-: କାନ୍ଦୁଛି ଆଖି :-
ଅଭିମନ୍ୟୁ ପ୍ରଧାନ
————————————
କଇଁ କଇଁ ହୋଇ କାନ୍ଦେ ଦୁଇ ଆଖି
ରାସ୍ତା କଡରେ ଆଜି
ପେଟ ଭୋକ ପାଇଁ ଡହଳ ବିକଳ
ଅଳିଆ ଆବର୍ଜନା ରେ ଖୋଜି ।।
କୋଳାହଳ ଆଜି ଗାଁ ଠୁ ସହର
କଳକାରଖାନା ଖଞ୍ଜି
ଚିହ୍ନା ରାସ୍ତା ଆଜି ଅଚିହ୍ନା ଲାଗୁଛି
ଅର୍ଥ ପଛରେ ଖୋଜି ।।
ସ୍ୱାର୍ଥ ପାଇଁ ଆଜି ଭୁଲିଯାଏ କିଛି
ଭୋକିଲା ପେଟର କଥା
ଛଟପଟ ହୁଏ ଏ ଯିବ ଶରୀର
ଆଖି ଲୁହ କହେ କଥା ।।
କେଡେ ବିଚିତ୍ର ଏ ସାମାଜ ଆଜି
କହେ ଭିକାରୀ ଦରିଦ୍ର ପାଗଳ
ରାସ୍ତା କଡରେ ନିରୀହ ମଣିଷ
ଭୋକ ପାଇଁ ଡହଳ ବିକଳ ।।
ଦେଖୁଛି ମଣିଷ ଚିରା ଲୁଗା ପିନ୍ଧି
ପେଟ ପାଇଁ ଭିକ ମାଗୁଛି
ଅମଣିଷ ପଣିଆଁ ଯାଇନି ମନରୁ
କହେ ନାହିଁ ମୋ ପାଖରେ କିଛି ।।
ଫୁଟ୍ ଫାଟ୍ କଡ଼ରେ ବୃକ୍ଷ ମୂଳରେ
ଖରା ବର୍ଷା ସହି ରହେ
ସୁଖ ଦୁଃଖ ହସର ଠିକଣା
ସବୁ କିଛି ଭୁଲି ରହେ ।।
– – – ୦ – – –
ଅଭିମନ୍ୟୁ ପ୍ରଧାନ