✨ସଂନ୍ଧ୍ୟା ତାରା ✨
ସ୍ରୋତସ୍ବିନୀ ପରିଡା
****************************
ଦୂର ଆକାଶରେ ସଂନ୍ଧ୍ୟା ତାରା
ମିଞ୍ଜି ମିଞ୍ଜି ଆଲୁଅର ବତୀ ଜାଳୁଛି
କହୁଛି ଏ ଅନ୍ଧାର ବହୁତ ଗାଢ଼
ଚତୁର୍ଦ୍ଦିଗ କାଳିମା ପୂର୍ଣ୍ଣ
ତଥାପି ସେ ହସୁଛି
ଥିରି ଥିରି ଓଠଚାପି
ମନରେ ତିଳେ ଦୁଃଖ ନାହିଁ।
ସେ ଜାଣିଛି ଏ ସଞ୍ଜକୁ
ପରଖି ପାରିଛି ଏ ରାତିକୁ
ଦେଇଛି ମନକୁ ସାନ୍ତ୍ଵନା
ଏଇତ ଜହ୍ନ ଉଠିଲାଣି
ସେ ତ କରେ ପକ୍ଷପାତିତା
କୃଷ୍ଣ ପକ୍ଷ ପାଇଁ ହଜିଯାଏ
ଶୁକ୍ଳ ପକ୍ଷେ ଆଲୁଅ ବିଛେଇ ଦିଏ
ଏସବୁ କୁ ଭରଷା ନାହିଁ
ଏ ଝାପସା ଆଲୁଅ ତା’ର,
ତା’ ନିଜର।
ସ୍ରୋତସ୍ବିନୀ ପରିଡା