April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସେବିକା–ସୁଭଦ୍ରା ସିଂହ*

-:ସେବିକା :-
**********

ସୁନ୍ଦର ଏକ ଅପରାହ୍ନ ର ସୂର୍ଯ୍ୟାସ୍ତ କୁ ଉପଭୋଗ କରୁଥାଏ ମୁଁ | ଅଚିରାତ କର୍ଣ୍ଣ ପଟ୍ଟ କୁ ସ୍ପର୍ଶ କରିଲା ମୋ ମା ର ସ୍ନେହଭରା ଡାକ -“ଆରେ ମା ‘ଲକ୍ଷ୍ମୀ ର ଫୋନ ଆସିଛି |” ‘ଲଷ୍ମୀ ‘ମୋ ସାନ ମାଉସୀ ଙ୍କ ଝିଅ, ସ୍ୱାସ୍ଥ୍ୟକର୍ମୀ ଭାବେ ରାଜଧାନୀର ଏକ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ | ସବୁ ଭଉଣୀ ଙ୍କ ମଧ୍ୟରୁ ସେ ଟିକେ ନିଆରା, ଖୁବ ସାହସୀ, ଧୈର୍ଯ୍ୟବାନ, ସଚ୍ଚୋଟ ବହୁ ଭଲ ଗୁଣ ର ଅଧିକାର, ଓଡ଼ିଆ ରେ ଗୋଟେ କଥା ନାହିଁ -“ଝିଅ ଟି ସର୍ବ ଗୁଣ ସମ୍ପର୍ଣ୍ଣା ” ଠିକ ସେହିଭଳି |
ମୁଁ କଥା ହେଲି, ବାର୍ତ୍ତାଳାପ ମଧ୍ୟରେ ସେ କହିଲା -“ଦିଦି, ମୋ ମନ କାହିଁ ଭଲ ନାହିଁ|” ଅସୁସ୍ଥ ମନ ର କାରଣ ପଚାରିବାରୁ କହିଲା -“ଜାଣିନି, କାହିଁକି ଭଲ ଲାଗୁନି ମୋତେ କିଛି |” ତାପରେ କିଛି ଅଶ୍ଵସ୍ତିପୂର୍ଣ୍ଣ ଉକ୍ତି କହିବାକୁ ଯାଇ କହିଲି -“ତୁ ଯାହା ଏବେ ଅନୁଭବ କରୁଛୁ, ଗୋଟେ ଖାତା ରେ ଲେଖିଦେ | ଖରାପ ଅନୁଭବ ମନ କୁ ଅସୁସ୍ଥ କରିଥାଏ | ସେ ଅନୁଭବ କୁ ମନ ରୁ ଲେଖା କିମ୍ବା ବାଚ୍ୟ ମାଧ୍ୟମ ରେ ବାହାର କରି ଦେବା ଉଚିତ | ”
ଏତିକି ଶୁଣି ନିଜ ବେଦନାକୁ ନିଜ ମଧ୍ୟେ ରଖି ଦେଇ କହିଲା -“ଦିଦି, ଚାଲ ସିଲୁ ସହ କଥା ହେବା | ‘ସିଲୁ ‘ମୋ ବଡ ମାଉସୀ ଙ୍କର ବଡ଼ ଝିଅ, ଆଉ ସବୁଠୁ ସାନ ଭଉଣୀ ମୋ ଲୁସି, ଖୁବ ଅଲିଅଳି କଇଁ ପରି ସେ | ସିଲୁ ମଧ୍ୟ ଏବେ ରାଜଧାନୀର ଅନ୍ୟ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ | ମୁଁ, ଲକ୍ଷ୍ମୀ, ସିଲୁ ଆମ ତିନି ଭଉଣୀ ଙ୍କର ସାମୁହିକ କଥାବାର୍ତ୍ତା ଚାଲିଥାଏ | ସେ ସମୟ ରେ COVID-19 ର ପ୍ରଭାବ ରେ ସାରା ବିଶ୍ୱ ପ୍ରଭାବିତ |
ସମୟ ର ପରିସ୍ଥିତି କୁ ଆଖି ଆଗରେ ରଖି , ଏକ ଉକ୍ତି ଉପସ୍ଥାପନା କରି କହିଲି -“COVID -19 ର ଚିକିତ୍ସା ପାଇଁ ତୁମେ ଦୁହେଁ କାର୍ଯ୍ୟରତ ଥିବା ଦୁଇଟି ଯାକ ଚିକିତ୍ସାଳୟ ରେ ବନ୍ଦୋବସ୍ତ କରାଯାଉଥିବାର ଖବର ପ୍ରସାରଣ ହୋଇଛି |ସେ ବିଷୟରେ କଣ ତୁମ ଅନୁଭୂତି କୁହ | ସେ ଦୁହେଁ ନିଜର ମତ ପ୍ରକାଶ କରିବାକୁ ଯାଇ କହିଲେ -” ହଁ ଦିଦି, ଆମ ଦୁହିଁ ଙ୍କ ଚିକିତ୍ସାଳୟ ରେ COVID-19 ର ଚିକିତ୍ସା ନିମନ୍ତେ ଆୟୋଜନ ଚାଲିଛି | ଆମକୁ ସେ ରୋଗ ରେ ପୀଡିତ ପୀଡିତା ଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ତାଲିମ୍ ଦିଆଯାଉଛି |ଆମେ ଦୁହେଁ ଏ ଜଟିଳ ପରିସ୍ଥିତି ସହ ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛୁ | ଆମ କର୍ତ୍ତବ୍ୟ ଆମେ ସୁଚାରୁରୂପେ ସମ୍ପାଦନା କରିବାକୁ ପ୍ରଚେଷ୍ଟା କରିବୁ | ଆମ ଦେଶ ର ଏ ସଂଘିନ ସ୍ଥିତି ରେ ନିଜର ତାଲିମ୍ଗତ ଯୋଗ୍ୟତା ଓ ଦେଶ ସେବା ର ଏକ ମନୋବଳ ନେଇ ଆପ୍ରାଣ ଉଦ୍ୟମ କରିବାକୁ ନିଜକୁ ପ୍ରସ୍ତୁତ କରୁଛୁ |ଇଶ୍ୱର, ବାପା ମାଆ, ବନ୍ଧୁ ପରିଜନ ଆମକୁ ଏ ଜନହିତକର କାର୍ଯ୍ୟ ରେ ନିୟୋଜିତ କରେଇଥିବାରୁ ଆମେ ତାଙ୍କ ନିକଟରେ ଚିର ଋଣୀ ଆଉ ଧନ୍ୟବାଦ ଜ୍ଞାପନ କରୁଛୁ |”
ଏହି ସବୁ ଆଲୋଚନା ଶେଷରେ ଆମେ ଫୋନ ରଖିଲୁ | ଦୁହିଁ ଙ୍କର ଏହିପରି ଉତ୍ସର୍ଗୀକୃତ ଉକ୍ତି ଶୁଣି କିଛି ମୁହୂର୍ତ ମୁଁ ଭାବ ବିହ୍ଵଳ ହୋଇ ବସି ପଡିଥାଏ ଓ ଭାବୁଥାଏ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଙ୍କ ଧୌର୍ଯ୍ୟଶୀଳ ଶକ୍ତି କୁ | ସେହି ସମୟ ରେ ଦୂରଦର୍ଶନ ରେ ଏକ କାର୍ଯ୍ୟକ୍ରମ ପ୍ରସାରଣ ହେଉଥାଏ ‘ମନ କି ବାତ ‘ ସେଥିରେ ଆମ ଦେଶ ର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦି, ଜଣେ COVID-19 ରୁ ମୁକ୍ତ ହୋଇଥିବା ବ୍ୟକ୍ତି ର ଅନୁଭୂତି ପଚାରୁ ଥାନ୍ତି | ବ୍ୟକ୍ତି ଜଣକ ନିଜ ଅନୁଭୂତି ଉପସ୍ଥାପନା କରିବାକୁ ଯାଇ କହିଲେ -“ଆଜ୍ଞା, ଖୁବ ଭୟଭୀତ, ଧୈର୍ଯ୍ୟହରା ଥିଲା ମୋ ମୁହୂର୍ତ | କିନ୍ତୁ ମୋ ଚିକିତ୍ସାରତ ଥିବା ସ୍ୱାସ୍ଥ୍ୟକର୍ମୀ ଙ୍କ ଯେଉଁ ଆଶ୍ୱାସନା ପୂର୍ଣ୍ଣ, ସକାରାତ୍ମକ, ଧୈର୍ଯ୍ୟଶୀଳ ଉକ୍ତି ଏବଂ ଯତ୍ନଶୀଳ ସେବା ହିଁ ମୋତେ ଆରୋଗ୍ୟ କରିପାରିଛି | ସେଥିପାଇଁ ମୁଁ ସେମାନଙ୍କ ନିକଟେ କୃତଜ୍ଞ |”
ସେ ଦୁଇଟି ମୁହୂର୍ତ ର ପ୍ରଭାବ ମୋ ହୃଦୟର କୋଣାନୁକୋଣ କୁ ସ୍ପର୍ଶ କରିଗଲା | ବିଶ୍ୱ ର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଙ୍କ ନିକଟେ ଆଜି ଆମ ସମାଜ ଚିରଋଣୀ | ଜନ୍ମଦାତ୍ରୀ ତ ମା କିନ୍ତୁ ଜୀବନ ର ଦ୍ୱିତୀୟ ଜୀବନଦାତ୍ରୀ ସେ | ସତରେ କେତେ ସମର୍ପଣ ମନୋଭାବ ର ଅଧିକାରୀ ସେମାନେ | ମାନବିକତା ର ଜ୍ୱଳନ୍ତ ପ୍ରତିମା | ଖୁବ ସଂଘର୍ଷମୟ ଜୀବନ ତାଙ୍କର | ପ୍ରତି ମୁହୂର୍ତ୍ତ ରେ ଜୀବନ ମୃତ୍ୟୁ ର କଷ୍ଟ କୁ ମର୍ମେ ମର୍ମେ ଅନୁଭବ କରିପାରୁଥିବା ଏ ସୃଷ୍ଟି ର ସର୍ବ ଶ୍ରେଷ୍ଠ ଜନ ସେବା ବୃତ୍ତି ରେ କାର୍ଯ୍ୟରତ ସେମାନେ | କେତେ କେତେ ଜୀବନ ତାଙ୍କରି ହାତରେ ପ୍ରଥମ ପାଦ ଦେଇ ଦୁନିଆ କୁ ଆସନ୍ତି ତ କେତେ ପୁଣି ତାଙ୍କ ଚକ୍ଷୁ ଆଢୁଆଳୁ ବିଦାୟ ନିଅନ୍ତି ଏ ଦୁନିଆରୁ |କେତେ ଘାତ ପ୍ରତିଘାତ ର କ୍ଷତ ରୁ ଲୋକ ଙ୍କୁ ଭଲ କରିଥାନ୍ତି ତ ନିଜେ ମଧ୍ୟ ବହୁ କ୍ଷତ ରେ କ୍ଷତାକ୍ତ ହୋଇଥାନ୍ତି | ଦୁଃଖୀ ସୁଖୀ, ଦୀନହୀନ, ଧନୀ ଗରିବ, ଛୋଟ ବଡ଼ ସମସ୍ତେ ତାଙ୍କ ଦୃଷ୍ଟି ରେ ଏକ ସମାନ ସ୍ଥାନ ଅଧିକାର କରିଥାନ୍ତି | ଅଧୈର୍ଯ୍ୟ ମୁହୂର୍ତ ରେ ତାଙ୍କ ଆଶ୍ୱାସନାଭରା ଉକ୍ତି ହୃଦୟ କୁ ଶାନ୍ତ କରିଥାଏ | ସର୍ବଦା ତାଙ୍କର କଠୋର ପ୍ରଚେଷ୍ଟା ଥାଏ ସମସ୍ତ ଙ୍କ ଓଠ ରେ ଏକ ସୁସ୍ଥ ହସ ଫୁଟାଇବାର | ଆମ ଜୀବନ ର ମୂଲ୍ୟ କୁ ନିଜ ଦୃଢ଼ତା ବଳ ରେ ସେ ଅମୁଲ୍ୟ କରିବାର କ୍ଷମତା ରଖିଥାନ୍ତି | ଜୀବନ ର ସୁଖ ସ୍ୱଚ୍ଛନ୍ଦ କୁ ଆଡେଇ ଦେଇ ଚାଲିଯାନ୍ତି ସେ ଲୋକ ଙ୍କ ସେବା କରିବାର ମନୋବୃତ୍ତି ନେଇ |
ସତରେ ଆଜି ମୁଁ ବହୁତ ଖୁସି ଏକ ସ୍ୱାସ୍ଥ୍ୟକର୍ମୀ ପରିବାର ର ସଦସ୍ୟ ହୋଇ | ଆଜି ସେ ଦୁହିଁ ଙ୍କର ଯେଉଁ ଭାବପୂର୍ଣ୍ଣ ଆଳାପ, ଉତ୍ସର୍ଗୀକକୃତ ମନୋଭାବ, ସାହାସିକତା, ଧୈର୍ଯ୍ୟ, ନିର୍ଭୀକତା, ସେବା କରିବାର ଯେଉଁ ଉଦବେଗ ମୋତେ ଆଶ୍ଚର୍ଯ୍ୟ କରିଦେଉଛି |
ଶେଷରେ ଏତିକି କହିବି, ମୋ କୁନି ଗୋଲାପ କଢି ଦୁଇଟି ଆଜି ସମ୍ପୂର୍ଣ ଭାବେ ନିଜ ସୁନ୍ଦର ନାଲି ରଙ୍ଗ ର ସୁସ୍ଥ ପାଖୁଡା ସବୁକୁ ସଂପ୍ରସାରିତ କରି ଫୁଟି ଉଠିଲେଣି | ନିଜର ସୁନ୍ଦରତା କୁ ପ୍ରାଧାନ୍ୟ ନଦେଇ ଅନ୍ୟ କୁ ସଜେଇବାର ଖୁସି କୁ ସେ ଅନୁଭବ କରି ଲେଣି | ଅନ୍ୟ ର ଖୁସି ରେ ସେ ନିଜର ଖୁସି କୁ ପାଇଯିବାର ପ୍ରଣାଳୀ ରେ ନିଜକୁ ସଜେଇ ଦେଲେଣି |
” ଲୁସି – କର୍ମ ହିଁ ଭଗବାନ ”
“ସିଲୁ – ଜୀବନ ସଂଘର୍ଷମୟ ”
“ଲକ୍ଷ୍ମୀ – ସମସ୍ତ ପରିସ୍ଥିତି କୁ ଧୈର୍ଯ୍ୟ ସହକାରେ ସମ୍ମୁଖୀନ କରିବା ”
“ସୁଭଦ୍ରା – ନୀରବତା ସବୁ ଅଲୋଡ଼ା ମୁହୂର୍ତ କୁ ସଜାଇ ପାରିବ”

ସୁଭଦ୍ରା ସିଂହ
ଆନନ୍ଦପୁର ,କେନ୍ଦୁଝର
Subhadra Singh
Anandapur, Keonjhar

Loading

Leave a Reply

Your email address will not be published. Required fields are marked *