March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ସ୍ବଦେଶୀ ଭାବନା ଦିଏ ଖଦୀ – ଜୟଶ୍ରୀ ଖଟୁଆ

ସ୍ବଦେଶୀ ଭାବନା ଦିଏ ଖଦୀ

 

ବିନିକା ସହରରେ ପଡିଥାଏ ଏକ ଭିନ୍ନ ଢଙ୍ଗର ବସ୍ତ୍ରମେଳା। ନାନା ପ୍ରକାରର ବସ୍ତ୍ର ସାଥିରେ ଉଭା ହୋଇଥାନ୍ତି ବିଭିନ୍ନ ଅଞ୍ଚଳର ବସ୍ତ୍ର ବେପାରୀ।ମେଳା ପ୍ରାଙ୍ଗଳରେ ଶହେରୁ ଉର୍ଦ୍ଧ ଷ୍ଟୋଲ ସଂଧ୍ୟା ହେଲେ ଜୀବିତ ହୁଅନ୍ତି,ସତେ ଯେମିତି ବିଭିନ୍ନ ରଙ୍ଗରେ…। ପ୍ରତ୍ୟେକ ବେପାରୀ ନିଜସ୍ବ ଢଙ୍ଗରେ କରିଚାଲିଥାନ୍ତି ବେପାର।କିଏ ଆକର୍ଷଣୀୟ ସାଜସଜ୍ଜ ମାଧ୍ୟମରେ ତୋ ପୁଣି କିଏ କଥାର ମାଧୁରତା ମାଧ୍ୟମରେ,କିଏ ରିହାତି ଛଳରେ ତୋ ପୁଣି କିଏ ଗୀତର ସ୍ବରରେ।ଯାହା ଫଳରେ ବିଭିନ୍ନ ବେପାରୀ ସମେତ ଲୋକଙ୍କ ସୁଅ ଖୁବ୍ ଛୁଟୁଥାଏ ମେଳାକୁ।

ଇତି ମଧ୍ୟରେ “ଭାରତର ଗର୍ବ ଓ ଗୌରବ =ଖଦୀ” ପୋଷ୍ଟର ଲାଗିଥିବା ରାମ ମେହେରଙ୍କ ଷ୍ଟୋଲ୍ ଟି ପଡିଥାଏ ଜନଶୂନ୍ୟ।ଚରଖା ଓ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ମାଧ୍ୟମରେ ବସ୍ତ୍ର ପ୍ରସ୍ତୁତିର ବିଭିନ୍ନ ସ୍ତରକୁ ସୁନ୍ଦର ଭାବରେ ସଜ୍ଜିକରଣ କରିଥାନ୍ତି ସତେ ହେଲେ ବିକ୍ରୀ ପରିବର୍ତ୍ତେ ଫୋଟ ଉଠାଇ ଷ୍ଟାଟସ୍ ରଖିବା ପାଇଁ ଲୋକଙ୍କ ଭିଡ଼ ଲାଗେ।ଫୋଟ ଉଠାଇବା ବାହାନାରେ ମେହେର ବାବୁଙ୍କୁ ଖଦଡ଼ ବସ୍ତ୍ରର ଦାମ୍ ପଚାରି ଅନ୍ୟ ଷ୍ଟୋଲ୍ ରୁ ଶସ୍ତା ବସ୍ତ୍ର କିଣନ୍ତି ସଭିଏଁ। ଏହା ଦେଖି ଦେଖି ମେହେର ବାବୁ ଭାଙ୍ଗିପଡନ୍ତି,କାରଣ ଆଜିର ପ୍ରଗତିଶୀଳ ଦୁନିଆରେ ନିଜର ଉଚ୍ଚ ଶିକ୍ଷିତ ସାର୍ଟିଫିକେଟ୍ ସବୁକୁ ବାକ୍ସରେ ଥାକମାରି ପୂର୍ବଜଙ୍କ ଭାର(ବୃତ୍ତି)କୁ କାନ୍ଧରେ କାନ୍ଧେଇ ଆଗକୁ ବଢିବାର ଯେଉଁ ପ୍ରୟାସ କରିଥିଲେ ତାହା ଆଜି ଉପରକୁ ଉଠିବା ପାଇଁ ସହଯୋଗ କରିବା ପରିବର୍ତ୍ତେ ତଳକୁ ଠେଲି ତାଙ୍କ ଆତ୍ମ ବିଶ୍ବାସ ଭାଙ୍ଗିବାରେ ସହାୟକ ହେଉଛି।

ମେଳା ସରିବାକୁ ଆଉ ଦୁଇଦିନ ଥାଏ।ତିନି ଚାରି ଖଣ୍ଡ ବସ୍ତ୍ର କଷ୍ଟେମଷ୍ଟେ ବିକ୍ରୀ ହେବା ଫଳରେ ମନଦୁଃଖରେ ଷ୍ଟୋଲ୍ ଭିତରେ ବସିଥାନ୍ତି ମେହେର ବାବୁ।ସେହି ସମୟରେ ସେ ଅଞ୍ଚଳର ବଡ଼ ବେପାରୀ ପ୍ରତି ଷ୍ଟୋଲ୍ ରୁ କିଛି କିଛି ବସ୍ତ୍ର କିଣୁଥିବାର ଖବର ପାଇଲେ।ମେହେର ବାବୁଙ୍କ ମନରେ ଆଶାର ଆଲୋକ ଜାଗରଣ ହେଲା।ସେହି ବ୍ୟକ୍ତି ଜଣଙ୍କ କିଛି ଲୋକଙ୍କ ସହ ଆସି ମେହେର ବାବୁଙ୍କ ଷ୍ଟୋଲ୍ ର ସାଜସଜ୍ଜ ଦେଖିବାକୁ ଲାଗିଲେ।ମେହେର ବାବୁ ଦୀର୍ଘ ନିଶ୍ବାସ ପକାଇ ପ୍ରଫୁଲ୍ଲିତ ମନରେ କହିଲେ,”ଆଜ୍ଞା” ଏ ସବୁ ଖଦଡ଼ ଧୋତି ମୁଁ ନିଜେ ତିଆରି କରିଛି,ଦେଖୁ ନାହାନ୍ତି ସେଥିପାଇଁ ଏହାର ପ୍ରସ୍ତୁତିକୁ ମଧ୍ୟ ସାମ୍ନାରେ ପ୍ରର୍ଦଶନ କରିଛି।କୁମ୍ଭପକା ଧୋତି ଖରାଦିନ ପାଇଁ ଖୁବ୍ ଭଲ,ଗୋଟାକୁ ମାତ୍ର ଚାରି ଶହ ଟଙ୍କା।କିଛି ନିଅନ୍ତୁ ଆଜ୍ଞା,ଗରମ ଦିନରେ ଦେହକୁ ହାଲୁକା ଲାଗିବ।ଏ ସବୁ ଶୁଣି ବ୍ୟକ୍ତି ଜଣକ ରାଗିଯିଇ କହି ଉଠିଲେ:- *__ ହଇଓ ଭାଇ ….. ତୁମ ହାତବୁଣା ଖଦଡ଼ ଧୋତିର ଦାମ୍ ଯାହା , ତାର ଅଧା ରେଟ୍ ରେ ଆମେ ମେସିନ ବୁଣା ଧୋତି ଯୋଗେଇଲେ ବି ଲୋକ କିଣୁ ନାହାନ୍ତି।ଶୁଦ୍ଧଘରିଆ ଲୋକ କିଏ ହାବୁଡିଲେ ଧୋତି ଗାମୁଛା କିଛି ବିକ୍ରି ହୁଏ ଯେ …. ସେମାନେ କିନ୍ତୁ ଖୋଜି ଖୋଜି ସବୁଠୁଁ ଶସ୍ତା ଧୋତି ହିଁ ନିଅନ୍ତି।କୁହନ୍ତି ଏଗୁଡା ଦାମିକିଆ ନେଇ ଲାଭ କ’ଣ ?ତୁଠ କର୍ମ ପରେ ଏ ବସ୍ତ୍ର ସବୁ ମାରା। ଦେବକର୍ମ ଆଉ ସବୁ ଭଲକାମକୁ ଅଯୋଗ୍ୟ।ଆଉ ବାହାଘରିଆ କିଣାବିକା ହେଲେ ଲୋକ ସେଇ ଟଙ୍କାରେ ଶସ୍ତା ପ୍ୟାଣ୍ଟ ସାର୍ଟ କପଡା ବରଂ ନେଇ ଯାଉଛନ୍ତି କିନ୍ତୁ ଧୋତି ଗାମୁଛା ଆଉ କିଣୁ ନାହାନ୍ତି। ବନ୍ଧୁ ବେଭାର ପାଇଁ ଆଉ ତୁମର ଏ କୁମ୍ଭପକା ଧୋତିକୁ ମୁଁ ରଖି କରିବି କ’ଣ ! କିଣିବ କିଏ ୟାକୁ ?*

ଏହାର ଉତ୍ତରରେ ମେହେର ବାବୁ ଗମ୍ଭୀର କଣ୍ଠରେ କହି ଉଠିଲେ, “ଯେଉଁ ଚରଖା ଦିନେ ଜାତିର ଜନକ ନିଜେ ଚଳାଉଥିଲେ। ଇଂରେଜଙ୍କ ବସ୍ତ୍ର ବର୍ଜନ କରିବାର ଶପଥ ନେଇ ସ୍ବଦେଶୀ ବସ୍ତ୍ରକୁ ଆପଣାଇ ନେଇଥିଲେ।ସତ୍ୟ,ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇ ଏ ଦେଶକୁ ସ୍ବାଧିନ କରିଥିଲେ,କିନ୍ତୁ ସ୍ବାଧିନତା ଆଜିକୁ ୭୫ତମ ବର୍ଷ ବିତିଯିବା ସହ ସ୍ବଦେଶୀ ବସ୍ତ୍ରର ଚାହିଦା ହ୍ରାସ ମଧ୍ୟ ହୋଇ ଗଲାଣି।ପୁଣି ବିଦେଶୀ ବସ୍ତ୍ର ପରିଧାନ କରି ନିଜକୁ ଷ୍ଟାଇଲିସ୍ କହୁଛେ ସତ,ହେଲେ ନିଜେ ହିଁ ନିଜ ସଂସ୍କୃତି ଓ ସ୍ବାଭିମାନକୁ ମାଟିରେ ମିଶାଇ ଦେଉଛେ କହି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ପାଖରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ।ଏହି ପରିସ୍ଥିତିକୁ ଜଣେ ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡି ଦେଇଥିଲା। ରାତି ମଧ୍ୟରେ ସେହି ଭିଡିଓଟି ବହୁ ଲୋକଙ୍କ ପାଖରେ ପହଞ୍ଚି ପାରିଥିଲା,ଯାହା ଫଳରେ ନିଜର ବୃତ୍ତି,ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବାର ମେହେର ବାବୁଙ୍କ ପ୍ରୟାସକୁ ସଭିଏଁ ବୁଝିପାରିଥିଲେ।ଶେଷରେ ଗାନ୍ଧିଜୀଙ୍କ ସ୍ବଦେଶୀ ଭାବନାକୁ ଖଦୀ ବସ୍ତ୍ରର ବ୍ୟବହାର କରି ସତେଜ କରିବା ପାଇଁ ଗ୍ରାହକଙ୍କ ସୁଅ ମେହେର ବାବୁଙ୍କ ଷ୍ଟୋଲ୍ ପାଖକୁ ଛୁଟିଥିଲା।

 

ଜୟଶ୍ରୀ ଖଟୁଆ

ନୂଆସାହି,କପ୍ତିପଦା,ମୟୂରଭଞ୍ଜ

Loading

Leave a Reply

Your email address will not be published. Required fields are marked *