ସାଧାରଣତନ୍ତ୍ର ଦିବସ
କୋଟି ଜନରୋଳ ହେଲା ଅସମ୍ଭାଳ
ଫେରିଗଲା ଡରି ଫିରିଙ୍ଗି ଜାତି,
ଉଣେଇଶ ସତ ଚାଳିଶି ଅଗଷ୍ଟ
ପନ୍ଦର ଦିବସେ ଦେଲା ମୁକତି।
ବରଷେ ଆଗରୁ ଛଇଆଳଶିରୁ
ପଡ଼ିଲା ଭାଳେଣି ଶାସନ ପାଇଁ,
ସଭାରେ ବାଛିଲେ ଗଣତନ୍ତ୍ର ଭଲେ
ଦେଶର ମଙ୍ଗଳ କାମନା ନେଇ,
ସଭା ଗଢ଼ି ଦେଲେ ସଭାପତି କଲେ
ଆମ୍ବେଦକରଙ୍କୁ କଲେ ନିଯୁକ୍ତି,
କୋଟି ଜନରୋଳ ହେଲା ଅସମ୍ଭାଳ
ଫେରିଗଲା ଡରି ଫିରିଙ୍ଗି ଜାତି।
ତିନି ବର୍ଷ ଶେଷେ ଉଣଚାସ ବର୍ଷେ
ଦେଶ ସମ୍ବିଧାନ ହେଲା ଗଠନ,
ଗଣତନ୍ତ୍ର ଧର୍ମ- ନିରପେକ୍ଷ କର୍ମ
ସାମ୍ୟବାଦ ନୀତିକଲା ଧାରଣ।
ବିଭିନ୍ନତା ମଧ୍ୟେ ଏକତାର ଲକ୍ଷ୍ୟେ
ସମତା ଅର୍ଜନେ କରିବ ଗତି,
ଭାଷା ବର୍ଣ୍ଣ ଧର୍ମେ ଅସହିଷ୍ଣୁ କର୍ମେ
ନ କରିବେ କେହି କାହାର କ୍ଷତି,
ଉଣେଶ ପଚାଶ ଜାନ୍ବାରୀ ଛବିଶ
ଆଦ୍ୟ ଗଣତନ୍ତ୍ର ପାଳନ ତିଥି,
ଉଣେଇଶ ସତ ଚାଳିଶି ଅଗଷ୍ଟ
ପନ୍ଦର ଦିବସେ ପାଇଲା ମୁକ୍ତି।
ଚଉସ୍ତରୀତମ ଗଣତନ୍ତ୍ର ଦିନ
ପାଳିବା ତେଇଶି ସାଲେ ହରଷେ,
ବିଶ୍ୱ ଗୁରୁ ଭାବେ ଭାରତ ଭୂ-ଭାଗେ
ଜ୍ଞାନ ପ୍ରକାଶିବ ପ୍ରେମ ପରଷେ!
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ