ଶାନ୍ତି – ବିଶ୍ଵର ସ୍ପନ୍ଦନ
ବିଶ୍ଵ ମାନବକୁ ଦେଇ ଆସୁଅଛି
ଭାରତ ଶାନ୍ତିର ବାର୍ତ୍ତା,
ଜ୍ଞାନ ବିଜ୍ଞାନରେ ଶକ୍ତି ସାଧନାରେ
ଜଗତେ ସେ ତ୍ରାଣକର୍ତ୍ତା ।
ସ୍ରଷ୍ଟାଙ୍କ ସୃଷ୍ଟିରେ ସୃଷ୍ଟି ପରମେଷ୍ଟି
ବ୍ୟଷ୍ଟି ସମଷ୍ଟିର ଖେଳ,
ବିବିଧତା ମଧ୍ୟେ ଏକତ୍ଵର ସ୍ଵର
ସଂପର୍କ ଯେ ଅନାବିଳ ।
ଶାନ୍ତି ପ୍ରତିଷ୍ଠାରେ ଆଦର୍ଶ ଆମର
ଶିବ ପରିବାର କଥା,
ସହାବସ୍ଥାନର ବାର୍ତ୍ତା ।
ହୋଇଥାନ୍ତେ ରାଜା ହେଲେ ବନବାସୀ
ଭାଇ, ଭାରିଯାଙ୍କୁ ନେଇ,
ଭାଇ ଭାଇ ମଧ୍ୟେ ଯୁଦ୍ଧ ହେଲା ନାହିଁ
ରାଜ ସିଂହାସନ ପାଇଁ ।
ରାମ ଲଇକ୍ଷଣ ଭରତ ଶତ୍ରୁଘ୍ନ
ଭାତୃ ସ୍ନେହ ମହାନତା,
ବିଶ୍ଵ ସ୍ପନ୍ଦନର ବାର୍ତ୍ତା ।
ସାମ୍ୟବାଦ ନାମେ ବରଗ ସଂଘର୍ଷ
ଗଣହତ୍ୟା ରାଜନୀତି,
ସବୁଜ କୁହଇ ତଣ୍ଟିକଟା ଶାନ୍ତି
ଧଳା ବିଶ୍ଵଯୁଦ୍ଧେ ବ୍ରତୀ ।
ଧରମ ବରଗ ମିଥ୍ୟା ବ୍ୟଭିଚାର
ସାମ୍ରାଜ୍ୟ ବିସ୍ତାରେ ଚିନ୍ତା,
ସଂସାରର ମୁଣ୍ଡବ୍ୟଥା ।
ସଭିଙ୍କର ସୁଖ ଆରୋଗ୍ୟ କାମନା
ସମଦୃଷ୍ଟି ଦିବ୍ୟଜ୍ଞାନ,
ଶାନ୍ତି ପ୍ରତିଷ୍ଠାରେ ତିନି ଉପାଦାନ
ବୈଦିକ ମନ୍ତ୍ର ଦର୍ଶନ ।
ପିଣ୍ଡ ମଧ୍ୟେ ଯାହା ବ୍ରହ୍ମାଣ୍ଡରେ ତାହା
ସବୁସ୍ଥାନେ ନାରାୟଣ
ବିଚାରର ବିଶେଷତା,
ଜଗତେ ସେ ତ୍ରାଣକର୍ତ୍ତା ।
ସୀମାଞ୍ଚଳ ଖଟୁଆ
ଭୁବନେଶ୍ୱର