ପହରୁ
ଚାହା ପାଇଁ ତରତର।୨।
ମୁଣ୍ଡରେ ପଗଡ଼ି ଶରୀର ଆବୃତ୍ତ
ବସିଛନ୍ତି ସର୍ବେ ଘେରି
ଧିକ୍ ଧିକ କରି ଧୁନିଟା ଜଳୁଛି
ଶୀତରୁ ହୋଇବେ ପାରି।୩।
ଚଷା ପୁଅ ମୁଣ୍ଡେ ପଡିଛି ଭାଳେଣି
ପଡିଛି ଧାନ ଖଳାରେ
ଶୀତକୁ ଡରିଲେ ଘରେ ବସିଥିଲେ
ସାହୁ ପଡ଼ିବ ଗଳାରେ।୪।
ବୈଜ୍ଞାନିକ ଅଧିକାରୀ
ଅଶ୍ୱପୁରମ,ତେଲେଙ୍ଗାନା
423 total views, 1 views today