ସୁନ୍ଦର ବଗିଚା ମୋର
ସୁଲୁସୁଲୁ ଵହେ,ଦକ୍ଷୀଣା ପବନ,
ଘରେ ନ ଲାଗିଲା ମନ,
ବାହାରିଲି ଦିନେ, ବଗିଚା କୁ ଵୁଲି,
ହୋଇ ଥାଏ ଅପରାହ୍ନ ।1
କେତେ ଫୁଲଗଛ, ଆଖିରେ ପଡିଲା,
ଆଖି ମୋ ଝଲସି ଯାଏ,
ଘରେ ବସିଥିଲେ,ଏ ସୁଯୋଗ କାହିଁ,
କେଉଁଠି କି ମିଳିଥାଏ ।2
ତରତରେ ଯାଇ, ଫୁଲ ଗଛ ପାଶେ,
ହୋଇଗଲି ଟିକେ ଠିଆ,
ଯେତେ ଦୁଃଖ ଥିଲା, ପାଶୋରି କି ଗଲା,
କି ସୁନ୍ଦର ଦିଶେ ଆହାଃ ।3
ଫୁଲ ନାଡେ ଥାଇ,ପବନେ ଝୁଲଇ,
ଫୁଲ ରାଣୀ ବଗିଚାରେ ,
ସତେକି କହୁଚି, ଛୁଅନା ହେ ମୋତେ,
ମୋ ଠାରୁ ରୁହ ତୁ ଦୂରେ ।4
ଏ ସମୟେ ଦେଖେ, ଭଅଁର ଟିଏ ସେ,
ଉଡି ଉଡି ଆସିଗଲା,
କି ଅବା ସେ ଫୁଲ,ଆଗରୁ ତାହାକୁ,
ନିମନ୍ତ୍ରଣ ଦେଇ ଥିଲା ।5
ପାଗଳ ପରାୟେ, ଭଅଁର ଟି ଵୁଲେ,
ଏ ଫୁଲ ସେ ଫୁଲ ପାଶେ,
ଗୁଣୁଗୁଣୁ ଗାନ, ହୃଦୟ ଛୁଇଁଲା,
କେତେ ଯେ ଭାବନା ଆସେ ।6
କିଏ ଗଢିଅଛି,ଏ ସୁନ୍ଦର ଫୁଲ,
ଦେଖି ବାକୁ ମନୋହର,
ତା ସାଙ୍ଗକୁ ପୁଣି, ସୁବାସ ମହକେ,
ନାହିଁ ତା’ର ପଟାନ୍ତର ।7
ଭଅଁର କୁ ଚାହିଁ, ସତେକି ଫୁଲ ଟି,
ହାତ ଠାରି ଡାକି ଦେଲା,
ଶୁଣ୍ଢ କୁ ମେଲାଇ, ଗୁଣୁଗୁଣୁ ଗାଇ,
ଫୁଲ ରେ ସେ ବସିଗଲା।8
କି ଆନନ୍ଦ ପାଏ,ମଧୁପ ବସିଲେ,
ତାହା ଜାଣେ ଫୁଲ ରାଣୀ,
ସଜେଇ ରଖିଛି, ସୁନ୍ଦର ପ୍ରକୃତି,
ବିଚିତ୍ର ଏଇ ଧରଣୀ ।9
ମୋତେ ମନାକଲା, ଭଅଁର ବସିଲା,
ଭାବି ହେଲି କିଛିକ୍ଷଣ,
ଯାହା ପାଇଁ ଯିଏ,ଦଇବ ଖଞ୍ଜିଛି,
ସବୁ ତ ଈଶ୍ଵର ଦାନ।10
ମାନସିକ ଚାପ, ନିୟନ୍ତ୍ରଣ କରେ,
କାହାକୁ ଭାବେନା ପର,
ଯେତେ ଦେଖୁଥିଲେ, ନୂଆ ଦିଶୁଥାଏ,
ସୁନ୍ଦର ବଗିଚା ମୋର ।11
ଅଶୋକ ସାର
ଦହିଗାଁ 42mouza
। କଟକ।