April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ଶରତ

ଶରତ

ବରଷା ବିଗତ ଶରତ ଆଗତ

ବିମଳ ଧରିତ୍ରୀ ସୁନ୍ଦର ଶୋଭିତ !

ରୁଚିର କାଇଁଶ କୁସୁମ ଶୋଭନ

ଧରଣୀ ମଥାର ମୁକୁଟ ମଣ୍ଡନ !

ବିଦାୟ ଘୋଷିତ ବାର୍ଦ୍ଧକ୍ୟ ସଙ୍କେତ

ଶୁଭ୍ରକେଶୀ ବର୍ଷା ନେତ୍ରେ ପ୍ରତିଭାତ !

ଉଦୟ ଅଗସ୍ତି ବିମଳ ଗଗନେ

ଶୁଷ୍କ ପଥ ଜଳ ସନ୍ତୋଷ ଯେସନେ !

ସରିତ ସରସୀ ନିର୍ମଳ ସଳିଳ

ବିଦେହ ସାଧୁର ଯେନ୍ହେ ହୃଦ ସ୍ଥଳ !

ବୋଇତ ପ୍ରାୟେକ ଧଳା ମେଘ ମାଳ

ଭାସନ୍ତି ଅମ୍ବରେ ହୋଇ ଦଳ ଦଳ !

ସତେକି ଆକାଶ ବିଜୟ ଘୋଷିତ

ଧବଳ କୁସୁମ ହାର ବିମଣ୍ଡିତ !

ଶରତ ଆଗତ ଚକୋର ତୃଷିତ

ବିରହ ପ୍ରାଣର କଷଇ ଗଣିତ !

ହୋଇ ଦଳ ଦଳ ଭ୍ରମନ୍ତି ଖଞ୍ଜନ

ସମୟ ଆସନ୍ତେ ସୁକୃତ ଯେସନ !

ଧୀର ମୃଦୁଗାନ ବିରଚେ ପବନ

ହରିବା ନିମନ୍ତେ କୃଷକ କଷଣ !

ଵିହସେ ନଳିନି ନଳିନୀ ବିକଶେ

ହରଷେ ଅନ୍ତର ଅରୁଣ ଦରଶେ !

ମଧୁରେ ମଧୂପ ଗୁଞ୍ଜଇ କୀର୍ତ୍ତନ

ସାରଦା ମାତାର କରେ ଆବାହନ !

ମରାଳ ମାଳିନୀ ସହଚରୀ ଘେନି

ସାନନ୍ଦେ ନୃତ୍ୟନ୍ତି ସରୋବର ପାଣି !

ନିର୍ମଳ ଆକାଶେ କୁସୁମ ସୁବାସେ

କୁମୁଦ ପ୍ରାଣର ବେଦନା ବିନାଶେ !

ବନ ଉପବନ ସୁମନ ସମ୍ପନ୍ନ

ମଧୁର ମହକେ ହରେ ଜନ ମନ !

ଗହଳ ଶ୍ୟାମଳ ପାଦପ ପୂରିତ

ଆହାକି ସୁନ୍ଦର ବନାନୀ ପର୍ବତ !

ଫସଲ ହରିତ କିଆରୀ ମଣ୍ଡିତ

ବସୁଧା ରାଣୀର ବସନ ଶୋଭିତ !

ଦୁଃଖିତ କୃଷକ ହୃଦୟ ପ୍ରସନ୍ନ

ଶରତ ସଖାର ଲଭି ଆଶ୍ୱାସନ !

ନୂତନ ବିହନ ଅମଳ କରିଣ

ପୂଜେ ଦେବାଦେବୀ ନବାନ୍ନ ପାଳିଣ !

ଏକତାରେ ବାନ୍ଧି ପରାପର ତେଜି

ବିଶ୍ୱକୁ ପାଳଇ ଶାନ୍ତିଦୂତ ସାଜି !


କୌସ୍ତୁଭ ଜାଲ, ଡୁଡୁକା, ବଲାଙ୍ଗୀର

 288 total views,  2 views today

Leave a Reply

Your email address will not be published. Required fields are marked *