🙏🙏ମନ ଦର୍ପଣ 🙏🙏
ବୈଦ୍ୟନାଥ ମହାନ୍ତି
*************************
ମନ ଦରପଣେ ଦେଖା ଦିଅ ହରି
ମନର ମଇଳା ଦିଅ ଲିଭାଇ,
ହଟାଇ ଦିଅ ମୋ ପାର୍ଥିବ କଳୁଷ
ତୁମର କରୁଣା ବାରି ଭିଜାଇ।
ତୁମ ଦରଶନ ହେଉ ମୋ ସପନ
ଜୀବନ ସଉଦା ଦୁନିଆ ହାଟେ ,
ହରି ହରି ନିଅ ସଂସାର ଯାତନା
ଦେଖାଅ ମୁକତି ପଥ ସଙ୍କଟେ।
କରୁଣା ସାଗର ଉଣା ହୋଇବନି
ସିନ୍ଧୁ ରୁ ବିନ୍ଦୁଏ କରିଲେ ଦାନ,
ଦାନୀ ପଣେ ତୋର ବାନା ଉଡୁଅଛି
ନ କର କୃପଣ ଆହେ ମହାନ।
ତୋହରି ବାଳକ ହେ ଜଗ ପାଳକ
ମଥାରେ ମୋ ରହୁ ତୋହରି ହାତ,
ଜୀବ ଯିବା କାଳେ ଦରଶନ ଦେବୁ
ଏତିକି ବିନତୀ ଜଗତ ନାଥ।
ଦେଖୁଥିବି ତୋର ମନ ମୋହନିଆ
ରୂପ ସଉ ର ଭ ଜଗତ ସଇଁ,
ନ ମାଗଇ ଧନ ଜନ ପଉ ଋଷ
ମୋ ମନ ନିକୁଞ୍ଜେ ଥିବୁ ତୁ ରହି।
– ବୈଦ୍ୟନାଥ ମହାନ୍ତି