ସାଲଗେ ର ସ୍ବପ୍ନ
◆●◆●◆●◆●◆◆◆◆
ସକାଳର ସେଇ
କଅଁଳ ଖରା ବିଛେଇ ପଡ଼ିଲା ବେଳକୁ
ସେ ଆସିଗଲା
ହାତରେ ଝାଡୁଟିଏ ଧରି
କେମିତି ବା ନ ଆସନ୍ତା
ହଁ କେମିତି ବା ନ ଆସନ୍ତା
ତା କାମ ପରା ସେହିପରି ।।

ବେଶ ବେଶ୍ ଅନୁଜ୍ଜ୍ଵଳ
ନିପ୍ପଟ ମଫସଲୀ,
ଆଉ ଅପରିଚ୍ଛନ୍ନ
ସେ ବା କଣ କରିବ
ହଁ ସେ ବା କଣ କରିବ
ନିୟତି ତା କୋମଳ ପାପୁଲିରେ ଦେଇଛି
ଏହିପରି ରେଖା ଚିରି ।।

ସେ ଆସେ ନୀରବରେ
ହଁ ସେ ଆସେ ନୀରବରେ
ବେଶ ସଂଯତ ସତର୍କ ହେଇ
କାଳେ କେ ତାକୁ ପରିହାସ କରିବ
ତା ଗରିବୀକୁ ବ୍ୟଙ୍ଗ ଅବା ତାଚ୍ଛଲ୍ୟ କରିବ
ତେଣୁ ସେ ଲୁଚି ଲୁଚି ଆସେ
ଆଖିରେ ଆଖିଏ ସପନ ଭରି ।।

ସେଦିନ ବି
ତା ବେଶ ଥିଲା ଅପରିଛନ୍ନ
କେଶ ଅଲରା ନୁଖୁରା
ଜାମା ଚିରି ଓହଳିଛି ପାଦ ପାଖକୁ
ମୁଖ ମଳିନ , ଦିପ୍ତୀହୀନ
ଆଖି ଦୁଇ ରକ୍ତିମ
ଯେପରି ସେ କାନ୍ଦୁଥିଲା ରାତି ଭରି ।।

ତଥାପି ସେ ଅସ୍ପଷ୍ଟ ମୁଖରେ
ସ୍ପଷ୍ଟତା ଅଛି
ତା ଚିରା ଜାମା ରେ ଅଛି
ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ
ଆଉ ଦୁଇ ନିରୀହ ନୟନେ ଅଛି
ସ୍ୱପ୍ନର ମେଲଣ ଭରି ।।

ଅପେକ୍ଷା ତାର ସ୍ଵାଧୀନତାକୁ
ଏହି ବାରମାସୀ ପୋଇଲି ଜୀବନରୁ
ମୁକ୍ତିକୁ………
ସବୁ ଦୁଃଖରୁ ସୁଖକୁ
ଆଉ ପୁଣି ଏକ ନୂତନ ସୂର୍ଯ୍ୟୋଦୟକୁ
କଣ ସାଲଗେ ପାରିବ ?
ତା ସ୍ବପ୍ନ ସବୁକୁ ସତ କରି ।।

-ରାଜଶ୍ରୀ ପରିଡ଼ା🙏

 76 total views,  1 views today

One thought on “ସାଲଗେ ର ସ୍ବପ୍ନ”
  1. Many many thanks to Manoj bhai The CEO of SLF for publishing my poem in WebsiteI request to all our members to give their valuable advice through which I can write better Thank you SLF

Leave a Reply

Your email address will not be published. Required fields are marked *