ଷଢରିପୁ ଘେରି କଲେଣି ମେଳି
ଜୀବ ଛାଡିବାର ଆସିଲା ପାଳି।
ବେଳୁ ବେଳ ଘାରେ କଫ ପିତ୍ତ ବାତ
ଛାଡି ବାକୁ ଏଠି ଆୟୁଷ ହାତ।
ଆଖି ଥାଇ ପୁଣି ଅଂନ୍ଧ ହୋଇଯାଏ
ଦିବସ ଆଲୋକେ ପାରେନା ଦେଖି
କାନ ଥାଇ କାନ ମେଲି ସେ ପଚାରେ
ଜିଭ ଥାଇ ସ୍ୱାଦ ନପାରେ ଚାଖି।
ଜନମ କାଳରୁ ଲେଖି ଆସିଅଛି
ଗଲାବେଳେ ଯିବ ସବୁ ସେ ଛାଡି
ତଥାପି ମାୟାର ଜାଲେ ଛନ୍ଦି ହୋଇ
ବିପଦେ ଆପଦେ ଛାଡଇ ରଢି।
ମୋର ମୋର କହି ଆବୋରି ବସିଛି
ସତେକି ନେବସେ ମରିବା ପରେ
ବୁଝି ପାରେନା ନାହିଁ ନିଜର ଭାବଇ
ସେ ଛଡାଇ ରଖନ୍ତି ନିଜ ହାତରେ ।
ଦାନ ଧ୍ୟାନ ଧରମ ଯାଇଛୁ ଭୁଲି
ପରୋପକାର ଖାଇଛି ଚୁଲି
ଯେତେ ଅରଜିଛୁ ଅନ୍ୟ ତଣ୍ଟିଚିପି
ତୋର କଷ୍ଟରେ ସେ ହସିବେ ଖାଲି।
ସୁଧୁରି ଯା ତୁ ସମୟ ଅଛି
ଧନ ପଥ ଛାଡି ଧର୍ମ ଆଦରି
ସତ୍ ସଙ୍ଗେ ଧନ ଧର୍ମ ଅରଜି
ଏ ଭବ ସାଗରୁ ହୋଇବୁ ପାରି।
ରେଣୁକା ସାମଲ
ପଞ୍ଚାୟତ ସମିତି କଲେଜ
ରାଇଘର, ନବରଙ୍ଗପୁର।
329 total views, 1 views today
Im obliged for the blog.Really looking forward to read more. Keep writing.
Aloha! Interesting post! I’m really enjoy this. It will be great if you’ll read my first article on essayscambusters)
Thank you for your blog article.Much thanks again. Awesome.
Appreciate you sharing, great article. Really Great.
Very informative post. Fantastic.
I loved your blog article.Really looking forward to read more. Great.
Great, thanks for sharing this article post.Really looking forward to read more. Fantastic.
After receiving the production license, my buddy and his girlfriend have been busy with production every day.
Hey, thanks for the blog post. Awesome.
Very informative post.Much thanks again.
I enjoy reading an article that will make men and women think. Also, thank you for allowing me to comment!
Thanks for making this super good article. I’ll be back to see more.