💦🧜♀️ବର୍ଷା ଓ ପ୍ରିୟା🧜♀️💦
ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ
🌧️🌧️🌧️🌧️🌧️🌧️🌧️🌧️🌧️🌧️🌧️🌧️🌧️🌧️🌧️🌧️🌧️
ଆକାଶରେ କଳାଘୁମର
ମେଘର ଓଢଣି
ଓଢଣିରେ ଚିକ୍ ଚିକ୍
ସୁନାଜରି ସୌଦାମିନୀ
ସଫେଦ ବଳାକାର
ସଜ ମଲ୍ଲୀକା ଗଜରା
ଘନ କୃଷ୍ଣ ମେଘରେ
ଦିଶେ କେଡେ ତୋରା
ପ୍ରିୟା ମୋର ଅଭିମାନୀ
ତା ଆଖିରେ ଗୁମ୍ ସୁମ୍ ମେଘ
ବର୍ଷିବ ବର୍ଷିବ ହେଉଛି
ବର୍ଷେ ନାହିଁ ବଢାଏ ଉଦ୍ ବେଗ
ଝର୍କା ବାହାରେ ଶ୍ରାବଣୀ ବର୍ଷା
ଝରେ ରିମ୍ ଝିମ୍ ସୁରେ
ହୃଦୟ ଅଙ୍ଗନେ ମନରେ ନିଆଁ
ଉତ୍ତାପ ବଢେ ଶରୀରେ
ଏତେ ଅଭିମାନ କାହିଁକି ଗୋ ପ୍ରିୟା
ବର୍ଷୁକୀ ଶ୍ରାବଣୀ ଯାଏ ହାରି
ତେଜି ଅଭିମାନ ହସି ଦିଅ ବାରେ
ପ୍ରେମର ଫଲ୍ଗୁ ପଡୁ ଝରି।
ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ