March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*କବି – ଇନ୍ଦୁପ୍ରଭା ବିଶ୍ୱାଳ *

🌹କବି 🌹

 

ଇନ୍ଦୁପ୍ରଭା ବିଶ୍ୱାଳ 

—————————————

ସଫେଦ କାଗଜ ପରେ

କଲମ କୁ ଧରି

ଫୁଟାଏ ମନର ଭାଷା

ଭାବ ଅବତରି

 

ଭାବେ ତାର ଏ ଜନମ

ବିଭୁ ଉପହାର

ସୃଷ୍ଟି ପାଇଁ ରଚିଯିବ

ଅମୃତ ସମ୍ଭାର

 

ସାଧନା ରେ ଚିରବ୍ରତୀ

ନିରବ ସାଧକ

ଅତିକ୍ରମି ଚାଲେ ଯେତେ

ବାଧା ଓ ବାଧକ

 

କେବେ ପାଲଟିଯାଏ ସେ

ସ୍ବପ୍ନ ସୌଦାଗର

କେବେ ହୋଇଯାଏ ପୁଣି

ଶବ୍ଦ ଯାଦୁକର

 

କଳ୍ପନା ରେ ଗଢେ କେତେ

ଅଶାର ସଉଧ

ତା ପାଇଁ ସବୁ ସମାନ

ନିନ୍ଦା ଅପବାଦ

 

ପାରିଜାତ ଫୁଟେ ପୁଣି

ତା ରଚନା ଧାରେ

ନିତି ମଧୁମାସ ଆସି

ମନ ଛୁଇଁ ଫେରେ

 

କେତେବେଳେ ହସେ ପୁଣି

କେତେବେଳେ କାନ୍ଦେ

କେତେବେଳେ ନାଚେ ମେଘ

ମହ୍ଲାର ର ଛନ୍ଦେ

 

ସ୍ୱପ୍ନ ଭରା ମନରେ ତା

ଅସୁମାରୀ ଆଶା

ସେ ଆଶା ରେ ବାନ୍ଧେ

ବାଇ ଚଢେଇ ର ବସା

 

ସାରା ଦୁନିଆ ଟା ଯେବେ

ପଡିଥାଏ ଶୋଇ

ଭାବନା ର ରାଇଜରେ

ରହିଥାଏ ଚେଇଁ

 

ଅଶାର ଆଲୋକ ଭରି

ସପନ ମନରେ

କେବେ ସଂଜ ଆସିଯାଏ

ଜୀବନ ଶେଷ ରେ

 

ଲେଖନୀ ନିରବୀ ଯାଏ

ଅସ୍ତ ହୁଏ ରବି

ଚିର ଅମର ନମସ୍ୟ

ଏ ମାଟିର କବି

 

ଇନ୍ଦୁପ୍ରଭା ବିଶ୍ୱାଳ 

 

 165 total views,  1 views today

Leave a Reply

Your email address will not be published. Required fields are marked *